Vastu: ଘରେ କେଉଁ ଦିଗରେ ଲଗାଇବେ ପୂର୍ବଜଙ୍କ ଚିତ୍ର ?
Advertisement
Article Detail0/zeeodisha/odisha1906484

Vastu: ଘରେ କେଉଁ ଦିଗରେ ଲଗାଇବେ ପୂର୍ବଜଙ୍କ ଚିତ୍ର ?

 ବାସ୍ତୁଶାସ୍ତ୍ର ଅନୁସାରେ ପୂର୍ବଜଙ୍କ ଫଟୋ ଲଗାଇବା ପାଇଁ ସଠିକ ଦିଗ ହେଉଛି ଦକ୍ଷୀଣ ଦିଗ । ଶାସ୍ତ୍ରରେ ଦକ୍ଷୀଣ ଦିଗକୁ ପୂର୍ବଜଙ୍କ ଦିଗ ବୋଲି କୁହାଯାଇଛି । ଘରର ଦକ୍ଷୀଣ ଦିଗରେ ପୂର୍ବଜଙ୍କ ଫଟୋ ଲଗାନ୍ତୁ । ସବୁ ଅମାବାସ୍ୟରେ ସଂଧ୍ଯା ସମୟରେ ଶୋରିଷ ତେଲ ଦୀପ ଫଟୋ ନିକଟରେ ପ୍ରଜ୍ୱଳନ କରନ୍ତୁ । ଏହାଦ୍ୱାରା ପୂର୍ବଜଙ୍କ ମାର୍ଗ ପ୍ରଶସ୍ତ ହେବ ।

Vastu: ଘରେ କେଉଁ ଦିଗରେ ଲଗାଇବେ ପୂର୍ବଜଙ୍କ ଚିତ୍ର ?

Vastu:  ଆମେ ଆମ ପୂର୍ବଜଙ୍କ ଫଟୋକୁ ଅତ୍ୟନ୍ତ ଆଦର ସହିତ ଘରେ ରଖିଥାଉ ।ପୂର୍ବଜଙ୍କ ଫଟୋଚିତ୍ରକୁ ଘରେ ଲଗାଇବାକୁ ଶୁଭ ବୋଲି ମନେ କରାଯାଏ । କୁହାଯାଏ ଯେ,ଏଭଳି କରିବା ଦ୍ୱାରା ଆମ ଉପରେ ସବୁବେଳେ ପୂର୍ବଜଙ୍କ ଆର୍ଶିବାଦ ରହିଥାଏ । କିନ୍ତୁ ଏଭଳି ଫଟୋ ଲଗାଇବାରେ କିଛି ଭୁଲ ଲାଭ ବଦଳରେ କ୍ଷତି କରିଥାଏ । ବାସ୍ତୁଶାସ୍ତ୍ରରେ ପୂର୍ବଜଙ୍କ ଚିତ୍ର କେଉଁଠି ଲଗାଇବା ଉଚିତ ଓ କେଉଁଠି ଲଗାଇବା ଅନୁଚିତ ସେବାବଦରେ ବିସ୍ତାରଭାବରେ କୁହାଯାଇଛି । ଆସନ୍ତୁ ଜାଣିବା ପୂର୍ବଜଙ୍କ ଫଟୋ ଲଗାଇବା ନେଇ ବାସ୍ତୁଶାସ୍ତ୍ରର ନିୟମ କ’ଣ କୁହେ…

କେଉଁଠି ଲଗାଇବେ ନାହିଁ
ପୂର୍ବଜଙ୍କ ଫଟୋଚିତ୍ରକୁ ଭୁଲରେ ମଧ୍ଯ ଶୟନକକ୍ଷ,ରୋଷେଇ ଘର କିମ୍ବା ଡ୍ରଇଁ ରୁମରେ ଲଗାନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ଆପଣଙ୍କ ଘରର ସୁଖଶାନ୍ତି ନଷ୍ଟ ହୋଇଥାଏ । ଭୁଲ ସ୍ଥାନରେ ପୂର୍ବଜଙ୍କ ଫଟୋ ଲଗାଇବା ଦ୍ୱାରା ଘର ମଧ୍ଯରେ ନକରାତ୍ମକ ଶକ୍ତି ମଧ୍ଯ ସକ୍ରୀୟ ହୋଇଥାନ୍ତି । ଠାକୁର ଘରେ ମଧ୍ଯ ପୂର୍ବଜଙ୍କ ଫଟୋ ରଖନ୍ତୁ ନାହିଁ । ଶାସ୍ତ୍ରରେ ପୂଜାଘରେ ପୂର୍ବଜଙ୍କ ଚିତ୍ର ରଖିବାକୁ ବାରଣ କରାଯାଇଛି । ପୂଜାଘରେ ପୂର୍ବଜଙ୍କ ଚିତ୍ର ରଖିବା ଅଶୁଭ ବୋଲି ଶାସ୍ତ୍ର କୁହେ । ପରିବାରର ଜୀବିତ ସଦସ୍ଯଙ୍କ ଫଟୋ ପାଖରେ ପୂର୍ବଜଙ୍କ ଫଟୋ ଲଗାନ୍ତୁ ନାହିଁ । ଜୀବିତ ସଦସ୍ୟଙ୍କ ଚିତ୍ର ପାଖରେ ପୂର୍ବଜଙ୍କ ଫଟୋ ଲଗାଇବା ଦ୍ୱାରା ପରିବାର ସଦସ୍ୟ ସବୁବେଳେ ରୋଗଗସ୍ତ ରହିବେ ।

ତେବେ ଘରେ ପୂର୍ବଜଙ୍କ ଚିତ୍ର କେଉଁଠି ରଖିବେ ?
ଏହାର ଉତ୍ତର ମଧ୍ଯ ବାସ୍ତୁଶାସ୍ତ୍ର ଦିଏ । ବାସ୍ତୁଶାସ୍ତ୍ର ଅନୁସାରେ ପୂର୍ବଜଙ୍କ ଫଟୋ ଲଗାଇବା ପାଇଁ ସଠିକ ଦିଗ ହେଉଛି ଦକ୍ଷୀଣ ଦିଗ । ଶାସ୍ତ୍ରରେ ଦକ୍ଷୀଣ ଦିଗକୁ ପୂର୍ବଜଙ୍କ ଦିଗ ବୋଲି କୁହାଯାଇଛି । ଘରର ଦକ୍ଷୀଣ ଦିଗରେ ପୂର୍ବଜଙ୍କ ଫଟୋ ଲଗାନ୍ତୁ । ସବୁ ଅମାବାସ୍ୟରେ ସଂଧ୍ଯା ସମୟରେ ଶୋରିଷ ତେଲ ଦୀପ ଫଟୋ ନିକଟରେ ପ୍ରଜ୍ୱଳନ କରନ୍ତୁ । ଏହାଦ୍ୱାରା ପୂର୍ବଜଙ୍କ ମାର୍ଗ ପ୍ରଶସ୍ତ ହେବ ।