Research News: ପୁରୁଷ ନା ମହିଳା? କେଉଁମାନେ ଦେଖନ୍ତି ଅଧିକ ପର୍ଣ୍ଣ ଭିଡ଼ିଓ, ପଢ଼ନ୍ତୁ ରିପୋର୍ଟ
Advertisement
Article Detail0/zeeodisha/odisha1586392

Research News: ପୁରୁଷ ନା ମହିଳା? କେଉଁମାନେ ଦେଖନ୍ତି ଅଧିକ ପର୍ଣ୍ଣ ଭିଡ଼ିଓ, ପଢ଼ନ୍ତୁ ରିପୋର୍ଟ

Research News: ସାଧାରଣତଃ ବିଶ୍ୱାସ କରାଯାଏ ଯେ ମହିଳା ମାନେ ପର୍ଣ୍ଣ କଣ୍ଟେଣ୍ଟ ଦେଖନ୍ତି ନାହିଁ । କିନ୍ତୁ ସାମ୍ପ୍ରତିକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ବିଶ୍ବରେ ପର୍ଣ୍ଣ (Porn)ଦେଖୁଥିବା ମୋଟ ଲୋକଙ୍କ ମଧ୍ଯରୁ ଏକ ତୃତୀୟାଂଶ ମହିଳା ଅଟନ୍ତି । 

ସୌ(ସୋସିଆଲ ମିଡିଆ)

Research News: ସାଧାରଣତଃ ବିଶ୍ୱାସ କରାଯାଏ ଯେ ମହିଳା ମାନେ ପର୍ଣ୍ଣ କଣ୍ଟେଣ୍ଟ ଦେଖନ୍ତି ନାହିଁ । କିନ୍ତୁ ସାମ୍ପ୍ରତିକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ବିଶ୍ବରେ ପର୍ଣ୍ଣ (Porn)ଦେଖୁଥିବା ମୋଟ ଲୋକଙ୍କ ମଧ୍ଯରୁ ଏକ ତୃତୀୟାଂଶ ମହିଳା ଅଟନ୍ତି । ତେବେ ଏହି ସଂଖ୍ୟା କ୍ରମାଗତ ଭାବେ ବଢିବାରେ ଲାଗିଛି । ଏହା ପଛରେ କାରଣ କ’ଣ। ଉଲ୍ଲେଖଥାଉ କି, ଏହା ପଛରେ ଥିବା ତତ୍ତ୍ବ ଉଭୟ ପୁରୁଷ ଓ ନାରୀ ମଧ୍ଯରେ ଉପସ୍ଥିତ ରହିଛି । ଦୁନିଆର ଦୁଇଟି ବଡ଼ ପର୍ଣ୍ଣ ସାଇଟର ଏକ ସର୍ଭରୁ ମହିଳାଙ୍କ ମଧ୍ଯରେ ବଢୁଥିବା ଏହି ଟ୍ରେଣ୍ତ ନେଇ ସୂଚନା ମିଳିଥିଲା । ତେବେ ଏନେଇ ଅନେକ ପ୍ରଶ୍ନ ଉଠିଥିଲେ ମଧ୍ଯ ପର୍ଣ୍ଣ ଦେଖୁଥିବା ମହିଳାଙ୍କୁ ନେଇ ଗବେଷଣା ହୋଇନାହିଁ । ତଥାପି ଏହାର ଏକ ବଡ଼ କାରଣ ମିରର ନ୍ୟୁରେନ ବୋଲି କୁହାଯାଇଛି । ତେବେ ଆପଣ ଭାବୁଥିବେ ଏହି ମିରର ନ୍ୟୁରେନ କ’ଣ ?

ମିରର ନ୍ୟୁରେନ(Mirror neurons)

ମିରର ନ୍ୟୁରେନ ଦ୍ବାରା ଆମ ଭିତରେ ଅନୁକରଣର ପ୍ରବୃତ୍ତି ତିଆରି କରିଥାଏ । ଅର୍ଥାତ୍ ଆମେ କାହାକୁ କାନ୍ଦିବାର ବା ହସିବାର ଦେଖିଲେ ମିରର ନ୍ୟୁରେନ କାରଣରୁ ଆମେ ମଧ୍ଯ କାନ୍ଦିବାକୁ ବା ହସିବାକୁ ଆରମ୍ଭ କରିଥାଉ । ମିରର ନ୍ୟୁରେନ୍ କାରଣରୁ ସେହି କାମ ଆମ ସହ ହେଉଥିବା ବୋଲି ମନେ ହୋଇଥାଏ । ଏହି ମିରର ନ୍ୟୁରେନ ଯୋଗୁଁ ଅଶ୍ଲୀଳ ବିଷୟବସ୍ତୁ ପ୍ରତି ଚିନ୍ତାଧାରା ବଢିଥାଏ । ଏହି ନ୍ୟୁରେନ ଉଭୟ ମହିଳା ଓ ପୁରୁଷଙ୍କଠାରେ ରହିଛି ।

ଆସନ୍ତୁ ଜାଣିବା ମହିଳାଙ୍କ ପର୍ଣ୍ଣ ଦେଖିବାକୁ ନେଇ କୁହେ ବିଜ୍ଞାନ

ମଣିଷଙ୍କ ବ୍ୟତୀତ ମିରର ନ୍ୟୁରେନ ପ୍ରାରମ୍ଭିକ ପ୍ରଜାତି ଓ ପକ୍ଷୀ ମାନଙ୍କଠାରେ ମଧ୍ଯ ଦେଖିବାକୁ ମିଳିଥାଏ । ତେବେ ଯଦି ଏହି କାରଣରୁ ମହିଳା ଅଧିକ ପର୍ଣ୍ଣ ଦେଖିଥାଆନ୍ତି ତାହାଲେ ଏଥିରେ ସେମାନଙ୍କୁ କ’ଣ ଫାଇଦା ମିଳିଥାଏ ?  ପ୍ରକାଶଥାଉ କି,  ଏନେଇ ହୋଇଥିବା ଏକ ଅଧ୍ଯୟନରୁ ଜଣାପଡ଼ିଛି କି, ଅଧିକ ପର୍ଣ୍ଣ ଦେଖିବା ଦ୍ବାରା ସେକ୍ସ ଉପଭୋଗ କରିବାର କ୍ଷମତା ବୃଦ୍ଧି ପାଇବା ସହ ପ୍ରକ୍ରିୟା ସହଜ ହୋଇଥାଏ । ଏହା ସତ୍ୟ ଯେ କମ ବୟସରୁ ଶିକ୍ଷିତ ହୋଇଥିବା ମହିଳାମାନେ ଅଧିକ ମାତ୍ରାରେ ପର୍ଣ୍ଣ ଦେଖିଥାଆନ୍ତି ।

ଏକ ପର୍ଣ୍ଣ ୱେବସାଇଡ଼ ସର୍ଭେରୁ ଜଣାପଡ଼ିଛି ଯେ, ପର୍ଣ୍ଣ ଦେଖୁଥିବା ୩୩.୮ ପ୍ରତିଶତ ମହିଳାଙ୍କ ବୟସ ୧୮ରୁ ୨୪ ବର୍ଷ ହୋଇଥିବା ବେଳେ ୬୦ ପ୍ରତିଶତ ମହିଳା ମାନିଥିଲେ ଯେ, ପର୍ଣ୍ଣ ଦେଖିବା ଦ୍ବାରା ସେମାନଙ୍କ ସେକ୍ସ ଲାଇଫରେ ଉନ୍ନତି ଆସିଛି ।

ପାଶ୍ଚାତ୍ୟ ସଂସ୍କୃତିରେ ଏହି ପ୍ରବୃତ୍ତି ଅଧି୍କ ପ୍ରଚଳିତ

ବିଶେଷଜ୍ଞମାନେ କହିଛନ୍ତି ଯେ, ପୁରୁଷ ମାନଙ୍କଠାରୁ ମହିଳାମାନେ ଅଧିକ ସମୟ ଫୋନ ବ୍ୟବହାର କରିଥାଆନ୍ତି । ଏଥିଲାଗି ଏହି ସଂଖ୍ୟା ବଢିବାରେ ଲାଗିଛି । ଜର୍ମାନୀର ସାଂସ୍କୃତିକ ବିଦ୍ବାନ ମାଡ଼େଟା ଏମିଙ୍ଗଙ୍କ ଉଦ୍ଦେଶ୍ୟରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ଆଜି ମଧ୍ଯ ସମାଜରେ ମହିଳାଙ୍କ ସେକ୍ସଆଲିଟି ଇଚ୍ଛାକୁ ସହଜରେ ଗ୍ରହଣ କରାଯାଇନାହିଁ । ଇମେଙ୍ଗ କହିଛନ୍ତି ଯେ, କେବଳ ରୋମାନ୍ସ କିମ୍ବା ସନ୍ତାନ ଉତ୍ପାଦନ ଉଦ୍ଦେଶ୍ୟରେ ନୁହେଁ ବରଂ ମହିଳାମାନେ ନିଜ ଆନନ୍ଦ ଲାଗି ସେକ୍ସ କରିବାକୁ ଚାହାଁନ୍ତି କିନ୍ତୁ ଏହାକୁ ପୁରୁଷ ପ୍ରାଧାନ୍ୟ ସମାଜରେ ହଜମ କରିପାରନ୍ତି ନାହିଁ । ବର୍ତମାନର ଏହି ସ୍ମାର୍ଟ ଯୁଗରେ ଏକ ୱେବସାଇଡ଼ରେ ଅନେକ ପର୍ଣ୍ଣ ସହଜରେ ଉପଲବ୍ଧ ହୋଇପାରୁଥିବାରୁ ଏଥି ଲାଗି ମହିଳା ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ଜଙ୍କର କହିଛନ୍ତି ଯେ, ଏହି ପର୍ଣ୍ଣ ଦେଖିବାର ଇଚ୍ଛା ପ୍ରାକୃତିକ ନା କ୍ରିମକ ବିକାଶ ପାଇଁ ତାହା ଜଣାପଡ଼ିନାହିଁ । ଜଙ୍କର୍କଙ୍କ ଅନୁଯାୟୀ, ପୂର୍ବ ଅପେକ୍ଷା ମହିଳା ମାନଙ୍କ ଭିତରେ ମିରନ ନ୍ୟୁରେନ ଅଧିକ ସକ୍ରିୟ ହେବାରେ ଲାଗିଛି ।