World Bamboo Day,ଜାଣନ୍ତୁ କେବେ ଠାରୁ ପାଳନ ହେଉଛି ‘ବିଶ୍ୱ ବାଉଁଶ ଦିବସ’
Advertisement
Article Detail0/zeeodisha/odisha1356592

World Bamboo Day,ଜାଣନ୍ତୁ କେବେ ଠାରୁ ପାଳନ ହେଉଛି ‘ବିଶ୍ୱ ବାଉଁଶ ଦିବସ’

ଆଜି ହେଉଛି ବିଶ୍ୱ ବାଉଁଶ ଦିବସ (World Bamboo Day)। ପ୍ରତିବର୍ଷ ସେପ୍ଟେମ୍ବର ୧୮କୁ ବିଶ୍ବ ବାଉଁଶ ଦିବସ ଭାବେ ପାଳନ କରାଯାଏ। ବାଉଁଶ ଗଛ ଉପରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତି ବର୍ଷ ବିଶ୍ୱ ସ୍ତରରେ ଏହି ଦିବସ ପାଳନ କରାଯାଏ। 

ସୌଜନ୍ୟ : ସୋସିଆଲ ମିଡିଆ

World Bamboo Day : ଆଜି ହେଉଛି ବିଶ୍ୱ ବାଉଁଶ ଦିବସ (World Bamboo Day)। ପ୍ରତିବର୍ଷ ସେପ୍ଟେମ୍ବର ୧୮କୁ ବିଶ୍ବ ବାଉଁଶ ଦିବସ ଭାବେ ପାଳନ କରାଯାଏ। ବାଉଁଶ ଗଛ ଉପରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତି ବର୍ଷ ବିଶ୍ୱ ସ୍ତରରେ ଏହି ଦିବସ ପାଳନ କରାଯାଏ। ଏନେଇ ଜନ ସଚେତନତା ଲାଗି ବିଶ୍ୱ ବାଉଁଶ ସଂଗଠନ  World Bamboo organization ( ଡବ୍ଲ୍ୟୁବିଓ ) ଆଗେଇ ଆସିଛି । ୨୦୦୯ରେ ବିଶ୍ବ ବାଉଁଶ ସଂଗଠନ ବ୍ୟାଙ୍କକ ଠାରେ ଅନୁଷ୍ଠିତ ୮ମ ବିଶ୍ୱ ବାଉଁଶ କଂଗ୍ରେସରେ ଆଜିର ଦିନକୁ ବିଶ୍ୱ ବାଉଁଶ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲା ।

ପ୍ରାକୃତିକ ଉତ୍ସଗୁଡ଼ିକର ସୁରକ୍ଷା  ଓ ସେଗୁଡ଼ିକର ନିରନ୍ତର ବ୍ୟବହାର ସୁନିଶ୍ଚିତ କରିବା ଦିଗରେ ଏହା କାର୍ଯ୍ୟ କରୁଛି । ବାଉଁଶ ବିଭିନ୍ନ କ୍ଷେତ୍ରରେ ଖାସ୍ କରି ପୂର୍ବ ଏବଂ ଦକ୍ଷିଣପୂର୍ବ ଏସିଆରେ ବହୁଳ ବ୍ୟବହୃତ ହୁଏ । ଏହି ଦିବସକୁ ସମ୍ମାନ ଜଣାଇ ବିଶ୍ୱ ବାଉଁଶ ସଂଗଠନ ଚଳିତ ବର୍ଷ ଏକ ଅଭିଯାନ ଆରମ୍ଭ କରିଛି । ଯାହାର ନାମ “ବାଉଁଶ ଚାରା ରୋପଣ କର’ । ଏବେ ଟେକ୍ନୋଲୋଜି ଓ ଉଭାବନ ଯୋଗୁ ବାଉଁଶର ବ୍ୟବହାର ବେଶ ବଢ଼ିଛି । କୁହାଯାଏ ,ବାଉଁଶ ଖରାପ ଭୂମିର ପୁନରୁଦ୍ଧାର କରେ । ଜଳବାୟୁ ପରିବର୍ତ୍ତନ ହ୍ରାସ କରେ ଏବଂ ଦାରିଦ୍ର୍ୟ ଦୂର କରେ । ତେଣୁ ବାଉଁଶ ଚାରା ରୋପଣ କରିବା ନିହାତି ଜରୁରୀ । ବାଉଁଶ ହେଉଛି ଦୁନିଆର ଦ୍ରୁତତମ ଭାବେ ବଢୁଥିବା ଗଛ । ପ୍ରତିଦିନ ଏ ବାଉଁଶ ଗଛ ଗୁଡିକ ପ୍ରାୟ ୩୦ ସେମି ପର୍ଯ୍ୟନ୍ତ ବଢିଥାଏ। 

ଏହାବି ପଢନ୍ତୁ : Viratଙ୍କୁ ମିସ୍ କରୁଛନ୍ତି ଅନୁଷ୍କା,ସେୟାର କଲେ ହବିଙ୍କ ପାଇଁ ଏମିତି କିଛି ପୋଷ୍ଟ

ବାଉଁଶ ଗଛ ବଢିବା ପାଇଁ କୌଣସି ରାସାୟନିକ ସାର ପ୍ରୟୋଗ ମଧ୍ୟ ପ୍ରୟୋଜନ ହୋଇ ନ ଥାଏ। ଏପରିକି କେତେକ ଲୋକେ ବାଉଁଶକୁ ଖାଦ୍ୟ ପଦାର୍ଥ ଭାବେ ଗ୍ରହଣ ମଧ୍ୟ କରିଥାନ୍ତି। ମଣିଷ ସଭ୍ୟତା ଆରମ୍ଭରୁ ବାଉଁଶର ଯାତ୍ରା ଆରମ୍ଭ ହୋଇଛି। ବାଉଁଶର ବ୍ୟବହାର ଅନେକ କାର୍ଯ୍ୟରେ କରାଯାଏ। ଘର ନିର୍ମାଣରେ ବାଉଁଶକୁ ବ୍ୟବହାର କରାଯାଉଥିବା ବେଳେ ହସ୍ତଶିଳ୍ପ ଏବଂ କାଗଜ ତିଆରିରେ ମଧ୍ୟ ବ୍ୟବହାର ହୋଇଥାଏ।  ହେଲେ ଏବେ କିନ୍ତୁ ମଣିଷ ନିଜ ସ୍ବାର୍ଥ ପୁରଣ ପାଇଁ ଜଙ୍ଗଲ ନଷ୍ଟ କରିବାରେ ଲାଗିଛି । ଜଙ୍ଗଲ ସଫା କରି ନିଜ ପାଇଁ ବାସସ୍ଥାନ ନିର୍ମାଣ କରୁଛି। ଫଳରେ ଧିରେ ଧିରେ ବାଉଁଶ ଲୋପ ପାଇବାରେ ଲାଗିଛି। ବାଉଁଶ ଖାଦ୍ୟ, ବାସଗୃହ, ସୁରକ୍ଷା ପ୍ରଦାନ କରିବା ସହିତ ଏକ ଅର୍ଥକାରୀ ଗଛର ଭୂମିକା ଗ୍ରହଣରେ ଅତୁଳନୀୟ ସାବ୍ୟସ୍ତ ହୋଇପାରିଛି। ପ୍ରାଚୀନ କାଳରୁ ଆରମ୍ଭ କରି ଏପର୍ଯ୍ୟନ୍ତ ବାଉଁଶ ମଣିଷର ଅତି ଆପଣାର ହୋଇ ରହିଛି। ତେଣୁ ବାଉଁଶ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଓ୍ୱାର୍ଲ୍ଡ ବାମ୍ବୋ ଅର୍ଗାନାଇଜେସନ (World Bamboo organization) ଗଠନ କରାଯାଇଥିଲା। ଏହାର ସଂରକ୍ଷଣ ଲାଗି  ସେପ୍ଟେମ୍ବର ୧୮କୁ 'ବିଶ୍ୱ ବାଉଁଶ ଦିବସ' ଭାବେ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।