Odisha News Live Updates: ରାଜ୍ୟରେ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍; ପଢନ୍ତୁ ଆଜିର ଆଉ କିଛି ତାଜା ଖବର
Advertisement
Article Detail0/zeeodisha/odisha2147593

Odisha News Live Updates: ରାଜ୍ୟରେ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍; ପଢନ୍ତୁ ଆଜିର ଆଉ କିଛି ତାଜା ଖବର

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍

  • Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Trending Photos

Odisha News Live Updates: ରାଜ୍ୟରେ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍; ପଢନ୍ତୁ ଆଜିର ଆଉ କିଛି ତାଜା ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

09 March 2024
23:16 PM

ଚଳିତ ବର୍ଷ କନ୍ଦାଇବ ନାହିଁ ପିଆଜ; ମୂଲ୍ୟ ନିୟନ୍ତ୍ରଣ କରିବା ପାଇଁ ସରକାର ନେଲେ ବଡ଼ ନିଷ୍ପତ୍ତି
ପିଆଜ ମୂଲ୍ୟ ସମ୍ପର୍କରେ ଏକ ନୂତନ ଯୋଜନା ପ୍ରସ୍ତୁତ କରିଛନ୍ତି ସରକାର। ଯାହା ଦ୍ୱାରା ପିଆଜ ମୂଲ୍ୟ ବୃଦ୍ଧି ପାଇବ ନାହିଁ। ସରକାର ଚଳିତ ବର୍ଷ ପାଇଁ ୫ ଲକ୍ଷ ଟନ୍ ପିଆଜ କିଣିବାକୁ ଯୋଜନା କରୁଛନ୍ତି। ଯଦି ମୂଲ୍ୟ ବୃଦ୍ଧି ହୁଏ ତାହେଲେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆମଦାନୀ ହୋଇଥିବା ପିଆଜକୁ ବ୍ୟବହାର କରାଯାଇ ପାରିବ। ଯାହାର ଅର୍ଥ ହେଉଛି ଏଥର ପିଆଜ ସାଧାରଣ ଜନତାଙ୍କୁ ଅସୁବିଧାରେ ପକାଇବ ନାହିଁ। ସୂତ୍ରରୁ ପ୍ରକାଶ ଯେ ଜାତୀୟ ସମବାୟ ଗ୍ରାହକ ମହାସଂଘ ଏବଂ ଜାତୀୟ କୃଷି ସମବାୟ ମାର୍କେଟିଂ ଭଳି ସରକାରୀ ଏଜେନ୍ସି ସରକାରଙ୍କ ପକ୍ଷରୁ ପିଆଜ କିଣିବେ।

ପଢନ୍ତୁ ପୁରା ଖବର
 

 

22:18 PM

ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ଇସ୍ତଫା ଦେଲେ ନିର୍ବାଚନ କମିଶନର ଅରୁଣ ଗୋଏଲ 
ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ନିର୍ବାଚନ ଆୟୋଗରେ ଦେଖିବାକୁ ମିଳିଛି ଏକ ବଡ଼ ପରିବର୍ତ୍ତନ। ଏହି ନିର୍ବାଚନର ସପ୍ତାହେ ପୂର୍ବରୁ ନିର୍ବାଚନ କମିଶନର ଅରୁଣ ଗୋଏଲ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାକୁ ରାଷ୍ଟ୍ରପତିଙ୍କ ଦ୍ୱାରା ଗ୍ରହଣ କରାଯାଇଛି। ଭାରତୀୟ ନିର୍ବାଚନ ଆୟୋଗରେ ପୂର୍ବରୁ ଏକ ପଦବୀ ଖାଲି ରହିଥିଲା। ବର୍ତ୍ତମାନ କେବଳ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଅଛନ୍ତି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଆସନ୍ତା ସପ୍ତାହରେ ୨୦୨୪ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି।  ହେଲେ ନିର୍ବାଚନ କମିଶନର ଅରୁଣ ଗୋଏଲଙ୍କ ଇସ୍ତଫା ଦ୍ୱାରା ସେହି ସମୟସୀମା ପ୍ରଭାବିତ ହେବ ନାଁ ନାହିଁ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ ଜଣା ଦେଖିବାକୁ ବାକି ରହିଲା। 

ପଢନ୍ତୁ ପୁରା ଖବର

 

 

 

21:45 PM

Odisha news live: ରାଜ୍ୟ କ୍ୟାବିନେଟ ବୈଠକରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ
ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ପ୍ରସ୍ତାବଗୁଡିକୁ ମଞ୍ଜୁରୀ ଦିଆଯାଇଛି । ପ୍ରାଥମିକ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଓ ଅଣ ଶିକ୍ଷକଙ୍କ ଦରମା ହାରରେ ହୋଇଛି ପରିବର୍ତ୍ତନ । ଏଥିରେ ଲକ୍ଷେରୁ ଅଧିକ ଶିକ୍ଷକ ଓ କର୍ମଚାରୀ ଉପକୃତ ହେବେ । ଏଥିପାଇଁ ସରକାର ୫୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହାସହ କ୍ୟାଡରରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ସରକାରୀ ଅନୁଦାନ ପ୍ରାପ୍ତ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରୁ ଅବସର ପ୍ରାପ୍ତ ଶିକ୍ଷକଙ୍କ ପାଇଁ ଏକକାଳୀନ ୬ ଲକ୍ଷ ଓ କର୍ମଚାରୀଙ୍କ ପାଇଁ ୪ ଲକ୍ଷ ଟଙ୍କାର ଅନୁଦାନ ଦେବାକୁ କ୍ୟାବିନେଟ ଅନୁମୋଦନ ମିଳିଛି । ସେହିପରି ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ଏକକାଳୀନ ୧୦ ଲକ୍ଷ ଏବଂ କର୍ମଚାରୀଙ୍କୁ ୫ ଲକ୍ଷ ଟଙ୍କା ମିଳିବ । ଏଥିରେ ୯୫୨ ଅଧ୍ୟାପକ ଓ ୧୦୨୫ କର୍ମଚାରୀ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ୧୪୯ କୋଟି ୪୫ ଲକ୍ଷ ଟଙ୍କା ।

21:30 PM

Odisha News Live: ରାଜନୀତିରେ ସବୁଠୁ ଖରାପ କଣ, କହିଲେ ନବୀନ; ଭିଡ଼ିଓ ଭାଇରାଲ

ରାଜ୍ୟରେ ମେଣ୍ଟ ରାଜନୀତି ଚର୍ଚ୍ଚା ଜୋର ଧରିଥିବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓଟିକୁ ନେଇ ଚର୍ଚ୍ଚ ଯେତିକି ହେଉଛି, ସେତିକି ପରିମାଣରେ ରାଜନୀତି ଆହୁରି ଜୋର ଧରିଛି। ଚର୍ଚ୍ଚା ହେବା ସ୍ୱଭାବିକ ମଧ୍ୟ। କାରଣ ଏହି ଭିଡ଼ିଓଟିକୁ ଭିକେ ପାଣ୍ଡିଆନ ତାଙ୍କ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି। 

21:15 PM

Odisha News Live: ନୂଆ ରୂପ ପାଇବ ଓ୍ବାକଫ ଭବନ, ପଡ଼ିଲା ଭିତ୍ତିପ୍ରସ୍ତର
ମୁସଲମାନ ସଂପ୍ରଦାୟଙ୍କ ବହୁ ପ୍ରତିକ୍ଷିତ ୱାକଫ ଭବନର ଭିତ୍ତିପ୍ରସ୍ତର ସ୍ଥାପନ। ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ମନ୍ତ୍ରୀ ଜଗନ୍ନାଥ ସାରକା କଟକ ପୁରୁଣା ସଚିବାଳୟ ପରିସରରେ ଭବନର କଲେ ଶିଳାନ୍ୟାସ। ୧୯୫୯ ମସିହାରୁ ପୁରୁଣା ବିଲଡିଂରେ ଜରାଜୀର୍ଣ୍ଣ ଅବସ୍ଥାରେ ଚାଲିଥିଲା ୱାକଫ ବୋର୍ଡ। ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକେୟନ ପାଣ୍ଡିଆନ ଏହାକୁ ବିଚାର କରି ୬ କୋଟି ୭୫ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ଦେଇଥିଲେ। ଏଥିରେ ଖୁବଶୀଘ୍ର ୫ ମହଲା ବିଶିଷ୍ଟ ନୂଆ ଅଟ୍ଟାଳିକା ନିର୍ମାଣ ହେବ। ଆଉ ହଜ ଯିବା ପାଇଁ କାଗଜପତ୍ର କରିବାରେ ହେବନି ସମସ୍ଯା।

20:45 PM

Odisha News Live: ଯୁବ ମତଦାତାଙ୍କୁ ମତାଧିକାର ସାବ୍ୟସ୍ତ ଲାଗି ବାର୍ତ୍ତା ଦେଲେ ସୁଦର୍ଶନ ପଟ୍ଟନାୟକ
ପ୍ରଥମ ଥର ପାଇଁ ମତଦାତା ତାଲିକାରେ ସ୍ଥାନ ପାଇଥିବା ଯୁବ ମତଦାତାଙ୍କୁ ମତଦାନର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ଲାଗି ଆଗେଇ ଆସିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ବାନ କରିଛନ୍ତି। ଏଥି ନିମନ୍ତେ ଦେଶ ବ୍ୟାପୀ “ମେରା ପେହଲା ଭୋଟ୍ ଦେଶ କେ ଲିୟେ” (ମୋର ପ୍ରଥମ ଭୋଟ୍ ଦେଶ ପାଇଁ) ଅଭିଯାନ ଚାଲିଛି।

20:30 PM

Odisha News Live: ସବୁ ସ୍ନାତକ, ସ୍ନାତକୋତ୍ତର ପିଲାଙ୍କୁ ମିଳିବ ଛାତ୍ରବୃତ୍ତି
ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଶନିବାର ସନ୍ଧ୍ୟାରେ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ୩ଟି ପ୍ରସ୍ତାବ ମଞ୍ଜୁରୀ ମିଳିଛି। ବୈଠକରେ ରାଜ୍ୟର ସମସ୍ତ ୟୁଜି (ସ୍ନାତକ) ଓ ପିଜି (ସ୍ନାତକୋତ୍ତର) ପିଲାଙ୍କୁ ନୂଆ-ଓ ଛାତ୍ରବୃତ୍ତି ମିଳିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି। ପୂର୍ବରୁ କେବଳ ଉଚ୍ଚଶିକ୍ଷା ବିଭାଗ ଅଧୀନ ୟୁଜି, ପିଜି ପିଲା ଏହି ବୃତ୍ତି ପାଉଥିଲେ। ଏବେ ଅନ୍ୟ ବିଭାଗ କୃଷି, ସଂସ୍କୃତି ବିଭାଗ ଅଧୀନରେ ଥିବା ପିଲା ମଧ୍ୟ ପାଇବେ। ରାଜ୍ୟ ସରକାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକଙ୍କ ଦରମାରେ ପରିବର୍ତ୍ତନ ଆଣିଛନ୍ତି। ଏହା ଦ୍ବାରା ୧ ଲକ୍ଷ ୪ ହଜାରରୁ ଅଧିକ ଶିକ୍ଷକ ହେବେ ଉପକୃତ। ରାଜ୍ୟ ସରକାର ଏଥି ପାଇଁ ୫୮୭ କୋଟି ଟଙ୍କା ଖର୍ଚ୍ଚ କରିବେ। ଏଲିମେଣ୍ଟାରୀ ଶିକ୍ଷକ କ୍ୟାଡର ପୁନର୍ଗଠିତ ହେବ।

20:15 PM

Odisha News Live: ଗରିବଙ୍କ ପାଇଁ ଉଦଘାଟିତ ହେଲା ନୀଳମାଧବ ନିବାସ ଯୋଜନା
ସହରାଞ୍ଚଳର ଗରିବ ତଥା ବସ୍ତିବାସିନ୍ଦାଙ୍କ ପାଇଁ ଆଜି ନୀଳମାଧବ ନିବାସ ଯୋଜନାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ସରକାରଙ୍କ 'ସମସ୍ତଙ୍କ ପାଇଁ ଗୃହ' ନୀତି ଅଧୀନରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି। କେୟାର ହସ୍ପିଟାଲ ନିକଟରେ ପ୍ରକଳ୍ପ ସ୍ଥଳରେ ହିତାଧିକାରୀଙ୍କୁ ଘରର ଚାବି ହସ୍ତାନ୍ତର କରି ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରି କହିଛନ୍ତି ଯେ ସହରାଞ୍ଚଳ ଗରିବଙ୍କ ନିଜସ୍ୱ ବାସଭବନ ରହିବ। ବସ୍ତିବାସିନ୍ଦାଙ୍କ ଜୀବନଧାରଣ ସ୍ଥିତିରେ ଉନ୍ନତି ଆଣିବାର ଗୁରୁତ୍ବକୁ ବୁଝି ନିଳମାଧବ ନିବାସ ଯୋଜନା ଏହାର ହିତାଧିକାରୀଙ୍କ କଲ୍ୟାଣ ଓ ଜୀବନଧାରଣମାନକୁ ଉନ୍ନତ କରିବା ପାଇଁ ଅନେକ ଅତ୍ୟାବଶ୍ୟକ ସୁବିଧା ଯୋଗାଇଦେବା ପାଇଁ ସମର୍ପିତ । ସୁଲଭ ମୂଲ୍ୟରେ ଉଚ୍ଚମାନର ଗୃହ ଯୋଗାଇଦେବା ପାଇଁ ଏହି ପଦକ୍ଷେପ ପ୍ରସ୍ତୁତ କରାଯାଇଛି।

20:02 PM
ଉଡ଼ାଣ ଭରିବା ମାତ୍ରେ ଖସି ପଡ଼ିଲା ବିମାନ ଚକ; ଭିଡ଼ିଓ ଭାଇରାଲ
ମାର୍ଚ୍ଚ ୭ ତାରିଖ ଗୁରୁବାର ଯୁକ୍ତରାଷ୍ଟ୍ର ଆମେରିକାର ସାନଫ୍ରାନ୍ସିସ୍କୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘଟିଯାଇଥିଲା ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଯାହାକୁ କେହି କଳ୍ପନା କରିପାରିବେ ନାହିଁ। ପ୍ରାୟ ୨୩୫ ଜଣ ଯାତ୍ରୀ ଯାତ୍ରା କରୁଥିବା ଏକ ଆମେରିକୀୟ ବିମାନର ଟାୟାର ଉଡ଼ାଣ ଭରିବା ସମୟରେ ଆକାଶରେ ଖସି ପଡ଼ିଥିଲା। ଏହି ଘଟଣା ୟୁନାଇଟେଡ୍ ଏୟାରଲାଇନ୍ସ ବିମାନ ସହ ଘଟିଥିଲା। ଗୁରୁବାର  ଏକ ୟୁନାଇଟେଡ୍ ଏୟାରଲାଇନ୍ସ ବିମାନ ଉଡ଼ାଣ ଭରିବା ସମୟରେ ଏହାର ଟାୟାର ଖସି ପଡ଼ିଥିଲା। 
 
19:45 PM

Odisha News Live: ତାମିଲନାଡୁରେ କଂଗ୍ରେସ ଏମଏନଏମ ମେଣ୍ଟ
ଖୁବ୍ ଶୀଘ୍ର ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି। ସୂଚନାନୁସାରେ, ତାମିଲନାଡୁର ଶାସକ ଦଳ ଡିଏମକେ କଂଗ୍ରେସ ଏବଂ କମଲ ହାସନଙ୍କ ଦଳ ମକ୍କାଲ ନିହି ମାୟାମ (ଏମଏନଏମ) ସହ ଆସନ ମେଣ୍ଟ କରିବାକୁ ଚୁକ୍ତିନାମା ଶେଷ କରିଛି। ସୂତ୍ରରୁ ପ୍ରକାଶ ଯେ କଂଗ୍ରେସ ୧୦ଟି ଆସନରେ ପ୍ରାର୍ଥୀ ଦେବ ବୋଲି ସୂଚନା ରହିଛି। ସୂତ୍ରରୁ ପ୍ରକାଶ ଯେ ଏନେଇ ଆଜି ଉଭୟ ଦଳ ପକ୍ଷରୁ ଘୋଷଣା ହୋଇପାରେ। ତେବେ ଘୋଷଣା ପୂର୍ବରୁ କଂଗ୍ରେସ ଓ ଡିଏମକେ ମଧ୍ୟରେ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। କଂଗ୍ରେସର ଜଣେ ବରିଷ୍ଠ ନେତା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, "ଆମ ଦଳ ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ। ଆମେ ମୋଟ ୧୦ଟି ଆସନ ପାଇଁ ପ୍ରସ୍ତାବ ଦେଇଛୁ ବୋଲି ସେ କହିଥିଲେ। 

19:30 PM

Odisha News Live: ଆନ୍ଦୋଳନରତ ଶିକ୍ଷକଙ୍କୁ ଭେଟିଲା ବିଜେପି
ରାଜ୍ୟ ସରକାର ସବୁବେଳେ ଶିକ୍ଷା ଓ ଶିକ୍ଷକମାନଙ୍କ ପ୍ରତି ଅବିଚାର କରିଆସିଛି। ନାହିଁ ନାହିଁର ସରକାରରେ ବିଦ୍ୟାଳୟ ନାହିଁ, ଶିକ୍ଷକ ନାହିଁ, ନୂଆ ଶିକ୍ଷକ ନିଯୁକ୍ତି ନାହିଁ। ରାଜ୍ୟ ସରକାର ଓଡ଼ିଆଙ୍କୁ ଅଶିକ୍ଷିତ କରି ରଖିବାକୁ ପଣ କରିଛି। ଯେତିକି ଶିକ୍ଷକ ଅଛନ୍ତି ସେମାନଙ୍କ ପାଇଁ ବି ବୈମାତୃକ ମନୋଭାବ। ୫-ଟିର ଗପ ଶୁଣାଉଥିବା ସରକାର ବାକ୍ୟ ବୀରର ଖୋଳପାରେ ଏକ ମସ୍ତବଡ ପ୍ରବଞ୍ଚକ। ଅସମ୍ବେଦନଶୀଳ ସରକାର ଶିକ୍ଷକମାନଙ୍କ ନ୍ୟାର୍ଯ୍ୟ ଦାବି ପୂରଣ କରିବା ପରିବର୍ତ୍ତେ ସମାଜର ମାର୍ଗଦର୍ଶକ ଶିକ୍ଷକସମାଜକୁ ମାନସିକ ନିର୍ଯାତନା ଦେଇଆସିଛି। ‘ନୂଆ-ଓ’ ମାଧ୍ୟମରେ ଶିକ୍ଷା, ଶିକ୍ଷକ, ଶିକ୍ଷାୟତନ ଓ ଛାତ୍ର ସମାଜର ବିକାଶ କରୁଛୁ ବୋଲି ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ଶିକ୍ଷକମାନଙ୍କ ଜୀବନ ଓ ଜୀବିକା ସହ ଖେଳ ଖେଳୁଛି। ଆଜି ଏହି ଶିକ୍ଷକମାନଙ୍କୁ ଭେଟି ସେମାନଙ୍କ ଦାବି ପ୍ରତି ସମର୍ଥନ ଜଣାଇଛି ବିଜେପି।

19:15 PM

Chaitra Navratri 2024: ଆସୁଛନ୍ତି ମାଆ ଚଇତି ଦୁର୍ଗା, ଜାଣନ୍ତୁ ମାଆ ଶୁଭ ସମୟ

Chaitra Navratri 2024: ହିନ୍ଦୁ ଧର୍ମରେ ଚୈତ୍ର ନବରାତ୍ରୀର ବିଶେଷ ମହତ୍ତ୍ୱ ରହିଛି । ଏହା ଚୈତ୍ର ଶୁକ୍ଲା ପ୍ରତିପଦା ଠାରୁ ଆରମ୍ଭ ହୋଇଥାଏ।  ଚଳିତ ବର୍ଷ ଚୈତ୍ର ନବରାତ୍ରୀ ୯ ଏପ୍ରିଲରୁ ଆରମ୍ଭ ହେବାକୁ ଯାଉଛି । ଅଧିକ ପଢ଼ନ୍ତୁ...

19:00 PM

ଯୁଦ୍ଧ ଲଢି ଆହୁରି ଅଧିକ ଶକ୍ତିଶାଳୀ ହୋଇଗଲା ଇସ୍ରାଏଲ; ୪ ମାସରେ ବଢିଗଲା ବିଦେଶୀ ମୁଦ୍ରା ଭଣ୍ଡାର
ପ୍ରାୟ ୬ ମାସ ଧରି ପାଲେଷ୍ଟାଇନ ଗାଜା ଅଞ୍ଚଳରେ ହମାସ ବିରୋଧରେ ଯୁଦ୍ଧ ଜାରି ରଖିଛି ଇସ୍ରାଏଲ ସେନା। ଇସ୍ରାଏଲ ସରକାରଙ୍କ ସମ୍ପୂର୍ଣ୍ଣ ଧ୍ୟାନ ଗାଜା ଅଞ୍ଚଳରୁ ହାମାସ ଗୋଷ୍ଠୀକୁ ମୂଳୋତ୍ପାଟନ କରିବା ଉପରେ ରହିଛି। ହେଲେ ଏହି ଯୁଦ୍ଧ ସାଧାରଣ ନାଗରିକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ଏହାର ପ୍ରଭାବ ଇସ୍ରାଏଲ ଅର୍ଥନୀତି ଉପରେ ମଧ୍ୟ ଅନୁଭୂତ ହୋଇଛି। ଗତ ବର୍ଷର ଚତୁର୍ଥ ତ୍ରୈମାସିକରେ ଦେଶର ଜିଡିପି ୧୯% ତଳକୁ ଖସି ଆସିଛି। ଏହା ପରେ କେନ୍ଦ୍ରୀୟ ପରିସଂଖ୍ୟାନ ବ୍ୟୁରୋ କହିଛି ଯେ ୨୦୨୩ ଅକ୍ଟୋବର ୭ ତାରିଖରେ ଆରମ୍ଭ ହୋଇଥିବା ଯୁଦ୍ଧର ପ୍ରଭାବ ଜିଡିପି ଉପରେ ଦେଖାଯାଇଛି। ହେଲେ ବ୍ୟାଙ୍କ ଅଫ୍ ଇସ୍ରାଏଲ୍ ଦ୍ୱାରା ପ୍ରକାଶିତ ବୈଦେଶିକ ମୁଦ୍ରା ସଂରକ୍ଷଣର ପରିସଂଖ୍ୟାନରେ ଯୁଦ୍ଧ ସତ୍ତ୍ୱେ ଦେଶରରେ ଏକ ବୃଦ୍ଧି ହୋଇଥିବାର ରେକର୍ଡ କରାଯାଇଛି।

ପଢନ୍ତୁ ପୁରା ଖବର

 

18:45 PM

Odisha News Live: ୧୫୬ ଗରିବ ମହିଳାଙ୍କ ବିବାହ କରାଇଲେ ବାଗେଶ୍ଵର ବାବା
୧୫୬ଗରିବ ମହିଳାଙ୍କ ବିବାହ କରାଇଲେ ବାଗେଶ୍ଵର ବାବା | ଉପହାରରେ ଦେଲେ ବାଇକ | ଗରିବ ପରିବାରର ୧୫୬ଜଣ ମହିଳାଙ୍କ ବିବାହ ଶୁକ୍ରବାର ଦିନ ଛତରପୁର ଜିଲ୍ଲାର ବାଗେଶ୍ୱର ଧାମରେ ​​ଶେଷ ହୋଇଥିଲା। ପୀଠାଧିଶ୍ୱର ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଯେତେବେଳେ ବିବାହ ଶେଷ ହୋଇ ବିଦାୟ ସମୟ ଆସିଲା, ସେତେବେଳେ ନବବିବାହିତାମାନେ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ଧରି କାନ୍ଦିବାକୁ ଲାଗିଥିଲେ। ବଡ଼ ଭାଇଙ୍କ ପରି ବାଗେଶ୍ଵର ବାବା ମଧ୍ୟ ବରକନ୍ୟାମାନଙ୍କୁ ଆଶୀର୍ବାଦ ଦେଇଥିବା ଦେଖାଯାଇଥିଲା।

18:30 PM

Odisha News Live: ଆନ୍ଧ୍ରପ୍ରଦେଶରେ ଟିଡିପି, ଜନସେନା ପାର୍ଟି ସହ ମେଣ୍ଟ ଘୋଷଣା କଲା ବିଜେପି
ଆସନ୍ତା ଲୋକସଭା ନିର୍ବାଚନ ୨୦୨୪ରେ ୪୦୦ ଆସନ ଜିତିବାର ଲକ୍ଷ୍ୟ ହାସଲ ପାଇଁ ଏନଡିଏକୁ ବିସ୍ତାର କରିବାକୁ ଚେଷ୍ଟା କରୁଥିବା ବିଜେପି ଆନ୍ଧ୍ରପ୍ରଦେଶରେ ତେଲୁଗୁ ଦେଶମ ପାର୍ଟି ଏବଂ ଜନସେନା ପାର୍ଟି ସହ ମେଣ୍ଟ ଚୂଡ଼ାନ୍ତ କରିଛି। ଏହାକୁ ନେଇ ଅନେକ ଦିନ ଧରି ଏହି ୩ଟି ଦଳ ମଧ୍ୟରେ ଆଲୋଚନା ଚାଲିଥିଲା।

18:15 PM

Odisha News Live: ନିର୍ବାଚନ ପୂର୍ବରୁ ଛପାଯିବ ‘ଛବିଳ ମଧୁ ବର୍ଣ୍ଣବୋଧ’
ସ୍କୁଲ ଛାତ୍ରଛାତ୍ରୀ ପୁଣି ‘ଛବିଳ ବର୍ଣ୍ଣବୋଧ’ ପଢ଼ିବେ । ପୁଣି ଥରେ ପ୍ରକାଶ ପାଇବ ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ ଛବିଳ ‘ବର୍ଣ୍ଣବୋଧ’ । ଭାଷା ସମୃଦ୍ଧ କ୍ଷେତ୍ରରେ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଥିବାବେଳେ, ଏହାର ପୁନଃ ମୁଦ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଥିବା ଜଣାପଡ଼ିଛି । ନିର୍ବାଚନ ପୂର୍ବରୁ ଏହା ଛପା ହେବା ଓ ନିର୍ବାଚନ ପରେ ଏହାର ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 

18:00 PM

Odisha News Live: କ୍ଷମା ମାଗିଲେ ଏଲଭିସ
କ୍ଷମା ମାଗିଲେ ଏଲଭିଶ ଯାଦବ। ୟ୍ୟୁଟୁବର ସାଗର ଠାକୁରଙ୍କୁ ଆକ୍ରମଣ ମାମଲାରେ କ୍ଷମା ମାଗିଛନ୍ତି ଏଲଭିଶ ଯାଦବ। ଏଲଭିଶ ଯାଦବ ଏକ ଲମ୍ବା ଭିଡ଼ିଓ ଜାରି କରି କହିଛନ୍ତି କି ସାଗର ଠାକୁରଙ୍କୁ ଜୀବନ୍ତ ଜଳାଇବାର ଧମକ ଦେଇଥିବା ନେଇ ଗୁରୁତର ଅଭିଯୋଗ ଆଣିଥିଲେ। ଏହା ସହିତ ସେ ଉକ୍ତ ଭିଡ଼ିଓରେ ମାରପିଟ କରିଥିବା ନେଇ ସେ କହିଥିଲେ। 

 

17:45 PM

Odisha News Live: ୭୦ ହଜାର ଛୁଇଁପାରେ ସୁନା !
ଚଳିତ ମାସରେ ସୁନା ଦରରେ କ୍ରମାଗତ ବୃଦ୍ଧି ଦେଖିବାକୁ ମିଳୁଛି । ସୁନା ଦର ପ୍ରତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି । ଶୁକ୍ରବାର ଲଗାତାର ସପ୍ତମ ଦିନ ପାଇଁ ସୁନା ଦରରେ ବୃଦ୍ଧି ଦେଖିବାକୁ ମିଳିଛି । ଭାରତରେ ସୁନା ଦର ୧୦ ଗ୍ରାମ ପିଛା ୬୬,୦୦୦ ସ୍ତର ଅତିକ୍ରମ କରିଛି । ଡଲାର ଦୁର୍ବଳ ହେବା ଏବଂ ଫେଡ୍ ରିଜର୍ଭର ସୁଧ ହାର ହ୍ରାସ ଆଶା ଯୋଗୁଁ ସୁନା ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳୁଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

17:30 PM

Odisha News Live: ସମଗ୍ର ଦେଶ କହୁଛି ମୁଁ ମୋଦୀଙ୍କ ପରିବାର: ପ୍ରଧାନମନ୍ତ୍ରୀ 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପୂର୍ବ ଭାରତରେ ପ୍ରାୟ ୫୫ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିଛନ୍ତି। ମୋଦୀ ମଣିପୁର, ମେଘାଳୟ, ନାଗାଲାଣ୍ଡ, ସିକିମ, ତ୍ରିପୁରା ଓ ଅରୁଣାଚଳ ପ୍ରଦେଶରେ ପାଖାପାଖି ୫୫,୬୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ଲୋକାର୍ପଣ ଓ ଶିଳାନ୍ୟାସ ମଧ୍ୟ କରିଥିଲେ। ମୋଦୀ ଜୋରହାଟରେ ଆୟୋଜିତ ଏହି ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାବେଳେ କହିଛନ୍ତି ଯେ ମୋଦୀଙ୍କୁ ଦେଶରୁ ଏତେ ଭଲ ପାଇବା ମିଳୁଛି କାରଣ ମୋଦୀ କେବଳ ୧୪୦ କୋଟି ଦେଶବାସୀଙ୍କୁ ତାଙ୍କ ପରିବାର ଭାବରେ ବିବେଚନା କରୁନାହାଁନ୍ତି ବରଂ ଦିନରାତି ସେମାନଙ୍କ ସେବା କରୁଛନ୍ତି।

17:15 PM

Odisha News Live: ହଷ୍ଟେଲ ଖାଦ୍ୟ ଖାଇ ୧୦୦ ଛାତ୍ର ଅସୁସ୍ଥ
ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାର ଏକ ହଷ୍ଟେଲରେ ଖାଦ୍ୟ ଖାଇ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ସମସ୍ତ ଛାତ୍ରଙ୍କୁ ଗ୍ରେଟର ନୋଏଡାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନେକ ଛାତ୍ରଙ୍କୁ ପ୍ରାଥମିକ ଚିକିତ୍ସା ପରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଡାକ୍ତରଙ୍କ କହିବା ଅନୁସାରେ, ଛାତ୍ରମାନେ ଫୁଡ୍ ପଏଜନିଂ( ଖାଦ୍ୟ ବିଷାକ୍ତୀକରଣ)ରେ ପୀଡ଼ିତ ହୋଇଛନ୍ତି। ଅନ୍ୟପକ୍ଷରେ ୟୁପି ଗୃହ ବିଭାଗ ଏହି ମାମଲାକୁ ଗୁରୁତର ସହ ନେଇ ରିପୋର୍ଟ ମାଗିଛି।

17:15 PM

ଆସନ ବୁଝାମଣା ନେଇ ଟିଡ଼ିପି-ଜେଏସପି ସହ ବିଜେପି ପକ୍ଷରୁ କଥାବାର୍ତ୍ତା ଜାରି
ପୁଣି ଥରେ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟକୁ ଫେରିପାରେ ତେଲୁଗୁ ଦେଶମ ପାର୍ଟି (ଟିଡିପି)। ଯଦିଓ ଜନସେନା ପାର୍ଟି (ଜେଏସପି) ଏନଡିଏ ମେଣ୍ଟଗେ ସାମିଲ ରହିଛି। ଚଳିତ ବର୍ଷ ଆନ୍ଧ୍ର ପ୍ରଦେଶରେ ଅନୁଷ୍ଠିତ ହେଉଥିବା ଅନୁଷ୍ଠିତ ହେଉଥିବା ଉଭୟ ଲୋକସଭା-ବିଧାନସଭା ନିର୍ବାଚନ ପାଇଁ ୩ ଦଳ ମଧ୍ୟରେ କଥାବାର୍ତ୍ତା ଜାରି ରହିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ୨୦୨୪ ନିର୍ବାଚନ ପାଇଁ ବିଜେପି-ଟିଡିପି-ଜେଏସପି ମଧ୍ୟରେ ମେଣ୍ଟ ହୋଇପାରେ।

ପଢନ୍ତୁ ପୁରା ଖବର

 

17:00 PM

ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ଦୂରଦର୍ଶନ କେନ୍ଦ୍ର ପକ୍ଷରୁ ଦରଖାସ୍ତ ଆହ୍ୱାନ
ଭୁବନେଶ୍ୱର ସ୍ଥିତ ଦୂରଦର୍ଶନ କେନ୍ଦ୍ର ସମେତ ଦେଶର ବିଭିନ୍ନ ରାଜ୍ୟରେ ଅବସ୍ଥିତ ଥିବା ୧୭ କେନ୍ଦ୍ରର ସମାଚାର ପ୍ରଭାଗରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏନେଇ ଆଶାୟୀ ପ୍ରାର୍ଥୀ ଦୂରଦର୍ଶନ କେନ୍ଦ୍ର ୱେବସାଇଟ ପରିଦର୍ଶନ କରି ନିଯୁକ୍ତି ସମ୍ପର୍କୀତ ସବିଶେଷ ତଥ୍ୟ ଦେଖିପାରିବା ସହ ଆବେଦନ କରିପାରିବେ। 

ପଢନ୍ତୁ ପୁରା ଖବର

 

16:45 PM

Odisha News Live: IND vs ENG: ୧୧୨ ବର୍ଷ ପରେ ଇତିହାସ ରଚିଲା ଭାରତ
ଘରୋଇ ମାଟିରେ ଇତିହାସ ରଚିଛି ଭାରତ। ଧର୍ମଶାଳା ଟେଷ୍ଟରେ ଭ୍ରମଣକାରୀ ଇଂଲଣ୍ଡକୁ ଗୋଟିଏ ଇନିଂସ ଓ ୬୪ ରନରେ ପରାସ୍ତ କରିଛି ଭାରତ। ରୋହିତ ଶର୍ମା ଓ ଶୁବମନ ଗିଲଙ୍କ ଶତକୀୟ ଇନିଂସ ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ଘାତକ ବୋଲିଂରେ ଭାରତ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ସହିତ ସିରିଜକୁ ୪-୧ ବ୍ୟବଧାନରେ ବିଜୟ ହାସଲ କରିନେଇଛି। 

16:31 PM

Odisha News Live: ଲୋକସଭା ନିର୍ବାଚନ ଲଢ଼ିବେନି କମଲ ହାସନ
ଅଭିନେତା ତଥା ମକ୍କଲ ନିଧି ମାଇମ ପାର୍ଟି(ଏମଏନଏମ) ପ୍ରମୁଖ କମଲ ହାସନ ୨୦୨୪ ଲୋକସଭା ନିର୍ବାଚନ ନ ଲଢ଼ିବାକୁ ଘୋଷଣା କରିଛନ୍ତି। ସେ ଶନିବାର କହିଛନ୍ତି ମୁଁ ନିର୍ବାଚନ ଲଢ଼ିବି ନାହିଁ। କିନ୍ତୁ ଦ୍ରାବିଡ ମୁନିତ୍ର କଡ଼ଗମ(ଡିଏମକେ) ପାଇଁ ଲୋକସଭା ନିର୍ବାଚନରେ ପ୍ରଚାର କରିବି। ତାମିଲନାଡୁର ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଏହା ବଦଳରେ କମଲ ହାସନଙ୍କଦଳକୁ ରାଜ୍ୟସଭାରେ ଗୋଟିଏ ଆସନ ପ୍ରଦାନ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରାଯାଇଛି।

16:00 PM

Top 10 News Today:

ଅପରାହ୍ନର ୧୦ଟି ବଡ଼ ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ...

15:30 PM

ଡ୍ରଗ୍ସ ରାକେଟ୍‌ ମାମଲାରେ ଫିଲ୍ମ ପ୍ରଯୋଜକ ଗିରଫ: ଡ୍ରଗ୍ସ କାରବାର ମାମଲାରେ ଫିଲ୍ମ ନିର୍ମାତା ଜାଫର ସାଦିକଙ୍କୁ ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ପ୍ରାୟ ୨ ହଜାର କୋଟି ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ଡ୍ରଗ୍ସ ଚାଲାଣ କରୁଥିବା ଅଭିଯୋଗ ପରେ ୪ ମାସ ହେବ ଏନ୍‌ସିବି ତାଙ୍କୁ ଖୋଜୁଥିଲା । ଫିଲ୍ମ ନିର୍ମାତାଙ୍କ ବ୍ୟତୀତ ଆହୁରି ୨ ଜଣଙ୍କୁ ଦିଲ୍ଲୀରୁ ଗିରଫ କରିବାରେ ସକ୍ଷମ ହୋଇଛି ଏନସିବି ।

14:30 PM

ମୟୂରଭଞ୍ଜରେ ଚର୍ଚ୍ଚା, ଏକାଥରେ ଅସୁସ୍ଥ ହେଲେ ୨୪୦ ଶିକ୍ଷକ !

ମୟୂରଭଞ୍ଜ: ଏକାଥରେ ଅସୁସ୍ଥ ହୋଇପଡିଛନ୍ତି ଜିଲ୍ଲାର ୨୪୦ ଜଣ ଶିକ୍ଷକ । ବିଭିନ୍ନ ଶିକ୍ଷକଙ୍କୁ ହୋଇଛି ବିଭିନ୍ନ ପ୍ରକାରର ରୋଗ । ରୋଗରେ ଆକ୍ରାନ୍ତ କାରଣରୁ ସେମାନେ ନିଜ ଘର ପାଖ ସ୍କୁଲ୍ ତଥା ପାଖ ସ୍କୁଲକୁ ବଦଳି କରିବା ପାଇଁ ଶିକ୍ଷା ବିଭାଗକୁ ଆବେଦନ କରିଛନ୍ତି । ଶିକ୍ଷା ବିଭାଗ ପାଖରେ ବର୍ତ୍ତମାନ ଶତାଧିକ ବଦଳି ଆବେଦନ ପତ୍ର ପଡିଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ...

13:45 PM

Crime News: ଯାଜପୁର ଯମଧର ରାସ୍ତାରେ ଚାଞ୍ଚଲ୍ୟ, ବୃଦ୍ଧଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ

Crime News: ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହାଣିଛି ଦୁର୍ବୁତ୍ତ । ଫଳରେ ବୃଦ୍ଧ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ବ୍ୟକ୍ତିଙ୍କ ନାମ କାଳନ୍ଦୀ ମଲ୍ଲିକ ବୋଲି ଜଣାପଡିଛି । ଯାଜପୁର ଜିଲ୍ଲା ସଦରଥାନା ନିକଟ ଯମଧର ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ...

13:00 PM

ଖୋଲିଲା ବିଶ୍ୱର ସବୁଠୁ ଲମ୍ବା ଟନେଲ, ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

Worlds longest bi lane tunnel: ଅରୁଣାଚଳ ପ୍ରଦେଶର ଇଟ୍ଟାନଗରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବିଶ୍ୱର ସବୁଠୁ ବଡ଼ ବାଇ-ଲେନ୍‌ 'ସେଲା ଟନେଲ' ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉଦଘାଟନ ପରେ ସର୍ବସାଧାରଣଙ୍କ ପାଇଁ ଟନେଲ୍ ଟି ଖୋଲିଛି । ଅଧିକ ପଢ଼ନ୍ତୁ...

12:15 PM

Fire Case: ଜଳୁଛି ମଧ୍ୟପ୍ରଦେଶ ମନ୍ତ୍ରାଳୟ ଭବନ, ନିଆଁ ଲିଭାଇବାକୁ ଉଦ୍ୟମ ଜାରି

Fire Case: ମଧ୍ୟପ୍ରଦେଶ ତଥା ଭୋପାଳରେ ଥିବା ମନ୍ତ୍ରାଳୟ ଭବନର ୪ ନମ୍ୱର ଫ୍ଲୋର୍ ରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ନିଆଁରେ କୌଣସି ବ୍ୟକ୍ତି ମୃତାହତ ହୋଇନଥିବାବେଳେ ଆସବାବପତ୍ର ପୋଡିଯାଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ...

11:45 AM

ପୁଣି ସକ୍ରିୟ ନକ୍ସଲ, ପୋଲିସ ଇନଫର୍ମର ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା !

Naxal Attack: ବିଳମ୍ୱିତ ରାତିରେ ନକ୍ସଲ ଘଟାଇଛନ୍ତି ବର୍ବର କାଣ୍ଡ । କିଛି ନକ୍ସଲ ଦମ୍ପତ୍ତିଙ୍କୁ ଘରୁ ଉଠାଇ ନେଇ ହତ୍ୟା କରିଥିବା ସୂଚନା ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ ନକ୍ସଲମାନେ ଦମ୍ପତ୍ତିଙ୍କୁ ହତ୍ୟା କରିଥିବା କୁହାଯାଉଛି । ଘଟଣାଟି କନ୍ଧମାଳ ଗୋଛାପଡା ନିକଟ ଗିଡାପଦର ଗାଁରେ ଘଟିଛି । ଗାଁରେ ରହୁଥିବା ଡାହିରା କହଁର ଏବଂ ବତସୀ କହଁରଙ୍କୁ ନକ୍ସଲ ଆକ୍ରମଣର ଶିକାର ହୋଇଛନ୍ତି । ଅଧିକ ପଢ଼ନ୍ତୁ...

11:15 AM

Govt Plan: ସରକାରଙ୍କ ପିଆଜ ଚିନ୍ତା, ଷ୍ଟକ୍ ରହିବ ଏତିକି ଟନ୍ !

Onion Price: ଚଳିତ ମାସ ଶେଷରେ ପିଆଜ ରପ୍ତାନି ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ନିଷ୍ପତ୍ତି ନିଆଯାଇପାରେ । ଏହି ପ୍ରତିବନ୍ଧକ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରହିଛି । ୨୦୨୩-୨୪ ଆର୍ଥିକ ବର୍ଷରେ ପିଆଜ ଉତ୍ପାଦନ ହ୍ରାସ ହୋଇଥିବା ଆକଳନ ମଧ୍ୟରେ ବର୍ତ୍ତମାନ ସରକାର ପିଆଜ ଷ୍ଟକ୍ କରି ରଖିବାକୁ ଯୋଜନା କରିଛନ୍ତି । ଅଧିକ ପଢ଼ନ୍ତୁ...

10:34 AM

Ratnabhandar: ଚାରି ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ରତ୍ନଭଣ୍ଡାର ଇନଭେଣ୍ଟ୍ରୀ କମିଟି ଅଧ୍ଯକ୍ଷ ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟ। ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ପୁରୀରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ଯକ୍ରମ ରହିଛି। ତାପରେ ଅପରାହ୍ନ ୨ଟା ସମୟରେ ପୁରୀ ଶ୍ରୀମନ୍ଦିର ସମ୍ମିଳନୀ କକ୍ଷରେ ବସିବ ରତ୍ନଭଣ୍ଡାର ତଦାରଖ କମିଟି ବୈଠକ । ବୈଠକରେ ଅଧ୍ୟକ୍ଷତା କରିବେ ଜଷ୍ଟିସ ଅରିଜିତ ପଶାୟତ । ଏହି ବୈଠକରେ ରତ୍ନ ଭଣ୍ଡାର ତଦାରଖ ପାଇଁ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହେବ।ରାଜ୍ୟ ସରକାରଙ୍କ ତରଫରୁ ଏହି କମିଟିର ଅଧ୍ୟକ୍ଷ ଭାବରେ ଅରିଜିତ ପଶାୟତଙ୍କ ନାମ ଘୋଷଣା କରାଯାଇଥିଲା। ଗତକାଲି ଠାରୁ ଶ୍ରୀଯୁକ୍ତ ପଶାୟତ ଭୁବନେଶ୍ୱର ପହଞ୍ଚି ସାରିଛନ୍ତି।

10:20 AM

Road Accident: ଜାଗର ମେଳା ଦେଖିବାକୁ ଗଲା ବେଳେ ଘଟିଲା ଅଘଟଣ। ଏହି ଦୁର୍ଘଟଣାରେ ଚାଲିଗଲା ୪ ଜୀବନ । ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଏକା ସାଙ୍ଗରେ ତିନୋଟି ବାଇକ୍ ପିଟି ହେବାରୁ ଦୁର୍ଘଟଣା ଘଟିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି। ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ୍ ସଞ୍ଜୁ ଜିଲ୍ଲାର  (Alluri Sitharama Raju district)ର ଆରାକୁ ମଣ୍ତଳ (Araku mandal)ନିକଟରେ ଏହି ଦୁର୍ଘଟଣା ଘଟିଛି।

10:11 AM

Elvish yadav: ପୁଣିଥରେ ବିବାଦରେ ସୋସିଆଲ୍ ମିଡିଆ ଷ୍ଟାର ତଥା ବିଗ୍ ବସ୍ ବିଜେତା ଏଲଭିସ୍ ଯାଦବ । ଏଥର ଜଣେ ୟୁଟ୍ୟୁବର(Youtuber)ଙ୍କୁ ମାଡ ମାରିବା ଏବଂ ଜୀବନରୁ ମାରିଦେବାକୁ ଧମକ ଦେଇ ଅଡୁଆରେ ପଡିଛନ୍ତି ଏଲଭିସ୍ ଯାଦବ । ଏଲଭିସ୍ ମାଡ ମାରିବା ବେଳର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଏହାପରେ ତୁରନ୍ତ ତାଙ୍କୁ ଗିରଫ କରିବାକୁ ଦାବି ହେଉଛି ।

09:53 AM

ଓଡ଼ିଶାରେ ଆଜି ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୩.୦୫ ରହିଛି ଯାହାକି ଗତ କାଲି ଅପେକ୍ଷା ୪ ପଇସା ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। ସେହିପରି ଡିଜେଲ(୧ ଲିଟର)୯୪.୬୨ ରହିଛି।ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ମୂଲ୍ୟ(୧ ଲିଟର) ୯୬.୭୨ ରହିଥିବା ବେଳେ ଡିଜେଲ(୧ ଲିଟର) ୮୯.୬୨ ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୬.୩୧ ରହିଥିବା ବେଳେ ଡିଜେଲ(୧ ଲିଟର) ୯୪.୨୭ ରହିଛି।ସେପଟେ  ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୨.୬୩ ରହିଥିବା ବେଳେ ଡିଜେଲ(୧ ଲିଟର) ୯୪.୨୪ ରହିଛି। କୋଲକାତାରେ ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୬.୦୩ ରହିଥିବା ବେଳେ ଡିଜେଲ(୧ ଲିଟର) ୯୨.୭୬ ରହିଛି।

09:39 AM

ହାତୀ ପିଠିରେ ବସି ବୁଲିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସାମ(Assam)ର କାଜିରଙ୍ଗା ପାର୍କକୁ ପରିଦର୍ଶନ ପାଇଁ ଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ହାତୀ ପିଠିରେ ବସି ବୁଲିଛନ୍ତି । ଆସାମକୁ ଏବେ ଦୁଇ ଦିନିଆ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ । ଆଜି ସକାଳୁ ସକାଳୁ ମୋଦୀ କାଜିରଙ୍ଗା ନ୍ୟାସନାଲ ପାର୍କ ଆଣ୍ଡ ଟାଇଗର ରିଜର୍ଭରେ ପହଞ୍ଚିଥିଲେ । କାଜିରଙ୍ଗାକୁ ମୋଦୀଙ୍କ ଏହା ପ୍ରଥମ ଗସ୍ତ ।

09:06 AM

ଶ୍ରୀମନ୍ଦିରରୁ ପୁଣି ଖସିଲା ପଥର। ବଡଦେଉଳରୁ ଖସିଲା ପଥର। ବଡଦେଉର ଦକ୍ଷିଣ ପଶ୍ଚିମ ପାର୍ଶ୍ୱରେ ଥିବା ବରାହ ମନ୍ଦିର ନିକଟରୁ ପଥର ଖସିଥିବା ଜଣାପଡିଛି। ଆଜି ଭୋରରୁ ପଥର ଖସିଥିବା ଜଣାପଡିବା ପରେ ପଥରକୁ ସଂଗ୍ରହ କରାଯାଇ ଗାରଦକୁ ହସ୍ତାନ୍ତର କରାଯାଇଛି। ତେବେ ଏହି ପଥରଖଣ୍ଡର ଓଜନ ପ୍ରାୟ ଏକ କିଲୋରୁ ଦୁଇ କିଲୋ ହେବ ବୋଲି ଅନୁମାନ କରାଯାଉଛି। ଖସିଥିବା ପଥରର ଓସାର ପ୍ରାୟ ୫ ଇଞ୍ଚ ଏବଂ ଲମ୍ବ ୧୦ ଇଞ୍ଚ ହେବ ବୋଲି କୁହାଯାଉଛି। ତେବେ ପଥର ଖସିଥିବା ବେଳେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି।

08:54 AM

ଏଣିକି ଯାତ୍ରା ହେବ ଆହୁରି ସହଜ।  କାହିଁକିନା ଆଜିଠୁ ଆଉ ଦୁଇ ଜିଲ୍ଲାରେ ଗଡ଼ିବ 'ମୋ ବସ୍' (Mo Bus)। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  (Cm Naveen Patnaik)ସମ୍ବଲପୁର୍ ଜିଲ୍ଲାରେ ମୋ ବସ୍ ସେବାର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ବେଳେ  'ମୋ ବସ୍' ଗୁଡି଼କ ସମ୍ବଲପୁରରେ ପହଞ୍ଚି ସାରିଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ସହରରେ 'ମୋ ବସ୍' ର ଟ୍ରାଏଲ ରନ ମଧ୍ୟ ଶେଷ ହୋଇଛି।

08:34 AM

Sambalpuri Danuyatra: ଗୋପପୁରରେ ନନ୍ଦୋତ୍ସବ,ପୁତନା ବଧ,ମଥୁରା ନଗରୀରେ କଂସଙ୍କ ମନ୍ତ୍ରଣା, କୃଷ୍ଣ ବଳରାମଙ୍କ ଗୋପପୁର ଭ୍ରମଣ|ଦିନ ଯେତିକି ଗଡୁଛି ସେହି ପରିମାଣରେ ସମ୍ବଲପୁରୀ ଧନୁଯାତ୍ରା ପାଇଁ ଲୋକଙ୍କ ମଧ୍ୟରେ ସେତିକି ଉତ୍ସାହ ବଢ଼ୁଛି। ଏବେ ସମ୍ବଲପୁରୀ ଧନୁଯାତ୍ରା ର ତୃତୀୟ ଦିନରେ ଗୋପପୁର (ଚାଉଁରପୁର) ଉତ୍ସବ ମୁଖର ହୋଇ ଉଠିଥିଲା । ୧୦ ଟାରୁ ଆରମ୍ଭ ହୋଇଥିବା ଗୋପପୁରରେ ନନ୍ଦୋତ୍ସବ ପାଳନ ହେବା ସହ ପୁତନା ବଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଳାକାର ମାନଙ୍କ ଦ୍ୱାରା ଅଭିନୀତ ନାଟ୍ୟ ଅଭିନୟ ଖୁବ୍ ଚିତ୍ତାକର୍ଷକ ହୋଇଥିଲା। ସଂକିର୍ତ୍ତନ ସହ ହଜାର ହଜାର ଦର୍ଶକଙ୍କ ଗହଣରେ ଗୋପପୁର ଲୋକାରଣ୍ୟ ରେ ପରିଣତ ହୋଇଥିଲା। ଅପରାହ୍ନରେ କୃଷ୍ଣ ବଳରାମ ଗୋପପୁରରୁ ପରିଦର୍ଶନରେ ବାହାରି ଟିହିକି ପାଲି,ବଗବିରା,ସେହ୍ନାପାଲି,ସାହାଜ ବାହାଲ,ବ୍ରହ୍ମପୁରା,ଝାରମୁଣ୍ଡା,ବଡସିଂହାରି ପ୍ରଭୃତି ଗ୍ରାମ ପରିଦର୍ଶନ କରି ଗୋପପୁର ଫେରି ଥିଲେ।

08:19 AM

ପବିତ୍ର ମହାଶିବରାତ୍ରି ରେ ପୁରୀର ଶ୍ରୀଲୋକନାଥଙ୍କ ପୀଠରେ ଭୋର ୪ଟାରେ ଉଠିଲା ମହାଦୀପ । ତେବେ ଶ୍ରୀଲୋକନାଥ ଦେବଙ୍କ ରୀତି, ନୀତି, ହରିହର ଭେଟ, ମହାଦୀପ ତଥା ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ନୀତି କାନ୍ତି ସୁରୁଖୁରୁରେ ହୋଇଛି। ତେବେ ନୀତି ନୀର୍ଘଣ୍ଟ ଅନୁଯାୟୀ ରାତି ୧୨ଟା ରୁ ଦ୍ବାରଫିଟା ନୀତି ପରେ ମଙ୍ଗଳା ଆଳତୀ, ମଇଲମ ପରେ ରାତ୍ର ୨ଟାରୁ ସର୍ବସାଧାରଣ ଦର୍ଶନ,ପରେ ଅବକାଶ, ସୂର୍ଯ୍ୟପୂଜା ଅନୁଷ୍ଠିତ ହୋଇ ସକାଳ ଧୂପ ଓ ମଧ୍ୟାହ୍ନ ଧୂପ ଅନୁଷ୍ଠିତ ହୋଇଥିଲା। ତେବେ ରାତି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ଚାଲିଥିଲା ।ଆଉ ରାତି ୧୦ଟା ରୁ ୨ଟା ପର୍ଯ୍ୟନ୍ତ ବିଭିନ୍ନ ନୀତି, ରାତି ୩ଟା ରୁ ହରିହର ପୂଜା, ଭୋଗ ସମ୍ପନ୍ନ, ବଡ଼ସିଂହାର ବେଶ ସହ ମହାଦୀପ ଉଠିଥିଲା।ପ୍ରାୟ ୩ଲକ୍ଷ ଭକ୍ତଙ୍କ ସମାଗମ ହୋଇଥବା ବେଳେ ଜିଲ୍ଲା, ପୋଲିସ ଓ ଲୋକନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଓ ଜାଗର ପଦାରେ ଦୀପ ଜାଳିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

08:02 AM

Weather Update: ରାଜ୍ୟରେ ଏବେ ଗୁରୁଚାପ ବଳୟ ସକ୍ରିୟ ରହିଛି।  ଯାହାର ପ୍ରଭାବରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରିବା ସହ  ବର୍ଷା ରେକର୍ଡ଼ ହୋଇଛି। ୧୦ ତାରିଖ ଯାଏଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ୧୧ରୁ ରାଜ୍ୟରେ ତାତି ବଢିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର(Bhubaneswar Meteorological Centre)ପୂର୍ବାନୁମାନ କରିଛି। ଆସନ୍ତା ୪୮ ଘଣ୍ଟା ରାଜ୍ୟରେ ଉଭୟ ଦିନ ଓ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ।  ପର ଦିନ ଓ ରାତିର ତାପମାତ୍ରା ୪ରୁ ୬ ଡିଗ୍ରୀ ଯାଏଁ ତାପମାତ୍ରା ବଢିବାର ସମ୍ଭାବନା ରହିଛି । ୧୧ତାରିଖରୁ ପରବର୍ତ୍ତୂ ୩ ଦିନ ମଧ୍ୟରେ ଅନେକ ସ୍ଥାନରେ ଦିନର ତାପମାତ୍ରା ବୃଦ୍ଧି ପାଇଁ ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। 

 

07:48 AM

ଦିଲ୍ଲୀରେ ଆଜି କଂଗ୍ରେସ(Congress) ସ୍କ୍ରିନିଂ କମିଟିର ବୈଠକ। ବୈଠକରେ ସାମିଲ ହେବା ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ(Sarat Pattnaik) ଦିଲ୍ଲୀ ଗସ୍ତ କରିଛନ୍ତି । ପିସିସି ସଭାପତିଙ୍କ ସମେତ କଂଗ୍ରେସ ପ୍ରଭାରୀ ଅଜୟ କୁମାର ବୈଠକରେ ସାମିଲ ହେବେ । କଂଗ୍ରେସ(Congress)ର ପ୍ରଥମ ପ୍ରାର୍ଥୀ ତାଲିକାରୁ ଓଡିଶା ବାଦ୍ ପଡିଛି । ଆଜିର ବୈଠକରେ ଓଡିଶା ପାଇଁ ପ୍ରାର୍ଥୀ ତାଲିକା ଉପରେ ନିଷ୍ପତି ନିଆଯିବ । ତେଣୁ ଟିକେଟ ଆଶାୟୀ ପ୍ରାର୍ଥୀଙ୍କ ଭାଗ୍ୟ ଆଜି ଦିଲ୍ଲୀ(Delhi)ରେ ଲେଖାଯିବ ବୋଲି କୁହାଯାଉଛି । କି

07:31 AM

Actress Death: ପରଲୋକରେ ଅଭିନେତ୍ରୀ ଡଲି ସୋହି। ‘ଝନକ୍’ ଏବଂ ‘ଭାବି’ରେ ଅଭିନୟ କରି ଜଣାଶୁଣା ଅଭିନେତ୍ରୀ ଡଲି ସୋହି ୮ ତାରିଖରେ ପ୍ରାଣ ତ୍ୟାଗ କରିଛନ୍ତି । ଶୁକ୍ରବାର ସକାଳେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଥିବା ଖବର ସାମ୍ନାକୁ ଆସିଛି। ୪୭ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି ଡଲି। ଡଲି ସୋହି(Dolly Sohi) ସୋହିଙ୍କ ମୃତ୍ୟୁର ଖବର ଭାଇ ମନପ୍ରୀତ୍ ଏହି ସୂଚନା ସୋସିଆଲ ମିଡିଆରେ ଦେଇଛନ୍ତି । ଅଭିନେତ୍ରୀ ୬ ମାସ ତଳେ ସର୍ଭାଇକାଲ କ୍ୟାନସର୍‌(Cervical cancer)ରେ ପୀଡ଼ିତ ଥିବା ଜଣାପଡ଼ିଥିଲା ଏବଂ ସେବେଠାରୁ ତାଙ୍କର ଚିକିତ୍ସା ହେଉଥିଲେ।

07:08 AM

Vande Bharat Express: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଓଡି଼ଶାରେ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ (Vande Bharat Express)। ଆସନ୍ତା ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ( pm narendra modi) ଭିଡିଓ କନଫରେସିଂ ଯୋଗେ ଭୁବନେଶ୍ବର-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସର (Bhubaneswar To Vishakapatnam Vande Bharat Express) ଶୁଭାରମ୍ଭ କରିବେ ବୋଲି ସୂଚନା ମିଳିଛି। ତେବେ, ଏହା ପୂର୍ବରୁ ଶୁକ୍ରବାର ଦିନ ଭୁବନେଶ୍ବର-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସର ପରୀକ୍ଷାମୂଳକ ଚଳାଚଳ କରାଯାଇଥିଲା।  ସକାଳ ସାଢେ ୫ଟା ରେ ଏହା ଭୁବନେଶ୍ବରରୁ ଯାତ୍ରା ଆରମ୍ଭ କରି ନିର୍ଦ୍ଧାରିତ ସମୟ ଭିତରେ ବିଶାଖାପଟଣାରେ ପହଂଚିଥିଲା । ଏବଂ ନିର୍ଦ୍ଦାରିତ ସମୟ ଭିତରେ ଆସି ଭୁବନେଶ୍ବରରେ ପହଂଚିଥିଲା। ​