Road Accident: ଛାତିଥରା ଦୁର୍ଘଟଣା, ଗୋଟିଏ ପରିବାରର ଚାଲିଗଲା ୪ ଜୀବନ
Advertisement
Article Detail0/zeeodisha/odisha2183720

Road Accident: ଛାତିଥରା ଦୁର୍ଘଟଣା, ଗୋଟିଏ ପରିବାରର ଚାଲିଗଲା ୪ ଜୀବନ

Road Accident: ଏମିତି ବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି । ଚାହୁଁଚାହୁଁ ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ । ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ରହିଛନ୍ତି । ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି।  ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତକୁ ଉଦ୍ଧାର କରି ମେଡିକାଲ ପଠାଇଛି । ମୃତଦେହକୁ ପୋଷ୍ଟମଟମ ପାଇଁ ପଠାଯାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। 

Road Accident: ଛାତିଥରା ଦୁର୍ଘଟଣା, ଗୋଟିଏ ପରିବାରର ଚାଲିଗଲା ୪ ଜୀବନ

Road Accident: ଏମିତି ବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି । ଚାହୁଁଚାହୁଁ ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ । ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ରହିଛନ୍ତି । ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି। ଉତ୍ତର ପ୍ରଦେଶର ମୋରଦାବାଦରେ ଏକ କାରଟି ନିୟନ୍ତ୍ରଣ ହରାଇବାରୁ ରାସ୍ତା କଡକୁ ଓଲଟି ପଡିଥିବାରୁ ଦୁର୍ଘଟଣା ଘଟିଛି । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତକୁ ଉଦ୍ଧାର କରି ମେଡିକାଲ ପଠାଇଛି । ମୃତଦେହକୁ ପୋଷ୍ଟମଟମ ପାଇଁ ପଠାଯାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। 

ALSO READ: Weather Update: ରାଜ୍ୟରେ ବଦଳିବ ପାଣିପାଗ ! ପଶ୍ଚିମା ଝଡ଼ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଡେରାଦୁନର(Dehradun) ଏକ ପରିବାର କୌଣସି ଏକ କାମରେ ଏକ କାର ଯୋଗ ୟୁପିର ମୋରଦାବାଦକୁ ଆସୁଥିଲେ। କାର ମଧ୍ୟରେ ରହିଥିଲେ ଗୋଟିଏ ପରିବାରର ୬ ସଦସ୍ୟ। କିନ୍ତୁ ଗାଡି଼ଟି ଠିକଣା ସ୍ଥାନରେ ପହଞ୍ଚିବା ପୂର୍ବରୁ ଘଟିଯାଇଥିଲା ଅଘଟଣ। ଗାଡି଼ଟି ରସୁଲପୁର କାଣ୍ଟା ଥାନା ଅଞ୍ଚଳରେ ପହଞ୍ଚିବା ବେଳକୁ ଡ୍ରାଇଭରର ଆଖି ଲାଗିଯାଇଥିଲା। ଫଳରେ ଗାଡିଟି ନିୟନ୍ତ୍ରଣ ହରାଇ ରାସ୍ତା କଡ ଏକ ଗାତକୁ ଖସି ପଡିଥିଲା। ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଚିକିତ୍ସା ପାଇଁ ପଠାଇଥିବା ବେଳେ ମୃତଦେହକୁ ପୋଷ୍ଟମଟମ ପାଇଁ ପଠାଯାଇଛି।  ଏବଂ କିଭିଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି। 

ସେହିପରି ଗତ ମଙ୍ଗଳବାର ଦିନ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ରାଜସ୍ଥାନର ଶ୍ରୀଗଙ୍ଗନଗର ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ସାମ୍ନାକୁ ଆସିଛି। ଜିଲ୍ଲାର ଚୁନାୱଡ଼ରେ କାର ଓ ସରକାରୀ ବସ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଆହତ ହୋଇଛନ୍ତି। ସୂଚନା ମୁତାବକ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାକୁ ପଠାଇଥିଲା ଯେଉଁଠାରେ ଆହତମାନେ ଚିକିତ୍ସିତ ହେଉଥିବାବେଳେ ଗୁରୁତର ଆହତ ମହିଳାଙ୍କୁ ଶ୍ରୀଗଙ୍ଗନଗର ପଠାଯାଇଛି। 

ସୂଚନାନୁସାରେ, ପଞ୍ଜାବର ଏନଆରଆଇ ପରିବାରର ପାଞ୍ଚ ଜଣ ବ୍ୟକ୍ତି ଶ୍ରୀଗଙ୍ଗନଗରର ପାଦାମପୁରରେ ଜଣେ ସମ୍ପର୍କୀୟଙ୍କୁ ଭେଟିବା ପାଇଁ କାରରେ ଯାଉଥିଲେ। ଏହି ସମୟରେ ପାଦାମପୁର ରାସ୍ତାର ଚୁନାୱଦ ଭଗବାନ୍ ଗ୍ରାମ ନିକଟରେ ଏକ ଦ୍ରୁତ ଗତିରେ ଆସୁଥିବା ସରକାରୀ ବସ୍ କାରକୁ ଧକ୍କା ଦେଇଥିଲା। ମୁହାଁମୁହିଁ ଧକ୍କା ହେବା ପରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକମାନେ ଏହା ଦେଖି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା।

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଡାକ୍ତରଖାନା ପଠାଯାଇଥିଲା। ଏହି ଦୁର୍ଘଟଣାରେ କାରରେ ଯାତ୍ରା କରୁଥିବା ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସା ସମୟରେ ଅଢେଇ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ପରିବାରର ଜଣେ ମହିଳା ଆହତ ହୋଇଛନ୍ତି। ଆଠ ବସ୍ ଯାତ୍ରୀ ଆହତ ହୋଇଛନ୍ତି। ପୋଲିସ କହିଛି ଯେ ସମସ୍ତ ମୃତ ବ୍ୟକ୍ତି ହେଉଛନ୍ତି ଏନଆରଆଇ, ଯେଉଁମାନେ ହୋଲିରେ ପଞ୍ଜାବକୁ ଆସିଥିଲେ। ମୃତକଙ୍କ ପରିବାର ଲୋକଙ୍କୁ ପୋଲିସ ସୂଚନା ଦେଇଛି। ମୃତକଙ୍କ ଶବବ୍ୟବଛେଦ କରିବା ପରେ କେବଳ ସମ୍ପର୍କୀୟଙ୍କୁ ମୃତଦେହକୁ ହସ୍ତାନ୍ତର କରାଯିବ।