ଭାରତରେ କେତେ ସୁରକ୍ଷିତ ବିମାନ ଯାତ୍ରା? ୧୭ ଦିନରେ ୮ ଥର ଜରୁରୀ ଅବତରଣ, ଏହି ଏୟାରଲାଇନ ଅଧିକ ପ୍ରଭାବିତ
Advertisement
Article Detail0/zeeodisha/odisha1261876

ଭାରତରେ କେତେ ସୁରକ୍ଷିତ ବିମାନ ଯାତ୍ରା? ୧୭ ଦିନରେ ୮ ଥର ଜରୁରୀ ଅବତରଣ, ଏହି ଏୟାରଲାଇନ ଅଧିକ ପ୍ରଭାବିତ

ସ୍ୱଦେଶୀ ବିମାନର ଜରୁରୀକାଳୀନ ଅବତରଣ ଘଟଣା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ପ୍ରଥମେ ଭିସ୍ତାରା ତାପରେ ସ୍ପାଇସଜେଟ୍ ଏବଂ ବର୍ତ୍ତମାନ ଇଣ୍ଡିଗୋ ବିମାନ ଜରୁରୀକାଳୀନ ଅବତରଣ କରିଛି। ଗତ ୧୭ ଦିନ ମଧ୍ୟରେ ବିମାନରେ ବୈଷୟିକ ତ୍ରୁଟିର ଅନେକ ଘଟଣା ସାମ୍ନାକୁ ଆସିଛି।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ବିମାନରେ ତ୍ରୁଟିକୁ ନେଇ ଦେଶର ଏୟାରଲାଇନ୍ସ ଗୁଡିକ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ଗତ ୧୭ ଦିନରେ ବିଭିନ୍ନ ଏୟାରଲାଇନସର ଏକାଧିକ ବିମାନ ୮ ଥର ଜରୁରୀ ଅବତରଣ କରିଛନ୍ତି। ବିଶେଷକରି ସ୍ପାଇସଜେଟ୍ ବିମାନରେ ଅଧିକ ତ୍ରୁଟି ସାମ୍ନାକୁ ଆସୁଛି। କିନ୍ତୁ ବର୍ତ୍ତମାନ ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି ହେତୁ ଶାରଜା ଠାରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ରବିବାର ସକାଳେ କରାଚିରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା। ଗତ ଦୁଇ ସପ୍ତାହ ମଧ୍ୟରେ କରାଚିରେ ଭାରତୀୟ ବିମାନର ଏହା ଦ୍ୱିତୀୟ ଜରୁରୀକାଳୀନ ଅବତରଣ। ତେବେ ଏବେ ପ୍ରଶ୍ନ ଉଠୁଛି ଯେ, ଭାରତୀୟ ବିମାନ ଯାତ୍ରା ଲୋକଙ୍କ ପାଇଁ କେତେ ସୁରକ୍ଷିତ?

ସ୍ୱଦେଶୀ ବିମାନର ଜରୁରୀକାଳୀନ ଅବତରଣ ଘଟଣା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ପ୍ରଥମେ ଭିସ୍ତାରା ତାପରେ ସ୍ପାଇସଜେଟ୍ ଏବଂ ବର୍ତ୍ତମାନ ଇଣ୍ଡିଗୋ ବିମାନ ଜରୁରୀକାଳୀନ ଅବତରଣ କରିଛି। ଗତ ୧୭ ଦିନ ମଧ୍ୟରେ ବିମାନରେ ବୈଷୟିକ ତ୍ରୁଟିର ଅନେକ ଘଟଣା ସାମ୍ନାକୁ ଆସିଛି। ବିଭିନ୍ନ କାରଣରୁ  ବିମାନଗୁଡିକ ମଧ୍ୟରୁ ଅନେକଙ୍କୁ ଜରୁରୀକାଳୀନ ଅବତରଣ କରିବାକୁ ପଡୁଥିବାବେଳେ କେତେକ ଅବତରଣ କରିବା ପରେ ଆଉ ଉଡ଼ାଣ ଭରିନଥିଲେ। ସ୍ପାଇସଜେଟରେ ଜରୁରୀକାଳୀନ ଅବତରଣ ଘଟଣା ଅଧିକ ଘଟୁଛି। ଏହି ଘଟଣା ଯୋଗୁଁ ବିମାନ ଚଳାଚଳ ନିୟନ୍ତ୍ରକ (ଡିଜିସିଏ) ଏହି ଏୟାରଲାଇନ୍ସକୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରିଛି।

Also Read: ମୁର୍ମୁଙ୍କ ସମ୍ମାନ, ଯଶୱନ୍ତଙ୍କୁ ଭୋଟ୍; ଜାଣନ୍ତୁ କ'ଣ ରହିଛି କେଜ୍ରିୱାଲଙ୍କ ପ୍ଲାନ୍

  • ଜୁଲାଇ ୧୭- ଯାନ୍ତ୍ରିକ ତ୍ରୁଟି ହେତୁ ପାକିସ୍ତାନର କରାଚିରେ ଇଣ୍ଡିଗୋ ବିମାନ ଜରୁରୀ ଅବତରଣ କରିଛି। ବିମାନଟି ଶାରଜା ଠାରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିଲା। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ସେଠାରୁ ଅନ୍ୟ ଏକ ବିମାନରୁ ହାଇଦ୍ରାବାଦକୁ ନିଆଯିବାର ବ୍ୟବସ୍ଥା କରାଯାଇଥିଲା।
  • ଜୁଲାଇ ୧୫- ୟୁଏଇର ଶାରଜା ଠାରୁ ଆସୁଥିବା ଏକ ଏୟାର ଆରବ ବିମାନକୁ କେରଳର କୋଚି ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା। ହାଇଡ୍ରୋଲିକ୍ ବିଫଳତା ହେତୁ ଏୟାର ଆରବ ବିମାନ G9-426 ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା।
  • ଜୁଲାଇ ୧୪- ଜୟପୁରରେ ଦିଲ୍ଲୀରୁ ଭଦୋଦରା ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ 6 E-859 ଜରୁରୀ ଅବତରଣ କରିଥିଲା। ଇଞ୍ଜିନ କମ୍ପନ ପରେ ଏହି ଜରୁରୀକାଳୀନ ଅବତରଣ କରାଯାଇଥିଲା।
  • ଜୁଲାଇ ୧୧- ଦୁବାଇରେ ସ୍ପାଇସଜେଟର ଦୁବାଇ-ମୁଦୁରାଇ ବୋଇଙ୍ଗ B737 MAX ବିମାନର ଆଗ ଚକ ଖରାପ ହୋଇଥିଲା। ବିମାନର ଆଗ ଚକରେ ଅପେକ୍ଷାକୃତ ଅଧିକ ପ୍ରେସର ଥିଲା। ଏହା ପରେ ମୁମ୍ବାଇରୁ ଦୁବାଇକୁ ଦ୍ୱିତୀୟ ବିମାନ ପଠାଯାଇଥିଲା।
  • ଜୁଲାଇ ୬- ଭିସ୍ତାରାର ବ୍ୟାଙ୍କକକ୍-ଦିଲ୍ଲୀ ବିମାନ UK-122 (BKK-DEL) ଯାନ୍ତ୍ରିକ ତ୍ରୁଟି ପରେ ଗୋଟିଏ ଇଞ୍ଜିନରେ ଅବତରଣ କଲା। କମ୍ପାନୀ ଏହାକୁ ଏକ ସାମାନ୍ୟ ତ୍ରୁଟି ବୋଲି କହିଛି।
  • ଜୁଲାଇ ୫- ରାୟପୁର-ଇନ୍ଦୋର ଇଣ୍ଡିଗୋ ବିମାନ (A320Neo ଫ୍ଲାଇଟ୍)ର କ୍ୟାବିନ କ୍ରୁଙ୍କ Q-400 ବିମାନର ୱିଣ୍ଡସିଲଡରେ ଫାଟ ସୃଷ୍ଟି ହୋଇଥିଲା। ଏହା ପରେ ତୁରନ୍ତ ମୁମ୍ବାଇ ବିମାନବନ୍ଦରରେ କାଣ୍ଡଲା-ମୁମ୍ବାଇ ବିମାନ ଅବତରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ୨୩ ହଜାର ଫୁଟ ଉଚ୍ଚରେ ଏହି ଘଟଣା ଘଟିଥିଲା। 
  • ଜୁଲାଇ ୫- ସ୍ପାଇସଜେଟ୍ ବିମାନ SG-11 ଦିଲ୍ଲୀରୁ ଦୁବାଇ ଯାଉଥିଲା। କିନ୍ତୁ ବୈଷୟିକ ତ୍ରୁଟି ହେତୁ ଏହାକୁ ପାକିସ୍ତାନକୁ ଡାଇଭର୍ଟ କରିବାକୁ ପଡିଲା। ବିମାନର ଇଣ୍ଡିକେଟର ଲାଇଟରେ କିଛି ଅସୁବିଧା ଥିବା କୁହାଯାଇଥିଲା।
  • ଜୁଲାଇ ୨- ଜିଲ୍ଲୀରୁ ଜବଲପୁରକୁ ସ୍ପାଇସଜେଟ୍ ବିମାନ ଉଡ଼ାଣ ଭରି ୫୦୦୦ ଫୁଟ ଉଚ୍ଚରେ ପହଞ୍ଚିବା ପରେ ପାଇଲଟଙ୍କ କ୍ୟାବିନରେ ଧୂଆଁ ଦେଖାଯାଇଥିଲା। ଏହା ପରେ ବିମାନଟି ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥିଲା। 

କେବଳ ଜୁଲାଇରେ ନୁହଁ, ଜୁନରେ ମଧ୍ୟ ୬ ଥର ବିମାନ ଗୁଡିକ ଜୁରୁରୀ ଅବତରଣ କରିଛନ୍ତି। ଏଥିରେ ଗୋଟିଏ ବିଦେଶୀ ବିମାନ ଥିବା ବେଳେ ଅନ୍ୟ ସବୁ ଘରୋଇ ବିମାନ ବୋଲି ଜଣାପଡିଛି। ଜୁନ ୫ ତାରିଖରେ ୧୫୦ ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀରୁ ଦୁବାଇ ଯାଉଥିବା ସ୍ପାଇସଜେଟ, କରାଚିରେ ଜରୁରୀ ଅବତରଣ କରିଥିଲା।

Also Read: ଗୃହରେ କାଶିପୁର ଝଡ଼: BJD ରଖିଲା ଜବାବ, ବିରୋଧୀଙ୍କ ଅଭିଯୋଗ ଅମୂଳକ

ଜରୁରୀ ଅବତରଣ ପାଇଁ ସ୍ପାଇସଜେଟ୍ ସର୍ବାଧିକ ଚର୍ଚ୍ଚିତ ବିମାନ ପାଲଟିଛି। କିଛି ଦିନ ମଧ୍ୟରେ ଏଭଳି ଅନେକ ଘଟଣା ଘଟିବା ପରେ ଏୟାରଲାଇନସର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି। ପକ୍ଷୀ ସହିତ ଧକ୍କା ହେଉ କିମ୍ବା ଇଞ୍ଜିନ ବିଫଳତା ପାଇଁ ଜରୁରୀ ଅବତରଣ କରାଯାଉଛି। କିନ୍ତୁ ପ୍ରଶ୍ନ ଉଠିଛି ଯେ, ଏହା କଣ ଖରାପ ରକ୍ଷଣାବେକ୍ଷଣ ଏବଂ ତାଲିମପ୍ରାପ୍ତ କର୍ମଚାରୀଙ୍କ ଅଭାବ ପାଇଁ ଏମିତି ଘଟୁଛି।