Aditya-L1: ‘ଆଦିତ୍ୟ-ଏଲ ୧’ର ପ୍ରଥମ କକ୍ଷପଥ ପରିବର୍ତ୍ତନ ସଫଳ
Advertisement
Article Detail0/zeeodisha/odisha1853934

Aditya-L1: ‘ଆଦିତ୍ୟ-ଏଲ ୧’ର ପ୍ରଥମ କକ୍ଷପଥ ପରିବର୍ତ୍ତନ ସଫଳ

Aditya-L1:  ‘ଏକ୍ସ’ କରି ଇସ୍ରୋ (ISRO) ପକ୍ଷରୁ ସୂଚନା ମିଳିଛି ଯେ, ବେଙ୍ଗାଲୁରୁ ସ୍ଥିତ ଆଇଏସଟିଆରଏସିରେ କରାଯାଇଥିବା ପ୍ରଥମ ଆର୍ଥ- ବାଉଣ୍ତ ମାନୁଭର (Earth-bound maneuver) (ଇବିଏନ#୧) ସଫଳ ହୋଇଛି । ନୂଆ କକ୍ଷର ଆକାର ୨୪୫ କିଲୋମିଟର X ୨୨୪୫୯ କିଲୋମିଟର ରହିଛି । ତେବେ ପରବର୍ତ୍ତୀ କକ୍ଷପଥ ପରିବର୍ତ୍ତନ (ଇବିଏନ#୨) ଆସନ୍ତା ୫ ସେପ୍ଟେମ୍ବର ୫ ତାରିଖ ଅପରାହ୍ନ ୩ଟାରେ କରାଯିବ ।

ସୌ(ସୋସିଆଲ ମିଡିଆ)

Aditya-L1: ଆସିଲା ଖୁସି ଖବର । ‘ଆଦିତ୍ୟ-ଏଲ ୧’ (Aditya-L1) କୁ ନୂତନ କକ୍ଷପଥକୁ ନେବା ପାଇଁ ଆଜି କରାଯାଇଥିବା ପ୍ରଥମ ଆର୍ଥ-ବାଉଣ୍ତ ମାନୁଭର (Earth-bound maneuver) ସଫଳ ହୋଇଥିବା ନେଇ ଇସ୍ରୋ ପକ୍ଷରୁ ସୂଚନା ମିଳିଛି । ଏନେଇ ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, ଦେଶର ପ୍ରଥମ ସୌର ଅଭିଯାନ ‘ଆଦିତ୍ୟ-ଏଲ ୧’ ସ୍ବାଭାବିକ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି । ‘ଏକ୍ସ’ କରି ଇସ୍ରୋ (ISRO) ପକ୍ଷରୁ ସୂଚନା ମିଳିଛି ଯେ, ବେଙ୍ଗାଲୁରୁ ସ୍ଥିତ ଆଇଏସଟିଆରଏସିରେ କରାଯାଇଥିବା ପ୍ରଥମ ଆର୍ଥ- ବାଉଣ୍ତ ମାନୁଭର (Earth-bound maneuver) (ଇବିଏନ#୧) ସଫଳ ହୋଇଛି । ନୂଆ କକ୍ଷର ଆକାର ୨୪୫ କିଲୋମିଟର X ୨୨୪୫୯ କିଲୋମିଟର ରହିଛି । ତେବେ ପରବର୍ତ୍ତୀ କକ୍ଷପଥ ପରିବର୍ତ୍ତନ (ଇବିଏନ#୨) ଆସନ୍ତା ୫ ସେପ୍ଟେମ୍ବର ୫ ତାରିଖ ଅପରାହ୍ନ ୩ଟାରେ କରାଯିବ ।

ପ୍ରକାଶ ଥାଉ କି, ଶନିବାର ଦିନ ଶ୍ରୀହରିକୋଟାରୁ (sriharikota)ଭାରତର ପ୍ରଥମ ସୌର ଅଭିଯାନ (Surya Mission) ‘ଆଦିତ୍ୟ-ଏଲ ୧’ର ସଫଳ ଉତକ୍ଷେପଣ କରାଯାଇଥିଲା । ‘ଆଦିତ୍ୟ-ଏଲ ୧’ ସୂର୍ଯ୍ୟ ଅଧ୍ଯୟନ ନିମନ୍ତେ ପ୍ରଥମ ମହାକାଶଭିତ୍ତିକ ‘ପ୍ଲୋନେଟେରିୟମ୍’ ବା ‘ଅବଜରଭେଟରି’ । ୧୨୫ ଦିନରେ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଉର୍ଦ୍ଧ୍ବକୁ ଯାତ୍ରା କରି ଏହି ମହାକାଶଯାନ ସୂର୍ଯ୍ୟର ସବୁଠୁ ନିକଟତମ ବୋଲି ବିଚାର କରାଯାଉଥିବା ‘ଲଗ୍‌ରାଞ୍ଜ୍‌ ପଏଣ୍ଟ୍‌ ଏଲ୍‌୧’ ଚତୁଃପାର୍ଶ୍ବରେ ଗୋଟାଏ ଫାଙ୍କା କକ୍ଷପଥରେ ପରିକ୍ରମଣ କରିବ। ସୂର୍ଯ୍ୟ ଓ ପୃଥିବୀର ମଧ୍ୟାକର୍ଷଣ ଶକ୍ତି ସମାନ ହୋଇଥିବାରୁ ସେଠାରେ କ୍ଷୁଦ୍ର ଜିନିଷଟିଏ ରଖିଲେ ମଧ୍ୟ ତାହା କାହା ଆଡ଼କୁ ଆକର୍ଷିତ ନ ହୋଇ ରହିପାରେ।