Assam: ରାଜ୍ୟରେ ମିୟାଁ ସଂଗ୍ରହାଳୟ ବନ୍ଦ କରିଦେଲେ ଆସାମ ସରକାର, ଜାଣନ୍ତୁ କାରଣ...
Advertisement
Article Detail0/zeeodisha/odisha1411677

Assam: ରାଜ୍ୟରେ ମିୟାଁ ସଂଗ୍ରହାଳୟ ବନ୍ଦ କରିଦେଲେ ଆସାମ ସରକାର, ଜାଣନ୍ତୁ କାରଣ...

Assam Museum Seal: ଗତ ରବିବାର ସାଧାରଣ ଲୋକଙ୍କ ପାଇଁ ଖୋଲା ଯାଇଥିଲା ସିଲ୍ ହୋଇଥିବା ଏହି ମିୟାଁ ସଂଗ୍ରହାଳୟ। ଯେଉଁ ଘରେ ଏହି ସଂଗ୍ରହାଳୟ ପରିଚାଳିତ ହେଉଥିଲା ତାହା ପ୍ରଧାନମନ୍ତ୍ର ଆୱାସ ଯୋଜନା ଅଧୀନରେ ଆବଣ୍ଟିତ ହୋଇଥିଲା।

Assam: ରାଜ୍ୟରେ ମିୟାଁ ସଂଗ୍ରହାଳୟ ବନ୍ଦ କରିଦେଲେ ଆସାମ ସରକାର, ଜାଣନ୍ତୁ କାରଣ...

Miya Museum in Assam: ମଙ୍ଗଳବାର ରାଜ୍ୟର ଗୋଲପାରା ଜିଲ୍ଲାରେ ଅବସ୍ଥିତ ଏକ ମିୟାଁ ସଂଗ୍ରହାଳୟ ବନ୍ଦ କରି ଦେଇଛନ୍ତି ଆସାମ ସରକାର। ଯେଉଁ ଘରେ ଏହି ସଂଗ୍ରହାଳୟ ଚାଲୁଥିଲା ତାହା ପ୍ରଧାନମନ୍ତ୍ର ଆୱାସ ଯୋଜନା ଅଧୀନରେ ଆବଣ୍ଟିତ ହୋଇଥିଲା। ଗତକାଲି ମିୟାଁ ସଂଗ୍ରହାଳୟକୁ ସିଲ୍ କରାଯାଇ ଏହାର ମାଲିକଙ୍କୁ ଗିରଫ କରାଯାଇଛି। ଏ ସମ୍ପର୍କରେ ଜଣେ ଅଧିକାରୀ ସୂଚନା ଦେଇଛନ୍ତି।  ଗତ ରବିବାର ସାଧାରଣ ଲୋକଙ୍କ ପାଇଁ ଖୋଲା ଯାଇଥିଲା ସିଲ୍ ହୋଇଥିବା ମିୟାଁ ସଂଗ୍ରହାଳୟ।

ମିୟାଁ ଆସାମ ମିୟାଁ ପରିଷଦ (Miya Assam Miya Council) ସଭାପତି ମୋହର ଅଲୀଙ୍କୁ ପ୍ରଧାନମନ୍ତ୍ର ଆୱାସ ଯୋଜନା ଅଧୀନରେ ଆବଣ୍ଟିତ କରାଯାଇଥିବା ଘରେ ମିୟାଁ ସଂଗ୍ରହାଳୟ (Miya Museum) ପ୍ରତିଷ୍ଠା କରାଯାଇଥିଲା। ସରକାରୀ ଅଧିକାରୀଙ୍କ ଟିମ୍ ଲଖୀଉର ଥାନା ଅନ୍ତର୍ଗତ ଦପକଭିତା ଠାରେ ଅବସ୍ଥିତ ଏହି ସଂଗ୍ରହାଳୟକୁ ସିଲ୍ କରି ନୋଟିସ ଜାରି କରିଛି। ଯେଉଁଥିରେ କୁହାଯାଇଛି ଗୋଲପାରା ଉପାୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 

Also Read: Assam Indigenous Muslim Identification: ରାଜ୍ୟରୁ ବିତାଡିତ ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ

ପ୍ରଧାନମନ୍ତ୍ର ଆୱାସ ଯୋଜନା (Pradhan Mantri Avas Yojna) ପିଏମଏୱାଇ (PMAY) ଅଧୀନରେ ଆବଣ୍ଟିତ ହୋଇଥିବା ଏକ ଘରେ ସଂଗ୍ରହାଳୟର ଉଦଘାଟନ ହୋଇଥିବାରୁ ଏହାକୁ ତୁରନ୍ତ ବନ୍ଦ କରିବାକୁ ଦାବି କରିଥିଲେ ବରିଷ୍ଠ ବିଜେପି ନେତା। ପିଏମଏୱାଇ ଅଧୀନରେ ମିଳିଥିବା ଘରେ ସଂଗ୍ରହାଳୟ ନିର୍ମାଣ କରାଯିବା ବିରୋଧରେ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ସଦସ୍ୟ ଅବଦୁର ରହୀମ ଜିବ୍ରାନ ଅଭିଯୋଗ କରିଥିଲେ।

ଏହି ମିୟାଁ ସଂଗ୍ରହାଳୟରେ କୃଷି ଏବଂ ମତ୍ସ୍ୟଚାଷରେ ବ୍ୟବହୃତ କେତେକ ଉପକରଣ ଏବଂ ଲୁଙ୍ଗୀ ଆଦିକୁ ପ୍ରଦର୍ଶିତ ହୋଇଥିଲା। ମୋହର ଅଲୀ ଦାବି କରିଛନ୍ତି ଯେ ଏହି ବସ୍ତୁ ହେଉଛି ମିୟାଁ ସମ୍ପ୍ରଦାୟର (Assam Miya Muslim Community) ପରିଚୟ। ଆସାମରେ ମିୟାଁ ଶବ୍ଦ ସେହି ବଙ୍ଗୀୟ ଭାଷାଭାଷୀ ପ୍ରବାସୀଙ୍କ ପାଇଁ ବ୍ୟବହୃତ ହେଉଛି। ଯାହାର ମୂଳ ବାଂଲାଦେଶ ସହିତ ଜଡିତ ରହିଛି।

Also Read: ସଂଖ୍ୟାଲଘୁଙ୍କ ବାବଦରେ ବଡ଼ ନିଷ୍ପତ୍ତି ନେଲେ ଆସାମ ସରକାର

ମୋହର ଅଲୀ ତାଙ୍କର ୨ ନାବାଳକ ପୁଅ ସହିତ ପୁଣି ଥରେ ଏହି ସଂଗ୍ରହାଳୟ ଖୋଲିବାକୁ ଦାବି କରି ଘର ବାହାରେ ଧାରଣା ଦେଇଥିଲା। ଏନେଇ ସେ କହିଛନ୍ତି ଯେ ଆମେ ସେହି ବସ୍ତୁକୁ ପ୍ରଦର୍ଶନ କରୁଛୁ ଯେଉଁଥିରେ ସମ୍ପ୍ରଦାୟ ନିଜେ ନିଜକୁ ପରିଚିତ କରାଇଥାଏ। ଯାହା ଦ୍ୱାରା ଅନ୍ୟ ସମ୍ପ୍ରଦାୟର ଲୋକ ଅନୁଭବ କରିପାରିବେ ଯେ ମିଆଁ ସମ୍ପ୍ରଦାୟ ସେମାନଙ୍କ ଠାରୁ ଅଲଗା ନୁହଁନ୍ତି। ହେଲେ ପୋଲିସ ତାଙ୍କୁ ଗିରଫ କରିଥିଲା।

ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା (Assam CM Himanta Biswa Sarma) କହିଛନ୍ତି ଯେ ମିଆଁ ସମ୍ପ୍ରଦାୟର କିଛି ସଦସ୍ୟଙ୍କ ଏପରି କାର୍ଯ୍ୟକଳାପ ଆସାମର ପରିଚୟ ପ୍ରତି ବିପଦ ସୃଷ୍ଟି କରିଛି। ମିୟାଁ ସମ୍ପ୍ରଦାୟ ଏହା କିପରି ଦାବି କରିପାରିବ ଯେ ହଳ ହେଉଛି ସେମାନଙ୍କର ପରିଚୟ? ଶତାବ୍ଦୀ ଶତାବ୍ଦୀ ଧରି ରାଜ୍ୟର ସମସ୍ତ କୃଷକ ଏହାକୁ ବ୍ୟବହାର କରିଆସୁଛନ୍ତି। ସେମାନଙ୍କର ଏକମାତ୍ର ପରିଚୟ ହେଉଛି ଲୁଙ୍ଗୀ। ଯାହାକୁ ସେମାନେ ନିଜର ବୋଲି ଦାବି କରିପାରିବେ। ଯେଉଁମାନେ ସଂଗ୍ରହାଳୟ ସ୍ଥାପନ କରିଛନ୍ତି ସେମାନଙ୍କୁ ବିଶେଷଜ୍ଞ କମିଟି ପାଖରେ ଜବାବ ଦାଖଲ କରିବାକୁ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Also Read: 'ପିଲାଙ୍କୁ ଘରେ ପଢାନ୍ତୁ କୁରାନ; ଶେଷ ହୋଇଯିବ ମଦ୍ରାସା ଶବ୍ଦର ଅସ୍ଥିତ୍ୱ'

ମିଆଁ ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ସର୍ବ ପ୍ରଥମେ ପୂର୍ବତନ କଂଗ୍ରେସ ବିଧାୟକ ଶର୍ମାନ ଅଲୀ ଅହମ୍ମଦ (Former Congress MLA Sherman Ali Ahmed) ପ୍ରସ୍ତାବ ଦେଇଥିଲେ। ହେଲେ ଆସାମ ମୁଖ୍ୟମନ୍ତ୍ରୀ ପୂର୍ବତନ କଂଗ୍ରେସ ବିଧାୟକଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ।