ଶ୍ୱଶୁରଙ୍କଠାରୁ ମଧ୍ୟ ଭରଣପୋଷଣ ଦାବି କରିପାରିବେ ବିଧବା ବୋହୂ: ହାଇକୋର୍ଟ
Advertisement
Article Detail0/zeeodisha/odisha1257228

ଶ୍ୱଶୁରଙ୍କଠାରୁ ମଧ୍ୟ ଭରଣପୋଷଣ ଦାବି କରିପାରିବେ ବିଧବା ବୋହୂ: ହାଇକୋର୍ଟ

Chhattisgarh High Court: ହିନ୍ଦୁ ବିଧବାଙ୍କ ଭରଣପୋଷଣ ମାମଲାରେ ହାଇକୋର୍ଟ ଏକ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ହିନ୍ଦୁ ବିଧବା ବୋହୂ ତାଙ୍କ ଶ୍ୱଶୁରଙ୍କଠାରୁ ଭରଣପୋଷଣ ଦାବି କରିପାରିବେ । ବିଧବା ବୋହୂର ଅଧିକାର ଅଛି ।

ସୌ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ବୋହୂର ଭରଣପୋଷଣ ସମ୍ପର୍କରେ ଛତିଶଗଡ଼ର (Chhattisgarh) ବିଳାସପୁର ହାଇକୋର୍ଟ ଏକ ବଡ ରାୟ ଦେଇଛନ୍ତି । ବିଧବା ବୋହୂଙ୍କ ସପକ୍ଷରେ ଏହି ରାୟ ଦିଆଯାଇଛି । ହାଇକୋର୍ଟ (High Court) ନିଜ ରାୟରେ କହିଛନ୍ତି ଯେ ଯଦି ଜଣେ ହିନ୍ଦୁ ବିଧବା ତାଙ୍କ ଆୟ କିମ୍ବା ଅନ୍ୟାନ୍ୟ ସମ୍ପତ୍ତିରେ ବଞ୍ଚିବାରେ ଅସମର୍ଥ ତେବେ ସେ ତାଙ୍କ ଶ୍ୱଶୁରଙ୍କଠାରୁ ଭରଣପୋଷଣ ଦାବି କରିପାରିବେ । ଜଷ୍ଟିସ ଗୌତମ ଭଦୁରୀ ଓ ଜଷ୍ଟିସ ଦୀପକ କୁମାର ତିୱାରୀଙ୍କ ଡିଭିଜନ ବେଞ୍ଚରେ ଏହି ମାମଲାର ଶୁଣାଣି ହୋଇଥିଲା । କୋର୍ଟ କହିଛନ୍ତି ଯେ ସ୍ୱାମୀଙ୍କ ମୃତ୍ୟୁ ପରେ ଶ୍ୱଶୁର ତାଙ୍କ ବୋହୂକୁ ଘରୁ ବାହାର କରିଦିଅନ୍ତି କିମ୍ବା ମହିଳା ଅଲଗା ରୁହନ୍ତି, ତା’ହେଲେ ସେ ଭରଣପୋଷଣ ପାଇଁ ଆଇନଗତ ଅଧିକାର ପାଇବେ ।

ଶାଶୁଙ୍କ ଆବେଦନକୁ ବିଲାସପୁର ହାଇକୋର୍ଟ ମଧ୍ୟ ଖାରଜ କରିଦେଇଛନ୍ତି । ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ ଏହି ନିଷ୍ପତ୍ତି ଏକ ଉଦାହରଣ ହେବ । ପାରିବାରିକ କୋର୍ଟର ନିର୍ଦ୍ଦେଶକୁ ଜଣେ ମହିଳାଙ୍କ ଶ୍ୱଶୁର ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ସମସ୍ତ ପକ୍ଷର ଶୁଣାଣି ପରେ ହାଇକୋର୍ଟ ପରିବାର କୋର୍ଟର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । ୨୫୦୦ ଟଙ୍କା ଭରଣପୋଷଣ ପାଇଁ ପରିବାର କୋର୍ଟର ଆଦେଶ ବଦଳାଇଥିବାବେଳେ ବୋହୂଙ୍କୁ ମାସିକ ୪୦୦୦ ଟଙ୍କା ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଆବେଦନ ଅନୁଯାୟୀ, କୋରବା ନିବାସୀ ବାଳିକା ୨୦୦୮ ମସିହାରେ ଜାନଜଗିର-ଚମ୍ପା ଜିଲ୍ଲାର ବିରା ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ । ୨୦୧୨ ରେ ମହିଳାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । ଶାଶୁ ମହିଳାଙ୍କୁ ଘରୁ ବାହାର କରି ଦେଇଥିଲେ, ଏହା ପରେ ସେ ତାଙ୍କ ମା'ଙ୍କ ଘରେ ରହିବାକୁ ଲାଗିଥିଲେ । ବିଧବା ଜଣକ ୨୦୧୫ ରେ ଜାନଜଗିର ପରିବାର କୋର୍ଟରେ ଅଭିଯୋଗ କରିଥିଲେ ଓ ଶାଶୁଘର ପକ୍ଷରୁ ଭରଣପୋଷଣ ମାଗିଥିଲେ । ବିଧବା ମହିଳାଙ୍କ ସପକ୍ଷରେ ଭରଣପୋଷଣ କରିବାକୁ କୋର୍ଟ ରାୟ ଦେଇଥିଲେ । ଏହାପରେ ପରିବାର କୋର୍ଟର ଆଦେଶକୁ  ବିଧବାଙ୍କ ଶ୍ୱଶୁର ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।

ଏହି ନିଷ୍ପତ୍ତିକୁ ବେଆଇନ ବୋଲି ବର୍ଣ୍ଣନା କରି ଶ୍ୱଶୁର ଓକିଲଙ୍କ ମାଧ୍ୟମରେ କହିଛନ୍ତି ଯେ ହିନ୍ଦୁ ବିବାହ ଆଇନ ଅନୁଯାୟୀ କୌଣସି ମହିଳା ତାଙ୍କ ସ୍ୱାମୀଙ୍କଠାରୁ ଭରଣପୋଷଣ ଦାବି କରିପାରିବେ, କିନ୍ତୁ ଶାଶୁଘର ଉପରେ ଏହି ଦାବି କରାଯାଇପାରିବ ନାହିଁ । ମୁଁ ମୋ ବୋହୂକୁ ଘରୁ ବାହାର କରି ନଥିଲି, କିନ୍ତୁ ସେ ନିଜେ ନିଜ ମା'ଙ୍କ ଘରକୁ ଚାଲି ଯାଇଥିଲେ । ତେଣୁ ପରିବାର କୋର୍ଟର ଆଦେଶକୁ ରଦ୍ଦ କରାଯିବା ଉଚିତ୍ । ହାଇକୋର୍ଟର ଡିଭିଜନ୍ ବେଞ୍ଚ ଉଭୟ ପକ୍ଷର ଶୁଣାଣି କରିବା ପରେ ସ୍ପଷ୍ଟ କରିଛନ୍ତି ଯେ ହିନ୍ଦୁ ବିବାହ ଆଇନ ଅନୁଯାୟୀ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ବୋହୂର ଦାୟିତ୍ୱ ଶ୍ୱଶୁର ଓ ଶଶୁର ଘରେ ନ୍ୟସ୍ତ ଥାଏ । ଏଭଳି ପରିସ୍ଥିତିରେ ବୋହୂ ଅଲଗା ରହିବା କିମ୍ବା ଘରୁ ବାହାରକୁ କାଢି ଦେବା ପରେ ମଧ୍ୟ ଭରଣପୋଷଣ ପାଇବାର ତାଙ୍କର ଅଧିକାର ରହିଛି ।

ଏହା ବି ପଢ଼ନ୍ତୁ: Emergency Teaser Video: ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ବନିଲେ କଙ୍ଗନା, ଚିହ୍ନିବା କଷ୍ଟକର

ଏହା ବି ପଢ଼ନ୍ତୁ: ଉଦ୍ଧବଙ୍କ ରାଜନୈତିକ ଅସ୍ତିତ୍ୱ ଉପରେ ସଙ୍କଟ? ସିନ୍ଦେଙ୍କୁ ଭେଟିଲେ ଶିବସେନାର ୧୫ ସାଂସଦ