Bullet Train: ଜାଣନ୍ତୁ ଭାରତରେ କେବେ ଗଡ଼ିବ ବୁଲେଟ୍ ଟ୍ରେନ୍?
Advertisement
Article Detail0/zeeodisha/odisha2165373

Bullet Train: ଜାଣନ୍ତୁ ଭାରତରେ କେବେ ଗଡ଼ିବ ବୁଲେଟ୍ ଟ୍ରେନ୍?

Bullet Train: ଦେଶରେ ପ୍ରଥମ ବୁଲେଟ୍ ଟ୍ରେନ୍ (Bullet Train) ୨୦୨୬ ସୁଦ୍ଧା ଗଡ଼ିବ ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ (Ashwini Vaishnaw) ସୂଚନା ଦେଇଛନ୍ତି । ଗୁଜରାଟର ସୁରଟରୁ ଭାରତର ପ୍ରଥମ ବୁଲେଟ୍ ଟ୍ରେନ ଗଢିବା ନେଇ କହିଛନ୍ତି ରେଳମନ୍ତ୍ରୀ।

ଖବର ଅନୁଯାୟୀ, ବିକଶିତ ଭାରତ ସମ୍ମିଳନୀରେ ଯୋଗଦେଇ ରେଳମନ୍ତ୍ରୀ କହିଛନ୍ତି, ‘ପ୍ରସ୍ତୁତି ଦ୍ରୁତ ଗତିରେ ଚାଲିଛି । ୨୦୨୬ରେ ବୁଲେଟ୍ ଟ୍ରେନ୍ ଚାଲିବ’ । ମୋଦି ସରକାରଙ୍କ ସବୁଠାରୁ ବଡ଼ ଲକ୍ଷ୍ୟ ହେଉଛି ଯାତ୍ରୀଙ୍କ ସୁରକ୍ଷା । ପ୍ରଥମେ ସୁରକ୍ଷିତ ଯାତ୍ରା ଓ ପରେ ସୁବିଧାର ସମ୍ପ୍ରସାରଣ ଲକ୍ଷ୍ୟ ରହିଛି। ଏହି ପ୍ରକଳ୍ପ ଲାଗି ବିଭିନ୍ନ ସ୍ଥାନରେ ଷ୍ଟେସନ୍ ନିର୍ମାଣ କାମ ଆଗେଇ ଚାଲିଛି । ଶେଷ ସମୀକ୍ଷା ସୁଦ୍ଧା ବୁଲେଟ୍ ଟ୍ରେନର ୨୮୪ କିଲୋମିଟର ଟ୍ରାକ୍ କାମ ଶେଷ ହୋଇଛି ।  ୨୦୨୬ ସୁଦ୍ଧା ଅହମଦାବାଦରୁ ମୁମ୍ବାଇ ୫୦୮ କିଲୋମିଟରର ହାଇ-ସ୍ପିଡ଼ ରେଳ ଟ୍ରାକ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ବୁଲେଟ ଟ୍ରେନ୍ ସୁରଟରୁ ବିଲିମୋରା ପର୍ଯ୍ୟନ୍ତ ଗଡ଼ିବ । ୨୦୨୮ ସୁଦ୍ଧା ପୁରା ପ୍ରକଳ୍ପ କାର୍ଯ୍ୟ ଶେଷ ହେବ’ । ବୁଲେଟ ଟ୍ରେନ୍ ପ୍ରକଳ୍ପ ଲାଗି ଜାପାନର ଜାଇକା ପକ୍ଷରୁ ୮୮ ହଜାର କୋଟି ଟଙ୍କାର ଋଣ ବ୍ୟବସ୍ଥା କରାଯାଇଛି । ଥାନେରୁ ମୁମ୍ବାଇ ପର୍ଯ୍ୟନ୍ତ ପହଞ୍ଚିବା ଲାଗି ଟ୍ରେନ୍ ଟି ସମୁଦ୍ର ତଳେ ନିର୍ମାଣ କରାଯାଇଥିବା ଟନେଲ ଦେଇ ଗତି କରିବ । ସେହି ଟନେଲର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।

Also Read- Sita Soren: ପଦ୍ମ ଧରିଲେ ଶିବୁ ସୋରେନଙ୍କ ବଡ଼ ବୋହୂ

Also Read- Mahua Moitra: ମହୁଆ ମୈତ୍ରଙ୍କ ବିରୋଧରେ ମାମଲା ରୁଜୁ ନେଇ CBIକୁ ଲୋକପାଳଙ୍କ ନିର୍ଦ୍ଦେଶ

ପ୍ରକାଶ ଥାଉ କି, ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ବିଷୟରେ ୨୦୧୭ରେ ଘୋଷଣ କରାଯାଇଥିଲା । ଏହି ଟ୍ରେନ୍ ଘଣ୍ଟା ପିଛା ୩୨୦ କିମି ବେଗରେ ଯାତ୍ରା କରିବ । ଏହା ହେଉଛି ଦେଶର ପ୍ରଥମ ହାଇ-ସ୍ପିଡ଼ ଟ୍ରେନ୍ କରିଡ଼ର । ଏହି ପ୍ରକଳ୍ପକୁ କାର୍ଯ୍ୟାକାରୀ କରିବା ପାଇଁ ନ୍ୟାସନାଲ ହାଇ-ସ୍ପିଡ଼ ରେଲ କର୍ପୋରେସନ୍ ଲିମିଟେଡ଼ ଗଠନ କରାଯାଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦୨୨ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ କୁହାଯାଇଥିଲା । ମାତ୍ର ଜମି ଅଧିଗ୍ରହଣ ଓ ଅନ୍ୟାନ୍ୟ କାରଣ ପାଇଁ କାମ ବିଳମ୍ବ ହୋଇଥିବାରୁ ସମୟ ସୀମାକୁ ବୃଦ୍ଧି କରାଯାଇଥିଲା ।