ଭାରତର ଧାର୍ମିକ ସ୍ୱାଧୀନତାକୁ ନେଇ ପ୍ରଶ୍ନ ଉଠାଇଲା ଆମେରିକା, ବୈଦେଶିକ ମନ୍ତ୍ରାଳୟ ଦେଲା ଏହି ଜବାବ
Advertisement
Article Detail0/zeeodisha/odisha1206949

ଭାରତର ଧାର୍ମିକ ସ୍ୱାଧୀନତାକୁ ନେଇ ପ୍ରଶ୍ନ ଉଠାଇଲା ଆମେରିକା, ବୈଦେଶିକ ମନ୍ତ୍ରାଳୟ ଦେଲା ଏହି ଜବାବ

India Slams on US Report: ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି ଯେ ହତ୍ୟା, ଆକ୍ରମଣ ତଥା ଭୟଭୀତତା ସମେତ ଭାରତର ଧାର୍ମିକ ସଂଖ୍ୟାଲଘୁମାନେ ବର୍ଷସାରା ଆକ୍ରମଣର ଶିକାର ହେଉଛନ୍ତି । ବର୍ତ୍ତମାନ ଭାରତ ସରକାର ଏହାର ଉତ୍ତର ଦେଇଛନ୍ତି ।

ସାଙ୍କେତିକ ଫଟୋ

ନୂଆଦିଲ୍ଲୀ: India Slams on US Report: ଭାରତର ଉପାସନା ସ୍ଥଳ ଉପରେ ଆକ୍ରମଣର ବୃଦ୍ଧିକୁ ନେଇ ଆମେରିକାର ବୟାନର ଭାରତ କଡ଼ା ଜବାବ ଦେଇଛି । ଗୁରୁବାର ଦିନ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କହିଥିଲେ ଯେ ଗତ କିଛି ବର୍ଷଧରି ଭାରତରେ ଉପାସନା ସ୍ଥଳ ତଥା ଧାର୍ମିକ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଜାରି ରହିଛି ଏବଂ ବୃଦ୍ଧି ପାଇଛି । ଏହାର ଉପଯୁକ୍ତ ଜବାବ ବର୍ତ୍ତମାନ ଭାରତ ଆମେରିକାକୁ ଦେଇଛି ଏବଂ ଆମେରିକାକୁ ନିଜକୁ ଦେଖିବା ପାଇଁ ପରାମର୍ଶ ଦେଇଛି । ଗନ କଲ୍ଚର, ଜାତି ଏବଂ କଳାଗୋରା ଭେଦଭାବ ଭିତ୍ତିରେ ଆମେରିକାରେ ହେଉଥିବ ହିଂସା ଉପରେ ଲଗାମ ଲଗାଇବାକୁ ଭାରତ କହିଛି ।

ବୈଦେଶିକ ବିଭାଗର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ଆନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଏବଂ ଆମେରିକାର ବରିଷ୍ଠ ଅଧିକାରୀଙ୍କ ଭୁଲ ସୂଚନା ଉପରେ ଆମେରିକାର ବୈଦେଶିକ ବିଭାଗ ୨୦୨୧ ରିପୋର୍ଟ ପ୍ରକାଶ ପାଇଥିବା ଆମେ ଲକ୍ଷ୍ୟ କରିଛୁ । ଆନ୍ତର୍ଜାତୀୟ ସଂପର୍କରେ ଭୋଟ୍ ବ୍ୟାଙ୍କ ରାଜନୀତି ଅଭ୍ୟାସ କରିବା ଦୁର୍ଭାଗ୍ୟଜନକ । ଆମେ ଅନୁରୋଧ କରିବୁ ଯେ ପ୍ରେରିତ ଇନପୁଟ୍ ଏବଂ ପକ୍ଷପାତିତ ଦୃଶ୍ୟ ଉପରେ ଆଧାରିତ ମୂଲ୍ୟାଙ୍କନରୁ ଦୂରେଇ ରହିବା ଉଚିତ ।

ବାଗଚି ଆହୁରି କହିଛନ୍ତି ଯେ ଭାରତ ଏକ ଅନ୍ତର୍ନିହିତ ବହୁମୁଖୀ ସମାଜ ଭାବରେ ଧାର୍ମିକ ସ୍ୱାଧୀନତା ଏବଂ ମାନବିକ ଅଧିକାରକୁ ଗୁରୁତ୍ୱ ଦେଇଥାଏ । ଆମେରିକା ସହିତ ଆମର ଆଲୋଚନାରେ, ଆମେ ସେଠାରେ ନିୟମିତ ଭାବରେ ଜାତିଗତ ତଥା ବର୍ଣ୍ଣଗତ ଭାବରେ ଆକ୍ରମଣ, ଘୃଣା ଅପରାଧ ସମେତ ବନ୍ଧୁକ ଦ୍ୱାରା ହେଉଥିବା ହିଂସା ଆଦି ଚିନ୍ତାର ବିଷୟଗୁଡିକୁ ହାଇଲାଇଟ୍ କରିଛୁ ।

ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଚିନ୍ତା ପ୍ରକଟ କରିଛନ୍ତି ଯେ ଭାରତରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଛି । ବ୍ଲିଙ୍କେନ୍ କହିଛନ୍ତି ଯେ ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ର, ଯେଉଁଠାରେ ବିଭିନ୍ନ ଧର୍ମର ଲୋକ ବାସ କରନ୍ତି । ସାଂପ୍ରତିକ ସମୟରେ ଲୋକଙ୍କ ଉପରେ ତଥା ପୂଜାସ୍ଥଳି ଉପରେ ଆକ୍ରମଣ ମାମଲାରେ ବୃଦ୍ଧି ଘଟିଛି ।

ଏହା ବି ପଢ଼ନ୍ତୁ: Ukraine War: ୧୦୦ ଦିନ ଯୁଦ୍ଧରେ ମାତ୍ର ଏତିକି ପ୍ରତିଶତ ୟୁକ୍ରେନ ଅଞ୍ଚଳକୁ କବ୍ଜା କରିଛି ଋଷ

ଏହା ବି ପଢ଼ନ୍ତୁ: ଜାତୀୟ ଗଣମାଧ୍ୟମରେ ଅନୁଭବ-ବର୍ଷାଙ୍କ 'ବେଡରୁମ ଷ୍ଟୋରୀ'ର ପୋଷ୍ଟମର୍ଟମ

ଏହା ବି ପଢ଼ନ୍ତୁ: ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ରିଜୱାନ୍ ଦେଲେ ଏକ ବଡ଼ ବୟାନ; ଜାଣନ୍ତୁ କ’ଣ କହିଲେ