Jammu kashmir: ମୋଦିଙ୍କ ବଡ଼ ଘୋଷଣା, ଜମ୍ମୁ-କାଶ୍ମୀର ଫେରି ପାଇବ ରାଜ୍ୟ ମାନ୍ୟତା
Advertisement
Article Detail0/zeeodisha/odisha2200941

Jammu kashmir: ମୋଦିଙ୍କ ବଡ଼ ଘୋଷଣା, ଜମ୍ମୁ-କାଶ୍ମୀର ଫେରି ପାଇବ ରାଜ୍ୟ ମାନ୍ୟତା

Jammu kashmir: ଜମ୍ମୁ କାଶ୍ମୀରକୁ ମିଳିବ ରାଜ୍ୟ ମାନ୍ୟତା । ଉଧମପୁର ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରକୁ ପୁଣି ଥରେ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ସହ ଖୁବଶୀଘ୍ର ଏଠାରେ ନିର୍ବାଚନ ହେବ ।  ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ବାରମ୍ବାର ଏଠାରେ ନିର୍ବାଚନ କରିବାକୁ ଦାବି କରି ଆସୁଛନ୍ତି ବିଭିନ୍ନ ରାଜନୈତିକ ଦଳ’ ।

ସୂଚନା ଅନୁଯାୟୀ, ଜମ୍ମୁ-କାଶ୍ମୀରର ଉଧମପୁରରେ ଏକ ରାଜନୈତିକ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ୨ଟି ବଡ଼ ଘୋଷଣା କରିଛନ୍ତି ।  ଜନ ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି, “ମୋଦି ବହୁତ ଆଗରେ ଭାବେ। ତେଣୁ ଏପର୍ଯ୍ୟନ୍ତ ଯାହା ଘଟିଛି ତାହା କେବଳ ଟ୍ରେଲର ଅଟେ। ମୋତେ ନୂଆ ଜମ୍ମୁ କଶ୍ମୀରର ଏକ ନୂତନ ତଥା ଚମତ୍କାର ଚିତ୍ର ସୃଷ୍ଟି କରିବାରେ ବ୍ୟସ୍ତ ହେବାକୁ ପଡିବ। ଆଉ ବେଶୀ ଦୂର ନୁହେଁ ଯେତେବେଳେ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଜମ୍ମୁ କଶ୍ମୀରରେ ରାଜ୍ୟ ମାନ୍ୟତା ପାଇବ। ଆପଣ ଆପଣଙ୍କର ବିଧାୟକ ଓ ମନ୍ତ୍ରୀମାନଙ୍କ ସହ ଆପଣଙ୍କର ସ୍ୱପ୍ନ ବାଣ୍ଟିବାକୁ ସମର୍ଥ ହେବେ …। ”

ସେ ଆହୁରି ମଧ୍ୟ କହିଛନ୍ତି, ଜମ୍ମୁ ଓ କଶ୍ମୀରରେ ଏଥର ଲୋକସଭା ନିର୍ବାଚନ ଆତଙ୍କବାଦ, ବିକ୍ଷୋଭ, ପଥରମାଡ଼ ଓ ସୀମା ସେପଟରୁ ଗୁଳିମାଡ଼ର ଭୟ ବିନା ହେବ। ମୋତେ ବିଶ୍ୱାସ କରନ୍ତୁ, ଗତ ୬୦ ବର୍ଷ ଧରି ଜମ୍ମୁ ଓ କଶ୍ମୀର ଯେଉଁ ସମସ୍ୟାଗୁଡ଼ିକ ଭିତରେ ରହିଛି, ମୁଁ ସେଗୁଡ଼ିକର ସମାଧାନ କରିବି। ମୁଁ ଯେଉଁ ପ୍ରତିଶ୍ରୁତି ଦେଇଥିଲି, ତାହା ଗତ ୧୦ ବର୍ଷରେ ପାଳନ କରାଯାଇଛି ଓ ରାଜ୍ୟରେ ପରିବର୍ତ୍ତନ ଆସିଛି। ଏହି ଅବସରରେ ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କଥା ଉଠାଇ ମୋଦି କହିଥିଲେ, କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ଗୁଡ଼ିକୁ ମୁଁ ଚ୍ୟାଲେଞ୍ଜ ଦେଉଛି ଯେ, ସେମାନେ ପୁଣି ଥରେ ଜମ୍ମୁ କାଶ୍ମୀରରେ ଧାରା ୩୭୦ ଲାଗୁ କରି ଦେଖାନ୍ତୁ । ଉଲ୍ଲେଖଯୋଗ୍ୟ, ବିଜେପି ନେତୃତ୍ୱାଧୀନ କେନ୍ଦ୍ର ଅଗଷ୍ଟ ୨୦୧୯ ରେ ସମ୍ବିଧାନର ଧାରା ୩୭୦ ରଦ୍ଦ କରିଥିଲା।

ଏହା ବି ପଢନ୍ତୁ- Chadak Mela: ଚନ୍ଦନେଶ୍ୱର ଚଡ଼କ ମେଳାରେ ଅଘଟଣ, ଚାଲିଗଲା ମହିଳା ଭକ୍ତଙ୍କ ଜୀବନ

ଉଦମପୁର ଓ ଜମ୍ମୁର ଯଥାକ୍ରମେ ପ୍ରାର୍ଥୀ ହୋଇଥିବା ଜିତେନ୍ଦ୍ର ସିଂ ଓ ଯୁଗଶ କିଶୋର ଶର୍ମାଙ୍କୁ ବିଜୟ କରିବେ ନେଇ ପ୍ରଧାନମନ୍ତ୍ରୀ ସେଠାରେ ଉପସ୍ଥିତ ଲୋକଙ୍କୁ ଅନୁରୋଧ କରିଥିଲେ। ଏନେଇ ସେ କହିଥିଲେ 'କେନ୍ଦ୍ରରେ ଏକ ଦୃଢ ସରକାର ଗଠନ କରିବାକୁ ପଡ଼ିବ । ତା' ହେଲେ ଦେଶ ସମ୍ମୁଖୀନ ହେଉଥିବା ସମସ୍ତ ସମସ୍ୟାର ସମାଧାନ ହୋଇପାରିବ' । ଉଦମପୁରରେ ଏପ୍ରିଲ ୧୯ରେ ମତଦାନ ଅନୁଷ୍ଠିତ ହେବ।