Road Accident: ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ ଜୀବନ, ଘଟଣାସ୍ଥଳରୁ ଛୁ ମାରିଲା ଡ୍ରାଇଭର
Advertisement
Article Detail0/zeeodisha/odisha1783011

Road Accident: ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ ଜୀବନ, ଘଟଣାସ୍ଥଳରୁ ଛୁ ମାରିଲା ଡ୍ରାଇଭର

Road Accident: ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଏଥିରେ କାରର ଷ୍ଟିଅରିଂ ଭାଙ୍ଗିଯାଇଛି । ଦୁର୍ଘଟଣା ଫଳରେ କାରରେ ଥିବା ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କୁ ହସ୍ପଟିଲା ନେବା ବାଟରେ ସେମାନଙ୍କର ମୃତ୍ୟୁ ହୋଇଥିଲା । ପରେ କାରକୁ କାଟି ଫସିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା । 

ସୌ(ସୋସିଆଲ ମିଡିଆ)

Road Accident: ମଧ୍ୟପ୍ରଦେଶରେ (Madhya Pradesh) ଭୟଙ୍କର ସଡ଼କ ଦୁର୍ଘଟଣା। କାର ଓ ଟ୍ରକ ଧକ୍କା ହେବା ଫଳରେ ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ସାନୋଧା ପୋଲିସ ଷ୍ଟେସନ ଅନ୍ତର୍ଗତ ବମୋରୀ ଡୁଣ୍ଡର (Bamori Dongri) ଗ୍ରାମ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଏଥିରରେ କାରଟି ସମ୍ପୂର୍ଣ୍ଣ ଭାଙ୍ଗି ଚୂରମାର ହୋଇଯାଇଛି । ସୂଚନା ଅନୁଯାୟୀ, କାରଟି ସାଗର ପାର୍ଶ୍ବରୁ ଗଢାକୋଟା ଆଡ଼କୁ ଯାଉଥିବା ବେଳେ ଗାଡ଼କୋଟା ପାର୍ଶ୍ବରୁ ସାଗର ଆଡ଼କୁ ଏକ ଟ୍ରକଟି ଆସୁଥିଲା । ଫଳରେ କାର ଓ ଟ୍ରକ ମଧ୍ଯରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଏଥିରେ କାରର ଷ୍ଟିଅରିଂ ଭାଙ୍ଗିଯାଇଛି । ଦୁର୍ଘଟଣା ଫଳରେ କାରରେ ଥିବା ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କୁ ହସ୍ପଟିଲା ନେବା ବାଟରେ ସେମାନଙ୍କର ମୃତ୍ୟୁ ହୋଇଥିଲା । ପରେ କାରକୁ କାଟି ଫସିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା । ଦୁର୍ଘଟଣା ଖବର ପାଇବା ମାତ୍ରେ ପୋଲିସ (Police) ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା।  କିନ୍ତୁ ପୋଲିସ ପହଁଞ୍ଚିବା ବେଳକୁ ଅଭିଯୁକ୍ତ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିଲେ । କାରର ମାଲିକ ଅତୁଲ ଦୁବେଙ୍କର ଅଟନ୍ତି | ଏହି ଦୁର୍ଘଟଣାରେ ତାଙ୍କ ପୁଅ ଅମରଦୀପ ଗୁରୁତର ଆହତ ହୋଇଛନ୍ତି । ଅମରଦୀପ ହେଉଛନ୍ତି କଂଗ୍ରେସ ନେତା ତଥା ପୂର୍ବ ପ୍ରଦେଶ ଉପାଧ୍ୟକ୍ଷ ଅମିତ ରାମଜୀ ଦୁବେଙ୍କ ଭଣଜା ଅଟନ୍ତି। ଆହତ ଅମରଦୀପଙ୍କୁ ସାଗରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କାରରେ ଡ୍ରାଇଭରଙ୍କ ସମେତ ୭ଜଣ ଯାତ୍ରୀଙ୍କ ରହିଥିବା ବେଳେ ସମସ୍ତଙ୍କର ମୃତ୍ୟୁ ହୋଇଛି ।

ସୂଚନା ଥାଉ କି, ନିକଟରେ ହିମାଚଳ ପ୍ରଦେଶ ମାଣ୍ଡି ଜିଲ୍ଲା ସରାଜରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଏକ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଥିଲେ । ଆହତ ମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ପୋଲିସ ଏହି ଦୁର୍ଘଟଣାର ତଦନ୍ତ ଜାରି ରଖିଛି । ସୂଚନାନୁସାରେ, ଶନିବାର ଦିନ ସନ୍ଧ୍ୟାରେ ଶୀଲାକୁଟଲା ଗାଁର  ଦମ୍ପତିଙ୍କ ସହ ତାଙ୍କ ପୁଅ ଓ ଅନ୍ୟ ଦୁଇ ପରିବାର ସଦସ୍ୟ ଏକ କାର ଯୋଗେ ଥୁନାଗ ବଜାରରୁ ଘର ଅଭିମୁଖେ ଯାଉଥିଲେ। ଏହି ସମୟରେ, ଲେହଗଲାଠାରୁ ଏକ କିଲୋମିଟର ଆଗରେ କାରଟି ୩୦୦ ମିଟର ଗଭୀର ଘାଟି ଭିତରକୁ ଖସିପଡିଥିଲା ​ । ଫଳରେ କାରରେ ଥିବା ୫ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଆହତ ହୋଇଥିଲା । ଏହି ଘଟଣାରେ ଗର୍ଭବତୀ ପତ୍ନୀ ଓ ସ୍ୱାମୀଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ହସ୍ପିଟାଲ ଯିବା ପୂର୍ବରୁ ପତ୍ନୀ ଓ ସ୍ୱାମୀଙ୍କର ମୃତ୍ୟୁ ହୋଇସାରିଥିଲା । ଗ୍ରାମ ପଞ୍ଚାୟତ ଲେହେଥାଚର ମୁଖ୍ୟ ତେଜ ସିଂ କହିଛନ୍ତି ଯେ, ସମସ୍ତ ଆହତଙ୍କୁ ପ୍ରଥମେ ଏକ ଘରୋଇ ଗାଡିରେ ନିଆଯାଇଥିଲା, ପରେ ସେମାନଙ୍କୁ ଆମ୍ବୁଲାନ୍ସକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡ଼ାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଆହତ ୩ ଜଣଙ୍କର ଚିକିତ୍ସା ଜାରି ରହିଛି ।

ଏହା ବି ପଢନ୍ତୁ-Sawan 2023: ପୁଣି ଅଘଟଣ, ଦେବୀ ନଦୀରେ ପାଣି ଉଠାଇବା ସମୟରେ ଭାସିଗଲେ ୨ କାଉଡ଼ିଆ

ସେପଟେ, ଗଜପତି ଜିଲ୍ଲା ଦମାଦୂଆ ପଞ୍ଚାୟତ ଗାଣ୍ତାଗୁଡ଼ା ଗ୍ରାମରେ ପିକଅପ୍ ଗାଡ଼ି ଧକ୍କାରେ ଜଣେ ୩ ବର୍ଷିୀୟା ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଛି । ଲୁଷ୍ୟନ ନାୟକ ଗାଁକୁ ଆସିଥିବା କବାଡ଼ିବାଲା ପିକଅପ୍ ଗାଡ଼ି ଅଟାଇବା ସମୟରେ ତାଙ୍କ ତିନି ବର୍ଷର ଝିଅ ଦୀପ୍ତି ନାୟକ ହଠାତ୍ ଗାଡ଼ିର ପଛ ଚକା ତଳକୁ ଆସି ଯାଇଥିଲେ । ଫଳରେ ଚକା ତଳେ ଛାପି ହୋଇ ଘଟଣାସ୍ଥଳରେ ହିଁ କୁନି ଝିଅଟିର ମୃତ୍ୟୁ ହୋଇଥିଲା । ଖବର ପାଇବା ପରେ ଅଡ଼ବା ଥାନା ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଗାଡ଼ି ଜବତ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ଶିଶୁ କନ୍ୟାଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା ।