RBI: ବଢିଲା ୨ ହଜାର ଟଙ୍କିଆ ନୋଟ ବଦଳି ଅବଧି, ଜାଣନ୍ତୁ ଲାଷ୍ଟ Date କେବେ?
Advertisement
Article Detail0/zeeodisha/odisha1895102

RBI: ବଢିଲା ୨ ହଜାର ଟଙ୍କିଆ ନୋଟ ବଦଳି ଅବଧି, ଜାଣନ୍ତୁ ଲାଷ୍ଟ Date କେବେ?

2000 Rupees: ପୂର୍ବ ନିର୍ଦ୍ଧାରିତ ନିଷ୍ପତି ଅନୁସାରେ ଆଜି ଅର୍ଥାତ୍ ଅକ୍ଟୋବର ୧ ତାରିଖ ପରେ ୨୦୦୦ ଟଙ୍କା ଚଳିବନାହିଁ ବୋଲି ଘୋଷଣା କରାଯାଇଥିଲା । ତେବେ ଗତକାଲି ୨୦୦୦ ଟଙ୍କିଆ ନୋଟ ବଦଳି ନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ସୂଚନା ମିଳିଥିଲା ବେଳେ ଏବେ ଜନସାଧାରଣଙ୍କ ପାଇଁ ଆସିଛି ଖୁସି ଖବର ।

ସୌ(ସୋସିଆଲ ମିଡିଆ)

RBI Extend Deadline for Exchange 2000 Rupees: ବଢିଲା ୨ ହଜାର ଟଙ୍କିଆ ନୋଟ ବଦଳି ଅବଧି (2000 Rupees Note Exchange) । ପୂର୍ବ ନିର୍ଦ୍ଧାରିତ ନିଷ୍ପତି ଅନୁସାରେ ଆଜି ଅର୍ଥାତ୍ ଅକ୍ଟୋବର ୧ ତାରିଖ ପରେ ୨୦୦୦ ଟଙ୍କା ଚଳିବନାହିଁ ବୋଲି ଘୋଷଣା କରାଯାଇଥିଲା । ତେବେ ଗତକାଲି ୨୦୦୦ ଟଙ୍କିଆ ନୋଟ ବଦଳି ନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ସୂଚନା ମିଳିଥିଲା ବେଳେ ଏବେ ଜନସାଧାରଣଙ୍କ ପାଇଁ ଆସିଛି ଖୁସି ଖବର ।

ଶନିବାର ଦିନ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (Reserve Bank of India) ୨୦୦୦ ଟଙ୍କିଆ ନୋଟ୍ ବଦଳି ସମୟ ସୀମା ବଢାଇପାରେ ସୂଚନା ମିଳିଥିଲା। ତେବେ ନୋଟ ବଦଳି ନେଇ ସେପ୍ଟେମ୍ବର ୩୦ ତାରିଖ ଶେଷ ତାରିଖ ହୋଇଥିବା ବେଳେ ଏହି ସମୟସୀମାକୁ ବଢାଇ ଦେଇଛି ରିଜର୍ଭ ବ୍ୟାଙ୍କ ଅଫ୍ । ଏହି ଅବଧିକୁ ଅକ୍ଟେବାର ୭ ତାରିଖ ପର୍ଯ୍ୟନ୍ତ ବଢାଯାଇଛି । ଏନେଇ ଆରବିଆଇ ପକ୍ଷରୁ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ବିମୁଦ୍ରୀକରଣ (Demonetisation) ଘୋଷଣା କରିବା ପରେ ବଜାରରେ ଦେଖାଦେଇଥିବା ନଗଦ ରାଶିର ଅଭାବ ପୂରଣ କରିବା ଲାଗି ୨୦୦୦ ଟଙ୍କିଆ ନୋଟ ଆସିଥିଲା। ଏହାସହ ୧୦୦୦ ଓ ୫୦୦ ଟଙ୍କିଆ ନୋଟ୍ ପ୍ରଚଳନ ବନ୍ଦ ହୋଇଥିଲା । ପରେ ଚଳିତ ବର୍ଷ ମେ’ ମାସ ୧୯ ତାରିଖରେ ଏହି ନୋଟ୍‌ ପ୍ରତ୍ୟାହାର ନେଇ ରିଜର୍ଭ ବ୍ୟାଙ୍କ ଘୋଷଣା କରିଥିଲା। ଫଳରେ ମେ’ ୨୩ରୁ ନୋଟ୍ ବଦଳାଇବା (Note Exchange) ପ୍ରକ୍ରିୟା ଆରମ୍ଭ ହୋଇଥିଲା। ନୋଟ୍‌ଗୁଡ଼ିକୁ ବ୍ୟାଙ୍କରେ ବଦଳାଇବା ଓ ଜମା କରିବା ଲାଗି ରିଜର୍ଭ ବ୍ୟାଙ୍କ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସମୟ ଦେଇଥିଲା ଯାହା ଆଜି ଶେଷ ହେଉଛି। ତେବେ ଗତ ମେ’ ମାସରେ ବଜାରରେ ସାଢ଼େ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଦୁଇ ହଜାର ଟଙ୍କିଆ ରହିଥିଲା। ବର୍ତ୍ତମାନ ସୁଦ୍ଧା ସେଥିରୁ ୯୩ ପ୍ରତିଶତ ନୋଟ୍‌ ବ୍ୟାଙ୍କ ପାଖକୁ ଫେରିଆସିଥିବା ବେଳେ ଏବେ ବି ପ୍ରାୟ ୨୪ ହଜାର କୋଟି ଟଙ୍କାର ୨୦୦୦ ଟଙ୍କିଆ ଫେରିନାହିଁ। ଏହି କାରଣରୁ ୨୦୦୦ ଟଙ୍କିଆ ବଢାଇବା ଅବଧିକୁ ରିଜର୍ଭ ବ୍ୟାଙ୍କ (Reserve Bank of India)  ବିଚାର କରୁଥିବା ଆଲୋଚନା ହେଉଛି ।

୨୦୦୦ ଟଙ୍କିଆ ନୋଟ ବଦଳବାଇବା ନେଇ ଆବଶ୍ୟକ ଦସ୍ତାବିଜ?

ଭାରତୀୟ ରିଜର୍ଭ ବ୍ୟାଙ୍କ (Reserve Bank of India) ନିର୍ଦ୍ଦେଶ ଅନୁଯାୟୀ କୌଣସି ଦସ୍ତାବିଜ ବିନା ୨୦୦୦ ଟଙ୍କିଆ ନୋଟ ବଦଳା ଯାଇପାରିବ। ହେଲେ କିଛି ସରକାରୀ କ୍ଷେତ୍ର ବ୍ୟାଙ୍କ ପରିଚୟ ସମ୍ବନ୍ଧୀୟ ଦସ୍ତାବିଜ ଖୋଜିବା ଆରମ୍ଭ କରିଛନ୍ତି। ତେଣୁ ଆପଣ ନିଜର ସରକାରୀ ପରିଚୟ ପତ୍ରକୁ (Official Identity Card) ପାଖରେ ରଖନ୍ତୁ। ଯାହା ଫଳରେ ୨୦୦୦ ଟଙ୍କିଆ ନୋଟ ବଦଳାଇବାରେ କୌଣସି ସମସ୍ୟାର ସାମ୍ନା କରିବାକୁ ପଡ଼ିବନାହିଁ। ଆରବିଆଇ, ସମେତ ଦେଶର ସମସ୍ତ ବ୍ୟାଙ୍କଠାରେ ୨୦୦୦ ଟଙ୍କିଆ ନୋଟ୍ ବଦଳାବାର ସୁବିଧା ( 2000 Note Exchange Facility in India) ଉପଲବ୍ଧ ରହିଛି।

Also Read-Weather Update: ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ!