Road Accident: ଟ୍ରକ୍-କାର ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ତିନି ମୃତ, ୪ ଆହତ
Advertisement
Article Detail0/zeeodisha/odisha2138731

Road Accident: ଟ୍ରକ୍-କାର ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ତିନି ମୃତ, ୪ ଆହତ


Road Accident: ଏମିତି ବି  ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁ କିଛି।  ଦୁର୍ଘଟଣାରେ ତିନିଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡି଼କାଲରେ ଭର୍ତ୍ତି କରାଯାଇଛି।   ଦିଲ୍ଲୀର ବଦରପୁର୍ ଫ୍ଲାଏ ଓଭର ନିକଟରେ ଟ୍ରକ୍ ଓ କାର୍ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। 

ସୌଜନ୍ୟ- ସୋସିଆଲ ମିଡି଼ଆ

Road Accident: ଏମିତି ବି  ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁ କିଛି।  ଦୁର୍ଘଟଣାରେ ତିନିଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡି଼କାଲରେ ଭର୍ତ୍ତି କରାଯାଇଛି।   ଦିଲ୍ଲୀର ବଦରପୁର୍ ଫ୍ଲାଏ ଓଭର ନିକଟରେ ଟ୍ରକ୍ ଓ କାର୍ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ବରଦପୁର ଥାନା ଅନ୍ତର୍ଗତ ଶନିବାର ଦିନ ବିଳମ୍ବିତ ରାତିରେ ପୋଲିସ୍ ଏକ ଖବର ଆସିଲା ଯେ, ବରଦପୁର ଫ୍ଲାଏ ଓଭର ନିକଟରେ ଏକ ଦୁର୍ଘଟଣା ହୋଇଛି । ପୋଲିସ୍ ଖବର ପାଇଁ ତୁରନ୍ତ ଘଟଣାସ୍ଥଳକୁ ଯାଇ ପହଂଚିଥିଲା। ଏକ କାର୍ ରେ ଗୋଟିଏ ପରିବାରର ୭ ଜଣ ଫରିଦାବାର ଏକ ବିବାହ ସମାରୋହକୁ ଯୋଗ ଦେବାକୁ ଯାଇଥିବା ବେଳେ ସାମ୍ନାପଟୁ ଏକ ଟ୍ରକ୍ ପିଟି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହର ହୋଇଛନ୍ତି । ମୃତକଙ୍କୁ ଉଦ୍ଧାର କରି ପୋଲିସ୍ ପୋଷ୍ଟମଟମ ପାଇଁ ପଠାଇଥିବା ବେଳେ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।   

ନିକଟରେ ଏଭଳି ଏକ ଭୟଙ୍କର ଦୁର୍ଘଟଣା ମଧ୍ୟ ଘଟିଥିଲା। ନେପାଳର ମହେନ୍ଦ୍ର ନଗରରୁ କାଠମାଣ୍ଡୁକୁ ଯାଉଥିବା ଏକ ନେପାଳୀ ବେସରକାରୀ ବସ୍ ବୁଧବାର ବିଳମ୍ବିତ ରାତିରେ ଘାଟିରୁ ଖସି ପଡ଼ିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ ଜଣଙ୍କୁ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତେବେ ଏହି ଦୁର୍ଘଟଣାରେ ଉତ୍ତର ପ୍ରଦେଶର ଜଣେ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।  କପିଳବସ୍ତୁର ସୂଚନା ଅଧିକାରୀ ଡିଏସପି ହରି ବାହାଦୁର ବଳି କହିଛନ୍ତି କି ଦକ୍ଷିଣ ପଶ୍ଚିମ ପ୍ରାନ୍ତର ଏହି ଯାତ୍ରୀ ଭର୍ତ୍ତି ବସ ମହେନ୍ଦ୍ରନଗରରୁ କାଠମାଣ୍ଡୁକୁ ଯାଉଥିଲା। ରାତି ପ୍ରାୟ ଗୋଟାଏ ବେଳେ ଶିବରାଜ ନଗର ପାଳିକା-୧ରେ ସୁରେଇଖେଳାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସ ରାସ୍ତା ଦୁର୍ଘଟଣାରେ ଦୁଇ ଶହ ମିଟର ଖାତକୁ ଖସିପଡ଼ିଥିଲା। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ରୌତହାଟ ଅରହି-୩ର ୪୬ ବର୍ଷିୟ ନାରାୟଣ ବାହାଦୂର ଭଣ୍ଡାରୀ, କାଳିଜଙ୍ଗ ଗଣ ଗୌରସିଂଗେର ଅର୍ଜୁନ କୁମାର ଯୋଗୀ, ସାଲିଆନ ସାଇନିକ ହଲ-3ର ବାସିନ୍ଦା ତଥା ନେପାଳ ସେନାରେ ସେବା କରୁଥିବା ତଥା ଉତ୍ତରପ୍ରଦେଶର ମୋରାଦାବାଦର ସାକିଲ ଅଛନ୍ତି। ଅଫିସ୍ ପୋଲିସ୍ ଇନ୍ସପେକ୍ଟର ନବ୍ରତନା ପାଉଡେଲ କହିଛନ୍ତି ଯେ ଏହି ଦୁର୍ଘଟଣାରେ ୨୭ ଜଣ ଆହତ ହୋଇଛନ୍ତି, ସେଥିମଧ୍ୟରୁ ନଅ ଜଣଙ୍କୁ ବଟୱାଲକୁ ପଠାଯାଇଛି। ଅନ୍ୟମାନେ ସଞ୍ଜୀବନୀ ଏବଂ ବେସିକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।