Road Accident: ଅଶୁଭ ରବିବାର! ବରଯାତ୍ରୀ ଭ୍ୟାନକୁ ପିଟିଲା ଟ୍ରକ୍, ଘଟଣାସ୍ଥଳରେ ୯ ମୃତ
Advertisement
Article Detail0/zeeodisha/odisha2214386

Road Accident: ଅଶୁଭ ରବିବାର! ବରଯାତ୍ରୀ ଭ୍ୟାନକୁ ପିଟିଲା ଟ୍ରକ୍, ଘଟଣାସ୍ଥଳରେ ୯ ମୃତ

ଏ-ମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ୍ ହୋଇଯାଏ ସବୁକିଛି । କ୍ଷଣିକ ମଧ୍ୟରେ ଚୁନା ହୋଇଯାଏ ସବୁ ସ୍ବପ୍ନ। ଭୟଙ୍କର ସଡ଼କ ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟ

Road Accident: ଅଶୁଭ ରବିବାର! ବରଯାତ୍ରୀ ଭ୍ୟାନକୁ ପିଟିଲା ଟ୍ରକ୍, ଘଟଣାସ୍ଥଳରେ ୯ ମୃତ

Road Accident: ଏ-ମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ୍ ହୋଇଯାଏ ସବୁକିଛି । କ୍ଷଣିକ ମଧ୍ୟରେ ଚୁନା ହୋଇଯାଏ ସବୁ ସ୍ବପ୍ନ। ଭୟଙ୍କର ସଡ଼କ ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ଏକ ବରଯାତ୍ରୀ ଭ୍ୟାନକୁ ଏକ ଟ୍ରକ୍ ଧକ୍କା ଦେବାରୁ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ରାଜସ୍ଥାନ ଝାଲାଓ୍ବାଡ ଜିଲ୍ଲାରେ ଏହି ଛାତିଥରା ଦୁର୍ଘଟଣା ଘଟିଛି । ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

ALSO READ: Petrol Diesel Price Today: ଭୁବନେଶ୍ବରରେ ଶସ୍ତା ହେଲା ପେଟ୍ରୋଲ-ଡିଜେଲ, ଜାଣନ୍ତୁ ଲିଟର ପିଛା କେତେ ଅଛି ଦର?

ସୂଚନା ଅନୁସାରେ,  ଝାଲାଓ୍ବାଡ ଜିଲ୍ଲାର ଡୁଙ୍ଗର ଅଞ୍ଚଳର ବାଗ୍ରି ସମ୍ପ୍ରଦାୟର କିଛି ଲୋକେ ଗତକାଲି ନିଜ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ସାମିଲ ହେବା ପାଇଁ ମଧ୍ୟପ୍ରଦେଶ ଯାଇଥିଲେ। ବିବାହ ସମାରୋହରେ ଯୋଗ ଦେଇ ଗତକାଲି ବିଳମ୍ବିତ ରାତିରେ ନିଜ ଗାଁକୁ ଫେରୁଥିଲେ। ଝାଲାଓ୍ବାଡ୍ ନିକଟରେ ଭ୍ୟାନଟି ପହଞ୍ଚି ଥିବା ସମୟରେ ସାମ୍ନା ପଟୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ଭ୍ୟାନ୍ ଟିକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଭ୍ୟାନରେ ଥିବା ୯ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଏକାଧିକ ଆହତ ହୋଇଥିଲେ। 

ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲା । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ତେବେ, ଏବେ ସୁଧା ମୃତକମାନଙ୍କ ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ ସେମାନେ ସମ୍ପର୍କୀୟ ହୋଇଥିବା ମଧ୍ୟ ସନ୍ଦେହ କରାଯାଉଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଆତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି। ସେପଟେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡି ନଥିଲେ ସୁଧା ଟ୍ରକଟି ଦୃତଗତିରେ ଥିବା ଓ ଅନିୟନ୍ତ୍ରିତ ହୋଇ ଭ୍ୟାନକୁ ଧକ୍କା ଦେଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ କରାଯାଉଛି ।