Rise of Security Threat: ସୀମାରେ ବଢୁଛି ମଦ୍ରାସା-ମସଜିଦ ନିର୍ମାଣ, ବିପଦରେ ସୀମା ସୁରକ୍ଷା
Advertisement
Article Detail0/zeeodisha/odisha1285760

Rise of Security Threat: ସୀମାରେ ବଢୁଛି ମଦ୍ରାସା-ମସଜିଦ ନିର୍ମାଣ, ବିପଦରେ ସୀମା ସୁରକ୍ଷା

India Nepal Border: ମୁସଲିମ ଦେଶରୁ ମିଳୁଥିବା ପାଣ୍ଠି ଜରିଆରେ ଭାରତ-ନେପାଳ ସୀମାରେ ଉଭୟ ପାର୍ଶ୍ୱରେ ରହିଥିବା ଅଞ୍ଚଳରେ ମଦ୍ରାସା, ମସଜିଦ ଏବଂ ଧର୍ମି ପରିବର୍ତ୍ତନ ଭଳି କାର୍ଯ୍ୟ କରାଯାଉଛି। ସୁରକ୍ଷା ଏଜେନ୍ସି ରିପୋର୍ଟ ଅନୁଯାୟୀ ମାତ୍ର ୨ ବର୍ଷ ମଧ୍ୟରେ ନେପାଳ ଭଳି ଦେଶକୁ ୫୦୦ କୋଟି ଟଙ୍କା ଆର୍ଥିକ ସହାୟତା ମିଳିଛି।

Rise of Security Threat: ସୀମାରେ ବଢୁଛି ମଦ୍ରାସା-ମସଜିଦ ନିର୍ମାଣ, ବିପଦରେ ସୀମା ସୁରକ୍ଷା

India Nepal Border: ନେପାଳ-ଭାରତ ସୀମାରେ ଶହ ଶହ ସଂଖ୍ୟାରେ ନିର୍ମିଚତ ହେଉଛି ନୂତନ ମସଜିଦ-ମଦ୍ରାସା। ସୀମାରେ ହେଉଥିବା ଏହି ପରିବର୍ତ୍ତନ ଭାରତ-ନେପାଳ ସୀମାରେ ଦେଖାଯାଉଛି। ଏହି ମସଜିଦ-ମଦ୍ରାସା ନିର୍ମାଣ ପାଇଁ କିଏ ଅର୍ଥ ପ୍ରଦାନ କରୁଛି? ତାହାର ଜବାବ ମିଳିସାରିଛି। ଭାରତ-ନେପାଳ ସୀମାରେ ନୂତନ ମସଜିଦ-ମଦ୍ରାସା ନିର୍ମାଣ ଲାଗି ପାକିସ୍ଥାନ, ତୁର୍କୀ ଏବଂ କାତାର ଭଳି ମୁସଲିମ ଦେଶରୁ କୋଟି କୋଟି ପାଣ୍ଠି ଆସୁଛି। 

ଏହି ମୁସଲିମ ଦେଶରୁ ମିଳୁଥିବା ପାଣ୍ଠି ଜରିଆରେ ଭାରତ-ନେପାଳ ସୀମାରେ ଉଭୟ ପାର୍ଶ୍ୱରେ ରହିଥିବା ଅଞ୍ଚଳରେ ମଦ୍ରାସା, ମସଜିଦ ଏବଂ ଧର୍ମି ପରିବର୍ତ୍ତନ ଭଳି କାର୍ଯ୍ୟ କରାଯାଉଛି। ସୁରକ୍ଷା ଏଜେନ୍ସି ରିପୋର୍ଟ ଅନୁଯାୟୀ ମାତ୍ର ୨ ବର୍ଷ ମଧ୍ୟରେ ନେପାଳ ଭଳି ଦେଶକୁ ପାକିସ୍ତାନ, ତୁର୍କୀ, କତର ଏବଂ ଅନ୍ୟାନ୍ୟ ଗଲଫ୍ ଦେଶରୁ ୫୦୦ କୋଟି ଟଙ୍କା ଆର୍ଥିକ ସହାୟତା ମିଳିଛି।

ଭାରତ-ନେପାଳ ସୀମାରେ (India Nepal Border) ମସଜିଦ ନିର୍ମାଣ ଲାଗି ୨୦୨୦ ଅକ୍ଟୋବରରେ ତୁର୍କି-କତର ୩୫୦ କୋଟି, ୨୦୨୧ ଅକ୍ଟୋବରରେ  ମଦ୍ରାସା ଲାଗି ପାକିସ୍ତାନ ୨୫ କୋଟି, ୨୦୨୧ ଜାନୁଆରୀରେ ନେପାଳରେ ମଦ୍ରାସା ନିର୍ମାଣ ଲାଗି କତର ୯୦ ଏବଂ ୨୦୨୦ ଫେବୃଆରୀରେ ନେପାଳକୁ ୧୦୦  କୋଟି ଟଙ୍କାର ପାଣ୍ଠି ଇସଲାମୀୟ ସଙ୍ଗଠନ ପକ୍ଷରୁ ପ୍ରଦାନ କରାଯାଇଛି।

ଭାରତ-ନେପାଳ ସୀମାରେ ଅବସ୍ଥିତ କପିଲବସ୍ତୁର ଆଖପାଖ ସ୍ଥାନରେ ବଡ଼ ବଡ଼ ମସଜିଦ ଏବଂ ମଦ୍ରାସା ନିର୍ମାଣ ହୋଇଛି। ନେପାଳ-ଭାରତ ସୀମାରେ ସବୁଆଡେ ଏଭଳି ନିର୍ମାଣ ହୋଇଛି। ନେପାଳ ସୀମାରୁ ୫ କିମି ଦୂରରେ ଥିବା ଏକ ଗ୍ରାମରେ ଚାରୋଟି ମଦ୍ରାସା ଦେଖିବାକୁ ମିଳିଥିଲା। ଗ୍ରାମବାସୀ କହିଛନ୍ତି ଯେ ଏହି ମଦ୍ରାସା ମଧ୍ୟରୁ କେତେକ ସମ୍ପୂର୍ଣ୍ଣ ନୂଆ। ଗ୍ରାମରେ ଏକ ସରକାରୀ ବିଦ୍ୟାଳୟ ରହିବା ପରିବର୍ତ୍ତେ ଏହି ପିଲାମାନଙ୍କୁ ମାଦ୍ରାସା ଠାରେ ଶିକ୍ଷା ଦିଆଯାଉଛି।

ସିଦ୍ଧାର୍ଥନଗରରେ ଅବସ୍ଥିତ ନେପାଳ ନିକଟରେ ରହିଥିବା ଭାରତୀୟ ଅଞ୍ଚଳରେ ଅବସ୍ଥିତ ଏକ ଗ୍ରାମର ଲୋକ କହିଛନ୍ତି ଯେ ଏଠାରେ ଚାରୋଟି ମଦ୍ରାସା ରହିଛି। ଯେଉଁଥିରୁ ଏକ ମଦ୍ରାସା ନିର୍ମାଣ କାର୍ଯ୍ୟ ଚାଲିଛି। ମଦ୍ରାସା ନିର୍ମାଣ ପାଇଁ ଟଙ୍କା କେଉଁଠୁ ଆସୁଛି? ଗ୍ରାମବାସୀ ଏହାର ସଠିକ୍ ଉତ୍ତର ଦେଇପାରି ନଥିଲେ। କେହି କେହି କହିଛନ୍ତି ଯେ ଗ୍ରାମବାସୀ ମଦ୍ରାସା ଖର୍ଚ୍ଚ ବହନ କରୁଛନ୍ତି। ଯେତେବେଳେ ଏଠାରେ ଚାଲୁଥିବା ଏହି ମଦ୍ରାସା ସମ୍ବନ୍ଧରେ ଲୋକଙ୍କୁ ବିଦେଶୀ ପାଣ୍ଠି ବିଷୟରେ ପଚରାଗଲା ସେମାନେ ଏନେଇ କୌଣସି ଜବାବ ଦେବାକୁ ସମ୍ପୂର୍ଣ୍ଣ ଭାବରେ ମନା କରିଦେଲେ। ଲୋକଙ୍କ କହିବା ଅନୁସାରେ ସେମାନେ ନିଜ ଟଙ୍କା ଦେଇ ଏହି ମସଜିଦ ଏବଂ ମଦ୍ରାସା ନିର୍ମାଣ କରୁଛନ୍ତି। କିଛି ଦିନ ପୂର୍ବେ ସଶସ୍ତ୍ର ସୀମାବଳ ପକ୍ଷରୁ ଏକ ସମାନ ରିପୋର୍ଟ ପ୍ରକାଶିତ ହୋଇଥିଲା। ଯେଉଁଥିରେ କୁହାଯାଇଥିଲା ଉତ୍ତର ପ୍ରଦେଶ ସୀମାକୁ ଲାଗିଥିବା ଶହ ଶହ ସୀମାନ୍ତ ଅଞ୍ଚଳରେ ମସଜିଦ-ମଦ୍ରାସା ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। 

ନେପାଳର  ସୀମାନ୍ତବର୍ତ୍ତୀ ଅଞ୍ଚଳରେ ମଦ୍ରାସା ଏବଂ ମସଜିଦ ନିର୍ମାଣ ସହିତ ନେପାଳକୁ ଏକ ମୁସଲିମ ରାଷ୍ଟ୍ର କରିବା ପାଇଁ ଷଡଯନ୍ତ୍ର ମଧ୍ୟ ହୋଇଛି। ଧର୍ମାନ୍ତର ପାଇଁ ବିଦେଶରୁ କୋଟି କୋଟି ଟଙ୍କାର ଅର୍ଥ ପ୍ରଦାନ କରାଯାଉଥିବା କଥା ସାମ୍ନାକୁ ଆସିଛି। ଯାହା ମାଧ୍ୟମରେ ନେପାଳରେ ରହୁଥିବା ହିନ୍ଦୁ ଜନସଂଖ୍ୟାକୁ ମୁସଲମାନ କରାଯାଉଛି। ସୁରକ୍ଷା ଏଜେନ୍ସି ଅନୁଯାୟୀ ଗଲଫ ଦେଶରେ ଚାକିରି ପାଇବା ସହିତ ନେପାଳର ଲୋକଙ୍କୁ ଟଙ୍କା ଲୋଭ ଦେଖାଇ ଧର୍ମାନ୍ତରଣ କରାଯାଉଛି। 

ସୁରକ୍ଷା ଏଜେନ୍ସି ଅନୁଯାୟୀ ସୀମାରେ ଜିହାଦୀ କାର୍ଯ୍ୟକଳାପରେ ବୃଦ୍ଧି ଘଟିଛି। ଭାରତ-ନେପାଳ ସୀମା ଦେଇ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଆତଙ୍କବାଦୀ ଅନୁପ୍ରବେଶରେ ନିୟୋଜିତ କରିବା ଯୋଜନାର ରହିଛି। ପାକିସ୍ତାନ ନିକଟରେ ଥିବା ଭାରତ ସୀମାରେ କଡ଼ା ସଜାଗ ଥିବାରୁ ଆତଙ୍କବାଦୀଙ୍କ ପାଇଁ ସୀମା ପାର ହେବା ଆଉ ସହଜ ନୁହେଁ। ଅନୁପ୍ରବେଶ ଉଦ୍ୟମ ସମୟରେ ପ୍ରତିଦିନ ସେନା ଏବଂ ବିଏସ୍ଏଫ୍ ଦ୍ୱାରା ଆତଙ୍କବାଦୀଙ୍କୁ ହତ୍ୟା କରାଯାଉଛି। ସୁରକ୍ଷା ଏଜେନ୍ସି ଅନୁଯାୟୀ ଲସ୍କର ଏବଂ ଜୈାଶ ଭଳି ଆତଙ୍କବାଦୀ ସଙ୍ଗଠନ ନେପାଳ ସୀମାକୁ ସେମାନଙ୍କ ଆଧାର କରୁଛନ୍ତି। ଆତଙ୍କବାଦୀ ଉତ୍ତରପ୍ରଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ କରିପାରିବେ। ନିକଟରେ ଗୋରଖନାଥ ମନ୍ଦିର ଉପରେ ହୋଇଥିବା ସମାନ ଆକ୍ରମଣର ଷଡଯନ୍ତ୍ରକୁ ସୁରକ୍ଷା ଏଜେନ୍ସି ବିଫଳ କରିଥିଲେ।

Also Read: ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ; ରୋହିଙ୍ଗ୍ୟା ମୁସଲମାନଙ୍କୁ ମିଆଁମାରରେ ଆତଙ୍କବାଦୀ ପ୍ରଶିକ୍ଷଣ ଦେଉଛି ଆଇଏସଆଇ

Also Read: ଦେଶ ଭାଙ୍ଗିବାକୁ ତୁର୍କୀର ଭୟାନକ ଷଡଯନ୍ତ୍ର!

Also Read: ପ୍ରତିବର୍ଷ ଆତଙ୍କୀ ନିର୍ମାଣରେ ଲାଗିଛି ୪୦ ହଜାର ପାକିସ୍ତାନୀ ମଦ୍ରାସା: ରିପୋର୍ଟ