SIM Card Rules: ଏହି ଦିନରୁ ସିମକାର୍ଡ ପାଇଁ ଲାଗୁ ହେବ ନୂଆ ନିୟମ, ବେଖାତିର କଲେ ୧୦ ଲକ୍ଷ ଟଙ୍କା ଜୋରିମାନା
Advertisement
Article Detail0/zeeodisha/odisha1856451

SIM Card Rules: ଏହି ଦିନରୁ ସିମକାର୍ଡ ପାଇଁ ଲାଗୁ ହେବ ନୂଆ ନିୟମ, ବେଖାତିର କଲେ ୧୦ ଲକ୍ଷ ଟଙ୍କା ଜୋରିମାନା

SIM Card: କେନ୍ଦ୍ର ସରକାର ନୂଆ ସିମ୍ କାର୍ଡ ପାଇଁ କଡା ନିୟମ ଆଣିବାକୁ ଯାଉଛନ୍ତି । ଯାହାଦ୍ବାରା ଏହି ପ୍ରକ୍ରିୟା ସୁରକ୍ଷିତ ଓ ନିର୍ଭରଯୋଗ୍ୟ ହୋଇପାରିବ। ଏନେଇ ଦୂରସଞ୍ଚାର ବିଭାଗ ପକ୍ଷରୁ ସର୍କୁଲାର ଜାରି ହୋଇଛି। ଟେଲିକମ୍ ବିଭାଗ ସାରା ଦେଶରେ ସିମ୍ କାର୍ଡର ବ୍ୟବହାରକୁ ନିୟନ୍ତ୍ରଣ କରିବା ପାଇଁ ଦୁଇଟି ସର୍କୁଲାର ଜାରି କରିଛି। ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହି ନୂଆ ନିୟମ ।

ସୌ(ସୋସିଆଲ ମିଡିଆ)

SIM Card  New Rules​: ବର୍ତ୍ତମାନ ନୂତନ ସିମ୍ କାର୍ଡ କିଣିବା ଓ ଏହାର ଆକ୍ଟିଭେସନ୍ ପାଇଁ ଲୋକଙ୍କୁ ଆହୁରି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ । କେନ୍ଦ୍ର ସରକାର ନୂଆ ସିମ୍ କାର୍ଡ ପାଇଁ କଡା ନିୟମ ଆଣିବାକୁ ଯାଉଛନ୍ତି । ଯାହାଦ୍ବାରା ଏହି ପ୍ରକ୍ରିୟା ସୁରକ୍ଷିତ ଓ ନିର୍ଭରଯୋଗ୍ୟ ହୋଇପାରିବ। ଏନେଇ ଦୂରସଞ୍ଚାର ବିଭାଗ ପକ୍ଷରୁ ସର୍କୁଲାର ଜାରି ହୋଇଛି। ଟେଲିକମ୍ ବିଭାଗ (Telecom Department) ସାରା ଦେଶରେ ସିମ୍ କାର୍ଡର ବ୍ୟବହାରକୁ ନିୟନ୍ତ୍ରଣ କରିବା ପାଇଁ ଦୁଇଟି ସର୍କୁଲାର ଜାରି କରିଛି। ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହି ନୂଆ ନିୟମ ।

ସୂଚନାଯୋଗ୍ୟ, ଜଣେ ବ୍ୟକ୍ତିଙ୍କ ନାଁରେ ଏକାଧିକ ସିମ୍ କାର୍ଡ଼ କ୍ରୟ ଓ ବିକ୍ରୟକୁ ରୋକିବା ନେଇ ଏହି ପଦକ୍ଷେପ ନିଆଯିବ । ଏହାସହ ଅଣପଞ୍ଜୀକୃତ ସିମ୍ କାର୍ଡ଼ ବିକ୍ରି ପ୍ରମାଣିତ ହେଲେ ୧୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ । ଟେଲିକମ୍‌ ଜାଲିଆତି ରୋକିବା ପାଇଁ ମନ୍ତ୍ରାଳୟ ପକ୍ଷରୁ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି।

ସତର୍କ ରୁହନ୍ତୁ ଦୋକାନୀ

ଏହି ନୂତନ ନିୟମ ଲାଗୁ ହେବା ପରେ ସିମ୍ କାର୍ଡ କିଣୁଥିବା ଦେକାନୀଙ୍କୁ ପୂର୍ବ ଅପେକ୍ଷା ଅଧିକ ସତର୍କ ହେବାକୁ ପଡ଼ିବ । କାରଣ ଯେଉଁ ଗ୍ରାହକ ସେମାନଙ୍କ ପାଖରୁ ସିମ୍ କାର୍ଡ଼ କିଣିବେ ଯଦି ଦୋକାନୀ ଉକ୍ତ ଗ୍ରାହକଙ୍କ ସମ୍ପର୍କରେ ଭଲ ଭାବେ ଯାଞ୍ଚ ନ କରନ୍ତି ତାହାଲେ ପରେ କୌଣସି ସମସ୍ୟା ହେଲେ ଉକ୍ତ ଦୋକାନୀଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ ।

ଅକ୍ଟୋବରରୁ କାର୍ଯ୍ୟକାରୀ ହେବ ନୂଆ ନିୟମ

ସିମ୍ କାର୍ଡ଼ ଜାଲିଆତି ବିକ୍ରିକୁ ରୋକିବା ପାଇଁ ଟେଲିକମ୍ ବିଭାଗ ପକ୍ଷରୁ ଏହି ନୂଆ ନିୟମ ଅକ୍ଟୋବର ୧ ତାରିଖରୁ ଲାଗୁ ହେବ ବୋଲି ଘୋଷଣା କରାଯାଇଛି । ସିମ୍ କାର୍ଡ କମ୍ପାନୀ ଗୁଡ଼ିକୁ ସେମାନଙ୍କର ସମସ୍ତ ବିକ୍ରୟ କେନ୍ଦ୍ର (POS) ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ପଞ୍ଜୀକୃତ କରିବାକୁ ପଡ଼ିବ । ନିୟମ ଅନୁଯାୟୀ, ବଡ଼ ଟେଲିକମ୍ କମ୍ପାନୀଗୁଡିକ ମଧ୍ୟ ସେମାନଙ୍କର ସିମ୍ କାର୍ଡ ବିକ୍ରି କରୁଥିବା ଦୋକାନ ଗୁଡିକ ଉପରେ ନଜର ରଖିବାକୁ ପଡିବ । ସେମାନଙ୍କୁ ନିଶ୍ଚିତ କରିବାକୁ ପଡିବ ଯେ, ଏହି ଦୋକାନମାନେ ଏହି ନୂଆ ନିୟମକୁ ସଠିକ୍ ଭାବେ ପାଳନ କରୁଛନ୍ତି ନା ନାହିଁ । ଯାହା ଦ୍ବାରା ଗ୍ରାହକଙ୍କ ସୁରକ୍ଷାକୁ ନିଶ୍ଚିତ କରାଯାଇପାରିବ ।

ଏଥିସହ ଆସାମ, କାଶ୍ମୀର ଓ ଉତ୍ତର ପୂର୍ବ ଭଳି କେତେକ ଅଞ୍ଚଳରେ ଟେଲିକମ୍ ଅପରେଟରମାନଙ୍କୁ ସିମ୍ କାର୍ଡ ବିକ୍ରି କରୁଥିବା ଦୋକାନଗୁଡିକୁ ପୋଲିସ୍ ଯାଞ୍ଚ କରିବ ବୋଲି ଟେଲିକମ୍ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହା ପରେ ହିଁ ସେମାନଙ୍କୁ ନୂତନ ସିମ୍ କାର୍ଡ ବିକ୍ରୟ କରିବାକୁ ଅନୁମତି ଦିଆଯିବ ।

ପ୍ରକାଶ ଥାଉ କି, ସେହିପରି ୬୬ ହଜାର ଜାଲ ହ୍ବାଟଆପ ଆକାଉଣ୍ଟକୁ ଟେଲିକମ୍ ମନ୍ତ୍ରାଳୟ ରଦ୍ଦ କରିଛି । ଏହାସହ ୬୭ ହଜାର ସିମ୍ ଡ଼ିଲରଙ୍କୁ ତାଲିକାଭୁକ୍ତ କରାଯାଇଥିବା ବେଳେ ୩୦୦ ଏତଲା ରୁଜୁ କରାଯାଇଛି । ସେହିପରି ୫୨ ଲକ୍ଷ ସିମକୁ ରଦ୍ଦ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିବା ବେଳେ ୮ ଲକ୍ଷ ବ୍ୟାଙ୍କ ୱାଲେଟ୍ ଆକାଉଣ୍ଟକୁ ମଧ୍ଯ ଫ୍ରିଜ କରାଯାଇଛି ।

Also Read-ୱାର୍ଲଡ଼ କପରେ ଭାରତ- ପାକିସ୍ତାନ ମ୍ୟାଚ୍ ପାଇଁ ବଢୁଛି କ୍ରେଜ, ଟିକେଟ୍ ମୂଲ୍ୟ ଶୁଣିଲେ ଉଡ଼ିଯିବ ହୋସ!