Shocking News: ନୁଡଲ୍ସ ସହ ଭାତ ଖାଇ ୧୦ ବର୍ଷୀୟ ନାବାଳକର ମୃତ୍ୟୁ, ପରିବାରର ୬ ସଦସ୍ୟ ହସ୍ପିଟାଲରେ ଭର୍ତ୍ତି
Advertisement
Article Detail0/zeeodisha/odisha2245204

Shocking News: ନୁଡଲ୍ସ ସହ ଭାତ ଖାଇ ୧୦ ବର୍ଷୀୟ ନାବାଳକର ମୃତ୍ୟୁ, ପରିବାରର ୬ ସଦସ୍ୟ ହସ୍ପିଟାଲରେ ଭର୍ତ୍ତି

Shocking News: ମାଗି ସହ ଭାତ ମିଶାଇ ଖାଇବା ପରେ ଏପରି ଘଟଣା ସାମ୍ନାକୁ ଆସିଛି। ପରିବାରର ୬ ଜଣ ସଦସ୍ୟ ଫୁଡ୍ ପଏଜନର ଶିକାର ହୋଇଥିବା ସୂଚନା ରହିଛି । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏହି ବିଷକ୍ରିୟା କାରଣରୁ ୧୦ ବର୍ଷର ଶିଶୁକୁ ମୃତ୍ୟୁମୁଖରୁ ବଞ୍ଚାଇ ଯାଇପାରିନାହିଁ।  

 

Shocking News: ନୁଡଲ୍ସ ସହ ଭାତ ଖାଇ ୧୦ ବର୍ଷୀୟ ନାବାଳକର ମୃତ୍ୟୁ, ପରିବାରର ୬ ସଦସ୍ୟ ହସ୍ପିଟାଲରେ ଭର୍ତ୍ତି

Shocking News: ଯେତେବେଳେ ଭୋକ ଲାଗେ ସେତେବେଳେ ପ୍ରଥମେ ମନକୁ ଆସେ ନୁଡଲ୍ସ ବା ମ୍ୟାଗି ଖାଇବାକୁ । କାରଣ ବହୁ କମ ସମୟରେ ତିଆରି ହୋଇଯାଏ ମ୍ୟାଗି । ଆଡଭାଇଟାଇଜ୍ ରେ ଏହା ଦର୍ଶାଯାଏ ଯେ, ମ୍ୟାଗି ମାତ୍ର ଦୁଇ ମିନିଟରେ ତିଆରି ହୋଇପାରିବ। ତେଣୁ ଏହା ଲୋକମାନଙ୍କ ମଧ୍ୟରେ ଲୋକପ୍ରିୟ ହେବାକୁ ଲାଗିଲା । କିନ୍ତୁ ଉତ୍ତରପ୍ରଦେଶର ପିଲିଭୀତରେ ଏହି ମ୍ୟାଗି କାରଣରୁ ଗୋଟିଏ ପରିବାରର ୬ ଜଣ ଲୋକ ଅସୁସ୍ଥ ହୋଇପଡିଥିଲେ ଏବଂ ୧୦ ବର୍ଷର ଶିଶୁର ମୃତ୍ୟୁ ହୋଇଥିବା ସୂଚନା ରହିଛି। କୁହାଯାଉଛି ଯେ ମାଗି ସହ ଭାତ ମିଶାଇ ଖାଇବା ପରେ ଏପରି ଘଟଣା ସାମ୍ନାକୁ ଆସିଛି। ପରିବାରର ୬ ଜଣ ସଦସ୍ୟ ଫୁଡ୍ ପଏଜନର ଶିକାର ହୋଇଥିବା ସୂଚନା ରହିଛି । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏହି ବିଷକ୍ରିୟା କାରଣରୁ ୧୦ ବର୍ଷର ଶିଶୁକୁ ମୃତ୍ୟୁମୁଖରୁ ବଞ୍ଚାଇ ଯାଇପାରିନାହିଁ।  

ମିଳିଥିବା ସୂଚନା ଅନୁଯାୟୀ ପରିବାରର ସମସ୍ତ ସଦସ୍ୟ ମ୍ୟାଗି (Rice With Maggi) ସହିତ ମିଶ୍ରିତ ଭାତ ଖାଇଥିଲେ। ଏହା ପରେ ସମସ୍ତଙ୍କ ବାନ୍ତି ଏବଂ ଜ୍ୱର ହୋଇଥିଲା। ସମସ୍ତଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ପ୍ରାଥମିକ ଚିକିତ୍ସା ପରେ ୬ଜଣ ସୁସ୍ଥ ହୋଇଥିଲେ ମଧ୍ୟ ଦଶ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଗୁରୁବାର ରାତିରେ ମ୍ୟାଗି ସହିତ ଭାତ ଖାଇବା ପରେ ପରିବାର ଲୋକ ଶୋଇଥିଲେ ଏବଂ ରାତିରେ ଲୋକଙ୍କ ଅବସ୍ଥା ଖରାପ ହେବାରେ ଲାଗିଲା। 

ସମସ୍ତଙ୍କୁ ଜଣ ଜଣ କରି ଶୁକ୍ରବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସମସ୍ତଙ୍କୁ ଘରକୁ ପଠାଯାଇଥିଲା, କିନ୍ତୁ ହଠାତ୍ ଗୋଟିଏ ଶିଶୁର ସ୍ୱାସ୍ଥ୍ୟ ଖରାପ ହେବାରୁ ମୃତ୍ୟୁବରଣ କରିଥିଲା। ଦଶ ବର୍ଷର ଶିଶୁର ମୃତ୍ୟୁ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ଲୋକମାନେ ମ୍ୟାଗି ସହିତ ଭାତ ଖାଇବାକୁ ଭୟ କରୁଛନ୍ତି । ତେବେ ମ୍ୟାଗି ଖାଇବା ପରେ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ କାହିଁକି ଖରାପ ହେଲା ସେନେଇ ଅନୁସନ୍ଧାନ କରାଯାଉଛି।

କଣ ହୋଇଥାଏ Food Poisoning ର ଲକ୍ଷଣ?
ଖାଦ୍ୟବିଷ କ୍ରିୟା ହେଲେ ସେହି ସମୟରେ ପେଟରେ ପ୍ରବଳ ଯନ୍ତ୍ରଣା ହୁଏ । ୧୫ ରୁ ୨୦ ମିନିଟର ବ୍ୟବଧାନ ମଧ୍ୟରେ ବାନ୍ତି ହୋଇଥାଏ । ଜଣେ ଖାଦ୍ୟ ଖାଇବା ମାତ୍ରେ ବାନ୍ତି ହୁଏ; ଶରୀର ବହୁତ କ୍ଲାନ୍ତ ଏବଂ ଦୁର୍ବଳ ଅନୁଭବ କରିବା ଆରମ୍ଭ କରେ । ଏହା ପରେ ପରେ ଜ୍ୱର ମଧ୍ୟ ଆସିଥାଏ। ଖାଦ୍ୟ ବିଷାକ୍ତ ହେବାର କିଛି ଲକ୍ଷଣ ଏହିପରି ହୋଇଥାଏ। 

Also Read: Road Accident: ବର କାର୍ କୁ ଧକ୍କା ଦେଲା ଟ୍ରକ୍, ଘଟଣାସ୍ଥଳରେ ବର ସହ ଜଳିଗଲେ ୪ ସମ୍ପର୍କୀୟ

Also Read: Surya Grah Gochar: ବୃଷ ରାଶିରେ ସୂର୍ଯ୍ୟଙ୍କ ଚଳନ, ୪ ରାଶିର ଉଜ୍ଜ୍ୱଳ ହେବ ଭାଗ୍ୟ ଭବିଷ୍ୟତ!