ଅଭାବନୀୟ ଘଟଣା: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୫ କାଉଡ଼ିଆ ମୃତ, ଅନେକ ଗୁରୁତର
Advertisement
Article Detail0/zeeodisha/odisha1781808

ଅଭାବନୀୟ ଘଟଣା: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୫ କାଉଡ଼ିଆ ମୃତ, ଅନେକ ଗୁରୁତର

Kanwariya Pilgrims Electrocuted:  ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିବା ସହ ବିରୋଧ ପ୍ରଦର୍ଶନ କରିଥିଲେ। ବିଦ୍ୟୁତ ଅଧିକାରୀଙ୍କୁ ଅବହେଳା ଯୋଗୁଁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି । ଏହି ଘଟଣା ନେଇ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

 

 

 

ସାକେଂତିକ ଫୋଟେ(ସୋସିଆଲ ମିଡିଆ)

Kanwariya Electrocuted: ମୃତ୍ୟୁ କାହାକୁ କେତେବେଳେ ଯେ ଆସିବା ତାହା କେହି କହିପାରିବେ ନାହିଁ । ଶନିବାର ଦିନ ଉତ୍ତରପ୍ରଦେଶ (Uttarpradesh) ମେରଟ (meerut)  ପରିକ୍ଷିତଗଡ଼ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାୟ ୫ ଜଣ କାଉଡ଼ିଆଙ୍କ ମୃତ୍ୟୁ ହୋଇଛି । ହରିଦ୍ୱାରରୁ କାଉଡ଼ିଆମାନେ ଆଣିଥିବା ଏକ ଡିଜେ ଗାଡ଼ି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ପୋଲକୁ ଧକ୍କା ଦେଇଥିଲା । ଫଳରେ ଏଥିକୁ ତାର ଛିଡ଼ିଯାଇ କାଉଡ଼ିଆଙ୍କ ଉପରେ ପଡ଼ିଥିଲା । ଏହି ଦୁର୍ଘଟଣାରେ ୫ କାଉଡ଼ିଆଙ୍କ ମୃତ୍ୟୁ (kanwariya dead in electrocution) ହୋଇଥିଲା । ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିବା ସହ ବିରୋଧ ପ୍ରଦର୍ଶନ କରିଥିଲେ। ବିଦ୍ୟୁତ ଅଧିକାରୀଙ୍କୁ ଅବହେଳା ଯୋଗୁଁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି । ଏହି ଘଟଣା ନେଇ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ସୂଚନାନୁସାରେ, ମେରଟ (meerut) ରାଲି ଚୌହାନ ଗାଁର କିଛି କାଉଡ଼ିଆମାନେ ଶନିବାର ଦିନ ରାତି ପ୍ରାୟ ୮ଟା ସମୟରେ ଗାଁରେ ପହଞ୍ଚିଥିଲେ। ଡିଜେ (DJ) ବଜାଇ ଧୂମଧାମ୍ ସହ କାଉଡିଆ ମାନେ ଗାଁ ଭିତରକୁ ପ୍ରବେଶ କରିଥିଲେ । କାଉଡିଆ ଗାଁରେ ପ୍ରବେଶ କରିବା ମାତ୍ରେ ରାସ୍ତା କଡ଼ରେ ଝୁଲୁଥିବା ହାଇ ଟେନସନ୍ ଲାଇନଟି ଡିଜେ ଗାଡ଼ି ସହ ଧକ୍କା ହୋଇଥିଲା, ଫଳରେ ୧୧ କେଭି ବିଦ୍ୟୁତ ତାର କାଉଡ଼ିଆ ମାନଙ୍କ ଉପରକୁ ଛିଣ୍ତିପଡ଼ିଥିଲା । କେହି କିଛି ବୁଝିବା ପୂର୍ବରୁ, କାଉଡ଼ିଆମାନେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯନ୍ତ୍ରଣାରେ ଛଟପଟ ହୋଇ ଗୋଟିଏ ପରେ ଗୋଟିଏ ତଳେ ପଡ଼ିବା ଆରମ୍ଭ କରିଥିଲେ । କୌଣସି ପ୍ରକାରରେ ଗ୍ରାମବାସୀମାନେ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଗଙ୍ଗାନଗରର ଆଇଆଇଏମଟି ହସ୍ପିଟାଲରେ ପହଁଞ୍ଚବା ପୂର୍ବରୁ ଜଣେ କାଉଡ଼ିଆଙ୍କର ମୃତ୍ୟୁ ହୋଇଥିବା ବେଳେ ଆନନ୍ଦ ହସ୍ପିଟାଲରେ ଚିକିତ୍ସା ସମୟରେ ୪ ଜଣ କାଉଡ଼ିଆଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରୁ ଦୁଇ ଜଣ ଭାଇ ଥିବା ଜଣାପଡ଼ିଛି ।  ଆହତମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ନେଇ ଏଡିଜି ରାଜୀବ ସାବରୱାଲ, ଡିଏମ୍ ଦୀପକ ମୀନା ଓ ଏସଏସପି ରୋହିତ ସିଂ ସାଜୱାନ ମେଡ଼ିକାଲରେ ପହଞ୍ଚିଥିଲେ। ଅନ୍ୟପକ୍ଷରେ ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁଁ  ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ କରି ଗ୍ରାମବାସୀ ମେରଟ-ଫୋର୍ଟ ରାସ୍ତାକୁ ଅବରୋଧ କରିଥିଲେ । ପୋଲିସ କର୍ମଚାରୀମାନେ ମଧ୍ୟରାତ୍ରି ପର୍ଯ୍ୟନ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଅବରୋଧ ଅବରୋଧ ହଟାଇବା ନେଇ ଉଦ୍ୟମ କରିଥିଲା । କାର୍ଯ୍ୟରେ ଅବହେଳା ଯୋଗୁଁ ବିଦ୍ୟୁତ ଅଧିକାରୀଙ୍କୁ ଦଣ୍ଡ ଦିଆଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଦୁର୍ଘଟଣାରେ ଆହତ ହୋଇଥିବା ଅନେକ କାଉଡ଼ିଆଙ୍କ ଅବସ୍ଥା ଏବେ ବି ଗୁରୁତର ରହିଛି।

Also Read-Puri Jagannath Temple: ଜୋର୍ ଧରିଲା ଶ୍ରୀମନ୍ଦିର ଚାରିଦ୍ବାର ଦର୍ଶନ ଦାବି, ଆଜିଠାରୁ ଆରମ୍ଭ ହେବ ଦସ୍ତଖତ ଅଭିଯାନ

 Also Read-One Rupee Note: ଆପଣଙ୍କ ପାଖରେ ମଧ୍ୟ ଅଛି କି ଏପରି 'ଏକ ଟଙ୍କିଆ' ନୋଟ୍? ପୂରା ହେବ ଲକ୍ଷପତି ହେବାର ସ୍ୱପ୍ନ, ଜାଣନ୍ତୁ କିପରି

ପ୍ରକାଶ ଥାଉ କି, ୨୦୨୨ ମସିହା ଜୁଲାଇ ମାସରେ ପଶ୍ଚିମବଙ୍ଗ କୁଚ ବିହାରରୁ ମଧ୍ଯ ଏଭଳି ଏକ ଖବର ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା । ବିଦ୍ୟୁତ୍ ସଂଯୋଗ ହେତୁ ପ୍ରାୟ ୧୦ କାଉଡ଼ିଆଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୯ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ ଜଲପାଇଗୁରୀ (Jalpaiguri) ହସ୍ପପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।