Uttar Pradesh: ଜାତୀୟ ରାଜପଥ ରାସ୍ତା ଉପରକୁ ଆସିଗଲା ୧୫୦ ବର୍ଷ ପୁରୁଣା ହନୁମାନ ମନ୍ଦିର, ଜ୍ୟାକ୍ ସାହାଯ୍ୟରେ ହେବ ସ୍ଥାନାନ୍ତର
Advertisement
Article Detail0/zeeodisha/odisha1524678

Uttar Pradesh: ଜାତୀୟ ରାଜପଥ ରାସ୍ତା ଉପରକୁ ଆସିଗଲା ୧୫୦ ବର୍ଷ ପୁରୁଣା ହନୁମାନ ମନ୍ଦିର, ଜ୍ୟାକ୍ ସାହାଯ୍ୟରେ ହେବ ସ୍ଥାନାନ୍ତର

ଯେତେବେଳେ କୌଣସି ରାଜପଥ ସମ୍ପ୍ରସାରଣ କିମ୍ବା ଏହାର ପ୍ରସ୍ତାବିତ ମାର୍ଗରେ କୌଣସି ବାଧା ଆସେ, ତାହେଲେ ସେତେବେଳେ ଏହାକୁ ସାଧାରଣତଃ  ହଟାଇ ଦିଆଯାଏ। ସଦ୍ୟ ଏକ ହନୁମାନ ମନ୍ଦିର ସହ ଘଟିଯାଇଛି ଏଭଳି ଘଟଣା। ପ୍ରସ୍ତାବିତ ଜାତୀୟ ରାଜପଥ ପାଇଁ ହନୁମାନ ମନ୍ଦିର ଭାଙ୍ଗିବାକୁ ନେଇ ସୃଷ୍ଟି ହୋଇଛି ବିବାଦ।  ଉତ୍

Uttar Pradesh: ଜାତୀୟ ରାଜପଥ ରାସ୍ତା ଉପରକୁ ଆସିଗଲା ୧୫୦ ବର୍ଷ ପୁରୁଣା ହନୁମାନ ମନ୍ଦିର, ଜ୍ୟାକ୍ ସାହାଯ୍ୟରେ ହେବ ସ୍ଥାନାନ୍ତର

Hanuman Temple on National Highway: ଯେତେବେଳେ କୌଣସି ରାଜପଥ ସମ୍ପ୍ରସାରଣ କିମ୍ବା ଏହାର ପ୍ରସ୍ତାବିତ ମାର୍ଗରେ କୌଣସି ବାଧା ଆସେ, ତାହେଲେ ସେତେବେଳେ ଏହାକୁ ସାଧାରଣତଃ 
ହଟାଇ ଦିଆଯାଏ। ସଦ୍ୟ ଏକ ହନୁମାନ ମନ୍ଦିର ସହ ଘଟିଯାଇଛି ଏଭଳି ଘଟଣା। ପ୍ରସ୍ତାବିତ ଜାତୀୟ ରାଜପଥ ପାଇଁ ହନୁମାନ ମନ୍ଦିର ଭାଙ୍ଗିବାକୁ ନେଇ ସୃଷ୍ଟି ହୋଇଛି ବିବାଦ। 

ଉତ୍ତର ପ୍ରଦେଶ (Uttar Pradesh) ଶାହଜହାଁପୁର ଜିଲ୍ଲାର (Saharanpur District) ତିଲହର ତହସିଲ ଅଧିନସ୍ଥ କଛିୟେନା ଖେଡା ଅଞ୍ଚଳରେ ରହିଛି ଏକ ହନୁମାନ ମନ୍ଦିର (Hanuman Temple)। ଏଠାରେ ଏକ ପ୍ରସ୍ତାବିତ ରାଜପଥ ପାଇଁ ନିକଟରେ ରହିଥିବା ଏହି ୧୫୦ ବର୍ଷ ପୁରୁଣା ହନୁମାନ ମନ୍ଦିର ଭାଙ୍ଗିବାକୁ ନେଇ ଅସନ୍ତୁଷ୍ଟ ହୋଇ ଉଠିଥିଲେ ସ୍ଥାନୀୟ ଜନସାଧାରଣ। ଏହି ପ୍ରସଙ୍ଗରେ ହିନ୍ଦୁ ସଙ୍ଗଠନ ପକ୍ଷରୁ ମଧ୍ୟ 
ବିରୋଧ କରାଯାଇଥିଲା। ବିରୋଧ କାରଣରୁ ବର୍ତ୍ତମାନ ଏହି ମନ୍ଦିରକୁ ସ୍ଥାନାନ୍ତରିତ କରାଯାଉଛି। 

ଏହି ମନ୍ଦିରକୁ ହଟାଇବା ପାଇଁ ଦୀର୍ଘ ବର୍ଷ ଧରି ଉଦ୍ୟମ ଜାରି ରହିଛି। ବର୍ତ୍ତମାନ ଶେଷରେ ଜ୍ୟାକ୍ ସାହାଯ୍ୟରେ ହନୁମାନ ମନ୍ଦିରକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରିବାର କାର୍ଯ୍ୟ ଆରମ୍ଭ କରାଯାଇଛି। ଉତ୍ତର ପ୍ରଦେଶରେ ପ୍ରଥମ ଥର ପାଇଁ ନୂତନ ଇଞ୍ଜିନିୟରିଂ ଜ୍ଞାନକୌଶଳ ସହାୟତାରେ ହନୁମାନ ମନ୍ଦିରକୁ ୧୬ ଫୁଟ ପଛକୁ ଘୁଞ୍ଚାଇ ନିଆଯାଉଛି। ଏହି କାର୍ଯ୍ୟ ଶେଷ ସରିବାକୁ ପ୍ରାୟ ଦେଢ ମାସ ସମୟ ଲାଗିବ। ହନୁମାନ ମନ୍ଦିର ସ୍ଥାନାନ୍ତରିତ ହେବା ମାତ୍ରେ ଜାତୀୟ ରାଜପଥ ଲାଗି ରାସ୍ତା ଖୋଲାଯିବ।

ପ୍ରାୟ ୧୫୦ ବର୍ଷର ପୁରୁଣା ହନୁମାନ ମନ୍ଦିର ଲକ୍ଷ ଲକ୍ଷ ଲୋକଙ୍କ ଆସ୍ଥା ସହ ଜଡ଼ିତ। ଏହି କାରଣରୁ ମନ୍ଦିରକୁ ଭାଙ୍ଗିବା ପରିବର୍ତ୍ତେ ଏହାକୁ ସ୍ଥାନାନ୍ତର କରାଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ତିଲହର ଥାନା ଅଞ୍ଚଳରେ ରହିଥିବା ୨୪ ନମ୍ବର ଜାତୀୟ ରାଜପଥ କଛିୟନା ଖେଡା ଠାରେ ପ୍ରାୟ ୧୫୦ ବର୍ଷର ପୁରୁଣା ପ୍ରସିଦ୍ଧ ହନୁମାନ ମନ୍ଦିର ଜାତୀୟ ରାଜପଥ ସମ୍ପ୍ରସାରଣ ହେବା ପରେ ରାସ୍ତାର ମଧ୍ୟଭାଗକୁ ଆସି ଯାଇଥିଲା।

ମନ୍ଦିରର ସମାଧାନ ଖୋଜିବା ପାଇଁ ପାଞ୍ଚ ବର୍ଷ ପୂର୍ବେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା। ଏପରିକି ଏହି ମନ୍ଦିରକୁ ହଟାଇବା ପାଇଁ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା। ହେଲେ ହିନ୍ଦୁ ସଙ୍ଗଠନ ପକ୍ଷରୁ ବିରୋଧ କରାଯିବା ପରେ ମନ୍ଦିର ହଟାଇବା କାର୍ଯ୍ୟ ବନ୍ଦ ହୋଇଥିଲା। ବର୍ତ୍ତମାନ ମନ୍ଦିର ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି।