Rathayatra 2023: ରତ୍ନବେଦୀରୁ ରଥକୁ ଆସିବେ ଶ୍ରୀଜୀଉ: ଅପେକ୍ଷାରତ, ରଥ, ପଥ, ଭକ୍ତ
Advertisement

Rathayatra 2023: ରତ୍ନବେଦୀରୁ ରଥକୁ ଆସିବେ ଶ୍ରୀଜୀଉ: ଅପେକ୍ଷାରତ, ରଥ, ପଥ, ଭକ୍ତ

ଆଜି ରତ୍ନବେଦୀ ଛାଡି ଜନ୍ମ ସ୍ଥାନକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତୀ (jagannath Rath Yatra 2023)। ସେଥିପାଇଁ ସକାଳୁ ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର । ଜଣକ ପରେ ଆଉ ଜଣେ ଠାକୁର ଗୋଟି ପହଣ୍ଡିରେ ବିଜେ କରିବେ ତିନି ରଥ (chariots)କୁ । ବଡ଼ ଦାଣ୍ଡକୁ ଓହ୍ଲାଇ ଆସି ଭକ୍ତଙ୍କ ସହ ମିଶିବେ ତିନି ଠାକୁର । ରଥରେ ଭକ୍ତଙ୍କୁ ଦର୍ଶନ ଦ

Rathayatra 2023: ରତ୍ନବେଦୀରୁ ରଥକୁ ଆସିବେ ଶ୍ରୀଜୀଉ: ଅପେକ୍ଷାରତ, ରଥ, ପଥ, ଭକ୍ତ

Rathayatra 2023; ପୁରୀ: ଆଜି ରତ୍ନବେଦୀ ଛାଡି ଜନ୍ମ ସ୍ଥାନକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତୀ (jagannath Rath Yatra 2023)। ସେଥିପାଇଁ ସକାଳୁ ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର । ଜଣକ ପରେ ଆଉ ଜଣେ ଠାକୁର ଗୋଟି ପହଣ୍ଡିରେ ବିଜେ କରିବେ ତିନି ରଥ (chariots)କୁ । ବଡ଼ ଦାଣ୍ଡକୁ ଓହ୍ଲାଇ ଆସି ଭକ୍ତଙ୍କ ସହ ମିଶିବେ ତିନି ଠାକୁର । ରଥରେ ଭକ୍ତଙ୍କୁ ଦର୍ଶନ ଦେବାପାଇଁ କାଳିଆ ସାଆନ୍ତ (Lord Jagannath) ଅପେକ୍ଷା କରିଥାନ୍ତି ଭକ୍ତଙ୍କୁ । ବର୍ଷକୁ ଥରୁଟିଏ ରଥରେ ଶ୍ରୀଜୀଉଙ୍କୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଶ୍ରୀକ୍ଷେତ୍ରକୁ ଛୁଟି ଆସିଥାନ୍ତି ଭକ୍ତ । କଥାରେ ଅଛି 'ରଥେ ତୁ ବାମନଂ ଦୃଷ୍ଟା ପୁନଃ ଜନ୍ମ ନ ବିଦ୍ୟତେ' ସେଥିପାଇଁ ରଥଯାତ୍ରା (Rathyatra ସମୟରେ ପ୍ରତିବର୍ଷ ଶ୍ରୀକ୍ଷେତ୍ରରେ ଭିଡ଼ ଲଗାଇଥାନ୍ତି ଲକ୍ଷାଧିକ ଭକ୍ତ । ନିର୍ଦ୍ଧାରିତ ସମୟରେ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ତ୍ୱରାନ୍ୱିତ କରିବା ପାଇଁ ପ୍ରଶାସନଠାରୁ ଆରମ୍ଭ କରି ଭକ୍ତଙ୍କ ସହଯୋଗ ବାରି ହୋଇପଡୁଛି ବଡ଼ ଦାଣ୍ଡରେ । ବଡ଼ ଦାଣ୍ଡରେ ଅପେକ୍ଷାରତ ନନ୍ଦିଘୋଷ, ଦର୍ପଦଳନ, ତାଳଧ୍ୱଜ (nandighosh Rath, taladhwaja Rath, devadalana Rath) 

ରଥଯାତ୍ରା ନୀତି ନିର୍ଘଣ୍ଟ ସମୟ ଅନୁସାରେ ସଠିକ ସମୟରେ ମହାପ୍ରଭୁଙ୍କ ନୀତି କାନ୍ତି ଚାଲିଛି ବୋଲି ସୂଚନା ମିଳିଛି । ସକାଳ ୬ଟାରେ ମଙ୍ଗଳ ଆଳତି ପରେ ସକାଳ ୬ଟା ୧୦ରେ ମଇଲମ ନୀତି କାର୍ଯ୍ୟକ୍ରମ (program) ରହିଥିଲା । ତାହା ଶେଷ ହେବା ପରେ ସକାଳ ୬ଟା୩୦ ସମୟରେ ତଡ଼ପ ଲାଗି ନୀତି ଓ ରୋଷ ହୋମ କରାଯାଇଥିଲା । ସକାଳ ୭ଟାରେ ଅବକାଶ ନୀତି, ପରେ ସୂର୍ଯ୍ୟ ପୂଜା ଓ ପରେ ୭ଟା୩୦ ସମୟରେ ଦ୍ୱାରପାଳ ପୂଜା ସହ ବେଶ ଶେଷର କାର୍ଯ୍ୟକ୍ରମ ନୀତି ହୋବାନେଇ ପୂର୍ବରୁ ସୂଚନା (information) ଦିଆଯାଇଥିଲା । ସେବାୟତଙ୍କ କହିବାନୁସାରେ ନୀତି ନିର୍ଘଣ୍ଟର ଯଥେଷ୍ଟ ପୂର୍ବରୁ ମଧ୍ୟ କାର୍ଯ୍ୟକ୍ରମ ସମ୍ପାଦନ କରାଯାଇପାରେ । କାରଣ ତାହା ପ୍ରଭୁଙ୍କ ଇଚ୍ଛା । ତେଣୁ ପ୍ରଭୁଙ୍କ କାର୍ଯ୍ୟ ସମ୍ପାଦନ ପାଇଁ ନୀତି ନିର୍ଘଣ୍ଚ ପ୍ରସ୍ତୁତ କରାଯାଇଥିଲେ ମଧ୍ୟ କାର୍ଯ୍ୟ କେବେ ଶ୍ରୀଘ୍ର ହୋଇଯାଏ ପୁଣି କେତେବେଳେ ସାମାନ୍ୟ ବିଳମ୍ୱ ହୋଇଥାଏ ।

ସକାଳ ୮ଟାରେ ଖେଚୁଡି ଭୋଗ, ସକାଳ ୯ଟାରେ ରଥ ପ୍ରତିଷ୍ଠା, ସକାଳ ୯ଟା ୧୫ ସମୟରେ ମଙ୍ଗଳାର୍ପଣ, ସକାଳ ୯ଟା୩୦ରେ ପହଣ୍ଡି ଆରମ୍ଭ କାର୍ଯ୍ୟକ୍ରମ ନୀତି ରହିଛି । ଦିନ ୧୨.୩୦ରେ ପହଣ୍ଡି ଶେଷ କରାଯିବା ପରେ ଦିନ ୧ଟା ବେଳେ ଶ୍ରୀରାମ ଓ ଶ୍ରୀକୃଷ୍ଣ ବିଜେ ହେବେ । ପରେ ଦିନ ୨ଟା୩୦ ସମୟରେ ଛେରା ପହଁରା ନୀତି ସମ୍ପାଦନ କରିବେ ଗଜପତି ମହାରାଜ ଦିବ୍ୟସିଂହ ଦେବ । ୩ ରଥରେ ଛେରା ପହଁରା ନୀତି କାର୍ଯ୍ୟକ୍ରମ ସେଷ ହେବା ପରେ ଦିନ ୩ଟା ସମୟରେ ଚାରମାଳ ଫିଟାହେବା ସହ ଘୋଡ଼ା ସାରଥୀ ରଥ (chariots)ରେ ଯୋଚାହେବ । ଏ ସମସ୍ତ କାର୍ଯ୍ୟ ସରିବା ପରେ ଅପରାହ୍ଣ ୪ଟା ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ କରାଯିବ । ଗୋଟିଏ ପରେ ଆଉ ଗୋଟିଏ ରଥ ବଡ଼ ଦାଣ୍ଡରେ ଗଡ଼ି ଗଡ଼ି ମାଉସୀ ମାଆ ମନ୍ଦିରରେ ପହଞ୍ଚିବେ । ରଥଯାତ୍ରା ପାଇଁ ଭିଡକୁ ଦୃଷ୍ଟିରେ ରଖି ଶ୍ରୀକ୍ଷେତ୍ର ପୁରୀରେ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରୀକ୍ଷେତ୍ର ଏକ ପ୍ରକାର ପୋଲିସ ଛାଉଣି ହୋଇଛି । ଅନ୍ୟପଟେ ବଙ୍ଗୋପସାଗରରେ ମଧ୍ୟ କୋଷ୍ଟଗାର୍ଡ ଟିମ୍ (Coast Guard Team) ପଇଁତରା ମାରୁଛି । ଅନ୍ୟପଟେ, ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (president of india Droupadi Murmu) ସକାଳୁ ଦିଲ୍ଲୀ ସ୍ଥିତ ଜଗନ୍ନାଥ ମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଥିବା ସୂଚନା ରହିଛି । ଜଗତ କଲ୍ୟାଣ ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Also read- ଆଉ ମିଳିବନି ମାଗଣା ରାସନ: ୨ କୋଟି କାର୍ଡ ବାତିଲ୍ !