Advertisement
Photo Details/zeeodisha/odisha1769407
photoDetails0hindi

Bollywood Richest Villain: କୋଟିପତି ଅଟନ୍ତି ବଲିଉଡ଼ରେ ଏସବୁ ଭିଲେନ୍, ଜାଣନ୍ତୁ କିଏ ସବୁଠାରୁ ଅଧିକ ଧନୀ?

Bollywood Richest Villain: ବଲିଉଡ଼ (Bollywood) ଫିଲ୍ମ ଗୁଡିକରେ ହିରୋମାନେ ଅଭିନୟ ପାଇଁ ଅଧିକ ଟଙ୍କା ନିଅନ୍ତି ବୋଲି ସମସ୍ତ ଭାବିଥାଆନ୍ତି । କିନ୍ତୁ ଆପଣଙ୍କର ଏହି ଭାବନା ଭୁଲ୍ ହୋଇପାରେ । କାହିଁକିନା କେତେକ ଫିଲ୍ମ ଗୁଡିକରେ ହିରୋ ଅପେକ୍ଷା ଭିଲେନମାନେ ମଧ୍ୟ ଅଧିକ ଟଙ୍କା ନିଅନ୍ତି । ସେମାନଙ୍କ ଆୟ ହିରୋଙ୍କ ଠାରୁ ଯଥେଷ୍ଟ ଅଧିକ ଥାଏ । ତେବେ, ଆଜି ଆମେ ଆପଣଙ୍କୁ କହିବୁ ବଲିଉଡର କେଉଁ ଭିଲେନ ସବୁଠୁ ଧନୀ ଅଟନ୍ତି ।

1/5

ମୁକେଶ ରିଷି: ସ୍କ୍ରିନରେ ଆପଣମାନେ ତାଙ୍କୁ ଭିଲେନ୍ ଭୂମିକାରେ ନିଶ୍ଚୟ ଦେଖୁଥିବେ । ତାଙ୍କ ଭୟଙ୍କର ଚେହେରା ଅଧିକାଂଶ ଲୋକଙ୍କ ମନରେ ଭୟର ଭ୍ରମ ସୃଷ୍ଟି କରେ। ୩୦ ବର୍ଷ ଧରି  ଇଣ୍ତଷ୍ଟ୍ରିରେ ରାଜ୍ କରୁଛନ୍ତି।  ଦମଦାର ଅଭିନୟ ତାଙ୍କୁ ଦେଇଛି ନୂଆ ପରିଚୟ । ରିପୋର୍ଟ ଅନୁଯାୟୀ ମୁକେଶ ରିଷି (Mukesh Rishi) ୪୧ କୋଟି ସମ୍ପତ୍ତିର ମାଲିକ ଅଟନ୍ତି । 

 

2/5

ଆଶୁତୋଷ ରଣା : ବଲିଉଡ ଅଭିନେତା ଆଶୁତୋଷ ରାଣା (Ashutosh Rana)। ଫିଲ୍ମ (Sanshodhan)ସଂଶୋଧନରେ  ୧୯୯୬ରେ ଡେବ୍ୟୁ କରିଥିଲେ ସେ ।  ଆଜିକା ଦିନରେ ସେ ଜଣେ ଆଗଧାଢିର ଅଭିନେତା । ଫିଲ୍ମରେ ଭିଲେନ୍ ଭୂମିକାରେ ଅଭିନୟ କରିବା ପାଇଁ ସେ କୋଟି କୋଟି ଟଙ୍କା ଚାର୍ଜ କରନ୍ତି । ତେବେ, ତାଙ୍କ ମୋଟ ସମ୍ପତିର ମୂଲ୍ୟ ୫୫ କୋଟି ଅଟେ। 

3/5

ପ୍ରକାଶ ରାଜ୍ : ସାଉଥ୍ ଫିଲ୍ମ ଠାରୁ ଆରମ୍ଭ କରି ବଲିଉଡ଼ରେ ମଧ୍ୟ ପ୍ରକାଶ ରାଜ୍ ନିଜ ଅଭିନୟର ଜଲଓ୍ବା ଦେଖାଇଛନ୍ତି। ତାଙ୍କୁ ସାଉଥର ସବୁଠୁ ଦାମୀ ଭିଲେନ୍ ବୋଲି କୁହାଯାଏ । ଫିଲ୍ମ 'ସିଙ୍ଗମ୍'ରେ ତାଙ୍କ ଅଭିନୟକୁ ଆଜିବି ଭୁଲି ପାରୁନାହାଁନ୍ତି ଦର୍ଶକ । ରିପୋର୍ଟ ଅନୁଯାୟୀ ପ୍ରକାଶ ରାଜଙ୍କ ମୋଟ୍ ସମ୍ପତ୍ତିର ମୂଲ୍ୟ ୩୬ କୋଟି ଅଟେ । 

 

4/5

ଆଶିଷ ବିଦ୍ୟାର୍ଥୀ: ସ୍କ୍ରିନରେ ଭିଲେନ୍ ଭୂମିକାରେ ତାଙ୍କୁ ଅଧିକାଂଶ ସମୟରେ ଦେଖିବାକୁ ମିଳେ । ନିକଟରେ ସେ ଦ୍ବୀତିୟ ବିବାହ କରି ଚର୍ଚ୍ଚାକୁ ଆସିଥିଲେ। ରୂପା ବରୁହା ତାଙ୍କର ଦ୍ବିତୀୟ ପତ୍ନୀ । ଆଜି ବି ତାଙ୍କୁ ଇଣ୍ଡଷ୍ଟ୍ରିର ସବୁଠାରୁ ଲୋକପ୍ରିୟ ଭିଲେନ୍ ଭାବେ ବିବେଚନା କରାଯାଏ । ବର୍ଷ ବର୍ଷ ଧରି ଭିଲେନ୍ ଭୂମିକାରେ ଅଭିନୟ କରୁଥିବା ଆଶିଷ ବିଦ୍ୟାର୍ଥୀଙ୍କ (Aashish Vidyarthi) ମୋଟ ସମ୍ପତ୍ତିର ମୂଲ୍ୟ ୮୨ କୋଟି । 

5/5

ରାଣା ଡାଗଗୁବତି: (Rana Daggubati) ରାଣା ଡାଗଗୁବତି ପରଦାରେ ତାଙ୍କ ଚେହେରା ହିଁ ତାଙ୍କ ପରିଚୟ । ସେ ସାଉଥ ସହ ବଲିଉଡର ଅନେକ ଫିଲ୍ମରେ ଭିଲେନ୍ ଭୂମିକାରେ ନଜର ଆସିଛନ୍ତି। ତାଙ୍କ ମୋଟ୍ ସମ୍ପତ୍ତିର ମୂଲ୍ୟ ୪୫ କୋଟି ହେବ ।