Advertisement
Photo Details/zeeodisha/odisha1651261
photoDetails0hindi

Bollywood star: ଦିନେ ଥିଲେ ବ୍ୟାକ୍ ଗ୍ରାଉଣ୍ଡ ଡ୍ୟାନ୍ସର, ଆଜି ନାମୀଦାମୀ ସୁପରଷ୍ଟାର

Bollywood star worked as Background dancer: ବଲିଉଡ଼ ଷ୍ଟାରଙ୍କ ଜୀବନ ପ୍ରଣାଳୀଠାରୁ ଆରମ୍ଭ କରି ତାଙ୍କ ଲୁକ୍ସ, ଷ୍ଟାଇଲକୁ ସାଧାରଣତଃ ଲୋକେ ମାନେ କପି କରିଥାଆନ୍ତି । ତେବେ ଆମେ ଆଜି ଏମିତି କିଛି ନାମୀଦାମୀ ଷ୍ଟାରଙ୍କ କଥା କହିବୁ ଯେଉଁମାନେ ନିଜ କ୍ୟାରିୟର ବଡ଼ ତାରକାଙ୍କ ବ୍ୟାକ୍ ଗ୍ରାଉଣ୍ଡ୍ ଡ୍ୟାନ୍ସର ଭାବେ ଆରମ୍ଭ କରିଥିଲେ । ପରେ ନିଜର ଅଭିନୟ ଓ ପରିଶ୍ରମ ବଳରେ ପାଲଟିଛନ୍ତି ସୁପରଷ୍ଟାର ।

1/5

ରଣଭୀର ସିଂ (ranveer singh )- ବଲିଉଡ଼ ସୁପଷ୍ଟାର ରଣଭୀର ସିଂ ଏକ ବ୍ୟାକ୍ ଗ୍ରାଉଣ୍ଡ୍ ଡ୍ୟାନ୍ସର ଥିଲେ। ଅଭିନେତା 'କଭି ଖୁସି କଭି ଗମ' ଓ 'କୋଇ ମିଲ ଗୟା' ଗୀତର ବ୍ରାକ୍ ଗାଉଣ୍ତ ଡ଼ାନ୍ସର ଭାବେ କାମ କରିଥିଲେପ।

2/5

କାଜଲ ଅଗ୍ରୱାଲ (kajal aggarwal) – ସାଉଥ ସୁନ୍ଦରଙ୍କୁ ନେଇ ଏହି କଥା ଖୁବ କମ୍ ଲୋକେ ଜାଣିଥିବା, କାଜଲ ଅଗ୍ରୱାଲ ବ୍ୟାକ୍ ଗ୍ରାଉଣ୍ଡ୍ ଡ୍ୟାନ୍ସର ଭାବେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହା ପରେ ସେ ଚଳଚ୍ଚିତ୍ରରେ କାମ କରିବାର ସୁଯୋଗ ପାଇଥିଲେ ।

3/5

ସାହିଦ କପୁର (shahid kapoor )– ବଲିଉଡ଼ର କବୀର ସିଂ ମଧ୍ଯ ଏକ ବ୍ୟାକ୍ ଗ୍ରାଉଣ୍ଡ୍ ଡ୍ୟାନ୍ସର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ଫିଲ୍ମ 'ଇଶ୍କ ବିସ୍କ'ରେ କାମ କରିବାକୁ ସୁଯୋଗ ପାଇଥିଲେ ।  

4/5

ଦିୟା ମିର୍ଜା (Dia Mirza) - ବଲିଉଡ଼ ଅଭିନେତ୍ରୀ ଦିୟା ମିର୍ଜା ମଧ୍ୟ କ୍ୟାରିୟର ଆରମ୍ଭ କରିବା ସମୟରେ ସାଉଥଙ୍କ ଫିଲ୍ମରେ ବ୍ୟାକ୍ ଗ୍ରାଉଣ୍ଡ୍ ଡ୍ୟାନ୍ସର ଭାବେ କାମ କରୁଥିଲେ । ସେ ବହୁ ସାଉଥ ଫିଲ୍ମରେ ଷ୍ଟାରମାନଙ୍କ ପଛରେ ନାଚିଥିଲେ । ଫିଲ୍ମ 'ରେହନା ହୈ ତେରେ ଦିଲ ମେ' ବ୍ରେକ୍ ମିଳିବା ପରେ ଅଭିନେତ୍ରୀଙ୍କ ଭାଗ୍ୟ ବଦଳିଯାଇଥିଲା ।

5/5

ଅର୍ଶଦ ୱାର୍ସି (Arsad warsi) - ଅଭିନେତା ଅର୍ଶଦ ୱାର୍ସି ମଧ୍ୟ ପୂର୍ବରୁ ଏକ ବ୍ୟାକ୍ ଗ୍ରାଉଣ୍ଡ୍ ଡ୍ୟାନ୍ସର ଥିଲେ । ସେ ସୁପରଷ୍ଟାର ଜିତେନ୍ଦ୍ରଙ୍କ ସହ ଅନେକ ଗୀତରେ ନାଚିଛନ୍ତି।  ୧୯୯୬  ମସିହାରେ ଅଭିନେତା ପ୍ରଥମେ 'ତେରେ ମେରେ ସପ୍ନେ ମେନ୍'ରେ ଅଭିନୟ କରିବାର ସୁଯୋଗ ପାଇଥିଲେ ।