Advertisement
Photo Details/zeeodisha/odisha1801507
photoDetails0hindi

Cow Dung: ଗୋବରରୁ ମିଳେ ଅନେକ ଫାଇଦା; ଆପଣାନ୍ତୁ ଏହି ଉପାୟ

ପ୍ରାକୃତିକ ଖତ ସହିତ ଆହୁରୀ ଅନେକ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ ଗୋବର ।

1/6

Cow Dung: ବର୍ତ୍ତମାନ ଅନେକ ଚାଷୀମାନେ ନିଜ କ୍ଷେତରେ ରାସାୟନିକ ସାର ଓ କୀଟନାଶକ ବ୍ୟବହାର କରୁଛନ୍ତି । ରାସାୟନିକ ଜିନିଷ ଅଧିକ ଅମଳ ଦେଉଛି ସତ କିନ୍ତୁ ତାହା ଚାଷ ଜମିକୁ କ୍ଷତି ପହଞ୍ଚାଇଥାଏ । ତେଣୁ ଯଦି ଆପଣ କ୍ଷେତରେ ଗୋବର ଖତ ପ୍ରୟୋଗ କରନ୍ତି ତେବେ ଏହା ଆପଣଙ୍କ ଚାଷ ଜମିକୁ ଉର୍ବର କରିବା ସହ ଭଲ ଫଳ ଦେବ

2/6

କଳକାରଖାନାରୁ ବାହାରୁଥିବା ବର୍ଜ୍ୟବସ୍ତୁ ଯେଉଁ ସ୍ଥାନରେ ପଡିଥାଏ ତାହା ସେହି ସ୍ଥାନକୁ ଦୂଷିତ କରିଥାଏ । କିନ୍ତୁ ଆପଣ ହୁଏତ ଜାଣିଲେ ଖୁସି ହେବେ ଗୋବର ଏବଂ ଗୋମୂତ୍ର ଉକ୍ତ ପ୍ରଦୂଷଣକୁ ରୋକିବା ପାଇଁ ସମର୍ଥ ଅଟେ 

 

3/6

ଗୋବର କେବଳ କ୍ଷେତକୁ ଉର୍ବର କରେ ତାହା ନୁହେଁ । ଏହା ଜଳ ପ୍ରଦୂଷଣକୁ ମଧ୍ୟ ରୋକିଥାଏ । କଳକାରଖାନାରୁ ନିର୍ଗତ ହେଉଥିବା ବିଷାକ୍ତ ପାଣି ସିଧାସଳଖ ନଦୀ ନାଳରେ ଛଡାଯାଇଥାଏ । ଫଳରେ ପ୍ରଦୂଷଣ ବଢିଥାଏ । କୃଷି ପ୍ରଯୁକ୍ତି ବିଭାଗର ତଥ୍ୟ ହିସାବରେ ଗୋବର ମାଧ୍ୟମରେ ଜଳ ବିଶୋଧନ କରାଯାଇପାରେ ।

4/6

ଗ୍ରାମାଞ୍ଚଳର ଅଧିକାଂଶ ଲୋକମାନେ ଗୋବରକୁ ଘଷି ପାରିବାସହ ଜାଳେଣି ଭାବରେ ବ୍ୟବହାର କରନ୍ତି । ଗୋବର ଜଳିବା ଦ୍ୱାରା ପରିବେଶ ବିଶୁଦ୍ଧ ହୁଏ ବୋଲି କୁହାଯାଏ ।

5/6

ଯେଉଁମାନେ ଏକାଧିକ ଗାଈ ପାଳନ କରୁଛନ୍ତି ସେମାନେ ନିଜ ବାଡ଼ିରେ ଗୋବର ଗ୍ୟାସ ପ୍ଲାଣ୍ଟ୍ ବସାଇପାରିବେ । ଏହି ଗ୍ୟାସ୍ ପ୍ଲାଣ୍ଟ୍ ବସାଇବା ଦ୍ୱାରା ଗ୍ୟାସ ବ୍ୟବହାର କରି ଆପଣ ରୋଷେଇ କରିପାରିବେ ।

6/6

ହିନ୍ଦୁ ଧର୍ମରେ ଗୋବରକୁ ଅତ୍ୟନ୍ତ ପବିତ୍ର ମନେ କରାଯାଏ । ଶୁଭ କାମରେ ମଧ୍ୟ ଗୋବର ବ୍ୟବହାର କରାଯାଇଥାଏ । ବିଶେଷ କରି ପର୍ବ ପର୍ବାଣୀ ସମୟରେ ଗୋବର ବ୍ୟବହାର କରି ଘର ଲିପା ପୋଛା କରାଯାଇଥାଏ । ବିଶ୍ୱାସ ରହିଛି ଗୋବରରେ ଘର ଲିପା ପୋଛା କଲେ ଘର ପବିତ୍ର ହୋଇଥାଏ ।