Advertisement
photoDetails0hindi

Ahmedabad Rath Yatra 2023: ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ପହଣ୍ତି ନୀତି ପରେ ଅହମ୍ମଦାବାଦରେ ଗଡ଼ିଲା ରଥ, ଦେଖନ୍ତୁ ଫଟୋ

Ahmedabad Rath Yatra 2023: ଆଜି ପବିତ୍ର ରଥଯାତ୍ରା । ରତ୍ନବେଦୀ ଛାଡି ଜନ୍ମ ବେଦୀକୁ ବାହୁଡି଼ବେ ଚତୁର୍ଦ୍ଧାମୂର୍ତ୍ତୀ (jagannath Rath Yatra 2023)। ସେଥିଲାଗି ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ବଡ଼ ଦାଣ୍ଡକୁ ଓହ୍ଲାଇ ଆସି ଭକ୍ତଙ୍କ ସହ ମିଶିବେ ତିନି ଠାକୁର । କାଳିଆ ସାଆନ୍ତକୁ ପାଖରୁ ଦେଖିବା ଲାଗି ଚାତକ ପରି ଚାହିଁ ରହିଛନ୍ତି ଲକ୍ଷ ଲକ୍ଷ ଭକ୍ତ । ବର୍ଷକୁ ଥରୁଟିଏ ରଥରେ ଶ୍ରୀଜୀଉଙ୍କ ଦର୍ଶନ ଲାଗି କାହିଁ କେତେ ଦୂରରୁ ଶ୍ରୀକ୍ଷେତ୍ରକୁ ଛୁଟି ଆସିଥାନ୍ତି ଶ୍ରଦ୍ଧାଳୁ  । ଖାଲି ରାଜ୍ୟ କାହିଁକି ମହାପ୍ରଭୁଙ୍କ ଭକ୍ତି ବିଭୋର ହୋଇପଡ଼ିଛନ୍ତି ବିଶ୍ବବାସୀ ।

1/5

ପୁରୀ ପରେ ଦେଶର ଦ୍ବିତୀୟ ବଡ଼ ରଥଯାତ୍ରା ଗୁଜୁରାଟ ଅହମ୍ମଦାବାଦରେ ଅନୁଷ୍ଠିତ ହୋଇଥାଏ ।

2/5

ସକାଳେ ରଥଟଣା ହେବା ପୂର୍ବରୁ ରୀତିନୀତି ଅନୁଯାୟୀ ୩ ଠାକୁରଙ୍କ ମଙ୍ଗଳ ଆଳତି ହୋଇଥିଲା ।

3/5

 ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରଭାଇ ପଟେଲ ୩ ରଥରେ ପହଣ୍ତି ନୀତି କରିବା ପରେ ଭକ୍ତଙ୍କ ଦ୍ବାରା ଟଣା ଆରମ୍ଭ ହୋଇଥିଲା।

4/5

ସେପଟେ ମହାପ୍ରଭୁଙ୍କ ଦର୍ଶନ ଲାଗି ସପରିବାର ସହ ପହଁଞ୍ଚିଥିଲେ ଗୃହମନ୍ତ୍ରୀ ଅମିତ ଶାହା ।

5/5

ଏଠାରେ ରଥଯାତ୍ରା ଲାଗି ମାସକ ପୂର୍ବରୁ ପ୍ରସ୍ତୁତି ଚାଲିଥିଲା । ଶୃଙ୍ଖଳିତ ରଥଯାତ୍ରା ଲାଗି ୨୫ ହଜାର ପୋଲିସ ଅଧିକାରୀ ଓ ଯବାନ ମୁତୟନ ହୋଇଛନ୍ତି ।