Advertisement
Photo Details/zeeodisha/odisha1789208
photoDetails0hindi

South Indian Film Stars: ସାଉଥ ସିନେମାର ଏହି ୧୦ ଷ୍ଚାର ୫୦ ବର୍ଷ ବୟସରେ ମଧ୍ୟ ଦେଉଛନ୍ତି ସୁପର ହିଟ୍ ଫିଲ୍ମ

South Indian Film Stars: ଆମେ ଏଠାରେ ଆପଣଙ୍କୁ ସେହି ସାଉଥ ସୁପର ଷ୍ଟାରଙ୍କ ବିଷୟରେ କହୁଛୁ, ଯେଉଁମାନେ ୫୦ ବର୍ଷ ପରେ ମଧ୍ୟ ଗୋଟିଏ ପରେ ଗୋଟିଏ ସୁପର ହିଟ୍ ଫିଲ୍ମ ଦେଇ ଚାଲିଛନ୍ତି । ସେମାନଙ୍କ ଫିଲ୍ମ କେବେଳ ଭାରତ ନୁହେଁ ସାରା ବିଶ୍ୱରେ ପ୍ରସିଦ୍ଧ । ଜାଣନ୍ତୁ ଏହି ସୁପରଷ୍ଚାରଙ୍କ ବିଷୟରେ...।  

1/10

କମଲ ହାସନ - ୬୮ ବର୍ଷ (Kamal Haasan): ରଜନୀକାନ୍ତଙ୍କ ପରେ ଭାରତର ଅଧିକାଂଶ ରିମେକ୍ ଚଳଚ୍ଚିତ୍ରର ଶ୍ରେୟ ତାମିଲ ଅଭିନେତା ତଥା ୟୁନିଭର୍ସାଲ୍ ତାରକା କମଲ ହାସନଙ୍କୁ ଯାଇଥାଏ, ଯିଏ ବିଭିନ୍ନ ଭାଷାର ୬୦ ରୁ ଅଧିକ ଚଳଚ୍ଚିତ୍ର କରିଛନ୍ତି । ସେ ୨୩୦ ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି, ଯେଉଁଥିରେ ୬୦ ରୁ ଅଧିକ ରିମେକ୍ ଅଛି ଓ ସେ ବର୍ତ୍ତମାନ 'ଇଣ୍ଡିଆନ୍ ୨' ଏବଂ 'KH234' ସୁଟିଂରେ ବ୍ୟସ୍ତ ଅଛନ୍ତି ।

2/10

ରଜନୀକାନ୍ତ- ୭୨ ବର୍ଷ (Rajnikanth): ତାମିଲ ସୁପରଷ୍ଟାର ରଜନୀକାନ୍ତ ଯିଏ ନିଜ କ୍ୟାରିୟରରେ ୨୬୦ ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି, ବିଭିନ୍ନ ଭାଷାରେ ୬୦ ରୁ ଅଧିକ ରିମେକ୍ କରିଛନ୍ତି । ବର୍ତ୍ତମାନ ସେ ନେଲସନଙ୍କ ନିର୍ଦ୍ଦେଶନାରେ 'ଜେଲର' ପାଇଁ ସୁଟିଂ କରୁଛନ୍ତି ଯାହା ଏକ ମଲ୍ଟି ଷ୍ଟାରର ଫିଲ୍ମ ବୋଲି କୁହାଯାଉଛି, ଯାହା ଚଳିତ ବର୍ଷ ଶେଷରେ ରିଲିଜ ହେବ ।

3/10

ମେଗାଷ୍ଟାର ଚିରଞ୍ଜୀବୀ - (୬୭ ବର୍ଷ): ୧୯୭୮ ମସିହାରେ 'ପୁନାଡିରାଲୁ' ଫିଲ୍ମରୁ ଅଭିନୟ କରିଥିବା ଚିରଞ୍ଜୀବୀ ଭାରତୀୟ ତେଲୁଗୁ ସିନେମାରେ ତାଙ୍କୁ ମେଗାଷ୍ଟାର ଭାବରେ ବହୁ ବର୍ଷ ଧରି କହି ଆସିଛନ୍ତି ଓ ସେ ମୁଖ୍ୟ ଭୂମିକାରେ ୧୫୦ ରୁ ଅଧିକ ଫିଲ୍ମ ସୁଟିଂ କରିଛନ୍ତି, ସେଥିମଧ୍ୟରୁ ୩୮ ରୁ ଅଧିକ ଫିଲ୍ମ ଥିଲା ରିମେକ୍ ଓ ସେ ବର୍ତ୍ତମାନ ତାଙ୍କର ନିଜ ୧୫୫ ତମ ଫିଲ୍ମ 'ଭୋଳା ଶଙ୍କର' ସୁଟିଂରେ ବ୍ୟସ୍ତ ଅଛନ୍ତି ଯାହା ତାମିଲ ଫିଲ୍ମ 'ବେଦଲମ୍'ର ରିମେକ୍ ଅଟେ ।

4/10

ନାଗାର୍ଜୁନ ଆକ୍କିନେନି- (୬୩ ବର୍ଷ): ୧୦୦ ରୁ ଅଧିକ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ତେଲୁଗୁ ଅଭିନେତା ନାଗାର୍ଜୁନ ୧୯୮୬ ରେ 'ବିକ୍ରମ' ରୁ ନିଜ ଅଭିନୟ ଆରମ୍ଭ କରିଥିଲେ । ସେ ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ ୨୦ ରୁ ଅଧିକ ରିମେକ୍ କରିଛନ୍ତି ଓ ଶୁଣିବାକୁ ମିଳୁଛି ଯେ ସେ ତାଙ୍କର ପରବର୍ତ୍ତୀ ଫିଲ୍ମ ମାଲାୟାଲମରେ ରିମେକ୍ କରିବେ ...!

5/10

ପୱନ କଲ୍ୟାଣ- (୫୧ ବର୍ଷ): ଅକ୍କିନେନି ନାଗାର୍ଜୁନଙ୍କ ପରି ପୱନ କଲ୍ୟାଣ ଯିଏ ୧୯୯୬ ରେ ଏକ ରିମେକ୍ ଫିଲ୍ମ 'ଆକ୍କଡା ଆମମାଇ ଇକଡା ଅବ୍ବାଇ' ସହିତ ନିଜ ଅଭିନୟ ଆରମ୍ଭ କରିଥିଲେ, ସେ ଜଣେ ମୁଖ୍ୟ ଅଭିନେତା ଭାବରେ ଅନେକ ଫିଲ୍ମ କରିସାରିଛନ୍ତି ଓ ଅନ୍ୟ ଭାରତୀୟ ଏବଂ ଆନ୍ତର୍ଜାତୀୟ ଭାଷାରୁ ୧୩ଟି ଫିଲ୍ମ ରିମେକ କରିଥିଲେ ଓ ବର୍ତ୍ତମାନ ସେ PKSDT, 'ବିନୋଦୟ ସୀତମ'ର ରିମେକ୍,' ଉସ୍ତାଦ୍ ଭାଗବତ ସିଂ ଆଦି ଫିଲ୍ମ ପାଇଁ ବ୍ୟସ୍ତ ଅଛନ୍ତି ।

6/10

ଅଜିତ କୁମାର- (୫୨ ବର୍ଷ) ସାଉଥ ଇଣ୍ଡଷ୍ଟ୍ରିର ସେହି ଷ୍ଟାର ଲିଷ୍ଟରେ ସାମିଲ, ଯାହାଙ୍କ ପ୍ରତ୍ୟେକ ଫିଲ୍ମରେ କୋଟି କୋଟି ଟଙ୍କା ରୋଜଗାର କରନ୍ତି । ଆମେ ଆପଣଙ୍କୁ କହିରଖୁଛୁ ଯେ ଅଭିନେତା ଅଜିତ କେବଳ ତାମିଲ ଭାଷାରେ ନୁହେଁ ତେଲୁଗୁ ଓ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ତାଙ୍କର ଉତ୍କୃଷ୍ଟ ଅଭିନୟ ଦକ୍ଷତା ପ୍ରଦର୍ଶନ କରି ସାରିଛନ୍ତି । ବର୍ତ୍ତମାନ ମଧ୍ୟ ସେ ମଧ୍ୟ ସୁପରହିଟ୍ ।

7/10

ରବି ତେଜା-(୫୫ ବର୍ଷ): କହିରଖୁଛୁ ଯେ କ୍ରାକ ଆଣ୍ଡ କିକ୍ ଖ୍ୟାତି ରବି ତେଜା ତେଲୁଗୁ ର ଅନ୍ୟତମ ଦକ୍ଷ ଅଭିନେତା । ସାଉଥ୍ ସୁପରଷ୍ଟାର୍ ରବି ତେଜା ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ ଗୋପୀଚାନ୍ଦ ମଲିନେନିଙ୍କ ସହ ପୁଣି ଥରେ ହାତ ମିଳାଇବାକୁ ପ୍ରସ୍ତୁତ ଅଛନ୍ତି । ରବି ତେଜା ଓ ଗୋପୀଚାନ୍ଦଙ୍କ ଯୋଡି ଇଣ୍ଡଷ୍ଟ୍ରିର ହିଟ୍ ଯୋଡି ମଧ୍ୟରେ ଗଣାଯାଏ । ଯେତେବେଳେ ବି ଅଭିନେତା ଓ ନିର୍ଦ୍ଦେଶକ ଏକାଠି କାମ କରନ୍ତି, ସେମାନଙ୍କ ଚଳଚ୍ଚିତ୍ର ସବୁବେଳେ ବକ୍ସ ଅଫିସରେ ହିଟ୍ ହୋଇଆସୁଛି ।

8/10

ବିକ୍ରମ - (୫୭ ବର୍ଷ): ବିକ୍ରମ ଆକା କେନେଡି ଜନ୍ ଭିକ୍ଟର ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତା ତଥା ପ୍ଲେକ୍ ଗାୟକ, ମୁଖ୍ୟତ ତାମିଲ ସିନେମା ପାଇଁ ଜଣାଶୁଣା । ତାମିଲ ଭାଷା ବ୍ୟତୀତ ବିକ୍ରମ ହିନ୍ଦୀ, ତେଲୁଗୁ ଓ ମାଲାୟାଲମ୍ ଭାଷା ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି । ତାମିଲ ସିନେମାର ସବୁଠାରୁ ପୁରସ୍କୃତ ଅଭିନେତାମାନଙ୍କ ମଧ୍ୟରୁ ବିକ୍ରମ ଅନ୍ୟତମ । ବିକ୍ରମଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ତାମିଲନାଡୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଓ କଲାମାମଣି ପୁରସ୍କାର ସମେତ ୭ ଟି ଦକ୍ଷିଣ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି ।

9/10

ମୋହନଲାଲ୍ (୬୩ ବର୍ଷ): ଅଭିନେତା ମୋହନଲାଲଙ୍କୁ ଦକ୍ଷିଣର ସୁପରଷ୍ଟାର କୁହାଯାଏ । ୪୦ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଏକ ଅଭିନୟ କ୍ୟାରିଅରରେ ଏହି ଅଭିନେତା ୩୪୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଓ ପ୍ରାୟ ସମସ୍ତ ଚଳଚ୍ଚିତ୍ର ସୁପରହିଟ୍ ବୋଲି ପ୍ରମାଣିତ ହୋଇଛି । ବହୁତ କମ୍ ଲୋକ ଜାଣିଥିବେ ଯେ ସିନେମା ଜଗତରେ ପ୍ରବେଶ କରିବା ପୂର୍ବରୁ ମୋହନଲାଲ ଜଣେ ପେସାଦାର କୁସ୍ତିକାର ଥିଲେ ।

10/10

ପ୍ରକାଶ ରାଜ (୫୮ ବର୍ଷ): ପ୍ରକାଶ ରାଜ ଜଣେ ଅତି ସଫଳ ଭାରତୀୟ ଅଭିନେତା, ନିର୍ମାତା, ଟିଭି ହୋଷ୍ଟ । ଦକ୍ଷିଣ ଭାରତୀୟ ସିନେମାରୁ କମଲ ହାସନଙ୍କ ପରେ ପ୍ରକାଶ ରାଜ ହେଉଛନ୍ତି ପ୍ରଥମ କଳାକାର ଯିଏକି ହିନ୍ଦୀ ସିନେମାରେ ନିଜର ଚିହ୍ନ ଛାଡିଛନ୍ତି । କନ୍ନଡ ଓ ତେଲୁଗୁ ସିନେମା ଅଭିନେତା ପ୍ରକାଶ ରାଜ "ସିଙ୍ଗହମ୍", "ୱାଣ୍ଟେଡ୍" ଏବଂ "ଦବାଙ୍ଗ ୨" ମାଧ୍ୟମରେ ବଲିଉଡରେ ଭିଲେନର ଶୂନ୍ୟସ୍ଥାନ ପୂରଣ କରିଥିଲେ । ବର୍ତ୍ତମାନ ମଧ୍ୟ ସେ ମଧ୍ୟ ସୁପରହିଟ୍ ।