Advertisement
Photo Details/zeeodisha/odisha2230133
photoDetails0hindi

Today Horoscope: ସତର୍କ ରୁହନ୍ତୁ ଏହି ସବୁ ରାଶି, ଜାଣନ୍ତୁ ଆଜିର ରାଶିଫଳ

Horoscope Today 2 May2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମେ ୨ ହେଉଛି ଗୁରୁବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

1/12

ମେଷ: ଆଜିର ଦିନଟି ଆପଣଙ୍କୁ ସତର୍କତାର ସହ ଚଳିବାକୁ ପଡି଼ବ। କର୍ମକ୍ଷେତ୍ରରେ ଆଗପଛ ବିଚାର କରି କାମ ନ କଲେ ସମସ୍ୟାରେ ପଡିପାରନ୍ତି। ପରିବାରରେ କୌଣସି ଏକ କଥାକୁ ନେଇ ମନ ଭାରାକ୍ରାନ୍ତ ହେବ । ଦୂରଯାତ୍ରା ମଧ୍ୟ ବିପଦ ଡାକି ଆଣିପାରେ।

 

2/12

ବୃଷ :  ନିଜ ବନ୍ଧୁଙ୍କ ସହଯୋଗରେ ଦୀର୍ଘ ଦିନର ଆଶା ପୂରଣ ହେବ। ଧାର୍ମିକ କାର୍ଯ୍ୟରେ ମନୋବଳାଇବେ। ବ୍ୟବସାୟରେ ଆୟ ବୃଦ୍ଧି ପାଇବ।  ଯାହାକୁ ନେଇ ମନ ପ୍ରଫୁଲ୍ଲିତ ରହିବ । ମହିଳାମାନେ କୌଣସି ଏକ ସଭା ସମିତିରେ କାର୍ଯ୍ୟରେ ଯୋଗ ଦେଇପାରନ୍ତି। 

 

3/12

ମିଥୁନ:  ଆଜି ପୁରୁଣା କାମ ଶେଷ କରିବାକୁ ସକ୍ଷମ ହେବେ । ପ୍ରିୟଜନଙ୍କ ସହଯୋଗ ମାଧ୍ୟମରେ ଜମିଜମା ସମ୍ପର୍କିତ ବିବାଦର ଆଶୁ ସମାଧାନ ହୋଇଯିବ। ଯାହାକୁ ନେଇ ଆପଣ ବେଶ୍ ଖୁସି ରହିବେ।  କଳା, ସାହିତ୍ୟ ଓ କ୍ରୀଡା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ବେଶ୍ ଅନୁକୂଳ ରହିବ। 

 

4/12

କର୍କଟ: ବ୍ୟବସାୟରେ ଲାଭ ମିଳିବା ସହ ଆଶା କରୁଥିବା ଦିଗରୁ ଅର୍ଥ ମିଳିବ। ଦେବ ଦର୍ଶନର ଯୋଗ ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ।  ସୁସ୍ୱାଦୁ ଭୋଜନ କରିବେ। ଦୂରସ୍ଥାନକୁ ଯାତ୍ରା କରିବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। 

 

5/12

ସିଂହ:  କର୍ମକ୍ଷେତ୍ରରେ ପ୍ରଂଶସା ସାଉଁଟିବେ। ସହକର୍ମୀମାନଙ୍କ ସହଯୋଗ ପାଇ ଉପରିସ୍ଥ ଅଧିକାରୀଙ୍କ ପ୍ରିୟଭାଜନ  ହେବା। ଆକସ୍ମିକ ଧନଲାଭର ଯୋଗ ରହିଛି। ସରକାରୀ କାମରେ ସଫଳତା ପାଇବେ । ଶରୀର ଭଲ ରହିବା ସହ କୌଣସି ଦୂର ସ୍ଥାନକୁ ନିଜ ଜୀବନ ସାଥୀଙ୍କ ସହ ଯାତ୍ରା କରିପାରନ୍ତି। 

 

6/12

କନ୍ୟା: ସୂଚାରୁ ରୂପେ ସମସ୍ତ କାର୍ଯ୍ୟ ତୁଳାଇବେ। ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହେବେ। କାର୍ଯ୍ୟାଳୟରେ ଉପରିସ୍ଥ ଅଧିକାରୀଙ୍କ ପ୍ରିୟଭାଜନ ହେବେ। ଆୟ ଉତ୍ତମ  ହେବ। ପାରିବାରିକ ସୁଖଶାନ୍ତି ଲାଭ କରିବେ।

7/12

ତୁଳା: ସୂଚାରୁ ରୂପେ ସମସ୍ତ କାର୍ଯ୍ୟ ତୁଳାଇବେ। ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହେବେ।  ଆୟ ଉତ୍ତମ ହେବ। ପାରିବାରିକ ସୁଖଶାନ୍ତି ଲାଭ କରିବେ।

 

8/12

ବିଛା: ମାନସିକ ଶାନ୍ତି ବଜାୟ ରହିବ। ଅକସ୍ମାତ ଧନ ପ୍ରାପ୍ତିର ଯୋଗ ରହିଛି। ଦାମ୍ପତ୍ୟ ଜୀବନ ବେଶ ସୁଖମୟ ହେବ। ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭଦାୟକ ଅଟେ। ପିତାମାତାଙ୍କ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ।

9/12

ଧନୁ: ନିଜ ବନ୍ଧୁଙ୍କ ସହ ଦୂରଯାତ୍ରା କରିପାରନ୍ତି। କୌଣସି ଏକ ଭୋଜିରେ ଯୋଗ ଦେଇପାରନ୍ତି । ସ୍ୱାସ୍ଥ୍ୟରେ ସାମାନ୍ୟ ସମସ୍ୟା ଦେଖାଦେଇଥିବାରୁ ମନ ଭଲ ରହିବ ନାହିଁ। ରାଜନୀତିରେ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷ କୌଣସି ସଭା ସମିତିରେ ସମ୍ମାନୀତ ହୋଇପାରନ୍ତି।  

 

10/12

ମକର: ମଉଜ ମଜଲିସରେ ଦିନ କାଟିବେ । ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତ ହେବ । କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ଆସ୍ଥା ଭାଜନ ହେବେ । ପାରିବାରିକ ସୁଖଶାନ୍ତି ବଜାୟ ରହିବ । ସେବା ପୂଜା ପାଇଁ ମନ ବଳିବ।

 

11/12

କୁମ୍ଭ: ଆଜି ନିଜ କ୍ରୋଧ ନିୟନ୍ତ୍ରଣ ନ ରଖିଲେ ସମସ୍ୟାରେ ପଡି଼ବେ। ପୁରୁଣା ରୋଗକୁ ନେଇ ଚାପରେ ରହିବେ। ପିତାମାତାଙ୍କ ସହ ଧାର୍ମିକ ସ୍ଥଳକୁ ଯାତ୍ରା କରିପାରନ୍ତି। 

 

12/12

ମୀନ:  ଆଜି ଦିନଟି ବେଶ୍ ମଙ୍ଗଳମୟ ରହିବ। ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ହୋଇପାରେ। ଅଟକି ରହିଥିବା ଟଙ୍କା ଆପଣଙ୍କୁ ମିଳିପାରେ। ବୈବାହିକ ଜୀବନ ସୁଖମୟ ହେବ।