Advertisement
Photo Details/zeeodisha/odisha2219097
photoDetails0hindi

Today Horoscope: କାହା ପାଇଁ ଶୁଭ ତ କାହା ପାଇଁ ଅଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର ?

Horoscope Today 25 April 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଏପ୍ରିଲ୍ ୨୫ ହେଉଛି ଗୁରୁବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

1/12

ମେଷ: ଆଜି ସ୍ୱାସ୍ଥ୍ୟ ଭଲ ରହିଲେ ମଧ୍ୟ ମନ ଭାରାକ୍ରାନ୍ତ ରହିବ । ବ୍ୟବସାୟିକ ସ୍ତରରେ ଲାଭବାନ ହେବା ସହ ଇଶ୍ୱର ବିଶ୍ୱାସି ହେବେ । ଏବଂ ପୂଜାର୍ଚ୍ଚନାରେ ସମୟ ବିତାଇବେ । କର୍ମତତ୍ପର ହେବେ ।  ଦୂରଯାତ୍ରା କରିପାରନ୍ତି ।

2/12

ବୃଷ: ପୂର୍ବରୁ ଲାଗିରହି ଥିବା ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ହେବ । ମନ ପ୍ରଫୁଲ୍ଲ ରହିବ । ବ୍ୟବସାୟିକ ଦୃଷ୍ଟିକୋଣରୁ ଦିନଟି ଅତ୍ୟନ୍ତ ଶୁଭ ରହିବ। କିନ୍ତୁ ଜମିବାଡ଼ି ବିବାଦ ଉପୁଜିପାରେ । ଯାହାକୁ ନେଇ ଆପଣ ଚାପରେ ରହିବେ। ବନ୍ଧୁଙ୍କ ଠାରୁ ସାହାର୍ଯ୍ୟ ସହଯୋଗ ପାଇବେ । ଏବଂ ଦୂରଯାତ୍ରା ସଫଳ ହେବ ।

 

3/12

ମିଥୁନ: ପୂର୍ବ ବିବାଦରୁ ମୁକ୍ତି ପାଇବେ । ବ୍ୟବସାୟ କ୍ଷେତ୍ରରେ ଦୂରଯାତ୍ରା କରିପାରନ୍ତି । ଚାକିରିରେ ମଧ୍ୟ ପଦନ୍ନୋତୀର ଯୋଗ ବି ରହିଛି । ବିଦ୍ୟାର୍ଥୀମାନେ ପାଠପଢାରେ ମନୋନିବେଶ କରିବେ। 

 

4/12

କର୍କଟ: ଆଜି ଆପଣଙ୍କର ଘାତବାର ରହିଛି । ଜଗି ରଖି ନ ଚଳିଲେ ସ୍ୱାସ୍ଥ୍ୟରେ ସମସ୍ୟା ଦେଖା ଦେଇପାରେ। ଆଧ୍ୟାତ୍ମିକ ଭାବନା ସହ ଦିନଟି ଅତିବାହିତ କରିବେ। ଆଜି ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ। ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

 

5/12

ସିଂହ:  ଆଜି ଆକସ୍ମିକ ଭାବରେ ଧନପ୍ରାପ୍ତିର ଯୋଗ ରହୁଛି । ବ୍ୟାଙ୍କି କ୍ଷେତ୍ରରେ ଜଡିତ ଲୋକେ ସଫଳତା ପାଇବେ ।  ନିଜ ବନ୍ଧୁଙ୍କ ସହ ଦୂରଯାତ୍ର ସଫଳ ହେବ । 

 

6/12

କନ୍ୟା: ଆଜି କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିଲେ ମଧ୍ୟ ସହକର୍ମୀଙ୍କ ଇର୍ଷାର ଶିକାର ହେବେ ।  ମନ ପ୍ରଫୁଲ୍ଲ ରହିବ । କୌଣସି ବାଦ ବିବାଦ ସହ ଜଡିତ ହୋଇପାରନ୍ତି । ତେଣୁ ଜଗି ରଖି ଚଳନ୍ତୁ।  ବୈବାହିକ ଜୀବନ ସୁଖମୟ ହେବ। ନିଜ ଜୀବନ ସାଥୀଙ୍କ ସହିତ ଭଲ ସମୟ ଅତିବାହିତ କରିବେ। 

 

7/12

ତୁଳା: ଆଜି ନିଜ କର୍ମକ୍ଷେତ୍ରରେ ଆଗକୁ ବଢିବେ। ବନ୍ଧୁ ପରିଜନ ଘରକୁ ଆସିପାରନ୍ତି। ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକୁଳିବେ। ମନ ମଧ୍ୟ ଭଲ ରହିବ। ଦାମ୍ପତ୍ୟ ସୁଖ ପ୍ରାପ୍ତି ହେବ। ନିଜ ସନ୍ତାନ ସନ୍ତତିଙ୍କ ଠାରୁ କୌଣସି ଖୁସି ଖବର ପାଇ ପାରନ୍ତି। 

 

8/12

ବିଛା: ଆଜି ଘାତଚନ୍ଦ୍ର ହେତୁ ସତର୍କତା ଅବଲମ୍ୱନ କରନ୍ତୁ। ସ୍ୱାସ୍ଥ୍ୟ ଜନିତ ପିଡ଼ା ଅନୁଭବ କରିବେ। ମାନସିକ ସ୍ତରରେ କୌଣସି ପରିବର୍ତ୍ତନ ହେବ ନାହିଁ।  ପ୍ରେମ ସମ୍ପର୍କରେ ତିକ୍ତତା ଭାବ ସୃଷ୍ଟି ହୋଇପାରେ।

9/12

ଧନୁ:  ବ୍ୟବସାୟୀମାନଙ୍କ ପାଇଁ ଦିନଟି ବେଶ୍ ମଙ୍ଗଳମୟ ରହିବ। ବ୍ୟବସାୟରେ ଲାଭବାନ ହେବେ । ଚାକିରିରେ ବଦଳିର ଯୋଗ ରହୁଛି । ମନ ପସନ୍ଦର ସ୍ଥାନକୁ ବଦଳି ହୋଇପାରେ।  ପାରିବାରିକ ଶାନ୍ତି ମିଳିବ ।  ଜୀବନ ସାଥୀଙ୍କ ସହିତ ଭଲ ସମୟ ଅତିବାହିତ କରିବେ। 

 

10/12

ମକର:  ଆଜି କୌଣସି ଦେବାଦେବୀଙ୍କ ଦର୍ଶନ କରିପାରନ୍ତି । ଆୟ ଭଲ ରହିବ । ବିଦ୍ୟାର୍ଥୀମାନେ କୃତକାର୍ଯ୍ୟ ହେବେ। ସ୍ୱାସ୍ଥ୍ୟ ଭଲ ରହିବା ସହ ମାନସିକ ସ୍ତରରେ ସାମାନ୍ୟ ଚିନ୍ତିତ ହେବେ । 

 

11/12

କୁମ୍ଭ:  ପାରିବାରିକ ସମସ୍ୟା ଚିନ୍ତାର କାରଣ ହୋଇପାରେ। କର୍ମକ୍ଷେତ୍ରରେ ମନ ଲାଗିବ ନାହିଁ। ନିଜକୁ ନିୟନ୍ତ୍ରଣରେ ରଖନ୍ତୁ। ନଚେତ୍ ଅଯଥା ବିବାଦରେ ଫସିପାରନ୍ତି। ଦୂରଯାତ୍ରା ମଧ୍ୟମ ଧରଣର ଫଳ ଦେବ।

12/12

ମୀନ:  ଆଜି ସେୟାର ମାର୍କେଟରୁ ଲାଭ ପାଇବେ । ଦୂର ସ୍ଥାନକୁ ଭ୍ରମଣର ଯୋଗ ରହୁଛି । ନବଦମ୍ପତିଙ୍କ ସମ୍ପର୍କରେ ମଧୁରତା ଆସିବ । ଦେହ ଭଲ ରହିବ । ଆଳସ୍ୟପଣ ଲାଗି ରହିବ ।