New Parliament Building: ନୂତନ ସଂସଦ ଭବନରେ ରାଷ୍ଟ୍ରୀୟ ଚିହ୍ନ ଅଶୋକ ସ୍ତମ୍ବ ଅନାବରଣକୁ ନେଇ ଉଠିଲା ପ୍ରଶ୍ନ
Advertisement
Article Detail0/zeeodisha/odisha1253485

New Parliament Building: ନୂତନ ସଂସଦ ଭବନରେ ରାଷ୍ଟ୍ରୀୟ ଚିହ୍ନ ଅଶୋକ ସ୍ତମ୍ବ ଅନାବରଣକୁ ନେଇ ଉଠିଲା ପ୍ରଶ୍ନ

New Parliament Building: ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଦେଶର ନୂତନ ସଂସଦ ଭବନ ଛାତ ଉପରେ ନିର୍ମିତ ଦେଶର ରାଷ୍ଟ୍ରୀୟ ଚିହ୍ନ ଅଶୋକ ସ୍ତମ୍ବ ଉନ୍ମୋଚନକୁ ଭୁଲ ବୋଲି କହିଛନ୍ତି ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀ। 

New Parliament Building: ନୂତନ ସଂସଦ ଭବନରେ ରାଷ୍ଟ୍ରୀୟ ଚିହ୍ନ ଅଶୋକ ସ୍ତମ୍ବ ଅନାବରଣକୁ ନେଇ  ଉଠିଲା ପ୍ରଶ୍ନ

New Parliament Building: ଦେଶରେ ଏକ ନୂତନ ସଂସଦ ଭବନ ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଜୁଲାଇ ୧୧ ତାରିଖ ସୋମବାର ନୂତନ ସଂସଦ ଭବନ ଛାତ ଉପରେ ନିର୍ମିତ ଦେଶର ରାଷ୍ଟ୍ରୀୟ ଚିହ୍ନ ଅଶୋକ ସ୍ତମ୍ବକୁ ଉନ୍ମୋଚନ କରିଛନ୍ତି। ଏହି ଜାତୀୟ ପ୍ରତୀକ ପିତ୍ତଳରେ ନିର୍ମିତ। ଏହାର ଓଜନ ୯୫୦୦ କିଲୋଗ୍ରାମ ଏବଂ ଏହାର ଉଚ୍ଚତା ପ୍ରାୟ ୬.୫ ମିଟର।  ଜାତୀୟ ପ୍ରତୀକ ସ୍ଥାପନ ପାଇଁ ପ୍ରାୟ ୬୫୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ଏକ ଇସ୍ପାତ ନିର୍ମିତ ସହାୟକ ଢାଞ୍ଚା ନିର୍ମାଣ କରାଯାଇଛି। ନୂତନ ସଂସଦ ଭବନର ଉଦଘାଟନ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ହୋଇପାରେ। ସଂସଦର ଶୀତକାଳୀନ ଅଧିବେଶନ ଦେଶର ନୂତନ ସଂସଦ ଭବନ ଠାରେ ଅନୁଷ୍ଠିତ ହେବ। 

ସମଗ୍ର ଦେଶରେ ନୂତନ ସଂସଦ ଗୃହ ବାବଦରେ ଜାରି ରହିଛି ଆଲୋଚନା। ସଂସଦର ବଢୁଥିବା କାର୍ଯ୍ୟ ହେତୁ ନୂତନ କୋଠା ନିର୍ମାଣର ଆବଶ୍ୟକତା ଅନୁଭବ ହେଲା। ବର୍ତ୍ତମାନର ଦେଶର ସଂସଦ ଭବନ ବ୍ରିଟିଶ ଶାସନ କାଳରେ ନିର୍ମିତ ହୋଇଥିଲା। ଯାହା ପ୍ରାୟ ୧୦୦ ବର୍ଷ ପୁରୁଣା। ଦେଶର ଦେଶର ସଂସଦ ଭବନରେ ଅତ୍ୟାଧୁନିକ ସୁବିଧା ନାହିଁ। ଏହାକୁ ନଜରରେ ରଖି ଦେଶରେ ଏକ ନୂତନ ସଂସଦ ଭବନ ନିର୍ମାଣ କାର୍ଯ୍ୟ କରାଯାଉଛି। 

ମାତ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଦେଶର ନୂତନ ସଂସଦ ଭବନ ଛାତ ଉପରେ ନିର୍ମିତ ଦେଶର ରାଷ୍ଟ୍ରୀୟ ଚିହ୍ନ ଅଶୋକ ସ୍ତମ୍ବ ଉନ୍ମୋଚନକୁ ଭୁଲ ବୋଲି କହିଛନ୍ତି ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀ। ଏନେଇ ଟ୍ୱିଟ୍ କରି ସେ କହିଛନ୍ତି ଯେ ଦେଶର ସଂସଦ, ସରକାର ଏବଂ ନ୍ୟାୟପାଳିକା କ୍ଷମତାକୁ ପୃଥକ କରିଛି ଭାରତୀୟ ସମ୍ବିଧାନ। ଭାରତ ସରକାରଙ୍କ ମୁଖ୍ୟ ଭାବେ ପ୍ରଧାନମନ୍ତ୍ରୀ ମୋଦି ଦେଶର ନୂତନ ସଂସଦ ଭବନରେ ଜାତୀୟ ପ୍ରତୀକ ଉନ୍ମୋଚନ କରିବା ଠିକ ନୁହେଁ। ଲୋକସଭା ବାଚସ୍ପତି ସଂସଦକୁ ପ୍ରତିନିଧିତ୍ୱ କରିଥାନ୍ତି। ଯିଏ ଦେଶର ସରକାରଙ୍କ ଅଧିନରେ ରହିନଥାନ୍ତି। ଦେଶର ନୂତନ ସଂସଦ ଭବନରେ ଜାତୀୟ ପ୍ରତୀକ ଉନ୍ମୋଚନ ବେଳେ ସମସ୍ତ ସାମ୍ବିଧାନିକ ନିୟମ ଉଲ୍ଲଂଘନ କରାଯାଇଛି।

ଦେଶର ନୂତନ ସଂସଦ ଭବନ ଛାତ ଉପରେ ନିର୍ମିତ ଦେଶର ରାଷ୍ଟ୍ରୀୟ ଚିହ୍ନ ଅଶୋକ ସ୍ତମ୍ବ ଆଠଟି ପର୍ଯ୍ୟାୟର ପ୍ରକ୍ରିୟା ପରେ ପ୍ରସ୍ତୁତ ହୋଇଛି। ଏହି ନୂତନ ସଂସଦ ଭବନ ନିର୍ମାଣ ପାଇଁ ୨୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ଅନୁମାନ କରାଯାଉଛି। ଯେଉଁଥିପାଇଁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରାଯାଇଥିଲା। ଇସ୍ପାତ, ଇଲେକ୍ଟ୍ରୋନିକ୍ସ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ଏହି ଖର୍ଚ୍ଚ ବଢୁଛି ବୋଲି କୁହାଯାଉଛି। ଏହି ବର୍ଦ୍ଧିତ ଖର୍ଚ୍ଚ ପାଇଁ CPWD ଲୋକସଭା ସଚିବାଳୟର ଅନୁମୋଦନ ପାଇବ ବୋଲି ଆଶା କରାଯାଉଛି।

ଅଶୋକା ସ୍ତମ୍ଭ ଖ୍ରୀଷ୍ଟପୂର୍ବ ୨୫୦ ରେ ସାରନାଥ ଠାରେ ମହାନ ସମ୍ରାଟ ଅଶୋକଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଏହି ସ୍ତମ୍ଭ ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ଏହାକୁ ଅଶୋକ ସ୍ତମ୍ଭ ମଧ୍ୟ କୁହାଯାଏ। ଏହି ସ୍ତମ୍ଭରେ ଚାରି ସିଂହ ପରସ୍ପରର ପିଠି ସହ ଯୋଡ଼ି ହୋଇ ରହିଛନ୍ତି। ଏହି ସ୍ତମ୍ଭ ସାରନାଥ ସଂଗ୍ରହାଳୟରେ ରଖାଯାଇଛି। ଭାରତ ଏହି ସ୍ତମ୍ଭକୁ ଏହାର ଜାତୀୟ ପ୍ରତୀକ ଭାବେ ଗ୍ରହଣ କରିଛି। ଅଶୋକ ସ୍ତମ୍ଭ ତଳେ ରହିଥିବା ଅଶୋକ ଚକ୍ର ଦେଶର ଜାତୀୟ ପତାକା ତ୍ରିରଙ୍ଗାରେ ସ୍ଥାନୀୟ ହୋଇଛି।  

Also Read: କେବେ ନିର୍ବାଚନ ହାରିବେ ପ୍ରଧାନମନ୍ତ୍ରୀ? ଭବିଷ୍ୟବାଣୀ କଲେ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ