ବିଜେପିରେ ମୁଖ୍ୟମନ୍ତ୍ରୀ ହେବା ପାଇଁ କେହି ଯୋଗ୍ୟ ବ୍ୟକ୍ତି ନାହାଁନ୍ତି, ଦଳ ଏକାକୀ ନିର୍ବାଚନ ଲଢ଼ି ଦେଖୁ: JDU ବିଧାୟକ
Advertisement
Article Detail0/zeeodisha/odisha1234539

ବିଜେପିରେ ମୁଖ୍ୟମନ୍ତ୍ରୀ ହେବା ପାଇଁ କେହି ଯୋଗ୍ୟ ବ୍ୟକ୍ତି ନାହାଁନ୍ତି, ଦଳ ଏକାକୀ ନିର୍ବାଚନ ଲଢ଼ି ଦେଖୁ: JDU ବିଧାୟକ

JDU MLA Gopal Mandal: ଏହା ବ୍ୟତୀତ ଅଗ୍ନିପଥ ଯୋଜନା (Agneepath Scheme) କୁ ନେଇ ସେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ଅଗ୍ନିପଥ ଯୋଜନାର ବିଜ୍ଞାପନ ବାହାର କରିନଥିଲେ । ଏହି ସୂଚନା ଛାତ୍ରମାନଙ୍କୁ ଦିଆଯାଇନଥିଲା । ଏହା ଛାତ୍ରମାନଙ୍କୁ ଅସନ୍ତୋଷ କରିଛି । ଠିକ୍-ଭୁଲ ବିଜେପିମାନେ କରୁଛନ୍ତି । ଅଗ୍ନିପଥ ଯୋଜନାରେ ଛାତ୍ରମାନଙ୍କୁ ଭରସାରେ ନିଆଯିବା ଉଚିତ୍ । 

ବିଜେପିରେ ମୁଖ୍ୟମନ୍ତ୍ରୀ ହେବା ପାଇଁ କେହି ଯୋଗ୍ୟ ବ୍ୟକ୍ତି ନାହାଁନ୍ତି, ଦଳ ଏକାକୀ ନିର୍ବାଚନ ଲଢ଼ି ଦେଖୁ: JDU ବିଧାୟକ

ପାଟନା: JDU MLA Gopal Mandal: ଜେଡିୟୁ ବିଧାୟକ ଗୋପାଳ ମଣ୍ଡଳ (JDU MLA Gopal Mandal) ପୁଣି ଥରେ ନିଜ ବୟାନ ପାଇଁ ଚର୍ଚ୍ଚାରେ ଅଛନ୍ତି । ଏଥର ସେ ଭାରତୀୟ ଜନତା ପାର୍ଟି (BJP) କୁ ଟାର୍ଗେଟ କରିଛନ୍ତି । ଗୋପାଳ ମଣ୍ଡଳ ମହାରାଷ୍ଟ୍ର ସଙ୍କଟକୁ ନେଇ କହିଛନ୍ତି ଯେ ବିଜେପିରେ ସିଏମକୁ ନେଇ କୌଣସି ଚେହେରା ନାହିଁ । ଏଠାରେ କେବଳ ହିଁ କେବଳ ନୀତିଶ କୁମାର (Nitish Kumar) ଅଛନ୍ତି । ଜେଡିୟୁର କୌଣସି ବିଧାୟକ ବିକ୍ରି ହେବା ପାଇଁ ନାହାଁନ୍ତି । ସେ କହିଛନ୍ତି ଯେ ଏହା ବିହାର, ମହାରାଷ୍ଟ୍ର ନୁହେଁ । ଆମେମାନେ ହେଉଛୁ ଖୁଣ୍ଟା ଗାଡ଼ ବିଧାୟକ । କେହି ଉପାଡ଼ି ପାରିବେ ନାହିଁ । ବିଜେପିରେ ଏପରି ବ୍ୟକ୍ତି ନାହାଁନ୍ତି ଯିଏ ମୁଖ୍ୟମନ୍ତ୍ରୀ ହେବେ । ବିହାରରେ କେବଳ ନୀତିଶ କୁମାର ଅଛନ୍ତି ।

ଜେଡି(ୟୁ) ବିଧାୟକ ଗୋପାଳ ମଣ୍ଡଳ ବିଜେପିର ପ୍ରଦେଶାଧ୍ୟକ୍ଷ ସଞ୍ଜୟ ଜୟସୱାଲ (Sanjay Jaiswal) ଙ୍କ ଉପରେ ଜୋରଦାର ବର୍ଷିଛନ୍ତି । ସେ କହିଛନ୍ତି ଯେ ଯେତେବେଳେ ସଞ୍ଜୟ ଜୟସୱାଲ ରାଜ୍ୟ ସଭାପତି ହୋଇଥିଲେ ସେତେବେଳେ ହିଁ ଲୋକମାନେ ତାଙ୍କୁ ଜାଣିବା ଆରମ୍ଭ କରିଥିଲେ । ଯଦି ସେ JDU ବିରୁଦ୍ଧରେ କଥା ହୁଅନ୍ତି, ତେବେ ତାଙ୍କର ବୁଝିବା ଶକ୍ତିର ଅଭାବ ରହିଛି । ବର୍ତ୍ତମାନ ମେଣ୍ଟରେ ସରକାର ଚାଲିଛି । ଆମେ ଚାହୁଁଛୁ ଯେ ସରକାର ପାଞ୍ଚ ବର୍ଷ ପାଇଁ ଚାଲୁ । ଲୋକସଭା ନିର୍ବାଚନ ପାଇଁ ଏପରି ପ୍ରସ୍ତୁତ ହୁଅନ୍ତୁ ଯେ ଆମେ ବିହାରରେ ୪୦ଟି ଆସନ ଜିତି ପାରିବା ।

ଏହା ବ୍ୟତୀତ ଅଗ୍ନିପଥ ଯୋଜନା (Agneepath Scheme) କୁ ନେଇ ସେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ଅଗ୍ନିପଥ ଯୋଜନାର ବିଜ୍ଞାପନ ବାହାର କରିନଥିଲେ । ଏହି ସୂଚନା ଛାତ୍ରମାନଙ୍କୁ ଦିଆଯାଇନଥିଲା । ଏହା ଛାତ୍ରମାନଙ୍କୁ ଅସନ୍ତୋଷ କରିଛି । ଠିକ୍-ଭୁଲ ବିଜେପିମାନେ କରୁଛନ୍ତି । ଅଗ୍ନିପଥ ଯୋଜନାରେ ଛାତ୍ରମାନଙ୍କୁ ଭରସାରେ ନିଆଯିବା ଉଚିତ୍ । ଏହା ଉପରେ କିଛି କହିବା ଉଚିତ୍ ନୁହେଁ । JDU କୁ କିଛି କହିବା ପୂର୍ବରୁ ଜଣେ ଚିନ୍ତା କରିବା ଉଚିତ୍ ।

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ ସମୟରେ ଦ୍ରୌପଦୀ ମୁର୍ମୁ ଏମିତି ପିନ୍ଧି ନଥିଲେ ଧଳା ଶାଢ଼ୀ, ଜାଣନ୍ତୁ ଏହା ପଛର କାରଣ

ଏହା ବି ପଢ଼ନ୍ତୁ:-ମହାରାଷ୍ଟ୍ରରେ ଫ୍ଲୋର୍ ଟେଷ୍ଟ୍ ହେଲେ କିଏ ଜିତିବେ ବାଜି? ଜାଣନ୍ତୁ କ'ଣ କହୁଛି ନୂଆ ସମୀକରଣ

ଏହା ବି ପଢ଼ନ୍ତୁ:-ଯଦି ଏପରି ହୁଏ ତ ଏକନାଥ ସିନ୍ଦେଙ୍କର ସମସ୍ତ 'ପରିଶ୍ରମ' ହୋଇଯିବ ବେକାର, ବୁଝନ୍ତୁ ମହାରାଷ୍ଟ୍ରର ରାଜନୈତିକ ସଙ୍କଟର ଏହି ସମୀକରଣ

 

ଏଠାରେ କହି ରଖୁଛୁ ଯେ, ଜେଡିୟୁ ବିଧାୟକ ଗୋପାଳ ମଣ୍ଡଳଙ୍କ ଅନେକ ନୃତ୍ୟ ଭିଡିଓ ସବୁବେଳେ ଭାଇରାଲ ହେବାରେ ଲାଗିଥାଏ । ନିଜ ବୟାନ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଆସୁଥାଏ । ଏହାପୂର୍ବରୁ ସେ ବିହାରର ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ, ପରେ ସେ ଡେପୁଟି ସିଏମଙ୍କୁ ଆଇ ଲଭ୍ ୟୁ ମଧ୍ୟ କହିଥିଲେ । ଏଥି ସହିତ ଗତ ବର୍ଷ ଗୋପାଳ ମଣ୍ଡଳ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲେ ଯେତେବେଳେ ସେ ତେଜସ ଏକ୍ସପ୍ରେସ ଟ୍ରେନରେ ଅନଃ ବସ୍ତ୍ର ପିନ୍ଧି ବୁଲୁଥିବାର ଦେଖିବାକୁ ମିଳିଥିଲା । ଯାହା ପରେ ଏହାକୁ ନେଇ ହଙ୍ଗମା ସୃଷ୍ଟି ହୋଇଥିଲା । ବିଧାୟକଙ୍କ ଏପରି ଗୋଟିଏ କି ଦିଟା ମାମଲା ନାହିଁ, ଏକ ଡଜନରୁ ଅଧିକ ମାମଲା ଓ ବୟାନ ଅଛି, ଯାହା ଚର୍ଚ୍ଚାରେ ରହିଆସିଥିଲା ।