ସଙ୍କଟରେ ବଘେଲ ସରକାର, ମହାରାଷ୍ଟ୍ର ପରେ ଏବେ ଛତିଶଗଡ଼ରେ ହେବ ଖେଳ?
Advertisement
Article Detail0/zeeodisha/odisha1273209

ସଙ୍କଟରେ ବଘେଲ ସରକାର, ମହାରାଷ୍ଟ୍ର ପରେ ଏବେ ଛତିଶଗଡ଼ରେ ହେବ ଖେଳ?

Chhattisgarh Politics: ଏଠାରେ କହି ରଖୁଛୁ ଯେ, ଉଭୟ ବଘେଲ ଓ ସିଂଦେଓ ଦିଲ୍ଲୀରେ ଆସିଥିଲେ । ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Sonia Gandhi) ଓ ନେତା ରାହୁଲ ଗାନ୍ଧୀ (Rahul Gandhi) ଙ୍କୁ ଭେଟିବାକୁ ଅପେକ୍ଷା କରିଥିଲେ । କିନ୍ତୁ, ଉଭୟ ଦଳର ନେତୃତ୍ୱଙ୍କୁ ଭେଟିବାରେ ସକ୍ଷମ ହୋଇପାରିନାହାଁନ୍ତି । 

ସଙ୍କଟରେ ବଘେଲ ସରକାର, ମହାରାଷ୍ଟ୍ର ପରେ ଏବେ ଛତିଶଗଡ଼ରେ ହେବ ଖେଳ?

ରାୟପୁର: Chhattisgarh Politics: ଛତିଶଗଡରେ ରାଜନୈତିକ ସଙ୍କଟ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଛତିଶଗଡ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଓ ବରିଷ୍ଠ ମନ୍ତ୍ରୀ ଟିଏସ୍ ସିଂହଦେଓଙ୍କ ମଧ୍ୟରେ ରାଜନୈତିକ ଲଢ଼େଇ ଜାରି ରହିଛି । ଦଳର ଏହି ଆଭ୍ୟନ୍ତରୀଣ ବିବାଦ ଦିଲ୍ଲୀରେ ପହଞ୍ଚିଛି ଓ ଉଭୟ ନେତା ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବାକୁ ଚାହୁଁଛନ୍ତି । ଜୁଲାଇ ୧୬ରେ ସ୍ୱାସ୍ଥ୍ୟମନ୍ତ୍ରୀ (Chhattisgarh Health Minister) ଟିଏସ୍ ସିଂଦେଓ (TS Singh Deo)  ପଞ୍ଚାୟତରାଜ ମନ୍ତ୍ରୀ ( Panchayati Raj Minister) ପଦରୁ ଇସ୍ତଫା ଦେଇଛନ୍ତି । ଅବଶ୍ୟ ସେ ତାଙ୍କ ପାଖରେ ଥିବା ଅନ୍ୟାନ୍ୟ ବିଭାଗ ରଖିଛନ୍ତି । ଏହା ପରେ ମୁଖ୍ୟମନ୍ତ୍ରୀ (Chhattisgarh CM) ଭୂପେଶ ବଘେଲ (Bhupesh Baghel) ଓ ଟିଏସ୍ ସିଂ ଦେଓଙ୍କ ମଧ୍ୟରେ ଥିବା ଅସନ୍ତୋଷ ପୁଣି ସାମ୍ନାକୁ ଆସିଛି । ଏହା ପରେ ଦଳର ନେତାମାନେ ଭାରତୀୟ ଜନତା ପାର୍ଟି (BJP) କୌଣସି ଖେଳ ନ କରିଦେଉ, ତାହାକୁ ନେଇ ଚିନ୍ତା କରୁଛନ୍ତି । ଛତିଶଗଡ଼ ବିଧାନସଭାର ମୌସୁମୀ ଅଧିବେଶନରେ ପଞ୍ଚାୟତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗରୁ ବରିଷ୍ଠ ମନ୍ତ୍ରୀ ଟିଏସ୍ ସିଂ ଦେଓଙ୍କ ଇସ୍ତଫା ପ୍ରସଙ୍ଗ ଉଠାଇ ଭାରତୀୟ ଜନତା ପାର୍ଟି (BJP) ହଙ୍ଗମା କରିଥିଲା । ଏପରିକି ଭୂପେଶ ବଘେଲଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ନୋଟିସ ଜାରି କରାଯାଇଛି ।

ମୁଖ୍ୟ ବିରୋଧୀ ଦଳ ବିଜେପି ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ମାଗିଛି । ବିଜେପି କହିଛି ଯେ, ରାଜ୍ୟରେ ସାମ୍ବିଧାନିକ ସଙ୍କଟ ଦେଖାଦେଇଛି, କାରଣ ଟିଏସ ସିଂ ଦେଓଙ୍କ ପରି ବରିଷ୍ଠ ମନ୍ତ୍ରୀ ନିଜର ଚିଠିରେ କହିଛନ୍ତି ଯେ, ତାଙ୍କୁ ଦଳରେ ଅଣଦେଖା କରାଯାଉଛି ଓ ସିଏମ ବଘେଲଙ୍କ ଉପରେ ଅବିଶ୍ୱାସ ବ୍ୟକ୍ତ କରିଛନ୍ତି । ବିଜେପିର ଅନାସ୍ଥା ପ୍ରସ୍ତାବ ନୋଟିସରେ କୁହାଯାଇଛି ଯେ ଜଣେ ମନ୍ତ୍ରୀ ସିଏମଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ କ୍ୟାବିନେଟ୍ ଓ କାର୍ଯ୍ୟପାଳିକା ବିଧାନସଭା ପ୍ରତି ଉତ୍ତରଦାୟୀ ରହିଥାଏ । କିନ୍ତୁ ରାଜ୍ୟ ସରକାର ଏହି ଦିଗରେ ବିଫଳ ହୋଇଛନ୍ତି ।

୯୦ ସଦସ୍ୟ ବିଶିଷ୍ଟ ରାଜ୍ୟର ବିଧାନସଭାରେ ୭୧ ବିଧାୟକଙ୍କ ସହ ସଂଖ୍ୟା ଗରିଷ୍ଠତା ଥିବା ସତ୍ତ୍ୱେ କଂଗ୍ରେସ ସରକାର (Congress Government) ଆଭ୍ୟନ୍ତରୀଣ ସଙ୍କଟ କାରଣରୁ ଅସୁବିଧାର ସମ୍ମୁଖୀନ ହେଉଛି । ସେପଟେ ବିଧାନସଭା ଅଧିବେଶନରେ ସିଏସ ବଘେଲଙ୍କ ସହ ଟିଏସ୍ ସିଂ ଦେଓ ନ ବସିବା କାରଣରୁ ସେମାନଙ୍କ ମଧ୍ୟରେ ଥିବା କଳହ ସାମ୍ନାକୁ ଆସିଛି । ଗତ ମୌସୁମୀ ଅଧିବେଶନରେ ମଧ୍ୟ ସିଏସ୍ ଭୂପେଶ ବଘେଲଙ୍କ ସହ ନିକଟୀୟ ଦଳର ବିଧାୟକ ବୃହସ୍ପତି ସିଂଙ୍କ ଦ୍ୱାରା ଟିଏସ୍ ସିଂ ଦେଓଙ୍କ ବିରୋଧରେ ଅଭିଯୋଗ ଅଣାଯାଇଥିଲା । ଯାହା ପରେ ଟିଏସ୍ ଦେଓ ବିଧାନସଭା ଛାଡିଥିଲେ । କିନ୍ତୁ ପରେ ଯେତେବେଳେ ବୃହସ୍ପତି ସିଂ ଟିଏସ୍ ସିଂ ଦେଓଙ୍କୁ କ୍ଷମା ମାଗିଥିଲେ, ସେ ବିଧାନସଭାକୁ ଫେରିଥିଲେ ।

ଏହା ବି ପଢ଼ନ୍ତୁ:-ଦ୍ୱିତୀୟ ODI ସହ ଏହି ଖେଳାଳିଙ୍କ କ୍ୟାରିୟର ମଧ୍ୟ ହେଲା ଶେଷ! ପ୍ରତ୍ୟେକ ଥର ହୋଇଛନ୍ତି ଫ୍ଲପ୍

ଏହା ବି ପଢ଼ନ୍ତୁ:-ରାଜନୀତିରେ ଆସିବାକୁ ଚାହୁଁନଥିଲେ ଦ୍ରୌପଦୀ ମୁର୍ମୁ, ଏହି ବ୍ୟକ୍ତିଙ୍କ ଜିଦ୍ ଯୋଗୁଁ କରିଥିଲେ ଏଣ୍ଟ୍ରି, ଜାଣନ୍ତୁ କିଛି ରୋଚକ କଥା

ଏହା ବି ପଢ଼ନ୍ତୁ:-ଶପଥ ଗ୍ରହଣ କରିବା ପରେ ଦ୍ରୌପଦୀ ମୁର୍ମୁ କଲେ ପ୍ରଥମ ଟ୍ୱିଟ, ଜାଣନ୍ତୁ କ'ଣ କହିଲେ

 

ଏଠାରେ କହି ରଖୁଛୁ ଯେ, ଉଭୟ ବଘେଲ ଓ ସିଂଦେଓ ଦିଲ୍ଲୀରେ ଆସିଥିଲେ । ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Sonia Gandhi) ଓ ନେତା ରାହୁଲ ଗାନ୍ଧୀ (Rahul Gandhi) ଙ୍କୁ ଭେଟିବାକୁ ଅପେକ୍ଷା କରିଥିଲେ । କିନ୍ତୁ, ଉଭୟ ଦଳର ନେତୃତ୍ୱଙ୍କୁ ଭେଟିବାରେ ସକ୍ଷମ ହୋଇପାରିନାହାଁନ୍ତି । ପରେ ସିଏମ ବଘେଲ ଏବେ ଛତିଶଗଡକୁ ଫେରିଛନ୍ତି । ସେ ହିମାଚଳ ପ୍ରଦେଶ ନିର୍ବାଚନର ଜଣେ ବରିଷ୍ଠ ପର୍ଯ୍ୟବେକ୍ଷକ, ସେ ଦିଲ୍ଲୀରେ ହିମାଚଳ କଂଗ୍ରେସ ନେତାଙ୍କୁ ଭେଟିଥିଲେ । ଜୁଲାଇ ୨୭ରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନ ପରେ ସେ ପୁଣିଥରେ ଦିଲ୍ଲୀ ଆସିପାରନ୍ତି ।

ସୂଚନାଯୋଗ୍ୟ, ସିଏମ୍ ଭୂପେଶ ବଘେଲ ଓ ଟିଏସ୍ ସିଂଦେବଙ୍କ ମଧ୍ୟରେ ଏହି କଳହଲ ଜୁନ ୨୦୨୧ରୁ ଚାଲିଆସୁଛି ଯେତେବେଳେ ବଘେଲ CM ଭାବରେ ଅଢ଼େଇ ବର୍ଷ କାର୍ଯ୍ୟକାଳ ପୂରଣ କରିଥିଲେ । ଛତିଶଗଡରେ ଅଢ଼େଇ ବର୍ଷ ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ଫର୍ମୂଲା କାର୍ଯ୍ୟକାରୀ ନ ହେବା ପରେ ସିଂହଦେଓଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି । ତାଙ୍କର ଏହି ଇସ୍ତଫାକୁ ମଧ୍ୟ ଏହା ସହ ଯୋଡ଼ି ଦେଖାଯାଉଛି ।