Lok Sabha Election 2024: ଭୋଟ ମାଗି ଦଳରୁ ନିଲମ୍ବିତ ହେଲେ କଂଗ୍ରେସ ନେତା; ଜାଣନ୍ତୁ ପୁରା ଘଟଣାକ୍ରମ
Advertisement
Article Detail0/zeeodisha/odisha2219525

Lok Sabha Election 2024: ଭୋଟ ମାଗି ଦଳରୁ ନିଲମ୍ବିତ ହେଲେ କଂଗ୍ରେସ ନେତା; ଜାଣନ୍ତୁ ପୁରା ଘଟଣାକ୍ରମ

Congress Suspends Binoy Tamang:  ୨୦୨୪ ଲୋକସଭା ନିର୍ବାଚନ ପାଇଁ  ଭୋଟ ମାଗି ଦଳରୁ ନିଲମ୍ବିତ ହେଲେ କଂଗ୍ରେସ ନେତା ବିଜୟ ତମାଙ୍ଗ।

 Lok Sabha Election 2024: ଭୋଟ ମାଗି ଦଳରୁ ନିଲମ୍ବିତ ହେଲେ କଂଗ୍ରେସ ନେତା; ଜାଣନ୍ତୁ ପୁରା ଘଟଣାକ୍ରମ

Congress Suspends Binoy Tamang: ୨୦୨୪ ଲୋକସଭା ନିର୍ବାଚନରେ ଅନେକ ରୋଚକ ଘଟଣା ଦେଖିବାକୁ ମିଳୁଛି। ଏହି କ୍ରମରେ ପଶ୍ଚିମବଙ୍ଗରେ ଘଟିଯାଇଛି ଏକ ମଜଦାର ଘଟଣା। ଯେଉଁଠାରେ କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ତଥା ଗୋର୍ଖା ନେତା ବିନୟ ତମାଙ୍ଗ ବିଜେପି ପାଇଁ ଭୋଟ୍ ମାଗିଛନ୍ତି। ଏହି ଘଟଣା ଏବେ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ମଙ୍ଗଳବାର (ଅପ୍ରେଲ ୨୩) ପଶ୍ଚିମବଙ୍ଗ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ବିନୟ ତମାଙ୍ଗଙ୍କୁ ଦଳ ବିରୋଧି କାର୍ଯ୍ୟକଳାପ ପାଇଁ ୬ ବର୍ଷ ଲାଗି ଦଳରୁ ବହିଷ୍କାର କରାଯାଇଛି। ଗୋର୍ଖା ନେତା ବିନୟ ତମାଙ୍ଗ ଦାର୍ଜିଲିଂ ଲୋକସଭା ଆସନ ବିଜେପି ପ୍ରାର୍ଥୀ ରାଜୁ ବିଷ୍ଟଙ୍କୁ ସମର୍ଥନ ଜଣାଇଥିଲେ। ଯାହା ପରେ କଂଗ୍ରେସ ନେତା ବିନୟ ତମାଙ୍ଗ ଦଳରୁ ନିଲମ୍ବିତ ହୋଇଛନ୍ତି।

କଂଗ୍ରେସ ନେତା ବିନୟ ତମାଙ୍ଗ ମଙ୍ଗଳବାର କହିଥିଲେ ଯେ ସେ ୨୦୨୪ ଲୋକସଭା ନିର୍ବାଚନରେ ​​ଦାର୍ଜିଲିଂ ଆସନର ରାଜୁ ବିଷ୍ଟଙ୍କୁ ସମର୍ଥନ କରିବେ। ପାହାଡି କ୍ଷେତ୍ରର ଲୋକଙ୍କୁ ମଧ୍ୟ ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଅନୁରୋଧ କରିବେ। ପଶ୍ଚିମବଙ୍ଗ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ବିନୟ ତମାଙ୍ଗ କହିଛନ୍ତି ଯେ ସମସ୍ତ ପ୍ରସଙ୍ଗର ଗଭୀର ବିଚାର ଏବଂ ବୁଝାମଣା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି।

ଗୋର୍ଖା ନେତା ଜଣଙ୍କ ଆହୁରି କହିଛନ୍ତି ଯେ, ଦାର୍ଜିଲିଂ ପର୍ବତ, ସିଲିଗୁଡ଼ି ତାରାଇ ଏବଂ ଡୁଅର ଲୋକଙ୍କ ସାମ୍ବିଧାନିକ ସୁରକ୍ଷା ତଥା ନ୍ୟାୟ ପାଇଁ ମୁଁ ଦାର୍ଜିଲିଂ ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀ ରାଜୁ ବିଷ୍ଟଙ୍କୁ ମୁ ମୋର ହୃଦୟ ସମର୍ଥନ କରୁଛି। ମୁଁ ଦାର୍ଜିଲିଂ ପର୍ବତ, ସିଲିଗୁଡ଼ି ତରାଇ ଅଞ୍ଚଳର ମୋର ସହକର୍ମୀ, ସମର୍ଥକ, ଶୁଭେଚ୍ଛୁ, ବନ୍ଧୁ, ସମ୍ପର୍କୀୟ ଏବଂ ପରିବାରଙ୍କୁ ବିନମ୍ର ପୂର୍ବକ ଅନୁରୋଧ କରୁଛି ଯେ ସମାନେ ବିଜେପି ପ୍ରାର୍ଥୀ ରାଜୁ ବିଷ୍ଟଙ୍କୁ ସେମାନଙ୍କ ମୂଲ୍ୟବାନ ଭୋଟ୍ ଦିଅନ୍ତୁ। 

ବିୟୟ ତମାଙ୍ଗ ଭାରତୀୟ ଗୋର୍ଖା କନଫେଡେରେସନ ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ସଭାପତି ମୁନିଶ ତମାଙ୍ଗଙ୍କୁ ଦାର୍ଜିଲିଂ ଲୋକସଭା ଆସନରୁ ପ୍ରାର୍ଥୀ କରିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କାରଣ ସେ କଂଗ୍ରେସ ଦଳରେ ଯୋଗଦେବାର ପ୍ରାୟ ସପ୍ତାହେ ପରେ ତାଙ୍କୁ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଟିକେଟ ଦିଆଯାଇଛି। କଂଗ୍ରେସ ତମାଙ୍ଗ ନ୍ୟୁଜ୍ ଏଜେନ୍ସି ସହ କଥାବାର୍ତ୍ତା କରିବା ବେଳେ କହିଛନ୍ତି ଯେ କଂଗ୍ରେସ ନେତୃତ୍ୱ ତାଙ୍କ ସହ କିମ୍ବା ଦଳର ପାହାଡ଼ିଆ ଅଞ୍ଚଳର କୌଣସି ନେତାଙ୍କ ସହ ପରାମର୍ଶ କରି ନାହାଁନ୍ତି।

ମୁଁ ଏବେ ମଧ୍ୟ କଂଗ୍ରେସ ସହିତ ଅଛି। ହେଲେ ବିଜେପି ଦାର୍ଜିଲିଂ ଆସନରେ ବିଜୟୀ ହେବ। ଆମେ ଏହାକୁ ଏଠାରେ ଅନୁଭବ କରିପାରିବା। ଆମେ ମୁନିଶ ତମାଙ୍ଗଙ୍କୁ ସମର୍ଥନ କରୁନାହୁଁ। କାରଣ ତାଙ୍କର ଦଳୀୟ ଟିକେଟ ଦେବା ନେଇ କୌଣସି କଂଗ୍ରେସ ନେତାଙ୍କ ପରାମର୍ଶ ନିଆଯାଇ ନାହିଁ। କଂଗ୍ରେସ ଦଳରୁ ତାଙ୍କର ବହିଷ୍କାର ହେଉଛି ଗୋର୍ଖାଙ୍କ ବିଜୟ। ସେ ଏହାକୁ ଅଧିକ ଗୁରୁତ୍ୱ ଦେଉ ନାହାଁନ୍ତି। କଂଗ୍ରେସ ଦଳରୁ ମୋର ବହିଷ୍କାର ହେଉଛି ଗୋର୍ଖାଙ୍କ ବିଜୟ ଏବଂ ପୁରାତନ ଦଳର ପରାଜୟ ବୋଲି କହିଛନ୍ତି ବିନୟ ତମାଙ୍ଗ।

କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ମନୋଜ ଚକ୍ରବର୍ତ୍ତୀ କହିଛନ୍ତି ଯେ ଦଳ ବିରୋଧି କାର୍ଯ୍ୟକଳାପ ପାଇଁ ବିନୟ ତମାଙ୍ଗଙ୍କୁ ୬ ବର୍ଷ ପାଇଁ ସଙ୍ଗଠନରୁ ବହିଷ୍କାର କରାଯାଇଛି। ଯାହା ତୁରନ୍ତ ପ୍ରଭାବରେ କାର୍ଯ୍ୟକାରୀ ହୋଇଛି। ଆପଣଙ୍କୁ କହିରଖୁଛୁ ଯେ ଆସନ୍ତା ଅପ୍ରେଲ ୨୬ ତାରିଖରେ ଦାର୍ଜିଲିଂ ଲୋକସଭା ଆସନରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ।