Lok Sabha Election 2024: ଲୋକସଭା ନିର୍ବାଚନ ପୂର୍ବରୁ ବଢିଲା "ଇଣ୍ଡିଆ" ଚିନ୍ତା; ଜାଣନ୍ତୁ କିପରି
Advertisement
Article Detail0/zeeodisha/odisha2186128

Lok Sabha Election 2024: ଲୋକସଭା ନିର୍ବାଚନ ପୂର୍ବରୁ ବଢିଲା "ଇଣ୍ଡିଆ" ଚିନ୍ତା; ଜାଣନ୍ତୁ କିପରି

INDIA Alliance Parties: ବିରୋଧି ଦଳଙ୍କ ପକ୍ଷରୁ ଇଣ୍ଡିଆ ଶବ୍ଦର ବ୍ୟବହାର କରିବା ଉପରେ ଜବାବ ଦାଖଳ କରିବାକୁ ଶେଷ ସୁଯୋଗ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ।

 

Lok Sabha Election 2024: ଲୋକସଭା ନିର୍ବାଚନ ପୂର୍ବରୁ ବଢିଲା "ଇଣ୍ଡିଆ" ଚିନ୍ତା; ଜାଣନ୍ତୁ କିପରି

INDIA Alliance Members: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବଢିଯାଇଛି ବିରୋଧି ଇଣ୍ଡିଆ ମେଣ୍ଟ ଲାଗି ଚିନ୍ତା। ଦିଲ୍ଲୀ ହାଇକୋର୍ଟ ଇଣ୍ଡିଆ ମେଣ୍ଟର ନାମକରଣ ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାର ଏବଂ ଅନେକ ବିରୋଧି ଦଳଙ୍କୁ ଏନେଇ ଦାଖଲ ହୋଇଥିବା ପିଟିସନ ଉପର ଜବାବ ଦେବା ପାଇଁ ଶେଷ ସୁଯୋଗ ଦେଇଛନ୍ତି। ଯେଉଁଥିରେ ବିରୋଧି "ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଏନ୍ସ" ମେଣ୍ଟର ସଂକ୍ଷିପ୍ତ ନାମ ପାଇଁ "ଇଣ୍ଡିଆ" ଶବ୍ଦର ବ୍ୟବହାରକୁ ବାରଣ କରିବାକୁ ଆବେଦନ କରାଯାଇଛି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ମନମୋହନ ଏବଂ ଜଷ୍ଟିସ ମନମିତ ପି.ଏସ ଆରୋରାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ  "ଇଣ୍ଡିଆ" ଶବ୍ଦର ବ୍ୟବହାରକୁ ବାରଣ କରିବାକୁ ନେଇ ହୋଇଥିବା ଆବେଦନ ଉପରେ ଏକ ସପ୍ତାହ ମଧ୍ୟରେ ଜବାବ ଦାଖଲ କରାଯିବା ଆବଶ୍ୟକ।

ବିରୋଧି ଦଳ "ଇଣ୍ଡିଆ" ସୁବିଧା ନେଉଛନ୍ତି
ଏହି ଆବେଦନରେ ଦର୍ଶାଯାଇଛି ଯେ ବିରୋଧି ଦଳ "ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଏନ୍ସ" ମେଣ୍ଟର ସଂକ୍ଷିପ୍ତ ନାମ ପାଇଁ "ଇଣ୍ଡିଆ" ଶବ୍ଦ ବ୍ୟବହାର କରୁଛନ୍ତି।  "ଇଣ୍ଡିଆ" ଶବ୍ଦ ବ୍ୟବହାର  କରି ରାଜନୈତିକ ଦଳ  ଦେଶ ନାମରେ ଅଯଥା ସୁବିଧା ନେଉଛନ୍ତି।

୧୦ ତାରିଖରେ ହେବ ଶୁଣାଣି
ଦିଲ୍ଲୀ ହାଇକୋର୍ଟ ଏହି ଆବେଦନ ଉପରେ ଶୁଣାଣି ତାରିଖ ଆଗକୁ ବଢାଇବାକୁ ମନା କରି ଦେଇଛନ୍ତି। ଏନେଇ କୋର୍ଟ କହିଛନ୍ତି ଯେ ଅପ୍ରେଲ ୧୦ ତାରିଖରେ ଏହି ଆବେଦନ ଶୁଣାଣି କରି ଏହାର ସମାଧାନ ଲାଗି ପ୍ରୟାସ କରାଯିବ। ହାଇକୋର୍ଟ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଏକ ସପ୍ତାହ ମଧ୍ୟରେ ବିରୋଧି ଦଳଙ୍କୁ ସେମାନଙ୍କ ଜବାବ ଦାଖଲ କରିବାକୁ ଶେଷ ସୁଯୋଗ ଦିଆଯାଇଛି। ଆବେଦନକାରୀ ଗିରିଶ ଭରଦ୍ୱାଜଙ୍କ ଆବେଦନ ଉପରେ କୋର୍ଟ ଶୁଣାଣି କରିଛନ୍ତି। ଏହି ମାମଲାର ଶୀଘ୍ର ଶୁଣାଣି ପାଇଁ ଅନୁରୋଧ କରି କୁହାଯାଇଛି ଯେ ଗତ ବର୍ଷ ଅଗଷ୍ଟ ପର ଠାରୁ ଏହି ଆବେଦନ ବିଚାରାଧିନ ରହିଛି। ଶୁଣାଣି ବର୍ତ୍ତମାନ ପର୍ଯ୍ୟନ୍ତ ଶେଷ ହୋଇନାହିଁ। ନିର୍ବାଚନ ଆୟୋଗ ମଧ୍ୟ ନିର୍ବାଚନ ସୂଚୀ ଘୋଷଣା କରିଛନ୍ତି। ଆବେଦନକାରୀଙ୍କୁ ପ୍ରତିନିଧିତ୍ୱ କରୁଥିବା ଆଇନଜୀବୀ ବୈଭବ ସିଂହ କହିଛନ୍ତି ଯେ କେନ୍ଦ୍ର ସରକାର ଏବଂ ବିରୋଧି ଦଳଙ୍କୁ  ୮ ଥର ସୁଯୋଗ ଦିଆଯାଇଛି। ହେଲେ ସେମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ଉତ୍ତର ଦାଖଲ କରିନାହାଁନ୍ତି।

ଆଇନଜୀବୀ ସିଦ୍ଧାନ୍ତ କୁମାର ଅଦାଲତରେ କହିଛନ୍ତି ଯେ ନିର୍ବାଚନ ଆୟୋଗ ଏହି ପ୍ରସଙ୍ଗରେ ତାଙ୍କର ଜବାବ ଦାଖଲ କରିସାରିଛନ୍ତି। ଗତ ବର୍ଷ ନଭେମ୍ବର ମାସରେ ଜବାବ ଦାଖଲ କରିବାକୁ ଆଉ ଏକ ସପ୍ତାହ କିମ୍ବା ୧୦ ଦିନ ସମୟ ଦେବାକୁ କେନ୍ଦ୍ର ସରକାରଙ୍କ ଓକିଲ ଅଦାଲତଙ୍କୁ ଅନୁରୋଧ କରିଛନ୍ତି। କଂଗ୍ରେସ, ଟିଏମସି, ଡିଏମକେ ସମେତ ଅନ୍ୟ ୯ ରାଜନୈତିକ ଦଳର ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି କହିଛନ୍ତି ଯେ ଏହି ଆବେଦନ ବିରୋଧରେ ପ୍ରାଥମିକ ଆପତ୍ତି ରହିଛି। ସୁପ୍ରିମକୋର୍ଟ ଏହି ସମସ୍ୟାର ସମାଧାନ କରିସାରିଛନ୍ତି। ଏହି ମାମଲାରେ ଜବାବ ଦାଖଲ କରିବାକୁ ଯେଉଁ ଦଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ସେମାନେ ହେଉଛନ୍ତି କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ, ଆମ୍ ଆଦମୀ ପାର୍ଟି, ଜନତା ଦଳ (ୟୁନାଇଟେଡ୍), ରାଷ୍ଟ୍ରୀୟ ଜନତା ଦଳ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଶରଦ ପାୱାର), ଶିବସେନା (ଉଦ୍ଧବ ଠାକରେ), ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଲୋକ ଦଳ, ଅପନା ଦଳ (କମେରାବାଦୀ)।