Satyapal Malik: ଅବସର ପରେ ବିଜେପି ବିରୋଧରେ ବର୍ଷିଲେ ପୂ୍ର୍ବତନ ରାଜ୍ୟପାଳ
Advertisement
Article Detail0/zeeodisha/odisha1383476

Satyapal Malik: ଅବସର ପରେ ବିଜେପି ବିରୋଧରେ ବର୍ଷିଲେ ପୂ୍ର୍ବତନ ରାଜ୍ୟପାଳ

 Satyapal Malik targts Modi Govt: ରାଜ୍ୟପାଳ ରହିବା ସମୟରେ ବିଗତ ୨ ବର୍ଷ ଝରି ସତ୍ୟପାଲ ମଲିକ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରକୁ ଟାର୍ଗେଟ କରି ଆସୁଥିଲେ। 

Satyapal Malik: ଅବସର ପରେ ବିଜେପି ବିରୋଧରେ ବର୍ଷିଲେ ପୂ୍ର୍ବତନ ରାଜ୍ୟପାଳ

Satyapal Malik targts BJP: ଅକ୍ଟୋବର ୪ ତାରିଖ ମଙ୍ଗଳବାର ପଦରୁ ଅବସର ଗ୍ରହଣ ପୂର୍ବତନ ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ। ଅବସର ପରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ପୂର୍ବତନ ରାଜ୍ୟପାଳ। ଏନେଇ ସେ କହିଛନ୍ତି ଯେ ମୁଁ ଅବସର ଗ୍ରହଣ କରିବା ପୂର୍ବରୁ ମୋର ଇସ୍ତଫା ଦେଇ ବୁଲୁଥିଲୁ। ହେଲେ ବର୍ତ୍ତମାନ ମୁଁ ମୁକ୍ତ ହୋଇଯାଇଛି। ମୁଁ କିଛି କରିପାରେ ଏବଂ ଆଉ ମଧ୍ୟ ଜେଲ ଯାଇପାରେ।

ଅବସର ଗ୍ରହଣ ପରେ ଅକ୍ଟୋବର ୫ ତାରିଖ ବୁଧବାର ଉତ୍ତର ପ୍ରଦେଶ (Uttar Pradesh) ବୁଲନ୍ଦ ଶହର ଜିଲ୍ଲାର (Bulandshahr District) ସେଗଲି ଗ୍ରାମରେ ଆୟୋଜିତ ହୋଇଥିବା କୃଷକ ସମ୍ମିଳନୀରେ ପହଞ୍ଚିଥିଲେ ପୂର୍ବତନ ମେଘାଳୟ ରାଜ୍ୟପାଳ (Former Meghalaya Governor) ସତ୍ୟପାଲ ମଲିକ (Satyapal Malik)। ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କ (Modi Govt) ବିରୋଧରେ ବର୍ଷିଛନ୍ତି। 

କୃଷକ ସମ୍ମିଳନୀକୁ ସମ୍ବୋଧିତ କରି ପୂର୍ବତନ ରାଜ୍ୟପାଳ କହିଛନ୍ତି ସେମାନେ ମୋ ଉପରେ ଆକ୍ରମଣ କରିବେ ଏବଂ ଦଣ୍ଡ ଦେବାକୁ ଚେଷ୍ଟା କରିବେ। ହେଲେ ସେମାନେ ମୋ କିଛି କ୍ଷତି କରିବାକୁ ସମର୍ଥ ହେବେ ନାହିଁ। ଏହି ଅବସରରେ ସେ ସିବିଆଇ ତଦନ୍ତ ବାବଦରେ ଉଲ୍ଲେଖ କରିଥିଲେ।

Also Read: Satyapal Malik: ଅବସର ପରେ ବିଜେପି ବିରୋଧରେ ବର୍ଷିଲେ ପୂ୍ର୍ବତନ ରାଜ୍ୟପାଳ 

ଥରେ କିମ୍ବା ଦୁଇ ଥର ନୁହେଁ ୧୦୦ ଥର ଯାଞ୍ଚ କରି ନିଅ ତାହେଲେ ଯାଇ ସତ୍ୟ ସାମ୍ନାକୁ ଆସିଯିବ। ମୋ ବିରୋଧରେ କୌଣସି ମୋକଦ୍ଦମା ଦାଏର ହୋଇପାରିବ ନାହିଁ। ରାଜ୍ୟପାଳ ହେବା ପରେ ୫ ଖଣ୍ଡ କୁର୍ତ୍ତା ନେଇ ରାଜଭବନକୁ ଯାଇଥିଲି। ଅବସର ପରେ ସେହି ୫ ଖଣ୍ଡ କୁର୍ତ୍ତା ନେଇ ଫେରି ଆସିଛି। ମୁଁ ଜଣେ ଫକୀର। 

କେବଳ ଏତିକି ନୁହେଁ କୃଷକ ସମ୍ମିଳନୀକୁ ସମ୍ବୋଧିତ କରିବା ବେଳେ ସତ୍ୟପାଲ ମଲିକ ନିଜ ଦଳ ବିଜେପି ବିରୋଧରେ ନିଜର ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି। ଏନେଇ ସେ କହିଛନ୍ତି ଯେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ମୁଁ ପ୍ରତିଦ୍ୱଦ୍ୱିତା କରିବି ନାହିଁ। ହେଲେ ମୁଁ ସେଠାକୁ ଯିବି ଆଉ ଏହି ଲଢେଇକୁ ଯାଇ ସାହାଯ୍ୟ କରିବି। ମୁଁ ଚାହେଁନାହିଁ ୨୦୨୪ ରେ ପୁଣି ଥରେ କେନ୍ଦ୍ରରେ ପୁଣି ଥରେ ବିଜେପି ନେତୃତ୍ୱାଧିନ ଏନଡିଏ ସରକାର କ୍ଷମତାସୀନ ହେଉ। ଯଦି ମୋତେ ଜେଲ ଯିବାକୁ ପଡିବ ତାହେଲେ ମୁଁ କୃଷକଙ୍କ ପାଇଁ ଜେଲ ଯିବି। ହେଲେ ମୁଁ କୌଣସି ଦଳକୁ ଯିବି ନାହିଁ କିମ୍ବା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ।

ଦୁର୍ନୀତି ଅଭିଯୋଗ ଉପରେ ଜବାବ ରଖି ପୂର୍ବତନ ରାଜ୍ୟପାଳ କହିଛନ୍ତି ମୁଁ ଏହି ଲୋକଙ୍କୁ ଦୁଇଟି ମାମଲା ବାବଦରେ କହିଥିଲି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲାରେ କୌଣସି ତଦନ୍ତ କରାଯାଇ ନାହିଁ। ମୁଁ ସେମାନଙ୍କୁ କହିଥିଲି ଯେ ଜଣେ ମନ୍ତ୍ରୀ ଫୋନ କରି କହୁଛନ୍ତି ଯେ ଆପଣଙ୍କୁ ହଟାଯିବ। ହେଲେ ମୋତେ ହଟାଗଲା ନାହିଁ। ଯେତେବେଳେ ମୁଁ ଗୋଆ ରାଜ୍ୟପାଳ ରହିଥିବା ବେଳେ ସେଠାକାର ଦୁର୍ନୀତି ବାବଦରେ କହିଥିଲି, ସେତେବେଳେ ମୋତେ କୁହାଗଲା ଯେ ମୋର ସୂଚନା କୁଆଡେ ଭୁଲ। ମୁଁ କହିଲି ଯେ ମୋର ସୂଚନା ଠିକ।  ହେଲେ ସେମାନେ ମୋତେ ସେଠାରେ କିଛି ଦିନ ରଖିବା ପରେ ମେଘାଳୟ ପଠାଇ ଦେଇଥିଲେ। ମୁଁ ସେମାନଙ୍କ ନାରାବାଜି ସମର୍ଥନରେ ଆସୁନାହିଁ। କାରଣ ସେମାନେ ଯେ ଦୁର୍ନୀତି ବିରୋଧରେ ଅଛନ୍ତି ଏହା ମୋତେ ଜଣା ପଡୁନାହିଁ।

Also Read: Governor Satyapal Malik: ରାଜ୍ୟପାଳଙ୍କ ବୟାନକୁ ନେଇ ବିଜେପି କୁ କଟାକ୍ଷ କଲା କଂଗ୍ରେସ, ଜାଣନ୍ତୁ କଣ ଥିଲା ଘଟଣା

ରାଜ୍ୟପାଳ ରହିବା ସମୟରେ ବିଗତ ୨ ବର୍ଷ ଝରି ସତ୍ୟପାଲ ମଲିକ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରକୁ ଟାର୍ଗେଟ କରି ଆସୁଥିଲେ। ପ୍ରାୟ ବର୍ଷେ କାଳ ଧରି କେନ୍ଦ୍ରୀୟ କୃଷି ଆଇନ ବିରୋଧରେ ଚାଲିଥିବା କୃଷକ ଆନ୍ଦୋଳନ ସମୟରେ ସେ ତାଙ୍କର ଆକ୍ରମଣାତ୍ମକ ଆଭିମୁଖ୍ୟ ପାଇଁ ଚର୍ଚ୍ଚାରେ ରହିଥିଲେ। ସେ କୃଷକ ଆନ୍ଦୋଳନର ଜଣେ ଦୃଢ ସମର୍ଥକ ରହିଥିଲେ ଏବଂ ଏହି ପ୍ରସଙ୍ଗରେ ସେ ମୋଦି ସରକାରଙ୍କ ବିରୋଧରେ ବର୍ଷିଥିଲେ। ରାଜ୍ୟପାଳ ଅବସର ନେବା ପରେ ମୁଁ ନିର୍ବାଚନ ରାଜନୀତି କରିବି ନାହିଁ। ହେଲେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ରାଷ୍ଟ୍ରୀୟ ଲୋକ ଦଳ ମୁଖ୍ୟ ଜୟନ୍ତ ଚୌଧୁରୀଙ୍କ ପ୍ରତି ମୋର ଆଭିମୁଖ୍ୟ କୋମଳ ରହିଛି। ମୁଁ ନିଶ୍ଚିତ ଭାବରେ ଉଭୟଙ୍କୁ ସହଯୋଗ କରିବି। ହେଲେ ମୁଁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରିବି ନାହିଁ। ସେମାନଙ୍କ ବ୍ୟବସ୍ଥାରେ ମୋ ଲାଗି କୌଣସି ସ୍ଥାନ ରହିବ ନାହିଁ।