Lok Sabha Election 2024: ରାୟବରେଲି ଆସନରୁ କିଏ ହେବେ କଂଗ୍ରେସ ପ୍ରାର୍ଥୀ? ସାମ୍ନାକୁ ଆସିଲା ନାଁ
Advertisement
Article Detail0/zeeodisha/odisha2187805

Lok Sabha Election 2024: ରାୟବରେଲି ଆସନରୁ କିଏ ହେବେ କଂଗ୍ରେସ ପ୍ରାର୍ଥୀ? ସାମ୍ନାକୁ ଆସିଲା ନାଁ

Uttar Pradesh Politics: ୨୦୨୪ ଲୋକସଭା ନିର୍ବାଚନରେ ଗାନ୍ଧୀ ପରିବାରର ପାରମ୍ପରିକ ଗଡ଼ କୁହାଯାଉଥିବା ଉତ୍ତର ପ୍ରଦେଶର ରାଏବରେଲି ଆସନରୁ କିଏ କଂଗ୍ରେସ ପ୍ରାର୍ଥୀ ସେ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।

 Lok Sabha Election 2024: ରାୟବରେଲି ଆସନରୁ କିଏ ହେବେ କଂଗ୍ରେସ ପ୍ରାର୍ଥୀ? ସାମ୍ନାକୁ ଆସିଲା ନାଁ

Rae Bareli Lok Sabha Seat: ୨୦୨୪ ଲୋକସଭା ନିର୍ବାଚନକୁ ନେଇ ସରଗରମ ହୋଇଉଠିଲାଣି ସମଗ୍ର ଦେଶର ରାଜନୀତି। ଏହି ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଯାଉଥିବା ଦଳ ସେମାନଙ୍କର ଦଳୀୟ ପ୍ରାର୍ଥୀ ଘୋଷଣା କରିବା ସହ ପ୍ରଚାର ଅଭିଯାନ ଆରମ୍ଭ କରି ଦେଇଛନ୍ତି। ଏହି କ୍ରମରେ ଦେଶର ମୁଖ୍ୟ ବିରୋଧି ଦଳ କଂଗ୍ରେସ ମଧ୍ୟ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଦେଇଛି।  

ଏଥର ଦଳର ପାରମ୍ପରିକ ଆସନ କୁହାଯାଉଥିବା ଉତ୍ତର ପ୍ରଦେଶର ରାଏବରେଲି ଆସନରୁ କିଏ କଂଗ୍ରେସ ପ୍ରାର୍ଥୀ ସେ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ସୂତ୍ରରୁ ମିଳିଥିବା ଖବର ଅନୁସାରେ ରାଏବରେଲି ଆସନରୁ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରାର୍ଥୀଙ୍କୁ କଂଗ୍ରେସ ପ୍ରସ୍ତୁତ ହେଉଛି। ଦଳୀୟ ବୈଠକରେ ଏ ସମ୍ପର୍କିତ ନିଷ୍ପତ୍ତି ନିଆଯାଇ ସାରିଛି। ରାଏବରେଲି ଆସନରୁ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରାର୍ଥୀତ୍ୱ ସମ୍ପର୍କରେ ଆସନ୍ତା ୧୫ ତାରିଖ ପରେ ଔପଚାରିକ ଘୋଷଣା କରାଯିବ।

ଉତ୍ତର ପ୍ରଦେଶ ରାଜନୀତିରେ ବେଶ ସକ୍ରିୟ ପ୍ରିୟଙ୍କା ଗାନ୍ଧୀ 
ଯଦି ଆମେ ପ୍ରିୟଙ୍କା ଗାନ୍ଧୀଙ୍କ ରାଜନୈତିକ କ୍ୟାରିୟର କଥା କୁହଯାଏ ତାହେଲେ ସେ ଆରମ୍ଭରୁ ଉତ୍ତର ପ୍ରଦେଶ ରାଜନୀତିରେ ସକ୍ରିୟ ଅଛନ୍ତି। ଏହା ପୂର୍ବରୁ ତାଙ୍କ ପରିସର ଆମେଠି ଏବଂ ରାଏବରେଲି ମଧ୍ୟରେ ସୀମିତ ରହୁଥିଲା। ଯାହା ପରେ ସମଗ୍ର ଉତ୍ତର ପ୍ରଦେଶକୁ ବ୍ୟାପି ଯାଇଥିଲା। ଗତ ୨୦୧୯ ନିର୍ବାଚନ ବେଳେ ଯେତେବେଳେ ତାଙ୍କୁ କଂଗ୍ରେସ ମହାସଚିବ ନିଯୁକ୍ତ କରାଯାଇଥିଲା, ସେତେବେଳେ ତାଙ୍କୁ ପୂର୍ବ ଉତ୍ତର ପ୍ରଦେଶ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଯାହା ପରେ  ସମଗ୍ର ଉତ୍ତର ପ୍ରଦେଶ ଦାୟିତ୍ୱ ତାଙ୍କ ହାତରେ ନ୍ୟସ୍ତ କରାଯାଇଥିଲା। ଗତ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ​​ପ୍ରିୟଙ୍କା ଗାନ୍ଧୀ ଦଳର ନେତୃତ୍ୱ ନେଇଥିଲେ। ଅନ୍ୟପକ୍ଷରେ କଂଗ୍ରେସ ହାଇକମାଣ୍ଡ କେବେ ତାଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରୁନଥିଲେ।

କଂଗ୍ରେସ ଗଡ଼ ହେଉଛି ରାଏବରେଲି ଲୋକସଭା ଆସନ 
ରାଏବରେଲି ଆସନରୁ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଲଢିବା ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ। ଏନେଇ ଦଳ ପକ୍ଷରୁ କୁହାଯାଇଛି ଯେ ପ୍ରିୟଙ୍କା ଗାନ୍ଧୀ ରାଏବରେଲି ମହିଳାଙ୍କ ସାହସର ପ୍ରତୀକ। ଏହି ଆସନ କଂଗ୍ରେସ ଦଳର ପାରମ୍ପାରିକ ଗଡ଼ ଭାବେ ପରିଗଣିତ ହୋଇଛି। ଉତ୍ତର ପ୍ରଦେଶର ମୋଟ ୮୦ ଲୋକସଭା ସିଟ୍ ମଧ୍ୟରୁ ରାଏବରେଲି ହେଉଛି ଏକମାତ୍ର ଆସନ ଯେଉଁଠାରେ କଂଗ୍ରେସ ୨୦୧୯ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲା। କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏଠାରୁ ନିର୍ବାଚିତ ହୋଇଥିଲେ। ୧୯୭୧ ପରେ କଂଗ୍ରେସ ଏଠାରେ ମାତ୍ର ୩ ଥର ହାରିଛି। ଇନ୍ଦିରା ଗାନ୍ଧୀ ଏହି ଆସନରୁ ୨ ଏବଂ ସୋନିଆ ଗାନ୍ଧୀ ୪ ଥର ସାଂସଦ ନିର୍ବାଚିତ ହୋଇଥିଲେ।

ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରାର୍ଥୀତ୍ୱ ସମ୍ପର୍କରେ କରିବାକୁ ଚାଲିଛି ପ୍ରସ୍ତୁତି!
ସୂତ୍ରରୁ ମିଳିଥିବା ଖବର ଅନୁସାରେ ପ୍ରିୟଙ୍କା ଗାନ୍ଧୀ ରାଏବରେଲି ଆସନରୁ ୨୦୨୪ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ଏନେଇ କଂଗ୍ରେସ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି। ଦଳର ଉଚ୍ଚସ୍ତରୀୟ ସାଙ୍ଗଠନିକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛିଷ ଆସନ୍ତା ୧୫ ତାରିଖ ପରେ ତାଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ। କେବଳ ଏତିକି ନୁହେଁ ରାଏବରେଲି ଠାରେ ଏକ ବଡ଼ ରାଲି ଆୟୋଜନ ପାଇଁ କଂଗ୍ରେସ ପ୍ରସ୍ତୁତି କରୁଥିବା ଖବର ସୂତ୍ରରୁ ମିଳିଛି। ଯାହାର ଅର୍ଥ ହେଉଛି ଯେ ବର୍ତ୍ତମାନ ସୋନିଆ ଗାନ୍ଧୀଙ୍କ ପରେ ପ୍ରିୟଙ୍କା ଗାନ୍ଧୀ ରାଏବରେଲି ଆସନରୁ ନିଜର ରାଜନୈତିକ ଭାଗ୍ୟ ପରୀକ୍ଷା କରିବେ।