Lok Sabha elections: ଅପରାହ୍ମ ୫ଟା ସୁଦ୍ଧା ୬୨ ପ୍ରତିଶତ ମତଦାନ, ପଶ୍ଚିମବଙ୍ଗରେ ସର୍ବାଧିକ
Advertisement
Article Detail0/zeeodisha/odisha2246920

Lok Sabha elections: ଅପରାହ୍ମ ୫ଟା ସୁଦ୍ଧା ୬୨ ପ୍ରତିଶତ ମତଦାନ, ପଶ୍ଚିମବଙ୍ଗରେ ସର୍ବାଧିକ

Lok Sabha Elections: ଅପରାହ୍ନ ୫ ଟା ସୁଦ୍ଧା ପର୍ଯ୍ୟନ୍ତ ୬୨% ରୁ ଅଧିକ ଭୋଟର ମତଦାନ କରିଥିବା ସୂଚନା ମିଳିଛି । ତେବେ ପଶ୍ଚିମବଙ୍ଗରେ ସର୍ବାଧିକ ମତଦାନ ରେକର୍ଡ ହୋଇଛି । ୭୫.୬୬ ପ୍ରତିଶତ ଭୋଟର ପଶ୍ଚିମବଙ୍ଗରେ ମତଦାନ କରିଥିବା ସମୟରେ ମଧ୍ୟପ୍ରଦେଶରେ ୬୮.୦୧ ପ୍ରତିଶତ ମତଦାନ ହୋଇଛି । ସେହିପରି ଜାମ୍ମୁ କାଶ୍ମୀର ଏବଂ ମହାରାଷ୍ଟ୍ର ଯଥାକ୍ରମେ ୩୫.୭୫ ଏବଂ ୫୨.୪୯ ପ୍ରତିଶତ ମତଦାନ ହୋଇଛି ।

Lok Sabha elections: ଅପରାହ୍ମ ୫ଟା ସୁଦ୍ଧା ୬୨ ପ୍ରତିଶତ ମତଦାନ, ପଶ୍ଚିମବଙ୍ଗରେ ସର୍ବାଧିକ

Lok Sabha Elections: ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ୧୦ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୯୬ ଟି ନିର୍ବାଚନମଣ୍ଡଳୀରେ ଆଜି (ସୋମବାର) ମତଦାନ ହୋଇଛି । ଅପରାହ୍ନ ୫ ଟା ସୁଦ୍ଧା ପର୍ଯ୍ୟନ୍ତ ୬୨% ରୁ ଅଧିକ ଭୋଟର ମତଦାନ କରିଥିବା ସୂଚନା ମିଳିଛି । ତେବେ ପଶ୍ଚିମବଙ୍ଗରେ ସର୍ବାଧିକ ମତଦାନ ରେକର୍ଡ ହୋଇଛି । ୭୫.୬୬ ପ୍ରତିଶତ ଭୋଟର ପଶ୍ଚିମବଙ୍ଗରେ ମତଦାନ କରିଥିବା ସମୟରେ ମଧ୍ୟପ୍ରଦେଶରେ ୬୮.୦୧ ପ୍ରତିଶତ ମତଦାନ ହୋଇଛି । ସେହିପରି ଜାମ୍ମୁ କାଶ୍ମୀର ଏବଂ ମହାରାଷ୍ଟ୍ର ଯଥାକ୍ରମେ ୩୫.୭୫ ଏବଂ ୫୨.୪୯ ପ୍ରତିଶତ ମତଦାନ ହୋଇଛି ।

ଅନ୍ୟ ରାଜ୍ୟମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ମୋଟ ୬୮.୦୪ , ବିହାରରେ ୫୪.୧୪, ଝାଡଖଣ୍ଡରେ ୬୩.୧୪, ଓଡ଼ିଶାରେ ୬୨.୯୬, ତେଲେଙ୍ଗାନାରେ ୬୧.୧୬ ପ୍ରତିଶତ ଏବଂ ଉତ୍ତରପ୍ରଦେଶରେ ୫୬.୩୫ ପ୍ରତିଶତ ମତଦାନ ହୋଇଛି। ଅଧିକାଂଶ ମତଦାନ କେନ୍ଦ୍ରରେ ଶାନ୍ତିପୂର୍ଣ୍ଣ ଭାବେ ଭୋଟ୍ ଗ୍ରହଣ ହୋଇଥିବା ସମୟରେ ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗର କେତେକ ସ୍ଥାନରେ ହିଂସା ଘଟଣା ଘଟିଥିବାର ସୂଚନା ମିଳିଛି। ପଶ୍ଚିମବଙ୍ଗ ଏବଂ ଓଡ଼ିଶାର କିଛି ବୁଥରେ ଇଭିଏମ୍‌ର ତ୍ରୁଟି ଥିବା ଖବର ମଧ୍ୟ ଆସିଛି।

ଲୋକସଭା ନିର୍ବାଚନର ପ୍ରଥମ ତିନୋଟି ପର୍ଯ୍ୟାୟରେ ଭୋଟରଙ୍କ ସଂଖ୍ୟା ଯଥାକ୍ରମେ ୬୬.୧୪, ୬୬.୭୧ ଏବଂ ୬୫.୬୮ ପ୍ରତିଶତ ଥିଲା। ଏହି ପର୍ଯ୍ୟାୟରେ ମୋଟ ୧,୭୧୭ ଜଣ ପ୍ରାର୍ଥୀ ଲୋକସଭା ଆସନରେ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ତେଲେଙ୍ଗାନାର ସମସ୍ତ ୧୭ ଟି ଲୋକସଭା ଆସନ, ଆନ୍ଧ୍ରପ୍ରଦେଶର ୨୫ ଟି, ଉତ୍ତରପ୍ରଦେଶରେ ୧୩ ଟି, ବିହାରରେ ୫ଟି,  ଝାଡଖଣ୍ଡରେ ୪ଟି, ମଧ୍ୟପ୍ରଦେଶରେ ୮ ଟି, ମହାରାଷ୍ଟ୍ରରେ ୧୧ ଟି, ଓଡ଼ିଶାରେ ୪ଟି, ପଶ୍ଚିମବଙ୍ଗରେ ୮ଟି ଏବଂ ଜାମ୍ମୁ କାଶ୍ମୀରରେ ଗୋଟିଏ ଆସନ ପାଇଁ ଆଜି ମତଦାନ ଅନୁଷ୍ଠିତ ହୋଇଥିଲା । ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ୫୪୩ ମଧ୍ୟରୁ ୨୮୩ ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଥିଲା। ଆଜିର ରାଉଣ୍ଡ ପରେ ମୋଟ ୩୭୯ ଟି ଆସନରେ ମତଦାନ କାର୍ଯ୍ୟକ୍ରମ ଶେଷ ହେବ। ପରବର୍ତ୍ତୀ ତିନୋଟି ପର୍ଯ୍ୟାୟ ମେ ୨୦, ମେ ୨୫, ଏବଂ ଜୁନ୍ ୧ରେ ମତଦାନ ହେବ । ଜୁନ୍ ୪ ତାରିଖ ଭୋଟ୍ ଗଣନା କରାଯିବ ।

Also Read- ପାଲଲହଡାରେ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର, ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍ !

Also Read- PM Modi Road Show: କାଶୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋରେ ପ୍ରବଳ ଭିଡ