Rahul Gandhi: ସରକାରୀ ବଙ୍ଗଳା ଖାଲି କରିବାକୁ ମିଳିଲା ନୋଟିସ, ଜବାବ ରଖିଲେ ରାହୁଲ ଗାନ୍ଧୀ
Advertisement
Article Detail0/zeeodisha/odisha1630093

Rahul Gandhi: ସରକାରୀ ବଙ୍ଗଳା ଖାଲି କରିବାକୁ ମିଳିଲା ନୋଟିସ, ଜବାବ ରଖିଲେ ରାହୁଲ ଗାନ୍ଧୀ

Congeress LeaderRahul Gandhi: ବଙ୍ଗଳା ଖାଲି କରିବା ନେଇ ଜାରି କରାଯାଇଥିବା ନୋଟିସ ଉପରେ ଜବାବ ରଖି ରାହୁଲ ଗାନ୍ଧୀ ଲୋକସଭାର ଉପ ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଲେଖିଛନ୍ତି ଯେ, ସେ ଏହି ଆଦେଶ ପାଳନ କରିବେ। ଏହା ସହିତ ରାହୁଲ ଗାନ୍ଧୀ ଏହା ମଧ୍ୟ କହିଛନ୍ତି ଯେ, ୧୨ ତୋଗଲକ ଲେନ୍ ଠାରେ ରହୁଥିବା ବେଳେ ତାଙ୍କର ଅନେକ ସ୍ମୃତି ଅଛି। 

Rahul Gandhi: ସରକାରୀ ବଙ୍ଗଳା ଖାଲି କରିବାକୁ ମିଳିଲା ନୋଟିସ, ଜବାବ ରଖିଲେ ରାହୁଲ ଗାନ୍ଧୀ

Rahul Gandhi Govt Bungalow: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲାଗି ସମସ୍ୟା କ୍ରମାଗତ ଭାବେ ବଢିବାରେ ଲାଗିଛି। ସରକାରୀ ବଙ୍ଗଳା ଖାଲି କରିବାକୁ ମିଳିଥିବା ନୋଟିସ ଉପରେ ଜବାବ ରଖିଛନ୍ତି କଂଗ୍ରେସ ନେତା ଜଣଙ୍କ। ଏହି ନୋଟିସ ଉପରେ ଜବାବ ରଖିବା ବେଳେ ରାହୁଲ ଗାନ୍ଧୀ କହିଛନ୍ତି ଯେ ସେ ଏହି ନିର୍ଦ୍ଦେଶକୁ ପାଳନ କରିବେ। କଂଗ୍ରେସ ନେତା ଜଣଙ୍କ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କର ଏହି ଘର ସହିତ ତାଙ୍କର ଅନେକ ସ୍ମୃତି ଜଡ଼ିତ ହୋଇରହିଛି।

ବଙ୍ଗଳା ଖାଲି କରିବା ନେଇ ଜାରି କରାଯାଇଥିବା ନୋଟିସ ଉପରେ ଜବାବ ରଖି ରାହୁଲ ଗାନ୍ଧୀ ଲୋକସଭାର ଉପ ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଲେଖିଛନ୍ତି ଯେ, ସେ ଏହି ଆଦେଶ ପାଳନ କରିବେ। ଏହା ସହିତ ରାହୁଲ ଗାନ୍ଧୀ ଏହା ମଧ୍ୟ କହିଛନ୍ତି ଯେ, ୧୨ ତୋଗଲକ ଲେନ୍ ଠାରେ ରହୁଥିବା ବେଳେ ତାଙ୍କର ଅନେକ ସ୍ମୃତି ଅଛି। ସେ ସାଂସଦ ଭାବରେ ବଙ୍ଗଳାରେ ରହିଛନ୍ତି। ହେଲେ ସେ ବର୍ତ୍ତମାନ ଦିଆଯାଇଥିବା ଆଦେଶ ପାଳନ କରିବେ।

Also Read: Rahul Gandhi: ସରକାରୀ ବଙ୍ଗଳା ଖାଲି କରିବାକୁ ମିଳିଲା ନୋଟିସ, ଜବାବ ରଖିଲେ ରାହୁଲ ଗାନ୍ଧୀ  

ସରକାରୀ ବଙ୍ଗଳା ଖାଲି କରିବା ଲାଗି ମିଳିଥିବା ନୋଟିସ ଉପରେ ଜବାବ ରଖି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି ଯେ ଏହି ଲୋକ ରାହୁଲ ଗାନ୍ଧୀଙ୍କୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି। ରାହୁଲ ଗାନ୍ଧୀ ବଙ୍ଗଳା ଖାଲି କଲେ ମଧ୍ୟ ସେ ତାଙ୍କ ମାଆ ସୋନିଆ ଗାନ୍ଧୀଙ୍କ ସହ ରହିପାରନ୍ତି କିମ୍ବା ମୋ ପାଖକୁ ଆସିପାରନ୍ତି।

ଲୋକସଭା ସାଂସଦ ଭାବେ ଅଯୋଗ୍ୟ ଘୋଷିତ ହେବା ପରେ ରାହୁଲ ଗାନ୍ଧୀଙ୍କୁ ଦିଆଯାଇଥିବା ବଙ୍ଗଳା ଖାଲି କରିବାକୁ ଲୋକସଭା ଗୃହ କମିଟି ନୋଟିସ ଜାରି କରିଛି। ବିଜ୍ଞପ୍ତି ଅନୁଯାୟୀ ରାହୁଲ ଗାନ୍ଧୀଙ୍କୁ ୨୨ ଅପ୍ରେଲ ସୁଦ୍ଧା ବଙ୍ଗଳା ଖାଲି କରିବାକୁ ହେବ।

Also Read: Rahul Gandhi Disqualified: ସାଂସଦ ପଦ ହରାଇଲେ ରାହୁଲ ଗାନ୍ଧୀ, ପ୍ରତିକ୍ରିୟା ରଖିଲେ ଜନତାଙ୍କ ଠାରୁ ଆରମ୍ଭ କରି ରାଜନେତା

 

ମୋଦୀ ଉପନାମ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଗୁଜୁରାଟ ସୁରଟ କୋର୍ଟ ୨ ବର୍ଷ ଦଣ୍ଡିତ କରିଛନ୍ତି। ଏହି ମାମଲାରେ କୋର୍ଟ ରାୟ ଆସିବା ପରେ ଲୋକସଭା ସଚିବାଳୟ ରାହୁଲ ଗାନ୍ଧୀଙ୍କ ସଂସଦୀୟ ସଦସ୍ୟତାକୁ ବାତିଲ କରିଦେଇଛି। ଲୋକସଭା ପ୍ରତିନିଧୀ ଅଧିନିୟମ ୧୯୫୧ ଅନୁଯାୟୀ ବାଚସ୍ପତି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

କ'ଣ ଥିଲା ପୁରା ଘଟଣାକ୍ରମ?
ଗତ ୨୦୧୯ ଲୋକସଭା ନିର୍ବାଚନ ସମୟରେ ​​କର୍ଣ୍ଣାଟକ କୋଲାର ଠାରେ ଆୟୋଜିତ ହୋଇଥିବା ଏକ ରାଲିକୁ ସମ୍ବୋଧିତ କରିବା ବେଳେ ରାହୁଲ ଗାନ୍ଧୀ କହିଥିଲେ ଯେ ସମସ୍ତ ଚୋର 'ମୋଦି' ନାମକୁ ସେମାନଙ୍କର ଉପନାମ ଭାବେ କାହିଁକି ରଖିଛନ୍ତି? କଂଗ୍ରେସ ନେତାଙ୍କ ଏହି ମନ୍ତବ୍ୟ ଜୋରଦାର ହଙ୍ଗାମା ହୋଇଥିଲା। ଏହା ପରେ ବିଜେପି ବିଧାୟକ ତଥା ପୂର୍ବତନ ଗୁଜରାଟ ମନ୍ତ୍ରୀ ପୂର୍ଣ୍ଣେଶ ମୋଦୀ ଏ ମନ୍ତବ୍ୟ ସମ୍ପର୍କରେ ଏକ ଅପରାଧିକ ମାନହାନି ମୋକଦ୍ଦମା ଦାଏର କରିଥିଲେ। ଏନେଇ କୁହାଯାଇଥିଲା ଯେ ରାହୁଲ ଗାନ୍ଧୀଙ୍କ ବିବୃତ୍ତି ସମଗ୍ର ମୋଦୀ ସମ୍ପ୍ରଦାୟ ପାଇଁ ଅପମାନଜନକ ଏବଂ ଏହା ସମଗ୍ର ମୋଦୀ ସମାଜକୁ ଅପାମାନିତ କରିଛି।