New Parliament Building: ଅଶୋକ ସ୍ତମ୍ଭର ଉଦଘାଟନ ପରେ ବିରୋଧିଙ୍କ ଟାର୍ଗେଟରେ ସରକାର
Advertisement
Article Detail0/zeeodisha/odisha1256501

New Parliament Building: ଅଶୋକ ସ୍ତମ୍ଭର ଉଦଘାଟନ ପରେ ବିରୋଧିଙ୍କ ଟାର୍ଗେଟରେ ସରକାର

New Parliament Building: ଦେଶର ନୂତନ ସଂସଦ ନିର୍ମାଣ ହେବା ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ପ୍ରତ୍ୟେକ ପ୍ରସଙ୍ଗ ବିରୋଧି ଦଳ ଉଠାଇଛନ୍ତି। 

New Parliament Building: ଅଶୋକ ସ୍ତମ୍ଭର ଉଦଘାଟନ ପରେ ବିରୋଧିଙ୍କ ଟାର୍ଗେଟରେ ସରକାର

New Parliament Building: ଜୁଲାଇ ୧୧ ତାରିଖ ସୋମବାର ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ଠାରେ ନିର୍ମିତ ହେଉଥିବା ନୂତନ ସଂସଦ ଭବନ ଛାତ ଉପରେ ନିର୍ମିତ ଦେଶର ରାଷ୍ଟ୍ରୀୟ ଚିହ୍ନ ଅଶୋକ ସ୍ତମ୍ଭକୁ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମାତ୍ର ଏହାର ଡିଜାଇନ୍କୁ ନେଇ ସୃଷ୍ଟି ହୋଇଛି ବିବାଦ। କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧି ଦଳର ନେତା ଅଭିଯୋଗ କରିଛନ୍ତି ଦେଶର ନୂତନ ସଂସଦରେ ଅନାବରଣ ହୋଇଥିବା ଦେଶର ଜାତୀୟ ପ୍ରତୀକ ଅଶୋକା ସ୍ତମ୍ଭର ଡିଜାଇନ ରେ ପରିବର୍ତ୍ତନ କରାଯାଇଛି। ଆମ୍ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଟ୍ୱିଟ୍ କରି କହିଛନ୍ତି ମୁଁ ୧୩୦ କୋଟି ଭାରତୀୟଙ୍କୁ ପଚାରିବାକୁ ଚାହେଁ ଯେଉଁମାନେ ଦେଶର ଜାତୀୟ ପ୍ରତୀକକୁ ପରିବର୍ତ୍ତନ କରିଛନ୍ତି ସେମାନଙ୍କୁ ରାଷ୍ଟ୍ର ବିରୋଧି କୁହାଯିବା ଆବଶ୍ୟକ ନା ନୁହେଁ। ତାଙ୍କ ବ୍ୟତୀତ କଂଗ୍ରେସ ନେତା ଜୟରାମ ରମେଶଙ୍କ ସମେତ ସମସ୍ତ ବିରୋଧି ଦଳ ନେତା ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

ଏହି ପ୍ରସଙ୍ଗରେ ବିରୋଧିଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପଚରା ଯାଇଥିବା ପ୍ରଶ୍ନର ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ। ଏନେଇ ଟ୍ୱିଟ୍ କରି ସେ କହିଛନ୍ତି ଦେଶର ନୂତନ ସଂସଦ ଭବନ ଛାତରେ ପ୍ରତିଷ୍ଠା ହୋଇଥିବା ଅଶୋକା ସ୍ତମ୍ଭ ସାରନାଥ ଠାରେ ରହିଥିବା ଅଶୋକ ସ୍ତମ୍ଭ ଉପରେ ଆଧାରିତ। ଏହାର ତୁଳନା କରିବା ସମୟରେ କୋଣ, ଉଚ୍ଚତା ଏବଂ ମାପକୁ ପ୍ରଶଂସା କରାଯିବା ଆବଶ୍ୟକ। ଯଦି ଜଣେ ତଳେ ରେହେ ସାରନାଥ ପ୍ରତୀକକୁ ଦେଖେ ତାହେଲେ ସେତିକି ଶାନ୍ତ କିମ୍ବା କ୍ରୋଧିତ ଦେଖାଯିବ ଯେତିକି ଏହାକୁ ନେଇ ଚର୍ଚ୍ଚା ହେଉଛି। 

ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଅଶୋକ ସ୍ତମ୍ଭର ପରିକଳ୍ପନା କରିଥିବା ଶିଳ୍ପୀ ସୁନୀଲ ଦେୱରେ କହିଛନ୍ତି ଯେ ଏହାର ଡିଜାଇନ୍ ରେ କୌଣସି ପ୍ରକାର ପରିବର୍ତ୍ତନ କରାଯାଇ ନାହିଁ। ସିଂହର ପାଟି ଅଧିକ ଖୋଲା ଥିବା କଥାକୁ ଅସ୍ୱୀକାର କରି ସେ କହିଛନ୍ତି ଯେ ଏହି ସ୍ତମ୍ଭ ତିଆରି କରିବାକୁ ୯ ମାସରୁ ଅଧିକ ସମୟ ଲାଗିଛି। ନୂତନ ସଂସଦର ସ୍ତମ୍ଭ ହେଉଛି ସାରନାଥ ସ୍ତମ୍ଭର ଏକ ନକଲ। ଏହି ସ୍ତମ୍ଭ ନିର୍ମାଣ ପାଇଁ ତାଙ୍କ ଚୁକ୍ତି କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ସହିତ ନୁହେଁ ବରଂ ଏହାର ନିର୍ମାଣ ଦାୟିତ୍ୱରେ ରହିଥିବା କମ୍ପାନୀ ହୋଇଛି। ସଂସଦ ଭବନ ଉପରେ ନିର୍ମିତ ହୋଇଥିବା ଦେଶର ଜାତୀୟ ପ୍ରତୀକ ଅଶୋକସ୍ତମ୍ଭ ପିତ୍ତଳରେ ନିର୍ମିତ। ଯାହାର ଓଜନ ୯୫୦୦ କିଲୋଗ୍ରାମ ଏବଂ ଉଚ୍ଚତା ପ୍ରାୟ ୬.୫ ମିଟର ଅର୍ଥାତ ୨୦ ଫୁଟ। ଏହାର ସ୍ଥାପନ ପାଇଁ ପ୍ରାୟ ୬୫୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ଏକ ଇସ୍ପାତ ନିର୍ମିତ ସହାୟକ ଢାଞ୍ଚା ନିର୍ମାଣ କରାଯାଇଛି। ଦେଶର ନୂତନ ସଂସଦ ଭବନ ଛାତ ଉପରେ ନିର୍ମିତ ଦେଶର ରାଷ୍ଟ୍ରୀୟ ଚିହ୍ନ ଅଶୋକ ସ୍ତମ୍ବ ଆଠଟି ପର୍ଯ୍ୟାୟର ପ୍ରକ୍ରିୟା ପରେ ପ୍ରସ୍ତୁତ ହୋଇଛି।

ଅଶୋକା ସ୍ତମ୍ଭର ଡିଜାଇନ୍ କୁ  ନେଇ ବିବାଦ ପୂର୍ବରୁ ସୋମବାର ଅନ୍ୟ ଏକ ପ୍ରସଙ୍ଗରେ ଚର୍ଚ୍ଚା ହୋଇଥିଲା। ଜୁଲାଇ ୧୧ ତାରିଖ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଏହାର ଉନ୍ମୋଚନ କରାଯିବା ପରେ ବିରୋଧି ଦଳ ପକ୍ଷରୁ ଏହି ପ୍ରସଙ୍ଗ ଉଠାଯାଇଥିଲା ଯେ ସେଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ନିମନ୍ତ୍ରଣ କରାଯାଇ ନାହିଁ।

ନୂତନ ସଂସଦ ଭବନ ନିର୍ମାଣକୁ ନେଇ ବିରୋଧି ଦଳ ଆରମ୍ଭରୁ ସରକାରଙ୍କୁ ଟାର୍ଗେଟ କରି ଆସୁଛନ୍ତି। କୋରୋନା ମହାମାରୀ ସମୟରେ କଂଗ୍ରେସ ଏ ପ୍ରସଙ୍ଗରେ ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲା। କୃଷକ ଆନ୍ଦୋଳନ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟ୍ କରି କହିଛନ୍ତି ଇତିହାସରେ ଏହା ମଧ୍ୟ ଲିପିବଦ୍ଧ ହୋଇ ରହିବ ଯେ ଯେତେବେଳେ କୃଷକ ରାଜରାସ୍ତାରେ ଅଧିକାର ପାଇଁ ଲଢେଇ କରୁଥିଲେ ସେତେବେଳେ ଆପଣ ସେଣ୍ଟ୍ରାଲ ଭିଷ୍ଟା ନାମରେ ନିଜ ପାଇଁ ଏକ ପ୍ରାସାଦ ନିର୍ମାଣ କରୁଥିଲେ। ଗଣତନ୍ତ୍ର କ୍ଷମତା ଇଚ୍ଛା ପୂରଣ କରିବାର ଏକ ମାଧ୍ୟମ ନୁହେଁ ବରଂ ଜନସେବା ଏବଂ ଜନ କଲ୍ୟାଣ ପାଇଁ ଏକ ମାଧ୍ୟମ। ପ୍ରଧାନମନ୍ତ୍ରୀ ନୂତନ ସଂସଦର ମୂଳଦୁଆ ପକାଇବା ପରେ ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଏହି ଟ୍ୱଟ୍  କରାଯାଇଥିଲା।

ଦେଶର ନୂତନ ସଂସଦ ନିର୍ମାଣ ହେବା ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ପ୍ରତ୍ୟେକ ପ୍ରସଙ୍ଗ ବିରୋଧି ଦଳ ଉଠାଇଛନ୍ତି। ପ୍ରଥମ ଥର ପାଇଁ ଏହି ପ୍ରକଳ୍ପ ବିଷୟରେ ଆଲୋଚନା କେବଳ କଂଗ୍ରେସ ନେତୃତ୍ୱାଧିନ ୟୁପିଏ ସରକାର ସମୟରେ ଆରମ୍ଭ ହୋଇଥିଲା। ଗତ ୨୦୧୨ ବର୍ଷରେ ପ୍ରକାଶିତ ଏକ ମିଡିଆ ରିପୋର୍ଟ ଅନୁଯାୟୀ ତତ୍କାଳୀନ ଲୋକସଭା ବାଚସ୍ପତି ମୀରା କୁମାରଙ୍କ ଦ୍ୱାରା ଏକ ଉଚ୍ଚ ଶକ୍ତି କମିଟି ଗଠନ ହେବାର ଖବର ଆସିଥିଲା। ଏହା ପରେ ଲୋକସଭା ସଚିବ ଜେନେରାଲ ଟି.କେ ବିଶ୍ୱନାଥନ କହିଥିଲେ ଯେ ୮୫ ବର୍ଷ ପୁରୁଣା ସଂସଦ ଭବନକୁ ବଦଳାଇବା ପାଇଁ ନୂତନ କୋଠା ପାଇଁ ଏକ ଉଚ୍ଚ ଶକ୍ତି କମିଟି ଗଠନ କରାଯିବ।

ନୂତନ ସଂସଦର ନିର୍ମାଣର ଭିତ୍ତିଭୂମି ବର୍ତ୍ତମାନ ବିଦ୍ୟମାନ ଲୋକସଭା ଏବଂ ରାଜ୍ୟସଭା ସଦସ୍ୟଙ୍କ ସଂଖ୍ୟା ଆଧାରରେ ରହିଥିଲା। ଦେଶର ଜନସଂଖ୍ୟା ଆଧାରରେ ଲୋକସଭା ସଦସ୍ୟଙ୍କ ସଂଖ୍ୟା ଅଧିକ ହେବା ଆବଶ୍ୟକ. ହେଲେ ବର୍ତ୍ତମାନର ସଂସଦ ଭବନରେ ବସିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ବର୍ତ୍ତମାନ ନୂତନ ସଂସଦ ଭବନରେ ଲୋକସଭାର ୮୮୮ ସଦସ୍ୟଙ୍କ ପାଇଁ ଆସନ ରହିବ।

ଯେତେବେଳେ ମୋଦି ସରକାରଙ୍କ ଦ୍ୱାରା ନୂତନ ସଂସଦ ଭବନ ଅର୍ଥାତ୍ ସେଣ୍ଟ୍ରାଲ୍ ଭିଷ୍ଟା ପ୍ରକଳ୍ପ ଆରମ୍ଭ ହୋଇଥିଲା ସେତେବେଳେ କଂଗ୍ରେସ ସମେତ ଅନ୍ୟ ବିରୋଧି ଦଳ ପକ୍ଷରୁ ଏହାର ତୀବ୍ର ବିରୋଧ କରାଯାଇଥିଲା। ଅଶୋକ ସ୍ତମ୍ଭକୁ ନେଇ ବିବାଦ ନୂଆ ହୋଇପାରେ ହେଲେ ନୂତନ ସଂସଦ ଭବନକୁ ନେଇ ବିରୋଧିଙ୍କ ଅଭିଯୋଗ ପୂର୍ବରୁ ଆସିସାରିଛି। କୌତୁହଳର ବିଷୟ ଯେ ଏହି ସ୍ତମ୍ଭର ମୂର୍ତ୍ତିକାର ନିଜେ ସ୍ୱୀକାର କରିଛନ୍ତି ଯେ ନିର୍ମାଣରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।

Also Read: History of Ashoka Stambh: ଦେଶର ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭର କ'ଣ ରହିଛି ଇତିହାସ?

Also Read: New Parliament Building: ନୂତନ ସଂସଦ ଭବନରେ ରାଷ୍ଟ୍ରୀୟ ଚିହ୍ନ ଅଶୋକ ସ୍ତମ୍ବ ଅନାବରଣକୁ ନେଇ ଉଠିଲା ପ୍ରଶ୍ନ

Also Read: New Parliament Building: ପ୍ରଧାନମନ୍ତ୍ରୀଙ୍କ ଲାଗି ହୃଦୟସ୍ପର୍ଶୀ ବାର୍ତ୍ତା ଦେଲେ ସଂସଦ ଭବନ କାରିଗର