Odisha Election 2024: ଆଜି କେନ୍ଦୁଝର ସଦର ବ୍ଲକର ରାଇସୁଆଁ କଲ୍ୟାଣ ମଣ୍ଡପ ଠାରେ ବିଜେପିର କାର୍ଯ୍ୟକର୍ତ୍ତା ସମ୍ମିଳନୀ ସହିତ ଏକ ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେପିର କେନ୍ଦୁଝର ସାଂସଦ ପ୍ରାର୍ଥୀ ଅନନ୍ତ ନାୟକଙ୍କ ସହିତ କେନ୍ଦୁଝର ସଦର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝୀ ଉପସ୍ଥିତ ରହି ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇଥିଲେ ।
Trending Photos

ଏହା ସହିତ ମିଶ୍ରଣ ପର୍ବରେ ନବାଗତଙ୍କୁ ସ୍ୱାଗତ କରି ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଥିଲେ। ବିଜେଡି ର ମାନସ କୁମାର ରାଉତ, ବନମାଳୀ ଘୋଷ,ଗଣେଶ ବାରିକ, ଚରଣ ବେସ୍ରା, ରମେଶ ମୁଣ୍ଡାଙ୍କ ନେତୃତ୍ୱରେ ରାଇସୁଆଁ,ମହାଦେଈଯୋଡା,ବାଉରିପଦା,ଦନାପୁର,ଗୋପୀନାଥପୁର ଓ ବରଦପାଳ ପରି ୬ଟି ପଞ୍ଚାୟତ ରୁ ସହ ସହ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ କାର୍ଯ୍ୟାଧାରାରେ ଅନୁପ୍ରାଣିତ ହୋଇ ଆଜି ବିଜେପିରେ ଯୋଗ ଦେଇଛନ୍ତି।
କେନ୍ଦୁଝର ଜିଲ୍ଲାରେ ବିଜେପି ଦଳର ସମସ୍ତ ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ ଆଜିର ମିଶ୍ରଣ ପର୍ବରେ ସାମିଲ ହୋଇଥିବା ନବଗତ ନେତା ମାନେ ଦୃଢ଼କ୍ତି ପ୍ରକାଶ କରିଛନ୍ତି। ବିଜୁ ଜନତା ଦଳରେ ରହି ସ୍ଥାନୀୟ ଜନସାଧାରଣଙ୍କର ଯେଉଁ ପରି ଭାବରେ ସେବା କରିବାର ଆଶା ରଖି ନିସ୍ଵାର୍ଥପର ଭାବେ କାର୍ଯ୍ୟ କରି ଆସୁଥିଲେ । ବାସ୍ତବରେ ଦଳ ଅଞ୍ଚଳବାସୀଙ୍କୁ ଉପେକ୍ଷା କରିବାରୁ ଏହି ବିଜେଡି ଦଳର ସ୍ଥାନୀୟ ନେତା ମାନେ ଆଜି ବିଜେପି ରେ ମିଶିଥିବା ନେତା ମାନସ କୁମାର ରାଉତ କହିଛନ୍ତି।