Lok Sabha Election 2024: ଆମେଠି-ରାଏବରେଲି ଆସନକୁ ନେଇ କ'ଣ ରହିଛି କଂଗ୍ରେସ ପ୍ଲାନ?
Advertisement
Article Detail0/zeeodisha/odisha2220990

Lok Sabha Election 2024: ଆମେଠି-ରାଏବରେଲି ଆସନକୁ ନେଇ କ'ଣ ରହିଛି କଂଗ୍ରେସ ପ୍ଲାନ?

Uttar Pradesh Politics: ଗାନ୍ଧୀ ପରିବାରର ଗଡ଼ ଭାବେ ପରିଚିତ ଉତ୍ତର ପ୍ରଦେଶର ଆମେଠି-ରାଏବରେଲି ଲୋକସଭା ଆସନରେ ଏକ ଅସ୍ୱାଭାବିକ ନୀରବତା ଖେଳିଯାଇଛି। କାରଣ ଏହି ଆସନରେ କଂଗ୍ରେସ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦଳୀୟ ପ୍ରାର୍ଥୀ ଘୋଷଣା କରାଯାଇନାହିଁ।

Lok Sabha Election 2024: ଆମେଠି-ରାଏବରେଲି ଆସନକୁ ନେଇ କ'ଣ ରହିଛି କଂଗ୍ରେସ ପ୍ଲାନ?

2024 Indian General Election in Uttar Pradesh: ୨୦୨୪  ଲୋକସଭା ନିର୍ବାଚନ ପାଇଁ ଅପ୍ରେଲ ୨୬ ତାରିଖ ଶୁକ୍ରବାର ଅନୁଷ୍ଠିତ ହେବ ଦ୍ୱିତୀୟ ପର୍ୟ୍ୟାୟ ଭୋଟ ଗ୍ରହଣ। ଏହି ପର୍ଯ୍ୟାୟରେ କେରଳର ୱାୟନାଡ ଆସନରେ ମଧ୍ୟ ମତଦାନ ଅନୁଷ୍ଠିତ ହେବ। ଏହି ଆସନରୁ ରାହୁଲ ଗାନ୍ଧୀ ପୁଣି ଥରେ ନିର୍ବାଚନ ଲଢୁଛନ୍ତି। ହେଲେ ବର୍ତ୍ତମାନ ଉତ୍ତର ପ୍ରଦେଶର ଦୁଇଟି ହାଇପ୍ରୋଫାଇଲ୍ ସିଟ୍ ରାଏବରେଲି ଏବଂ ଆମେଠି ଆସନ ଉପରେ ରହିଛି। କାରଣ  ଗାନ୍ଧୀ ପରିବାରର ଗଡ଼ କୁହାଯାଉଥିବା ଏହି ୨ ଆସନ ପାଇଁ କଂଗ୍ରେସ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାର୍ଥୀ ଗୋଷଣା କରିନାହିଁ। 

ଏହି ଦୁଇଟି ଆସନ ପାଇଁ ନାମାଙ୍କନ ଅପ୍ରେଲ ୨୬ ତାରିଖରୁ ଆରମ୍ଭ ହେବ। ସୂତ୍ରରୁ ମିଳିଥିବା ଖବର ଅନୁସାରେ ରାହୁଲ ଗାନ୍ଧୀ ଆମେଠି ଏବଂ ପ୍ରିୟଙ୍କା ଗାନ୍ଧୀ ରାଏବରେଲି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିପାରିନ୍ତି। ଯଦିଓ ଉଭୟଙ୍କ ପ୍ରାର୍ଥୀତ୍ୱ ସମ୍ପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ କୌଣସି ଔପଚାରିକ ଘୋଷଣା କରାଯାଇନାହିଁ। ଏହି ଆସନ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଅଯୋଧ୍ୟା ଯାଇ ରାମଲାଲାଙ୍କ ଦର୍ଶନ କରିପାରନ୍ତି।

କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ  ରାଏବରେଲି ଏବଂ ଆମେଠି ଆସନରୁ ନିର୍ବାଚନ ଲଢିପାରନ୍ତି। ଅପ୍ରେଲ ୩୦ ପୂର୍ବରୁ ଏହି ଦୁଇଟି ସିଟ୍ ଲାଗି କିଏ ଦଳୀୟ ପ୍ରାର୍ଥୀ ସେ ନେଇ କଂଗ୍ରେସ ପକ୍ଷରୁ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା କରାଯିବ ନାହିଁ। ଏହି ଦୁଇ ଆସନରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସମ୍ଭାବ୍ୟ ପ୍ରାର୍ଥୀତ୍ୱ ସମ୍ପର୍କରେ କଂଗ୍ରେସ ନେତା କିଛି କହିନାହାଁନ୍ତି।

Also Read: Lok Sabha Election 2024: ରାଏବରେଲି ଆସନରେ କାହାକୁ ମିଳିବ ବିଜେପି-କଂଗ୍ରେସ ଟିକେଟ?

ଦଳର ପାରମ୍ପରିକ ଗଡ଼ ଆମେଠି ଏବଂ ରାଏବରେଲି ଯିବା ପୂର୍ବରୁ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଅଯୋଧ୍ୟା ଗସ୍ତ କରିପାରନ୍ତି। ଯେଉଁଠି ଉଭୟେ ରାମଲାଲାଙ୍କ ଦର୍ଶନ କରିପାରନ୍ତି। ହେଲେ ତଥାପି ସେମାନଙ୍କ ଗସ୍ତକୁ ନେଇ ଆନୁଷ୍ଠାନିକ ଭାବେ କିଛି କୁହାଯାଇନାହିଁ। ଏନେଇ ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ଯେ ଯଦି ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଆମେଠି ଏବଂ ରାଏବରେଲି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନିଅନ୍ତି, ତାହେଲେ ମେ ୧ ଏବଂ ୩ ତାରିଖରେ ଏହି ଆସନ ପାଇଁ ନାମାଙ୍କନ ଦାଖଲ ହୋଇପାରେ। ଆପଣଙ୍କୁ କହିବା ଯେ ଏହି ଆସନ ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ହେଉଛି ୩ ମେ।

ଆମେଠି ଆସନରେ ସକ୍ରିୟ ହେଲାଣି ରାହୁଲ ଗାନ୍ଧୀଙ୍କ ଟିମ୍ 
ରାହୁଲ ଗାନ୍ଧୀଙ୍କ ଆମେଠି ଆସନରୁ ନିର୍ବାଚନ ଲଢୁଥିବା ନେଇ ଚର୍ଚ୍ଚା ଜାରି ରହିଛି। ହେଲେ ଏହା ମଧ୍ୟରେ ତାଙ୍କ ଟିମ୍ ଆମେଠି ଆସନରେ କ୍ୟାମ୍ପ ଆରମ୍ଭ କରିଦେଇଛି। ରାହୁଲ ଗାନ୍ଧୀଙ୍କ ନାମାଙ୍କନ ଦାଖଳ ପାଇଁ ଦଳର ଉତ୍ତର ପ୍ରଦେଶ ଶାଖାକୁ ଜଣାଇ ଦିଆଯାଇଛି। ମେ ୧ ତାରିଖର ରାହୁଲ ଗାନ୍ଧୀ ନାମାନଙ୍କ ଦାଖଲ କରିପାରନ୍ତି। କୁହାଯାଉଛି ଯେ ସେହି ଦିନ କଂଗ୍ରେସ ଆମେଠି ଆସନରେ ବଡ଼ ଧରଣର ଦଳୀୟ କାର୍ଯ୍ୟକ୍ରମ କରିପାରି। ଅପ୍ରେଲ ୨୬ ତାରିଖରେ ୱାୟନାଡ଼ ଆସନ ପାଇଁ ଭୋଟ ଗ୍ରହଣ ସରିବା ପରେ ରାହୁଲ ଗାନ୍ଧୀ ଅପ୍ରେଲ ୨୭ ତାରିଖରେ ଆମେଠିରେ ପହଞ୍ଚିବାର ସମ୍ଭାବନା ରହିଛି। ସେ ମେ ୨ ତାରିଖରେ ତାଙ୍କର ନାମାଙ୍କନପତ୍ର ଦାଖଲ କରିପାରନ୍ତି।

Also Read: Lok Sabha Election 2024: ରାୟବରେଲି ଆସନରୁ କିଏ ହେବେ କଂଗ୍ରେସ ପ୍ରାର୍ଥୀ? ସାମ୍ନାକୁ ଆସିଲା ନାଁ

ଆପଣଙ୍କୁ କହିରଖୁଛୁ ଯେ ଆମେଠି ଏବଂ ରାଏବରେଲି ହେଉଛି କଂଗ୍ରେସ ଦଳର ପାରମ୍ପାରିକ ଆସନ। ରାହୁଲ ଗାନ୍ଧୀ ୩  ଥର ଆମେଠିରୁ ଏବଂ ସୋନିଆ ଗାନ୍ଧୀ ୫ ଥର ରାଏବରେଲି ଆସନରୁ ସାଂସଦ ନିର୍ବାଚିତ ହୋଇଛନ୍ତି। ହେଲେ ଗତ ୨୦୧୯ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ ଆମେଠି ଆସନରୁ ପରାଜୟ ବରଣ କରିଥିଲେ। ଅନ୍ୟପକ୍ଷରେ ସୋନିଆ ଗାନ୍ଧୀ ରାଜ୍ୟସଭାକୁ ନିର୍ବାଚିତ ହୋଇସାରିଛନ୍ତି। ଏହି କାରଣରୁ ରାଏବରେଲି ଆସନ ଉପରେ ସନ୍ଦେହ ଲାଗି ରହିଛି। କାରଣ ଗତ ୨୦୧୯ ନିର୍ବାଚନରେ ସୋନିଆ ଗାନ୍ଧୀ ଘୋଷଣା କରିଥିଲେ ଯେ ଏହା ହେଉଛି ତାଙ୍କର ଶେଷ ଲୋକସଭା ନିର୍ବାଚନ ହେବ। ୧୯୯୯ ମସିହାରେ କଂଗ୍ରେସ ଅଧ୍ୟକ୍ଷ ହେବା ପରେ ସେ ପ୍ରଥମ ଥର ପାଇଁ ଆମେଠି ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ଏହା ପରେ ୨୦୦୪ ନିର୍ବାଚନରେ ପ୍ରଥମ ଥର ପାଇଁ ରାଏବରେଲି ଆସନରୁ ପ୍ରଥମ ଥର ପାଇଁ ନିର୍ବାଚନ ଲଢି ବାଜିମାତ କରିଥିଲେ।