UP Politics: ସାଇକେଲ ଚଢି ବିଜେପିକୁ ମାତ ଦେବାକୁ ଅଣ୍ଟା ଭିଡିଲେ ଅଖିଲେଶ ଯାଦବ
Advertisement
Article Detail0/zeeodisha/odisha1370609

UP Politics: ସାଇକେଲ ଚଢି ବିଜେପିକୁ ମାତ ଦେବାକୁ ଅଣ୍ଟା ଭିଡିଲେ ଅଖିଲେଶ ଯାଦବ

National Convention of SP:  ସେପ୍ଟେମ୍ବର ୨୮-୨୯ ତାରିଖରେ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌସ୍ଥିତ ରମାବାଇ ଆମ୍ବେଦକର ମଇଦାନ ଠାରେ ଦଳୀୟ ରାଷ୍ଟ୍ରୀୟ ଅଧିବେଶନ ଆୟୋଜନ କରୁଛି ସମାଜବାଦୀ ପାର୍ଟି। 

UP Politics: ସାଇକେଲ ଚଢି ବିଜେପିକୁ ମାତ ଦେବାକୁ ଅଣ୍ଟା ଭିଡିଲେ ଅଖିଲେଶ ଯାଦବ

SP President Akhilesh Yadav: ଦଳର ରାଷ୍ଟ୍ରୀୟ ଅଧିବେଶନ ଜରିଆରେ ଏହାର ନିର୍ବାଚନ କ୍ଷେତ୍ର ପ୍ରସ୍ତୁତ କରିବାକୁ ରଣନୀତି ପ୍ରସ୍ତୁତ କରୁଛି ସମାଜବାଦୀ ପାର୍ଟି। ଆସନ୍ତା ସେପ୍ଟମ୍ବର ୨୮-୨୯ ତାରିଖରେ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ଠାରେ ଅନୁଷ୍ଠିତ ହେବାକୁ ଯାଉଛି ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧିବେଶନ। ଦଳ ପକ୍ଷରୁ ଆୟୋଜିତ ହେଉଥିବା ଏହି ବୈଠକରେ ଜାତୀୟ ତଥା ରାଜ୍ୟ ସ୍ତରରେ ଦଳୀୟ ସଙ୍ଗଠନର କରାଯିବ ପୁନ ନିର୍ମାଣ। ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଲାଗି ସମାଜବାଦୀ ପାର୍ଟି ପକ୍ଷରୁ ଆୟୋଜିତ ହେଉଥିବା ଦଳର ରାଷ୍ଟ୍ରୀୟ ଅଧିବେଶନ ଅନେକ ଗୁରୁତ୍ୱ ବହନ କରୁଛି।  ହେଲେ ଏହା ପୂର୍ବରୁ ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ପୌର ନିର୍ବାଚନରେ ​​ନିଜର ଶକ୍ତି ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ହେଉଛି ଦଳ।

ପାରିବାରିକ ରାଜନୀତିରୁ ଦଳକୁ ଦୂରେଇ ରଖିଥିବା ସମାଜବାଦୀ ପାର୍ଟି (Samajwadi Party) ଏସପି ଅଧ୍ୟକ୍ଷ ଅଖିଲେଶ ଯାଦବ (SP President Akhilesh Yadav) ଦଳର ରାଷ୍ଟ୍ରୀୟ ଅଧିବେଶନ (Samajwadi Party National Convention) ଜରିଆରେ ଅନେକ ନିଷ୍ପତ୍ତି ନେଇପାରନ୍ତି। ଏହି ସମ୍ମିଳନୀକୁ ଐତିହାସିକ କରିବା ପାଇଁ ସେ କୌଣସି ପ୍ରକାର ଉଦ୍ୟମ ଛାଡିବାକୁ ଚାହୁଁନାହାଁନ୍ତି। ଏଥର ତାଙ୍କ ନେତୃତ୍ୱରେ ଦଳର ଏହି ବୈଠକ ଅନୁଷ୍ଠିତ ହେଉଛି। ହେଲେ ଦଳର ପ୍ରତିଷ୍ଠାତା ଏହି ବୈଠକରେ ସାମିଲ ହେବେ ନା ନାହିଁ, ବର୍ତ୍ତମାନ ତାହା ସ୍ପଷ୍ଟ ହୋଇନାହିଁ। 

ଯଦିଓ ଚାଚା ଶିବପାଲ ଯାଦବ ପୁତୁରା ଅଖିଲେଶ ଯାଦବଙ୍କ ଠାରୁ ଅଲଗା ହୋଇ ସାରିଛନ୍ତି। ହେଲେ ଉତ୍ତର ପ୍ରଦେଶ ରାଜନୀତିରେ (Uttar Pradesh Politics) ବୃହତ୍ତମ ରାଜନୈତିକ ପରିବାରର ସମସ୍ତ ସଦସ୍ୟ ଅଖିଳେଶ ଯାଦବଙ୍କୁ ସେମାନଙ୍କର ନେତା ଭାବରେ ଗ୍ରହଣ କରିଛନ୍ତି।

Also Read: UP Election 2022: ଦଳ କାହିଁକି ହାରିଲା ନିର୍ବାଚନ? କାରଣ କହିଲେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ

ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧିବେଶନରେ ଦଳର ଉତ୍ସାହୀ କର୍ମକର୍ତ୍ତାଙ୍କ (Samajwadi Party Worker) ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ। ଅନ୍ୟ ଦଳରୁ ଆସିଥିବା ନେତାଙ୍କୁ ମଧ୍ୟ ଦାୟିତ୍ୱ ଦିଆ ଯାଇପାରେ। ଏପରିକି ରାଜନୈତିକ ଆନ୍ଦୋଳନରୁ ବାହାରିଥିବା ନେତାଙ୍କୁ ମଧ୍ୟ ସୁଯୋଗ ଦେବା ନେଇ  ଆଲୋଚନା କରାଯାଉଛି। ଏଥର ହାତରେ ପର୍ଯ୍ୟାପ୍ତ ସମୟ ରଖିବା ଆସନ୍ତା ଲୋକସଭା ନିର୍ବାଚନରେ ଶକ୍ତିଶାଳୀ ପ୍ରାର୍ଥୀ ଚୟନ କରିବା ଉପରେ ଗୁରୁତ୍ୱ ଦେଉଛି ଦଳ।

ସୂତ୍ରରୁ ମିଳିଥିବା ଖବର ଅନୁସାରେ ସମାଜବାଦୀ ପାର୍ଟି ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସ୍ପଷ୍ଟ କରିନାହିଁ ଯେ ଦଳ ବିଜେପି ବିରୋଧି କଂଗ୍ରେସ ନେତୃତ୍ୱାଧିନ ମେଣ୍ଟକୁ ସ୍ୱୀକାର କରିବ ନାଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ରାଜନୈତିକ ଆକାଂକ୍ଷାକୁ ପୂରଣ କରିବାର ମାଧ୍ୟମ ପାଲଟିବ। ଏହା ସମ୍ଭବ ଯେ  ଦଳର ରାଷ୍ଟ୍ରୀୟ ଅଧିବେଶନରେ ସମାଜବାଦୀ ପାର୍ଟି ଏହି ପ୍ରସଙ୍ଗରେ ଏହାର ଦଳୀୟ ଆଭିମୁଖ୍ୟ ସ୍ପଷ୍ଟ କରିବ। ହେଲେ ଏହା ନିଶ୍ଚିତ ଯେ ଦଳ ଏହି ସମାବିତ ମେଣ୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଚାହୁଁଛି।

ବର୍ତ୍ତମାନ ସମାଜବାଦୀ ପାର୍ଟି ଭଳି ଦଳର ସମସ୍ତ ଦଳୀୟ ସଙ୍ଗଠନକୁ (Samajwadi Party Organization) ବିଲୋପ କରି ଦିଆଯାଇଛି। ଏହା ଦେଖିବାକୁ ବାକି ରହିଲା ଯେ ଦଳୀୟ ନେତୃତ୍ୱ ଉତ୍ତର ପ୍ରଦେଶ ରାଜ୍ୟ ଶାଖା ନରେଶ ଉତ୍ତମ ପଟେଲଙ୍କୁ ବଜାୟ ରଖୁଛନ୍ତି ନା ତାଙ୍କ ସ୍ଥାନରେ ଦଳର ଅନ୍ୟ କୌଣସି ପଛୁଆ ବର୍ଗ ଚେହେରାଙ୍କୁ ଦଳର ମଙ୍ଗୁଆଳ ଦାୟିତ୍ୱ ପ୍ରଦାନ କରିପାରେ। କିଛି ପୁରୁଣା ଚେହେରା ବ୍ୟତୀତ ନୂତନ ନେତାଙ୍କୁ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ (Samajwadi Party National Executive) ସ୍ଥାନ ଦିଆଯିବ। ରାଜ୍ୟ ସଭାପତିଙ୍କ ନିଷ୍ପତ୍ତି ପରେ ଏକ ନୂତନ ରାଜ୍ୟ କାର୍ଯ୍ୟକାରିଣୀ (Samajwadi Party State Executive) ଗଠନ କରାଯିବ। ଏହା ପରେ ଦଳର ଜିଲ୍ଲା ସଭାପତି ନିଯୁକ୍ତ କରାଯିବ। ଯିଏ ଦଳର ବୁଥ ପର୍ଯ୍ୟନ୍ତ କମିଟି ଗଠନ କରିବେ।

Also Read: UP ନିର୍ବାଚନରେ କାହିଁକି ହାରିଲା ଦଳ? କାରଣ କହିଲେ ଅଖିଲେଶ ଯାଦବ

ଏନେଇ ପ୍ରତିକ୍ରିୟା ରଖି ସମାଜବାଦୀ ପାର୍ଟି ମୁଖପାତ୍ର ରାଜେନ୍ଦ୍ର ଚୌଧୁରୀ କହିଛନ୍ତି ଯେ ସେପ୍ଟେମ୍ବର ୨୮-୨୯ ତାରିଖରେ ରାଜଧାନୀ ଲକ୍ଷ୍ନୌସ୍ଥିତ ରମାବାଇ ଆମ୍ବେଦକର ମଇଦାନ ଠାରେ ଦଳ ଏହାର ରାଷ୍ଟ୍ରୀୟ ଅଧିବେଶନ ଆୟୋଜନ କରିବ। ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ୧୦ ହଜାର ଦଳୀୟ କର୍ମକର୍ତ୍ତା ଦଳ ପକ୍ଷରୁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଭାଗ ନେବେ। ଏହା ବ୍ୟତୀତ ଦଲୀୟ ବୈଠକରେ ଅନେକ ରାଜନୈତିକ, ଅର୍ଥନୈତିକ ଏବଂ ସାମାଜିକ ସଂକଳ୍ପ ପାରିତ ହେବ। ଏହା ବ୍ୟତୀତ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ରାଜ୍ୟ ସଭାପତି ନିର୍ବାଚନ ପ୍ରକ୍ରିୟା ହେବ। ଏହା ସହିତ ଲୋକସଭା ଏବଂ ପୌର ନିର୍ବାଚନ ଉପରେ ଆଲୋଚନା ହେବ।