Parliament of India: ପୁରୁଣା ଭବନର ହେବ ସଂସଦର ଶୀତକାଳୀନ ଅଧିବେଶନ, ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha1420636

Parliament of India: ପୁରୁଣା ଭବନର ହେବ ସଂସଦର ଶୀତକାଳୀନ ଅଧିବେଶନ, ଜାଣନ୍ତୁ କାରଣ

New Parliament Building of India: ବର୍ତ୍ତମାନ ଏକ ଆହ୍ୱାନପୂର୍ଣ୍ଣ ସମୟ ମଧ୍ୟରେ ନୂତନ ସଂସଦ ଭବନର ନିର୍ମାଣ କାର୍ଯ୍ୟ କରାଯାଉଥିବା ବୋଲି ସୂତ୍ରରୁ ପ୍ରକାଶ। ନିର୍ମାଣ କାର୍ଯ୍ୟ ଦିନରାତି ଚାଲିଛି। 

Parliament of India: ପୁରୁଣା ଭବନର ହେବ ସଂସଦର ଶୀତକାଳୀନ ଅଧିବେଶନ, ଜାଣନ୍ତୁ କାରଣ

Parliament Winter Session: ସଂସଦର ଶୀତକାଳୀନ ଅଧିବେଶନକୁ ନେଇ ଆସିଛି ବଡ଼ ଖବର। ଏଥର ଶୀତକାଳୀନ ଅଧିବେଶନ ପୁରୁଣା ସଂସଦ ଭବନ ପରିସରରେ ଅନୁଷ୍ଠିତ ହୋଇପାରେ। କାରଣ ନୂତନ ସଂସଦ ଭବନର କିଛି ନିର୍ମାଣ କାର୍ଯ୍ୟ ସମୟ ସୀମା ଅତିକ୍ରମ କରିପାରେ। ଏହି କାରଣରୁ ନୂତନ ସଂସଦ ଭବନ ପରିସରରେ ଶୀତ ଅଧିବେଶନ ଆୟୋଜିତ ନପାରେ। ପ୍ରତିବର୍ଷ ନଭେମ୍ବର ମାସ ତୃତୀୟ ସପ୍ତାହରୁ ଆରମ୍ଭ ହୋଇଥାଏ ସଂସଦର ଶୀତକାଳୀନ ଅଧିବେଶନ। ହେଲେ ଏହା ପୂର୍ବରୁ ଦେଶର ନୂତନ ସଂସଦ ଭବନକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖିଥିଲେ ମୋଦି ସରକାର।

ବର୍ତ୍ତମାନ ଏକ ଆହ୍ୱାନପୂର୍ଣ୍ଣ ସମୟ ମଧ୍ୟରେ ନୂତନ ସଂସଦ ଭବନର ନିର୍ମାଣ କାର୍ଯ୍ୟ କରାଯାଉଥିବା ବୋଲି ସୂତ୍ରରୁ ପ୍ରକାଶ। ନିର୍ମାଣ କାର୍ଯ୍ୟ ଦିନରାତି ଚାଲିଛି। ସଂସଦ ଭବନର ସିଭିଲ୍ କାମ ପ୍ରାୟ ସମ୍ପୂର୍ଣ୍ଣ ହୋଇସାରିଛି। ହେଲେ ଫିନ୍ସି, ବିଦ୍ୟୁତ ସଂଯୋଗ ସମେତ ଅନ୍ୟାନ୍ୟ କାର୍ଯ୍ୟ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ଜାରି ରହିପାରେ। ବିଭିନ୍ନ ସ୍ଥାନରେ ନିର୍ମାଣ କାର୍ଯ୍ୟର ଗତି ତ୍ୱରାନ୍ୱିତ କରିବା ପାଇଁ ଆସବାବପତ୍ର, କାର୍ପେଟ, ପାଚେରୀ ଏବଂ ଅନ୍ୟାନ୍ୟ ଜିନିଷ ତିଆରି ପାଇଁ କାମ ଚାଲିଛି। ହେଲେ କେଉଁ ଦିନ ନିର୍ମାଣ କାର୍ଯ୍ୟ ଶେଷ ହେବ ସେ ନେଇ ଏକ ତାରିଖ ନିର୍ଦ୍ଦିଷ୍ଟ କରିବା କଷ୍ଟକର ବ୍ୟାପର। ଏହି କାରଣରୁ ପୁରୁଣା ସଂସଦ ଭବନରେ ଶୀତକାଳୀନ ଅଧିବେଶନ ଅନୁଷ୍ଠିତ ହେବ। ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ।

ଏନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଶୀତକାଳନୀ ଅଧିବେଶନ ପୁରୁଣା ସଂସଦ ଭବନ ପରିସରରେ ଅନୁଷ୍ଠିତ ହୋଇପାରେ। କାରଣ ନୂତନ ସଂସଦ ପରିସରରେ ନିର୍ମାଣ କାର୍ଯ୍ୟ ଜାରି ରହିଥିବାରୁ ଏହାର ଅନେକ ପ୍ରବେଶ ଏବଂ ପ୍ରସ୍ଥାନ ଦ୍ୱାର ବନ୍ଦ ରହିଛି। ନୂତନ ତ୍ରିକୋଣୀୟ ସଂସଦ ଭବନ ସେଣ୍ଟ୍ରାଲ୍ ଭିଷ୍ଟା ହେଉଛି ଦେଶର କ୍ଷମତା କେନ୍ଦ୍ର ପୁନର୍ବିକାଶ ପ୍ରକଳ୍ପର ଏକ ଅଂଶବିଶେଷ। ଏହି ପ୍ରକଳ୍ପରେ ସାଧାରଣ କେନ୍ଦ୍ରୀୟ ସଚିବାଳୟ, ନୂତନ ପ୍ରଧାନମନ୍ତ୍ରୀଙ୍କ ବାସଭବନ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ନୂତନ ଉପରାଷ୍ଟ୍ରପତିଙ୍କ ଏନକ୍ଲେଭ ମଧ୍ୟ ରହିଛି।  

ସୂତ୍ରରୁ ପ୍ରକାଶ ଯେ, ସେଣ୍ଟ୍ରାଲ୍ ଭିଷ୍ଟା ବିଲଡିଂ ସମ୍ପୂର୍ଣ୍ଣ ଭାବେ ସଜ୍ଜିତ ହେବା ପରେ ମଧ୍ୟ ସଂସଦ ଅଧିବେଶନର ସୁଚାରୁ ପରିଚାଳନା, ସାଂସଦଙ୍କୁ ସମସ୍ତ ପ୍ରକାର ସହାୟତା ସୁନିଶ୍ଚିତ କରିବା, ଏଠାରେ କାମ କରୁଥିବା କର୍ମଚାରୀଙ୍କୁ ପରିଚିତ ଏବଂ ତାଲିମ ଦେବା ପାଇଁ ୧୫-୨୦ ଦିନ ସମୟ ଆବଶ୍ୟକ ହେବ। ଏନେଇ ଉଭୟ ଲୋକସଭା ଏବଂ ରାଜ୍ୟସଭା ସଚିବାଳୟ, ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର, ଆଇଟିଡିସି ଏବଂ ହାଉସ୍ କିପିଂ କର୍ମଚାରୀଙ୍କ ପାଇଁ ମକ୍ ଡ୍ରିଲ୍  ଅଭ୍ୟାସ ଆୟୋଜନ କରାଯିବ। 

Also Read: Central Vista Project: ୭୦ ପ୍ରତିଶତ ଶେଷ ହୋଇଛି ନୂତନ ସଂସଦ ଭବନ ନିର୍ମାଣ କାର୍ଯ୍ୟ

 

ଗତ ଅଗଷ୍ଟରେ କେନ୍ଦ୍ର ସରକାର ଦେଶର ନୂତନ ସଂସଦ ଭବନ (New Parliament Building of India) ସେଣ୍ଟ୍ରାଲ ଭିଷ୍ଟା (Central Vista) ନିର୍ମାଣ କାର୍ଯ୍ୟ ବାବଦରେ ସଂସଦକୁ ଅବଗତ କରାଇଥିଲେ। ଏନେଇ ଜବାବ ରଖି ସହରାଞ୍ଚଳ ଏବଂ ଗୃହ ନିର୍ମାଣ (Housing and Urban Development Ministry) ରାଷ୍ଟ୍ରମନ୍ତ୍ରୀ କୌଶଳ କିଶୋର (Union Minister Kaushal Kishore) ଲୋକସଭାରେ କହିଥିଲେ ଯେ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ (Central Vista Project) ବିକାଶ ଯୋଜନା ଅଧିନରେ ପାଞ୍ଚଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ନୂତନ ସଂସଦ ଭବନର ୭୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। 

କେନ୍ଦ୍ରମନ୍ତ୍ରୀ କୌଶଳ କିଶୋର କହିଛନ୍ତି ଯେ ସେଣ୍ଟ୍ରାଲ ଭିଷ୍ଟା  ଆଭେନ୍ୟୁ ପୁନଃନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ହୋଇଛି। ଏଥିରେ କୁହାଯାଇଛି ଯେ କେନ୍ଦ୍ରୀୟ ସଚିବାଳୟର ୧,୨,୩, ର ୧୭ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି। ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଏହାକୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଉପରାଷ୍ଟ୍ରପତିଙ୍କ ଏନକ୍ଲେଭ ର  ୨୪ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି ଏବଂ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ ଏହାକୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।