film Salaar:ସାଲାର ପାର୍ଟ ଟୁ ରେ ବନ୍ଧୁ ହେବେ ବୈରୀ,କ୍ଲାଇମାକ୍ସ କୁ ନେଇ ଚିନ୍ତାରେ ନିର୍ଦ୍ଦେଶକ
Advertisement
Article Detail0/zeeodisha/odisha2042571

film Salaar:ସାଲାର ପାର୍ଟ ଟୁ ରେ ବନ୍ଧୁ ହେବେ ବୈରୀ,କ୍ଲାଇମାକ୍ସ କୁ ନେଇ ଚିନ୍ତାରେ ନିର୍ଦ୍ଦେଶକ

ଖ୍ରୀଷ୍ଟମାସ ଅବସରରେ ରିଲିଜ୍ ହୋଇଥିବା ପ୍ରଭାସଙ୍କ 'ସାଲାର' ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି। ଫିଲ୍ମଟି ୧୦ ଦିନରେ ୬୪୪ କୋଟି ଆୟ କରିଛି । ଏବେ ବି ଏହି ଫିଲ୍ମକୁ ନେଇ ବିଶ୍ୱବ୍ୟାପୀ ଜବରଦସ୍ତ କ୍ରେଜ ରହିଛି । ଥାଲାପଥି ବିଜୟଙ୍କ 'ଲିଓ' ଏବଂ ରଜନୀକାନ୍ତଙ୍କ 'ଜେଲର'କୁ ପ୍ରଭାସଙ୍କ 'ସଲାର' ପଛରେ ପକାଇ ସାରିଲାଣି। ଏବେ ତାଙ୍କର ପରବର୍ତ୍ତୀ ଟା

SOCIAL MEDIA

film Salaar:

ଖ୍ରୀଷ୍ଟମାସ ଅବସରରେ ରିଲିଜ୍ ହୋଇଥିବା ପ୍ରଭାସଙ୍କ 'ସାଲାର' ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି। ଫିଲ୍ମଟି ୧୦ ଦିନରେ ୬୪୪ କୋଟି ଆୟ କରିଛି । ଏବେ ବି ଏହି ଫିଲ୍ମକୁ ନେଇ ବିଶ୍ୱବ୍ୟାପୀ ଜବରଦସ୍ତ କ୍ରେଜ ରହିଛି । ଥାଲାପଥି ବିଜୟଙ୍କ 'ଲିଓ' ଏବଂ ରଜନୀକାନ୍ତଙ୍କ 'ଜେଲର'କୁ ପ୍ରଭାସଙ୍କ 'ସଲାର' ପଛରେ ପକାଇ ସାରିଲାଣି। ଏବେ ତାଙ୍କର ପରବର୍ତ୍ତୀ ଟାର୍ଗେଟ ହେଉଛି  ରାଜାମୌଲିଙ୍କ 'ବାହୁବଳୀ ପାର୍ଟ-୧'। ଇତିମଧ୍ୟରେ ପ୍ରଭାସ 'ସାଲାର-୨'କୁ ନେଇ ଏକ ବଡ଼ ସଙ୍କେତ ଦେଇଛନ୍ତି।

ପ୍ରଶଂସକମାନେ 'ସାଲାର'ର ସିକ୍ୱେଲକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଯେଉଁ କାହାଣୀ ସହିତ ପ୍ରଥମ ଭାଗ ଶେଷ ହୋଇଛି, ସେହି  କାହାଣୀ ଆଗକୁ ବହୁତ ରୋମାଞ୍ଚକର  ହେବ। ଫିଲ୍ମର ସୁଟିଂ କେବେ ଆରମ୍ଭ ହେବ ଏବଂ କେବେ ରିଲିଜ ହେବ ତାକୁ ନେଇ ଆପଣଙ୍କ ମନରେ ଥିବା ସବୁ ପ୍ରଶ୍ନର ଉତ୍ତର ଏହି କାହାଣୀରେ ଅଛି।

କେବେ ଆସିବ ପ୍ରଭାସ କି ସାଲାର-୨ ?

ଖାନସରର ଚମତ୍କାର କାହାଣୀ ଯେଉଁଥିରେ  ପ୍ରଭାସ (ଦେବ) ଏବଂ ୱାର୍ଦ୍ଧା (ପୃଥ୍ଵୀରାଜ)ଙ୍କ ଅତୁଳନୀୟ ବନ୍ଧୁତାର କଥା ଆଛି ତାକୁ  ଦର୍ଶକ ଖୁବ ପସନ୍ଦ କରିଥିଲେ । ଚଳଚ୍ଚିତ୍ରଟି ପ୍ରଥମ ସପ୍ତାହରୁ ହିଁ ଭଲ ବ୍ୟବସାୟ କରିଆସୁଛି।  ଏବେ ସିକ୍ୱେଲକୁ ନେଇ ପ୍ରଭାସ ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି । ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ,

କାହାଣୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି। ଖୁବଶୀଘ୍ର ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହେବ । ଆମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେତେ ଶୀଘ୍ର ସମ୍ଭବ ଚଳଚ୍ଚିତ୍ରକୁ ଦର୍ଶକଙ୍କ ପାଇଁ  ମୁକ୍ତିଲାଭ କରିବା । ମୁଁ ଜାଣେ ମୋ ପ୍ରଶଂସକମାନେ ଫିଲ୍ମର ରିଲିଜକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । କରାଇବା । ଶୀଘ୍ର 'ସାଲାର ପାର୍ଟ-୨'ର ବିବରଣୀ ମଧ୍ୟ ସେୟାର କରାଯିବ। ମୁଁ ସବୁବେଳେ ମୋ କାମ ଦ୍ୱାରା ଅଧିକରୁ ଅଧିକ ଲୋକଙ୍କ ମନୋରଞ୍ଜନ କରିବାକୁ ଚେଷ୍ଟା କରୁଛି । ଏହା ମଧ୍ୟ ଫିଲ୍ମ ଚୟନ କରିବାର କାରଣ।

ଏହି ସମୟରେ ପ୍ରଭାସ ନିଜର ପରବର୍ତ୍ତୀ ପ୍ରୋଜେକ୍ଟ ବିଷୟରେ ମଧ୍ୟ ଘୋଷଣା କରିଛନ୍ତି । ସାଲାର ପରେ ପ୍ରଭାସ ଏକ ହରର ଫିଲ୍ମ ଜରିଆରେ ଫେରିବେ । ପ୍ରକୃତରେ, ପ୍ରଭାସ ବିଭିନ୍ନ ଜୋନରର ଫିଲମ  କରିବାକୁ ଚାହାଁନ୍ତି ଯାହା ଦ୍ୱାରା ସେ ତାଙ୍କ ପ୍ରଶଂସକମାନଙ୍କୁ ମନୋରଞ୍ଜନ କରିପାରିବେ । ପ୍ରଭାସ ପରବର୍ତ୍ତୀ ପ୍ରୋଜେକ୍ଟ ବିଷୟରେ ଘୋଷଣା କରି କହିଛନ୍ତି ଯେ, ଯେମିତି ପ୍ରଶଂସକମାନେ 'ସାଲାର'କୁ ଭଲ ପାଉଛନ୍ତି, ଠିକ୍ ସେମିତି ଭଲ ପାଇବା ଆଗାମୀ ପ୍ରୋଜେକ୍ଟକୁ ମଧ୍ୟ ଦିଅନ୍ତୁ।

ନିର୍ଦ୍ଦେଶକ ଫିଲ୍ମର କାହାଣୀ ଲିକ୍ କରିଥିଲେ

ପିଙ୍କଭିଲାକୁ ଦେଇଥିବା ଏକ ସାକ୍ଷାତକାରରେ ଫିଲ୍ମ ନିର୍ମାତା ପ୍ରଶାନ୍ତ ନୀଲ କହିଛନ୍ତି, 'ସାଲାର'ର ସିକ୍ୱେଲକୁ ନେଇ ମୁଁ ବହୁତ ଉତ୍ସାହିତ। ପ୍ରଥମ ଭାଗରେ ନଜର ଆସିଥିବା ଚରିତ୍ରମଧ୍ୟ ସିକ୍ୱେଲରେ ଏକାଠି ନଜର ଆସିବେ । ବାସ୍ତବରେ ପ୍ରଶାନ୍ତ ନୀଲ ଫିଲ୍ମର ଦ୍ୱିତୀୟ ଭାଗ ଅପେକ୍ଷା ଏହାର କ୍ଲାଇମାକ୍ସ  ଉପରେ  ଅଧିକ କାମ କରୁଛନ୍ତି । ଯାହାକୁ ସେ ସାକ୍ଷାତକାର ସମୟରେ ମଧ୍ୟ ପ୍ରକାଶ କରିଛନ୍ତି।

ପ୍ରଶାନ୍ତ ନୀଲ ଦ୍ବିତୀୟ ଭାଗର ଅନ୍ତ ବିଷୟରେ ପୂର୍ବରୁ ପ୍ରକାଶ କରିସାରିଛନ୍ତି। ଦେବ ଓ ୱାର୍ଦ୍ଧାଙ୍କ ମଧ୍ୟରେ ବନ୍ଧୁତା ଓ ଶତ୍ରୁତା ସହିତ ସେ 'ସାଲାର-୨'କୁ ଶେଷ କରିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି। ଫିଲ୍ମକୁ ନେଇ ଏହା ତାଙ୍କର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।