Rath Yatra 2023: ଜାଣନ୍ତୁ ଶ୍ରୀଜିଉଙ୍କ ତିନି ରଥକୁ ନେଇ କିଛି ଖାସ୍ କଥା...
Advertisement

Rath Yatra 2023: ଜାଣନ୍ତୁ ଶ୍ରୀଜିଉଙ୍କ ତିନି ରଥକୁ ନେଇ କିଛି ଖାସ୍ କଥା...

Rath Yatra 2023: ଦିନ ୧୨.୩୦ ମିନିଟରେ ପହଣ୍ଡି ଶେଷ କରାଯିବା ପରେ ଦିନ ୧ଟା ବେଳେ ଶ୍ରୀରାମ ଓ ଶ୍ରୀକୃଷ୍ଣ ବିଜେ ହେବେ । ପରେ ଦିନ ୨ ଟା ୩୦ରେ ଛେରା ପହଁରା ନୀତି ସମ୍ପାଦନ କରିବେ ଗଜପତି ମହାରାଜ ଦିବ୍ୟସିଂହ ଦେବ । ୩ ରଥରେ ଛେରା ପହଁରା ନୀତି କାର୍ଯ୍ୟକ୍ରମ ଶେଷ ହେବା ପରେ ଅପରାହ୍ନ ୩ଟାରେ ଚାରମାଳ ଫିଟା ହେବା ସହ ଘୋଡ଼ା ସାରଥୀ ରଥ (chariots)ରେ ଯୋଚା ହେବ । ଏ ସମସ୍ତ କାର୍ଯ୍ୟ ସରିବା ପରେ ଅପରାହ୍ଣ ୪ଟା ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ ।

ସୌ(ସୋସିଆଲ ମିଡିଆ)

Rath Yatra 2023: ଆଜି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଜଗତର ନାଥ ଜଗନ୍ନାଥଙ୍କୁ ପାଖରୁ ଦର୍ଶନ ଲାଗି ବ୍ୟାକୁଳ ଲକ୍ଷ ଲକ୍ଷ ଭକ୍ତ। ଉଠୁଛି ପଡୁଛି ଶ୍ରୀକ୍ଷେତ୍ର । ବଡ଼ ଦାଣ୍ତରେ ଜମିଲାଣି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ଘୋଷଯାତ୍ରାକୁ ନେଇ ସମସ୍ତ ପ୍ରସ୍ତୁତ ଶେଷ ହୋଇଥିବା ବେଳେ ଅପେକ୍ଷା ଚତୁର୍ଦ୍ଦାମୂର୍ତ୍ତି ପହଣ୍ତି ବିଜେକୁ । ପ୍ରତିବର୍ଷ ଆଷାଢ ଦ୍ବିତୀୟା ତିଥି ଶୁକ୍ଳପକ୍ଷେର ପତିତପାବନ ଲୀଳା ଦେଖାଇଥାଆନ୍ତି ଶ୍ରୀଜିଉ । ସକାଳ ୬ ଟାରେ ମଙ୍ଗଳ ଆଳତି ପରେ ୬ଟା ୧୦ରେ ମଇଲମ ନୀତି କରାଯାଇଥିଲା । ପରେ ସକାଳ ୬ଟା୩୦ ସମୟରେ ତଡ଼ପ ଲାଗି ନୀତି ଓ ରୋଷ ହୋମ ନୀତି ଶେଷ ହୋଇଥିଲା । ପରେ ସକାଳ ୭ଟାରେ ଅବକାଶ ନୀତି, ସୂର୍ଯ୍ୟ ପୂଜା ଓ ୭ ଟା ୩୦ ମିନିଟ୍ ରେ ଦ୍ୱାରପାଳ ପୂଜା ହୋଇଥିଲା ।  , ନୀତି ନିର୍ଘଣ୍ଟର ପୂର୍ବରୁ କାର୍ଯ୍ୟକ୍ରମ ସମ୍ପାଦନ ହେବ ବୋଲି ସେବାୟତଙ୍କ କହିଛନ୍ତି । ସକାଳ ୮ଟାରେ ଖେଚୁଡି ଭୋଗ, ସକାଳ ୯ ଟାରେ ରଥ ପ୍ରତିଷ୍ଠା, ସକାଳ ୯ଟା ୧୫ ମିନିଟ୍ ରେ ମଙ୍ଗଳାର୍ପଣ, ସକାଳ ୯ ଟା ୩୦ରେ ପହଣ୍ଡି ଆରମ୍ଭ କାର୍ଯ୍ୟକ୍ରମ ନୀତି ରହିଛି । ଦିନ ୧୨.୩୦ରେ ପହଣ୍ଡି ଶେଷ କରାଯିବା ପରେ ଦିନ ୧ଟା ବେଳେ ଶ୍ରୀରାମ ଓ ଶ୍ରୀକୃଷ୍ଣ ବିଜେ ହେବେ । ପରେ ଦିନ ୨ ଟା ୩୦ରେ ଛେରା ପହଁରା ନୀତି ସମ୍ପାଦନ କରିବେ ଗଜପତି ମହାରାଜ ଦିବ୍ୟସିଂହ ଦେବ । ୩ ରଥରେ ଛେରା ପହଁରା ନୀତି କାର୍ଯ୍ୟକ୍ରମ ଶେଷ ହେବା ପରେ ଅପରାହ୍ନ ୩ଟାରେ ଚାରମାଳ ଫିଟା ହେବା ସହ ଘୋଡ଼ା ସାରଥୀ ରଥ (chariots)ରେ ଯୋଚା ହେବ । ଏ ସମସ୍ତ କାର୍ଯ୍ୟ ସରିବା ପରେ ଅପରାହ୍ଣ ୪ଟା ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ ।

ଜାଣନ୍ତୁ ତିନି ରଥକୁ କିଛି ତଥ୍ୟ....

ନନ୍ଦିଘୋଷ ରଥ (Nandighosh Rath)

ଜଗତର ନାଥ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ‘ଗରୁଡ଼ଧ୍ବଜ’ ବା ‘କପିଳଧ୍ବଜ’ ନାମରେ ମଧ୍ଯ ପରିଚିତ । ନନ୍ଦିଘୋଷରେ ପ୍ରଭୁ ଜଗନ୍ନାଥଙ୍କ ସହ ମଦନମୋହନ ବିଜେ କରିଥାଆନ୍ତି । ୪୫’୬ ଫୁଟ ଉଚ୍ଚତା ବିଶିଷ୍ଟ ନନ୍ଦିଘୋଷ ରଥ ପ୍ରସ୍ତୁତି ଲାଗି ମୋଟ ୭୪୨ଟି କାଠ ବ୍ୟବହାର ହୋଇଥାଏ । ଏଥିରେ ୧୬ଟି ଚକ ରହିଥିବା ବେଳେ ପ୍ରତି ଚକର ଭିନ୍ନ ଭିନ୍ନ ନାଁ ମଧ୍ୟ ରହିଛି । ନନ୍ଦିଘୋଷରେ ଲାଗିଥିବା ପତାକାକୁ ‘ତ୍ରୀଲୋକମୋହିନି’ ବୋଲି କୁହାଯାଏ। ଏଥିରେ ଶଂଖ, ସ୍ବେତ, ବଳାହକ ଓ ହରିଦ୍ବାଶ ନାମରେ ମୋଟ ୪ଟି ଘୋଡ଼ା ରହିଛି । ଏହାର ରଥ ଦୌଉଡ଼ିକୁ ‘ଶଙ୍ଖଚୂଡ଼’ ବୋଲି କୁହାଯାଏ । ଏହାର ରଥାବରଣ କପଡ଼ା ନାଲି ଓ ହଳଦିଆ ରଙ୍ଗର ହୋଇଥାଏ । ନନ୍ଦିଘୋଷ ରଥ ନିର୍ମାଣ କାମ ଶେଷ ହେବା ପୂର୍ବରୁ ପ୍ରାୟ ୧୪ ଜଣ ଦରଜୀ ସେବକଙ୍କ ଦ୍ବାରା ନିର୍ଦ୍ଦିଷ୍ଟ ତିଥିରେ ଆରମ୍ଭ ହୋଇ ରଥ ମଣ୍ତିଣି କନା ପ୍ରସ୍ତୁତ କରାଯାଇ ତିନି ରଥରେ ସୁସଜ୍ଜିତ କରାଯାଏ ।

ରଥଯାତ୍ରାକୁ ନେଇ ଦେଖନ୍ତୁ ସିଧାପ୍ରସାରଣ-  https://fb.watch/lgTopUCvor/

ତାଳଧ୍ବଜ ରଥ ( Taladhwaja Rath)

ତାଳଧ୍ବଜ ରଥ ‘ଲଙ୍ଗଳ ଧ୍ବଜ’ ନାମରେ ମଧ୍ୟ ବେଶ ପରିଚିତ । ଏଥିରେ ପ୍ରଭୁ ବଳଭ୍ରଦଙ୍କ ସହ ରାମକୃଷ୍ଣ ବିଜେ କରିଥାଆନ୍ତି । ଏଥିରେ ମୋଟ ୭୩୧ଟି କାଠ ବ୍ୟବହାର କରାଯାଇଥିବା ବେଳେ ୧୪ଟି ଚକ ରହିଥାଏ । ଏହାର ଉଚ୍ଚତା ୪୫ ଫୁଟ ଅଟେ । ତାଳଧ୍ବଜ ରଥରେ ୪ଟି ଲେଖାଏଁ ଅଶ୍ବ , ଗୋଟିଏ ସାରଥୀ, ଦୁଇଟି ଶୁଆ, ରଥବାଡ଼, ୯ଟି ଲେଖାଏଁ ପାର୍ଶ୍ବ ଦେବତା ଖଞ୍ଜା ଯାଇଥାଏ । ଏହାର ରଥାବରଣ କପଡ଼ାର ରଙ୍ଗ ନାଲି ଓ ସବୁଜ ରଙ୍ଗ ହୋଇଥିବା ବେଳେ ପତାକାର ନାମ ‘ଉନ୍ନନ’ ଅଟେ । ତାଳଧ୍ବଜ ରଥ ଦଉଡ଼ିକୁ ‘ବାସୁକୀ’ ବୋଲି କୁହାଯାଏ ।

ଦେବଦଳନ ରଥ (Debadalana Rath)

ଦେବଦଳନ ରଥ ‘ଦର୍ପଦଳନ’ ବା ‘ପଦ୍ମଧ୍ବଜ’ ନାମରେ ପରିଚିତ । ଏଥିରେ ଦେବୀ ସୁଭଦ୍ରାଙ୍କ ସହ ଶ୍ରୀ ସୁଦର୍ଶନ ବିଜେ କରିଥାନ୍ତି । ଏଥିରେ ମୋଟ ୭୧୧ଟି କାଠ ବ୍ୟବହାର ହୋଇଥିବା ବେଳେ ଏହାର ଚକ ସଂଖ୍ୟା ୧୨ ଅଟେ । ୪୪’ ୦୬” ଫୁଟ ଉଚ୍ଚତା ବିଶିଷ୍ଟ ଏହି ରଥରେ ୪ଟି ଘୋଡ଼ା ରହିଥିବା ବେଳେ ଘୋଡ଼ା ମାନଙ୍କ ରଙ୍ଗ ନାଲି ହୋଇଥାଏ । ଦର୍ପଦଳନ ରଥ ଦଉଡ଼ି ‘ସ୍ବର୍ଣ୍ଣଚୂଡ଼’ ବୋଲି କୁହାଯାଏ । ଏହାର ରଥାବରଣ କପଡ଼ାର ରଙ୍ଗ ନାଲି ଓ କଳା ଅଟେ ।

ତଥ୍ୟ- ସୌଜନ୍ୟ ଉଇକିପିଡ଼ିଆ