Rath Yatra 2023: ଜନ୍ମବେଦୀରେ ତିନି ଠାକୁର, ଆଜିଠୁ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢା
Advertisement

Rath Yatra 2023: ଜନ୍ମବେଦୀରେ ତିନି ଠାକୁର, ଆଜିଠୁ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢା

Rath Yatra 2023: ଜନ୍ମବେଦୀରେ ତିନି ଠାକୁର। ଶ୍ରୀମନ୍ଦିର ଛାଡି ଜନ୍ମବେଦୀକୁ ବାହୁଡିଛନ୍ତି କଳାଠାକୁର । ଦଇତା ପତି ସେବକମାନେ ତିନି ରଥରୁ ଶ୍ରୀଜିଉମାନଙ୍କୁ ରଥରୁ ପହଣ୍ଡି କରି ଶ୍ରୀ ଗୁଣ୍ଡିଚା ମନ୍ଦିର(Gundicha Temple)ର ଆଡ଼ପ ମଣ୍ଡପରେ ବିଜେ କରାଇଛନ୍ତି। ଆଜିଠୁ ଭକ୍ତଙ୍କୁ ମିଳିବ ଆଡପ ଅବଢା ଏହାସହ ଆଜି ଜଗାର ଦର୍ଶନ ମଧ୍ୟ ..... ପଢନ୍ତୁ ପୂରା ରିପୋର୍ଟ...

 

ସୌଜନ୍ୟ- ସୋସିଆଲ ମିଡ଼ିଆ

Rath Yatra 2023: ଶ୍ରୀଜିଉଙ୍କ ଆଡ଼ପ ବିଜେ(Lord Jagannath) । ଜନ୍ମବେଦୀରେ ତିନି ଠାକୁରଙ୍କ ଚାଲିବ ଲିଳାଖେଳା । ଶ୍ରୀମନ୍ଦିର ଛାଡି ଜନ୍ମବେଦୀକୁ ବାହୁଡିଛନ୍ତି ତିନି ଠାକୁର । ଦଇତା ପତି ସେବକମାନେ ତିନି ରଥରୁ ଶ୍ରୀଜିଉମାନଙ୍କୁ ରଥରୁ ପହଣ୍ଡି କରି ଶ୍ରୀ ଗୁଣ୍ଡିଚା ମନ୍ଦିର(Gundicha Temple)ର ଆଡ଼ପ ମଣ୍ଡପରେ ବିଜେ କରାଇଛନ୍ତି। ଗୁରୁବାର ରିତିନିତି ଅନୁସାରେ,ସଂନ୍ଧ୍ୟା ଧୂପ ପରେ ରଥରୁ ଘୋଡା ଖୋଲାଯାଇ ଚାରମାଳ ବନ୍ଧାଯାଇଥିଲା । ଏହାପରେ ପୁଷ୍ପାଞ୍ଜଳି ବନ୍ଦାପନା ଅନୁଷ୍ଠିତ ହୋଇ ଆରମ୍ଭ ହୋଇଥିଲା ପହଣ୍ଡି ନୀତି । ପ୍ରଥମେ ଚଳନ୍ତି ପ୍ରତିମା ମଦନମୋହନ, ରାମ କୃଷ୍ଣ ଶ୍ରୀଗୁଣ୍ଡିଚାକୁ ବିଜେ କରିବା ପରେ ଗୋଟି ପହଣ୍ଡିରେ ଯାଇଥିଲେ ଚକ୍ରରାଜ ସୁଦର୍ଶନ । 

Also Read: Horoscope Today 23 June 2023: ଏହି ସବୁ ରାଶି ପାଇବେ ଶୁଭଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଶୁକ୍ରବାର

Also Read: Puri News: ଏବେ ରୂପାରେ ଝଲସିବ ସିଂହଦ୍ଵାର, ପ୍ରସ୍ତୁତି ଜୋରଦାର୍

ପରେ ଶ୍ରୀଗୁଣ୍ତିଚା ମନ୍ଦିରକୁ (Gundicha Temple) ବିଜେ କରିଥିଲେ ପ୍ରଥମେ ବଡ ଭାଇ ବଳଭଦ୍ର ତା ପରେ ଭଉଣୀ ସୁଭଦ୍ରା ଏବଂ କାଳିଆ ସାଆନ୍ତ । ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ ନୀତି ଦେଖିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ହଜାର ହଜାର ଭକ୍ତଙ୍କ ଭିଡ ଜମିଥିଲା। ହରିବୋଲ, ହୁଳହୁଳି ଧ୍ବନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥଲା। ଆଜି ଭୋର ୫ଟା ସମୟରେ ମଙ୍ଗଳ ଆଳତୀ ପରେ ୬ଟା ରୁ ଆଡ଼ପ ଦର୍ଶନ ଆରମ୍ଭ ହୋଇଛି। ସେହିପରି ଆଜିଠାରୁ ଭକ୍ତ ମାନେ ଆଡ଼ପ ଅବଢ଼ା ପ୍ରସାଦ(adap abadha) ଭାବେ ପାଇପାରିବେ।  ଏହାସହ ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ।  ଏଥିପାଇଁ ସଂଧ୍ୟାରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶନିବାର ହେରା ପଞ୍ଚମୀ ତିଥି ଅନୁଷ୍ଠିତ ହେବ। ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

Also Read: Boudh Road Accident: ଦୁର୍ଘଟଣା ଘଟାଇଲା PCR ଭ୍ୟାନ୍! ମହିଳା ASIଙ୍କ ଅବସ୍ଥା ସଙ୍କଟାପନ୍ନ

Also Read: Bollywood: ଫ୍ୟାନ୍ସଙ୍କ ହୃଦୟ ଜିତିଲେ କାର୍ତ୍ତିକ୍, କିଆରାଙ୍କ ପାଇଁ କଲେ ଏଭଳି କାମ, ଦେଖନ୍ତୁ ଭିଡି଼ଓ

ରଥଯାତ୍ରା ଦେଖିବା ପୁରୀକୁ ହଜାର ହଜାର ଭକ୍ତଙ୍କର ଭିଡ଼ ଲାଗିଥିଲା ।  ଦେଶ ବିଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ (rath yatra 2023)  ଆସିଛନ୍ତି । ରଥ ଯାତ୍ରା (rath yatra 2023) ଜୁନ୍‌‌ ୨୦ରେ ଅନୁଷ୍ଠିତ ହୋଇଥିବା ବେଳେ ଜୁନ୍‌‌ ୨୮ ତାରିଖ ବାହୁଡ଼ା ଯାତ୍ରା ନୀତି ନିର୍ଘଣ୍ଟ ହୋଇଛି। ୨୯ ତାରିଖ ଅପରାହ୍ନ ୫ଟାରୁ ସନ୍ଧ୍ୟା ସାଢେ ୬ଟା ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ୩୦ ତାରିଖ ରାତି ୮ଟାରେ ଅଧରପଣା ନୀତି ସମ୍ପନ୍ନ ହେବ। ଜୁଲାଇ ୧ ତାରିଖରେ ମହାପ୍ରଭୁ ନୀଳାଦ୍ରିବିଜେ ଅର୍ଥାତ୍‌‌ ରତ୍ନସିଂହାସନକୁ ବିଜେ କରିବେ ବୋଲି ନୀତି ଚୂଡ଼ାନ୍ତ ହୋଇଛି। 

Also Read: Shane Warne Death Reason: କୋରୋନା ଟିକା ଯୋଗୁଁ ହୋଇଥିଲା ସେନ ୱାର୍ଣ୍ଣଙ୍କ ମୃତ୍ୟୁ! ଡାକ୍ତରମାନେ କଲେ ବଡ଼ ଦାବି, ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ

Also Read: Asia Cup 2023: ଏସିଆ କପ ଜିତିଲା ଭାରତ, ଧୋଇଗଲା ପାକିସ୍ତାନର ମ୍ୟାଚ

Also Read: BCCI Selection Committee: ମୁଖ୍ୟ ଚୟନକର୍ତ୍ତା ପଦବୀ ପାଇଁ ବିସିସିଆଇ ଜାରି କଲା ଖାଲି ବିଜ୍ଞପ୍ତି, ଜାଣନ୍ତୁ କ’ଣ ହେବା ଉଚିତ୍ ଯୋଗ୍ୟତା?