ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡ଼ପ ଦର୍ଶନ କରି ଭାବବିହ୍ବଳ ହେଲେ ଭକ୍ତ, ଜନ ସମୁଦ୍ର ପାଲଟିଲା ଗୁଣ୍ତିଚା ମନ୍ଦିର
Advertisement

ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡ଼ପ ଦର୍ଶନ କରି ଭାବବିହ୍ବଳ ହେଲେ ଭକ୍ତ, ଜନ ସମୁଦ୍ର ପାଲଟିଲା ଗୁଣ୍ତିଚା ମନ୍ଦିର

Rath Yatra: କୁହାଯାଏ, ବା ବିଶ୍ବାସ ରହିଛି ଥରେ ଆଡ଼ପ ଦର୍ଶନ ଦଶ ବର୍ଷର ଶ୍ରୀମନ୍ଦିର ଦର୍ଶନ ସହ ସମାନ । ଏହି ବିଶ୍ବାସ ସହ କାଳିଆ ସାଆନ୍ତକୁ ଦେଖିବା ଲାଗି କାହିଁ କେତେ ଦୂରରୁ ଧାଇଁ ଆସିଥିଲେ ଭକ୍ତ । ଦିନ ତମାମ ଶ୍ରୀ ଗୁଣ୍ତିଚା ମନ୍ଦିର ଆଗରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । 

ସୌ(ସୋସିଆଲ ମିଡିଆ)

Rath Yatra 2023: ରତ୍ନବେଦୀ ଛାଡ଼ି ଜନ୍ମ ବେଦୀରେ ତିନି ଠାକୁର । ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରା ଅବସରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଜନ୍ମବେଦୀରୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଶୁକ୍ରବାର ଦିନ ମହାବାହୁଙ୍କ ଆଡ଼ପ ଦର୍ଶନ (Adapa Darshan) ଲାଗି ଜନ୍ମ ସମୁଦ୍ର ପାଲଟିଥିଲା ଶ୍ରୀ ଗୁଣ୍ତିଚା ମନ୍ଦିର (Gundicha Temple) ସମ୍ମୁଖ ରାସ୍ତା । କୁହାଯାଏ, ବା ବିଶ୍ବାସ ରହିଛି ଥରେ ଆଡ଼ପ ଦର୍ଶନ ଦଶ ବର୍ଷର ଶ୍ରୀମନ୍ଦିର ଦର୍ଶନ ସହ ସମାନ । ଏହି ବିଶ୍ବାସ ସହ କାଳିଆ ସାଆନ୍ତକୁ ଦେଖିବା ଲାଗି କାହିଁ କେତେ ଦୂରରୁ ଧାଇଁ ଆସିଥିଲେ ଭକ୍ତ । ଦିନ ତମାମ ଶ୍ରୀ ଗୁଣ୍ତିଚା ମନ୍ଦିର ଆଗରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଧାଡ଼ିରେ ରହି ମହାପ୍ରଭୁଙ୍କ ଆଡ଼ପ ଦର୍ଶନ କରି ଭାବବିହ୍ବଳ ହୋଇପଡ଼ିଥିଲେ ଅଗଣିତ ଭକ୍ତ । ଦର୍ଶନକୁ ଶୃଙ୍ଖଳିତ କରିବା ଲାଗି ଶ୍ରୀ ଗୁଣ୍ତିଚା ମନ୍ଦିର ସମ୍ମୁଖରେ ବ୍ୟାରିକେଡ଼ ବ୍ୟବସ୍ଥା କରାଯିବା ସହ ଭିଡ଼ ନିୟନ୍ତ୍ରଣ ଲାଗି ପୋଲିସ ପ୍ରଶାସନ ପକ୍ଷରୁ ଫୋର୍ସ ମୁତୟନ କରାଯାଇଥିଲା ।

ସେପଟେ ରଥ ଉପରେ ବିରାଜମାନ ଶ୍ରୀଜିଉ ଦୁଇ ଦିନ ଧରି ଶୁଖିଲା ଭୋଗ ଖାଉଥିଲେ । ଶୁକ୍ରବାର ଦିନଠାରୁ ଅନ୍ନବ୍ୟଞ୍ଜନ ଲାଗି ହେବା ପରେ ଆଡ଼ପ ଅବଢା ଖାଇବାର ସୌଭାଗ୍ୟ ପାଇଥିଲେ ଶ୍ରଦ୍ଧାଳୁ । ବର୍ଷକରେ ଥରେ ବାହାରୁଥିବା ଏହି ଆଡ଼ପ ଅବଢା (Adap Abadha) ପାଇ ଖୁସିରେ ବିଭୋର ହୋଇଯାଇଥିଲେ ଭକ୍ତ । ଏମିତି କି ଅବଢା ପାଇବା ଲାଗି ଦୀର୍ଘ ସମୟ ଧରି ଧାଡ଼ିରେ ଠିଆ ହୋଇ ଆନନ୍ଦ ବଜାରରୁ ପ୍ରଥମ ଆଡ଼ପ ଅବଢା ନେଇଥିଲେ ଶ୍ରଦ୍ଧାଳୁ । ସମସ୍ତ ନୀତି ନିର୍ଦ୍ଧାରିତ ସମୟରେ ଶେଷ ହୋଇଥିଲା । ଏହାପରେ ବନକଲାଗୀ ନୀତି ପାଇଁ ଦ୍ବିତୀୟ ଭୋଗ ମଣ୍ତପ ପରେ ଦର୍ଶନ ବନ୍ଦ ରଖାଯାଇଥିଲା । ପରେ ଶ୍ରୀମୁଖ ଶୃଙ୍ଖାର ପାଇଁ ଦତ୍ତ ମହାପାତ୍ର ସେବକମାନେ ଶ୍ରୀନ୍ଦିରରେ ପ୍ରବେଶ କରିଥିଲେ ।

Also Read-Rath Yatra 2023: ଆଡ଼ପ ମଣ୍ଡପରେ ଶ୍ରୀଜିଉ, ଜାଣନ୍ତୁ କ’ଣ ରହିଛି ଆଡ଼ପ ଦର୍ଶନର ମାହାତ୍ମ୍ୟ

Also Read-Rath Yatra 2023: ଜାଣନ୍ତୁ ଶ୍ରୀଜିଉଙ୍କ ତିନି ରଥକୁ ନେଇ କିଛି ଖାସ୍ କଥା...

ପ୍ରକାଶ ଥାଉ କି, ଗୁରୁବାର ଦିନ ସନ୍ଧ୍ୟାରେ ଆଡ଼ପ ମଣ୍ତପକୁ (Adapa Mandap bije) ଗୋଟି ପହଣ୍ତିରେ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି । ପରେ ଶୁକ୍ରବାର ଦିନ ଭୋର ୪ଟାରେ ଦ୍ବାରଫିଟା ପରେ ମଙ୍ଗଳ ଆଳତି ଓ ତଡ଼ପଲାଗି ନୀତି ଶେଷ ହୋଇଥିଲା । ଅବକାଶ ନୀତି ପରେ ଭକ୍ତ ମାନେ ସକାଳ ସାଢେ ୭ଟାରୁ ସାଢେ ୮ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ କରିଥିଲେ । ପ୍ରଥମେ ଭୋଗ ମଣ୍ତପ ନୀତି ସଂପନ୍ନ ପରେ ଆଡ଼ପ ଅବଢା ବାହାରିଥିଲା । ପରେ ସନ୍ଧ୍ୟାରେ ଦ୍ବିତୀୟ ଭୋଗ ମଣ୍ତପ ପରେ ମହାବାହୁଙ୍କ ବନକଲାଗି (Banaka lagi niti) ନୀତିକାନ୍ତି ଆରମ୍ଭ ହୋଇଥିଲା । ତେବେ ଆଜି ଅର୍ଥାତ୍ ଶନିବାର ଦିନ ମହାବାହୁଙ୍କ ଶ୍ରୀଗୁଣ୍ତିଚା ଯାତ୍ରାର ପଞ୍ଚମ ଦିନରେ ହେରାପଞ୍ଚମୀରେ (Hera Panchami 2023) ମା ଲକ୍ଷ୍ମୀ ଠାକୁରାଣୀ ଶ୍ରୀ ଗୁଣ୍ତିଚା ମନ୍ଦିର ଆସିବାର ପରମ୍ପରା ରହିଛି । ଏହି ଅବସରରେ ମାଆ ଶ୍ରୀ ଗୁଣ୍ତିଚା ମନ୍ଦିର ଆସିବା ବାଟରେ ଅଭିମାନରେ ଜଗତର ନାଥ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରୁ କାଠ ଖଣ୍ତେ ଭାଙ୍ଗି ଫେରିଥାଆନ୍ତି ।

Also Read-Puri News: ଏବେ ରୂପାରେ ଝଲସିବ ସିଂହଦ୍ଵାର, ପ୍ରସ୍ତୁତି ଜୋରଦାର୍

Also Read-Rath Yatra 2023: ବଳଦେବଜୀଉଙ୍କ ପାଖରେ ପହଞ୍ଚିଲା ଶିଆଳି ଦଉଡି଼, ଜାଣନ୍ତୁ କ’ଣ ରହିଛି ଏହା ପଛର କିମ୍ବଦନ୍ତୀ!

Also Read-Horoscope Today 24 June 2023: ଆଜି ୬ଟି ରାଶି ପାଇଁ ଅତ୍ୟନ୍ତ ଶୁଭ, ଏହି ୨ଟି ରାଶି ରୁହନ୍ତୁ ସାବଧାନ: ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?