Rath Yatra 2023: ରଥଯାତ୍ରା ଲାଗି ପୁରୀ ଯାଉଛନ୍ତି କି? ତାହାଲେ ଜାଣିରଖନ୍ତୁ କେଉଁଠି କରିବେ ଗାଡ଼ି ପାର୍କିଂ..
Advertisement

Rath Yatra 2023: ରଥଯାତ୍ରା ଲାଗି ପୁରୀ ଯାଉଛନ୍ତି କି? ତାହାଲେ ଜାଣିରଖନ୍ତୁ କେଉଁଠି କରିବେ ଗାଡ଼ି ପାର୍କିଂ..

Rath Yatra: ୧୫ ଦିନର ଅଣସର ଶେଷ କରି ସୋମବାର ଦିନ ଅଣସର ପିଣ୍ତିରେ ଭକ୍ତଙ୍କୁ ନବଯୌବନ ଦର୍ଶନ ଦେଇଥିଲେ ମହାବାହୁ। ଏନେଇ ସକାଳ ୮ଟାରୁ ଦର୍ଶନ ଆରମ୍ଭ ହୋଇଥିଲା । ଦକ୍ଷିଣ ଦ୍ବାର ଦେଇ ଶ୍ରଦ୍ଧାଳୁ ଶ୍ରୀମନ୍ଦିରକୁ ପ୍ରବେଶ କରିବା ପରେ ପାରମାଣିକ ଟିକେଟଧାରୀ ମାନେ ସାହାଣ ମେଲା ଦର୍ଶନ କରିଥିଲେ । ଏହାପରେ ଦିନ ୧୧ଟା ପରଠାରୁ ଦର୍ଶନ ବନ୍ଦ ରଖାଯାଇଛି । ପରଦିନ ଅର୍ଥାତ୍ ମଙ୍ଗଳବାର ଦିନ ରଥାଯାତ୍ରା ଅନୁଷ୍ଠିତ ହେବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ସୌ(ସୋସିଆଲ ମିଡିଆ)

Rath Yatra 2023: ରାତି ପାହିଲେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା (Rath Yatra 2023) । ସେପଟେ ଅଣସର ଘରେ ଗୋପନ ନୀତି ପରେ ଜୂରରେ ପଡି଼ଥିବା ମହାପ୍ରଭୁ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଶ୍ରୀଜିଉ ସୁସ୍ଥ ହେବା ପରେ ଖଡ଼ି ଲାଗି ସହ ରବିବାର ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଦୁଇ ଦିନିଆ ବନକଲାଗି ନୀତି (Banaka Lagi Rituals) ସମ୍ପନ୍ନ ହୋଇଥିଲା । ଏହାପରେ ନବଯୌବନ ପ୍ରାପ୍ତ ହୋଇଥିଲେ ଶ୍ରୀଜିଉ । ୧୫ ଦିନର ଅଣସର ଶେଷ କରି ସୋମବାର ଦିନ ଅଣସର ପିଣ୍ତିରେ ଭକ୍ତଙ୍କୁ ନବଯୌବନ ଦର୍ଶନ (Nabajouban Darshan) ଦେଇଥିଲେ ମହାବାହୁ। ଏନେଇ ସକାଳ ୮ଟାରୁ ଦର୍ଶନ ଆରମ୍ଭ ହୋଇଥିଲା । ଦକ୍ଷିଣ ଦ୍ବାର ଦେଇ ଶ୍ରଦ୍ଧାଳୁ ଶ୍ରୀମନ୍ଦିରକୁ ପ୍ରବେଶ କରିବା ପରେ ପାରମାଣିକ ଟିକେଟଧାରୀ ମାନେ ସାହାଣ ମେଲା ଦର୍ଶନ କରିଥିଲେ । ଏହାପରେ ଦିନ ୧୧ଟା ପରଠାରୁ ଦର୍ଶନ ବନ୍ଦ ରଖାଯାଇଛି । ପରଦିନ ଅର୍ଥାତ୍ ମଙ୍ଗଳବାର ଦିନ ରଥାଯାତ୍ରା ଅନୁଷ୍ଠିତ ହେବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ସୂଚନା ଥାଉ କି, ରଥଯାତ୍ରାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରାଯାଇଛି । କେମିତି ରଥ ଟଣା ଯିବ ସେନେଇ ପୁରୀ ରିଜର୍ଭ ପୋଲିସ ଲାଇନ ପଡ଼ିଆରେ ମକଡ୍ରିଲ୍ କରାଯାଇଛି । ଏଡ଼ିଜି ନିଜେ ଏହି ମକଡ୍ରିଲ୍ ନେଇ ସମୀକ୍ଷା କରିଥିବା ବେଳେ ସୁରକ୍ଷା ବ୍ୟବସ୍ଥା ନେଇ ଅନୁଧ୍ୟାନ କରିଛନ୍ତି । ରଥଯାତ୍ରା ସମୟର ଡେମୋ କରାଯାଇ ତିନୋଟି ପୋଲିସ ଜିପକୁ ତିନୋଟି ରଥ ଭାବେ ନିଆଯାଇ କର୍ଡ଼ନ ମଧ୍ଯରେ ରଥଟଣା କରାଯାଇଥିଲା। ଭିଡ଼ ଭିତରେ ରଥ ଗୁଡ଼ିକ କିଭଳି ଟଣାଯିବ, ଇନର ଓ ଆଉଡ଼ର କର୍ଡ଼ନ କିଭଳି ରହିବ । ମାଜେଷ୍ଟ୍ରେଟଙ୍କ ଦ୍ବାରା ରଥ କିଭଳି ନିୟନ୍ତ୍ରଣ କରାଯିବ ସେ ନେଇ ପୋଲିସ ଅଧିକାରୀଙ୍କୁ ଏହି ମକଡ୍ରିଲରେ ପ୍ରଶିକ୍ଷଣ ଦିଆଯାଇଛି ।

  • ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ଯ ତାଳବଣିଆରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ବର ଓ କୋଣାର୍କ ଆଡୁ଼ ଆସୁଥିବା ସମସ୍ତ ଚାରି ଚକିଆ ଗାଡ଼ି ମାଳତୀପାଟପୁର ଦେଇ ଏଠାରେ ପାର୍କିଂହେବ ।
  • ସେହିପରି ଭୁବନେଶ୍ବର ଦେଇ ଆସୁଥିବା ଦୁଇ ଚକିଆ ଯାନ ମଙ୍ଗଳାଘାଟ ବାଇପାସ ହୋଇ ଜଗନ୍ନାଥବଲ୍ଲଭ ଓ ମଶାଣୀ ଚଣ୍ତିରେ ପାର୍କିଂ ହେବ ।
  •  ସେହିଭଳି ବ୍ରହ୍ମଗିରି ପାର୍ଶ୍ବରୁ ଆସୁଥିବା ଗାଡ଼ି ମଙ୍ଗଳା ଘାଟ ଛକ  ଦେଇ ଫ୍ଲୋରିସ୍ ଇଣ୍ତିଆେ ପାର୍କିଂ କରାଯିବ ।
  • ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀବାହୀ ବସ୍ ମାଲତୀପାଟପୁର ବସଷ୍ଟାଣ୍ତରେ ପାର୍କିଂ ହେବ ।
  • କୋଣାର୍କରୁ ଆସୁଥିବା ଦୁଇ ଚକିଆ ଯାନ ସୁବାଷ ବୋଷ ଛକ ଦେଇ ବ୍ଲୁ ଫ୍ଲାଗ ଓ ନୀଳାଚଳ ଅଶୋକ ପାର୍କିଂ ହେବ ।
  • ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ମାଗଣାରେ ଇ-ଯାନ ବ୍ୟବସ୍ଥା କରାଯାଇଛି । ଏହାଛଡ଼ା ସ୍ଥାନୀୟ ଲୋକ ଯା’ଆସ ପାଇଁ ପରିଚୟ ପତ୍ର ଦେଖାଇ ପାରିବେ ।

ପ୍ରକାଶ ଥାଉ କି, ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଥି ଅସ୍ଥାୟୀ ବିଶ୍ରାମସ୍ଥଳୀ ସାଙ୍ଗକୁ ଶୌଚାଳୟ ଓ ମୋବାଇଲ ଟଏଲେଟ୍ ବ୍ୟବସ୍ଥା କରାଯାଇଛି । ପୁରୀକୁ ଯାତାୟତ କରୁଥିବା ଦୈନିକ ବସକୁ ଛାଡ଼ି ଦେଲେ ଚଳିତ ବର୍ଷ ଘୋଷଯାତ୍ରା ଲାଗି ବିଭିନ୍ନ ରୁଟ୍ ରେ ୨୫୦ଟି ସ୍ବତନ୍ତ୍ର ବସ ଚାଲିବା ନେଇ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଭଡ଼ା ଓ ଠକେଇ ସହ ଅନ୍ୟାନ୍ୟ ପରିବହନଗତ ସମସ୍ୟା ଉପରେ ନଜର ରଖିବା ଲାଗି ସ୍ବତନ୍ତ୍ର ସ୍କ୍ବାଡ଼ଙ୍କୁ ନିୟୋଜିତ କରାଯିବ। ଭକ୍ତ ଓ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ଲାଗି ଅସ୍ଥାୟୀ ପୋଲିସ ପୋଷ୍ଟ କରାଯାଇଛି। ସେହିପରି ଡା଼କବାଜି ଯନ୍ତ୍ର ସାହାଯ୍ୟରେ ବସର ଗମନାଗମନ ସମ୍ପର୍କରେ ସୂଚନା ଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।