Rath Yatra 2023: ଏହି ଦିନ ଆଡ଼ପ ମଣ୍ତପରେ ସନ୍ଧ୍ୟା ୫ଟାରୁ ଦର୍ଶନ ବନ୍ଦ
Advertisement

Rath Yatra 2023: ଏହି ଦିନ ଆଡ଼ପ ମଣ୍ତପରେ ସନ୍ଧ୍ୟା ୫ଟାରୁ ଦର୍ଶନ ବନ୍ଦ

Rath Yatra:  ବିଶ୍ବାସ ରହିଛି, ଥରେ ଆଡ଼ପ ଦର୍ଶନ ଦଶ ବର୍ଷର ଶ୍ରୀମନ୍ଦିର ଦର୍ଶନ ସହ ସମାନ । ଏହି ବିଶ୍ବାସ ସହ ମହାପ୍ରଭୁଙ୍କ ଆଡ଼ପ ଦର୍ଶନ ଲାଗି କାହିଁ କେତେ ଦୂରରୁ ଧାଇଁ ଆସୁଛନ୍ତି ଭକ୍ତ । ତେବେ ବାହୁଡ଼ା ଯାତ୍ରା ଲାଗି ଆଡ଼ପ ମଣ୍ତପରେ ଆସନ୍ତା ୨୭ ତାରିଖରେ ହେବାକୁ ଥିବା ନବମୀ ସଂଧ୍ଯା ଦର୍ଶନ ୫ଟାରୁ ବନ୍ଦ ହେବ । ଏନେଇ ଶନିବାର ଦିନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ସୂଚନା ଦେଇଛନ୍ତି ।

ସୌ(ସୋସିଆଲ ମିଡିଆ)

Rath Yatra 2023: ରତ୍ନବେଦୀ ଛାଡ଼ି ଜନ୍ମ ବେଦୀରେ ତିନି ଠାକୁର । ଏହି ନବଦିନାତ୍ମକ ଯାତ୍ରା (Rath Yatra 2023) ଅବସରରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଜନ୍ମବେଦୀରୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଶୁକ୍ରବାର ଦିନ ଠାରୁ ଆରମ୍ଭ ହୋଇଥିବା ମହାବାହୁଙ୍କ ଆଡ଼ପ ଦର୍ଶନ (Adapa Darshan) ଲାଗି ଜନ୍ମ ସମୁଦ୍ର ପାଲଟିଛି ଶ୍ରୀ ଗୁଣ୍ତିଚା ମନ୍ଦିର (Gundicha Temple) ସମ୍ମୁଖ ରାସ୍ତା । ବିଶ୍ବାସ ରହିଛି, ଥରେ ଆଡ଼ପ ଦର୍ଶନ ଦଶ ବର୍ଷର ଶ୍ରୀମନ୍ଦିର ଦର୍ଶନ ସହ ସମାନ । ଏହି ବିଶ୍ବାସ ସହ ମହାପ୍ରଭୁଙ୍କ ଆଡ଼ପ ଦର୍ଶନ ଲାଗି କାହିଁ କେତେ ଦୂରରୁ ଧାଇଁ ଆସୁଛନ୍ତି ଭକ୍ତ । ତେବେ ବାହୁଡ଼ା ଯାତ୍ରା ଲାଗି ଆଡ଼ପ ମଣ୍ତପରେ ଆସନ୍ତା ୨୭ ତାରିଖରେ ହେବାକୁ ଥିବା ନବମୀ ସଂଧ୍ଯା ଦର୍ଶନ ୫ଟାରୁ ବନ୍ଦ ହେବ । ଏନେଇ ଶନିବାର ଦିନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଆସନ୍ତା ୨୭ ତାରିଖରେ ସନ୍ଧ୍ୟା ଦର୍ଶନ ସକାଳ ୭ଟାରୁ ଆରମ୍ଭ ହୋଇ ୫ଟା ପର୍ଯ୍ୟନ୍ତ ଚାଲିବ। ଅପରାହ୍ନ ୫ଟା ପରେ ବାହୁଡ଼ା ଯାତ୍ରାର (Bahuda yatra 2023) ପ୍ରସ୍ତୁତି ଲାଗି ଶୀଘ୍ର ଦର୍ଶନ ବନ୍ଦ କରାଯିବ । ଏହାସହ ସେନାପଟା ଲାଗି, ଚାରମାଳ ବନ୍ଧା ଆଦି ନୀତି ସଂପନ୍ନ ହେବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ପ୍ରତିବର୍ଷ ଆଡ଼ପ ମଣ୍ତପରେ ସନ୍ଧ୍ୟାରେ ଠାକୁରଙ୍କ ଦର୍ଶନ କରିବାର ବିଧି ରହିଛି । ଏଥିପାଇଁ ଆଡ଼ପ ମଣ୍ତପରେ ଶ୍ରୀଜିଉଙ୍କ ଏହି ଦର୍ଶନକୁ ‘ସନ୍ଧ୍ୟା ଦର୍ଶନ’ (Sandhya Darshan) ବୋଲି କୁହାଯାଏ । ତେବେ ସନ୍ଧ୍ୟା ପୂର୍ବରୁ ଏହି ଦର୍ଶନ ବନ୍ଦ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ । ଆସନ୍ତା ୨୭ ତାରିଖରେ ସନ୍ଧ୍ୟା ଦର୍ଶନ ପଡୁଛି । ସ୍କନ୍ଦ ପୁରାଣ ଅନୁଯାୟୀ, ତ୍ରିକାଳରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ ମିଳେ ତାହା ଗୋଟିଏ ଦିନ ଅର୍ଥାତ୍ ନବମୀ ସନ୍ଧ୍ୟା ଦର୍ଶନରୁ ହିଁ ମିଳିଥାଏ । ଏହି କାରଣରୁ ଭକ୍ତ ଏହି ସନ୍ଧ୍ୟା ଦର୍ଶନ କରିବା ଲାଗି କାହିଁ କେତେ ଦୂରରୁ ଧାଇଁ ଆସିଥାଆନ୍ତି ।

ଏହା ବି ପଢନ୍ତୁ-Horoscope Today 25 June 2023: ଏହି ୩ ରାଶିଙ୍କୁ ରହିବାକୁ ପଡ଼ିବ ସାବଧାନ! ଜାଣନ୍ତୁ କେମିତି କଟିବ ଆପଣଙ୍କ ରବିବାର

ଏହା ବି ପଢନ୍ତୁ-Rath Yatra 2023: ଆଡ଼ପ ମଣ୍ଡପରେ ଶ୍ରୀଜିଉ, ଜାଣନ୍ତୁ କ’ଣ ରହିଛି ଆଡ଼ପ ଦର୍ଶନର ମାହାତ୍ମ୍ୟ

ବିଶ୍ବାସ ରହିଛି ଯେ, ଯେହେତୁ ମହାପ୍ରଭୁ ଜନ୍ମବେଦୀକୁ ଯାଆନ୍ତି ଏହି ସମୟରେ ସେ ଅଧିକ ପ୍ରସନ୍ନ ଥାଆନ୍ତି । ଏହି ସମୟରେ ଯିଏ ଯାହା ମାଗେ ତାହା ପ୍ରାପ୍ତ ହୋଇଥାଏ । ଆଡ଼ପ ମଣ୍ତପରେ ୭ ଦିନର ରହଣି ବେଳେ ଯେଉଁ ଭକ୍ତ ମାନେ ମହାପ୍ରଭୁଙ୍କୁ ଥରେ ଦର୍ଶନ କରନ୍ତି ସେମାନଙ୍କୁ ଶ୍ରୀମନ୍ଦିରରେ ୧୦ ବର୍ଷର ଦର୍ଶନ କରିବାର ପୂଣ୍ୟ ପ୍ରାପ୍ତ ହୋଇଥାଏ ।  ଏହାକୁ ବାଦ ଦେଲେ ସନ୍ଧ୍ୟା ଦର୍ଶନର ଅନେକ ମାହାତ୍ମ୍ୟ ରହିଛି । ବାହୁଡ଼ା ଯାତ୍ରା ପୂର୍ବରୁ ଭକ୍ତଙ୍କୁ ଆଡ଼ପ ମଣ୍ତପରେ (Adapa Mandap) ଶେଷ ଦର୍ଶନ ଭାବେ ସନ୍ଧ୍ୟା ଦର୍ଶନ ଦେଇ ମହାପ୍ରଭୁ ରଥରେ ପୁନର୍ବାର ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିଥାଆନ୍ତି । ତେବେ ପ୍ରତିବର୍ଷ ସନ୍ଧ୍ୟା ୭ଟାରୁ ୮ଟା ପର୍ଯ୍ୟନ୍ତ ଭକ୍ତଙ୍କୁ ସନ୍ଧ୍ୟା ଦର୍ଶନ (Sandhya Darshan) କରିବାର ସୁଯୋଗ ମିଳିଥାଏ । କିନ୍ତୁ ଚଳିତ ବର୍ଷ ଶ୍ରୀଘ୍ର ଦର୍ଶନ ବନ୍ଦ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଭକ୍ତ ।

ଏହା ବି ପଢନ୍ତୁ-Rath Yatra 2023: ଜାଣନ୍ତୁ ଅଣସର ସମୟରେ ଶ୍ରୀ ମନ୍ଦିର ପଣା ଭୋଗର କ’ଣ ରହିଛି ମାହାତ୍ମ୍ୟ?