Rath Yatra 2023: ରଥ ଯାତ୍ରା ବେଳେ ପୁରୀକୁ ବୁଲି ଯାଉଥିଲେ ସାବଧାନ୍! ଆପଣଙ୍କ ସହ ହୋଇପାରେ କିଛି ଏମିତି...
Advertisement

Rath Yatra 2023: ରଥ ଯାତ୍ରା ବେଳେ ପୁରୀକୁ ବୁଲି ଯାଉଥିଲେ ସାବଧାନ୍! ଆପଣଙ୍କ ସହ ହୋଇପାରେ କିଛି ଏମିତି...

Rath Yatra 2023: ଗୋଟିଏ ଦିନ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା (Rath Yatra 2023)। ଏନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ରଢାରୁଢ ଦିଆଁଙ୍କୁ ଦର୍ଶନ କରିବା ପାଇଁ ଏବେଠୁ ପୁରୀରେ ଭିଢ ଜମିଲାଣୀ । ଲୋକାରଣ୍ୟ ହୋଇପଡିଲାଣୀ ବଡଦାଣ୍ତ । ପୋଲିସ୍ ଛାଉଣୀରେ (police force )ଜଗାର ଦାଣ୍ତ । ହେଲେ ରଥଯାତ୍ରାରେ(Rath Yatra) ଭକ୍ତଙ୍କ ଠାରୁ ଲୁଟ୍ କରିବା ପାଇଁ ଲୁଟେରା ମଧ୍ୟ ପୁରା ତୟାର ହେଲେଣୀ । ରଥଯାତ୍ରା ପୂର୍ବରୁ ମଚାଇଲେଣୀ ଆତଙ୍କ । ପଢନ୍ତୁ ଏହି ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Rath Yatra 2023:  ଗୋଟିଏ ଦିନ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା (Rath Yatra 2023)। ଏନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ରଢାରୁଢ ଦିଆଁଙ୍କୁ ଦର୍ଶନ କରିବା ପାଇଁ ଏବେଠୁ ପୁରୀରେ ଭିଢ ଜମିଲାଣୀ । ଲୋକାରଣ୍ୟ ହୋଇପଡିଲାଣୀ ବଡଦାଣ୍ତ । ପୋଲିସ୍ ଛାଉଣୀରେ (police force )ଜଗାର ଦାଣ୍ତ । ହେଲେ ରଥଯାତ୍ରାରେ(Rath Yatra) ଭକ୍ତଙ୍କ ଠାରୁ ଲୁଟ୍ କରିବା ପାଇଁ ଲୁଟେରା ମଧ୍ୟ ପୁରା ତୟାର ହେଲେଣୀ । ରଥଯାତ୍ରା ପୂର୍ବରୁ ମଚାଇଲେଣୀ ଆତଙ୍କ । ଭକ୍ତଙ୍କ ଠାରୁ ଲୁଟ୍ ପାଟ କରିବା ନେଇ ପୁରା ତୟାରିରେ ଏବେଠୁ ବସଷ୍ଟାଣ୍ତ, ରେଳ ଷ୍ଟେସନ୍ ଓ ପୁରୀର ବିଭିନ୍ନ ହୋଟେଲ ନିକଟରେ ଏବେଠୁ ଛକି ରହିଲେଣୀ ଲୁଟେରା। କାହିଁକିନା ଏଭଳି ଏକ ଗ୍ୟାଙ୍ଗକୁ ଧରିଛି ଆରପିଏଫ । ଏ-ଭଳି ଜଣେ ଅଭିଯୁକ୍ତକୁ କାବୁ କରିଛି ପୋଲିସ୍ ,ଯିଏକି ଜଣେ ରେଳ ଯାତ୍ରୀଙ୍କ ଭ୍ୟାନିଟି ବ୍ୟାଗ୍ ଝାମ୍ପି ନେଇଥିଲା। 

କ'ଣ ଥିଲା ପୂରା ଘଟଣାକ୍ରମ?
ସୂଚାନ ଅନୁସାରେ, ଗତ ୧୫ ତାରିଖରେ ଜଣେ ମହିଳା ଭୁବନେଶ୍ବର ରେଳ ଷ୍ଟେସନରୁ ଜୁନାଗଡ ଏକ୍ପପ୍ରେସ ଯୋଗେ ଯାତ୍ରା ଆରମ୍ଭ କରିଥିଲେ । ଟ୍ରେନରେ ବସିବା ପରେ ଅର୍ଥାତ୍ ଭୁବନେଶ୍ବର ଷ୍ଟେସନ ଛାଡିବା ପରେ ସେ ଜାଣିବାକୁ ପାଇଲେ ଯେ, ତାଙ୍କ ଭ୍ୟାନିଟ୍ ବ୍ୟାଗ ତାଙ୍କ ପାଖରେ ନାହିଁ । ଏନେଇ ସେ ଘାବୁରେଇ ଯାଇଥିଲେ । କିଛି ସମୟ ପାଇଁ ତାଙ୍କ ମୁଣ୍ତ କାମ କରି ନ ଥିଲା। କାହିଁକିନା ତାଙ୍କ ଭ୍ୟାନିଟ୍ ବ୍ୟାଗରେ କିଛି ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ସହ ଏଟିଏମ , ନଗତ ଟଙ୍କା ଓ କିଛି ଅଳଙ୍କାର ମଧ୍ୟ ଥିଲା। ଏନେଇ ତୁରନ୍ତ ସେ ୧୩୯ ଯୋଗେ ରେଳ ହେଲପ ଲାଇନକୁ ଯୋଗାଯୋଗ କରିଥିଲେ। ପରେ ଏନେଇ ଆରପିଏଫ ଥାନାଧିକାରୀ ଘଟଣାକୁ ଗମ୍ଭୀରତାର ସହ ନେଇଥିଲେ। କିଛି ପେଶାଦାର ଲୁଟେରାଙ୍କୁ ମାଧ୍ୟମରେ ଶେଷରେ ଭ୍ୟାନିଟ୍ ବ୍ୟାଗ ନେଇଥିବା ଲୁଟେରା ପାଖରେ ପହଞ୍ଚିଥିଲେ। ତେବେ ଅଭିଯୁକ୍ତ ଲୁଟେରାକୁ ଗିରଫ କରିଛି ଆରପିଏଫ। ଅଭିଯୁକ୍ତ ଜଣକ ହେଲା ପି. ନରସିମା । ତା ଠାରୁ ଚୋରି ହୋଇଥିବା ଜିନିଷ ସବୁ ଜବତ କରିଛି ପୋଲିସ୍ । ତେବେ ପି ନରସିମା ଜଣେ ଦୁର୍ଦାନ୍ତ ଅପରାଧି ଯେ,କି ପୂର୍ବରୁ ଅନେକ ରେଳଷ୍ଟେସନର ଅନେକ ଅପରାଧିରେ ସେ ସାମିଲ ରହିଛି।

Also Read : Balangir News: ପୋଲିସ୍ ବାବୁଙ୍କ ରାସଲିଳା! ପ୍ରେମିକା ସହ ଅସଞ୍ଜତ ଅବସ୍ଥାରେ ଧରି ପକାଇଲେ ପତ୍ନୀ, ଆଉ ତା'ପରେ...

Also Read : Odisha Train Accident: ୧୫ ଦିନ ଧରି ଜୀବନ ସହ ସଂଗ୍ରାମ କରୁଥିଲେ, ହେଲେ ଆଜି SCBରେ ଆଖି ବୁଜିଲେ ଆଉ ଜଣେ ଆହତ

ତେବେ, ଏହି ଘଟଣା ପରଠୁ ବର୍ତ୍ତମାନ ଆକ୍ସନ ମୋଡ଼ରେ  ଆରପିଏଫ ଓ ଜିଆରପି ସମେତ ଆରପିଏଫର ଏସଟିଏଫ ଟିମ୍। କାହିଁକିନା ଗୋଟିଏ ଦିନ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରା ଦେଖିବା ପାଇଁ ଟ୍ରେନ ଯୋଗେ ପୁରୀକୁ ଶହ ଶହ ଭକ୍ତଙ୍କ ଆସିବେ । ଭକ୍ତମାନେ କିଭଳି ସୁରୁଖୁରୁରେ ଆସି ଜଗା ଦର୍ଶନ କରିବେ ସେନେଇ ତତପର ରହିଛି ଆରପିଏଫ ଓ ଜିଆରପି । 

ରଥଯାତ୍ରା ସମୟରେ ଏଭଳି କିଛି ଗ୍ୟାଙ୍ଗ ରହନ୍ତି ସକ୍ରିୟ, ଆପଣଙ୍କୁ ରହିବାକୁ ପଡିବ ସାବଧାନ:

ନିଶା ଦିଆ ଲୁଟେରା: ଟ୍ରେନରେ ସାଧାରଣତଃ  ଏଭଳି କିଛି ଗ୍ୟାଙ୍ଗ ସକ୍ରିୟ ଥାନ୍ତି । ଖାସ୍ କରି ରଥଯାତ୍ରା ସମୟରେ । ରଥଯାତ୍ରା ସମୟରେ ଅଧିକାଂଶ ଟ୍ରେନ ଭିଡ ଥାଏ । ଏହାର ସୁଯୋଗ ନେଇ ଲୁଟେରାମାନେ ଯାତ୍ରୀଙ୍କ ନିକଟତର ହୁଅନ୍ତି ।  ଘର ପାଖ ବା ଗାଁ ପାଖ ଲୋକର ପରିଚୟ ଦେଇ ପାଖରେ ବସି ମିଠା ମିଠା କଥା କହି ଚା କିମ୍ବା କଫିରେ ନିଶା ଦେଇ ଥାନ୍ତି । ପରେ ଯାତ୍ରୀ ନିଶା ଖାଇ ଶୋଇପଡିଲେ ସେମାନଙ୍କ ଟଙ୍କା ,ପଇସା ଧରି ଚମ୍ପଟ ମାରନ୍ତି ଲୁଟେରା । 

ଛିନତାଇ ଗ୍ୟାଙ୍ଗ: ଏହି ଗ୍ୟାଙ୍ଗ ସାଧାରଣତଃ ଅଧିକାଂଶ ସମୟରେ ସକ୍ରିୟ ରୁହନ୍ତି। ଗହଳି ଦେଖି ଏମାନେ ଯାତ୍ରୀଙ୍କୁ ମୋହରା ବନାନ୍ତି । ଖାସ୍ କରି ଟ୍ରେନ ଛାଡିବା ସମୟରେ ,ଯେତେବେଳେ ଯାତ୍ରୀ ତରତର ହୋଇ ଟ୍ରେନରେ ଚଢିଥାଏ । ସେହି ସମୟରେ ଏମାନେ ଯାତ୍ରୀଙ୍କ ସୁନା ଚେନ , ପର୍ସ ଓ ଭ୍ୟାନିଟ୍ ବ୍ୟାଗ ଧରି ଚମ୍ପଟ ମାରନ୍ତି।

ପକେଟ କଟା ଗ୍ୟାଙ୍ଗ୍: ଖାସ୍ କରି ଗହିଳ ସମୟରେ ଟ୍ରେନରେ ଏହି ଗ୍ୟାଙ୍ଗ୍ ଅଧିକ ଆକ୍ଟିଭ୍ ଥାଆନ୍ତି। ଟ୍ରେନରେ ରାତ୍ରୀ ସମୟରେ ଯେତେବେଳେ ଯାତ୍ରୀ ନିଘୋଡ ନିଦରେ ଶୋଇଥାନ୍ତି । ସେହି ସମୟରେ ଏହି ଗ୍ୟାଙ୍ଗ୍ ବ୍ଲେଡ ଓ ଛୁରୀରେ ଯାତ୍ରୀଙ୍କ ପଟେକ୍ କାଟି ପର୍ସ ଚୋରୀ କରିଥାଆନ୍ତି।

ଯଦି ଆପଣ ରଥଯାତ୍ର ସମୟରେ ପୁରୀ ଆସୁଛନ୍ତି ଜଗା ଦର୍ଶନ ପାଇଁ, ତେବେ, ଆପଣ ଯଥେଷ୍ଟ ସତର୍କ ରୁହନ୍ତୁ ଏଭଳି ଗ୍ୟାଙ୍ଗ ଗୁଡିକ ଠାରୁ । ଯାହା ଆପଣଙ୍କ ଧନ ଓ ଜୀବନକୁ ସୁରକ୍ଷିତ ରଖିବ। ରଥଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ(180 platoons police force) ସହ ସମଗ୍ର ସୁରକ୍ଷା ବ୍ୟବସ୍ଥାକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଓ ସେବାକୁ ପ୍ରାଥମିକତା ଦିଆଯାଇଛି।